ବେଗୁନିଆ ଅଞ୍ଚଳରେ ମାତିଲେ ପଥର ଚାଲାଣକାରୀ

ବେଗୁନିଆ,୧୩।୭(ହରପ୍ରସନ୍ନ ପଣ୍ଡା)ଖୋର୍ଦ୍ଧା ଜିଲା ବେଗୁନିଆ ତହସିଲ ଅଞ୍ଚଳରେ କିଛିଦିନ ହେବ ମାଫିଆଙ୍କ ରାଜୁତି ବଢ଼ିଚାଲିଛି। ବେଗୁନିଆ ତହସିଲ କାର୍ଯ୍ୟାଳୟରେ ଏବେ ସ୍ଥାୟୀ ତହସିଲଦାର ନାହାନ୍ତି। ତେଣୁ ଏହାର ଫାଇଦା ନେଇ ମାଫିଆମାନେ ରାଜୁତି ଚଳାଇଥିବା ବେଳେ ଅନ୍ୟପଟେ ସରକାରୀ କାର୍ଯ୍ୟରେ ଆସୁଥିବା ଲୋକେମାନେ କାର୍ଯ୍ୟ କରି ନ ପାରି ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସପ୍ତାହକୁ ୩ଦିନ ଲୋକେ ସେବା ପାଉଥିବା ବେଳେ ଅନ୍ୟ ୩ଦିନ ଦୂରଦୂରାନ୍ତରୁ ଆସି ସେବା ନ ପାଇ ନିରାଶ ହୋଇ ଫେରୁଛନ୍ତି। ଅନ୍ୟପକ୍ଷରେ ତହସିଲ କାର୍ଯ୍ୟାଳୟ ମୁରବୀ ଶୂନ୍ୟ ହୋଇଯାଇଥିବାରୁ ଚଢ଼ାଉ ମଧ୍ୟ ହୋଇପାରୁ ନାହିଁ, ଫଳରେ ପଥର ମାଫିଆମାନେ ମନଇଚ୍ଛା ଦିନରାତି ଅବାଧରେ ପଥର ଚୋରାଚାଲାଣ କରୁଛନ୍ତି। ଏଥିଯୋଗୁ ସରକାରଙ୍କ ରାଜସ୍ବ ହାନି ହେବା ସହ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। ପ୍ରକାଶ ଥାଉକି, ବେଗୁନିଆ ସ୍ଥାୟୀ ତହସିଲଦାର ପ୍ରଧାନ ଟୁଲ୍ଲୀ ଆମ୍ମା ପ୍ରସୂତିକାଳୀନ ଛୁଟିରେ ଆସନ୍ତା ଡିସେମ୍ବର ମାସ ପର୍ଯ୍ୟନ୍ତ ରହିଛନ୍ତି। ସେହିପରି ଅତିରିକ୍ତ ତହସିଲଦାର ମମତା ଦାସଙ୍କୁ ଖୋର୍ଦ୍ଧା ଜିଲାପାଳ ଗତ ୪ମାସ ହେଲା ଟାଙ୍ଗି ତହସିଲକୁ ଡେପୁଟେଶନରେ ପଠାଇଛନ୍ତି। ଫଳରେ ତହସିଲ କାର୍ଯ୍ୟାଳୟରେ କାର୍ଯ୍ୟ ସମ୍ଭାଳିବାକୁ କେହି ନ ଥିବାରୁ ତହସିଲଦାର ନ ଆସିବା ପର୍ଯ୍ୟନ୍ତ ବୋଲଗଡ଼ ତହସିଲଦାର ସନ୍ତୋଷିନୀ ଦାଶ ଏବଂ ଅତିରିକ୍ତ ତହସିଲଦାର ଦୀପ୍ତିମୟୀ ଶର୍ମାଙ୍କୁ ଜିଲାପାଳ ବେଗୁନିଆ ତହସିଲର ଦାୟିତ୍ୱ ଦେଇଛନ୍ତି। ସେମାନେ ସପ୍ତାହକୁ ୩ଦିନ ବେଗୁନିଆ ଆସି ତହସିଲ କାର୍ଯ୍ୟ ସମ୍ଭାଳିଛନ୍ତି। ଅନ୍ୟ ୩ଦିନ ଏହି କାର୍ଯ୍ୟାଳୟରେ ସରକାରୀ କାର୍ଯ୍ୟ ଏକପ୍ରକାର ଠପ୍‌ ହୋଇଯାଉଛି। ନିଜର କାର୍ଯ୍ୟ ନେଇ ଦୂରଦୂରାନ୍ତରୁ ଆସୁଥିବା ଲୋକମାନେ ବହୁ ହନ୍ତସନ୍ତ ହେଉଛନ୍ତି। ଅପରପକ୍ଷେ ସ୍ଥାୟୀ ତହସିଲଦାର ହେଡକ୍ୱାର୍ଟର୍ସରେ ନ ରହିବାରୁ ପଥର ମାଫିଆଙ୍କର ବେଆଇନ ପଥର ଚାଲାଣ ବଢ଼ିବାରେ ଲାଗିଛି। ସେମାନେ ଆଗରୁ ଭୟରେ ଲୁଚି ଛପି ରାତିରେ ପଥର କାଟି ଚୋରା ଚାଲାଣ କରୁଥିବାବେଳେ ଏବେ ଦିନ ଦ୍ୱିପ୍ରହରରେ ପଥର କାଟି ନିର୍ଭୟରେ ଚୋରା ଚାଲାଣ କରୁଛନ୍ତି। ପଥର ବୋଝେଇ ଟ୍ରାକ୍ଟର, ମିନିଟ୍ରକ ଏବଂ ଟ୍ରକ ରାସ୍ତାରେ ଧାଡ଼ି ଧାଡ଼ି ହୋଇଯାଉଥିବାର ଦେଖିବାକୁ ମିଳୁଛି। ବେଆଇନ ପଥର ଖଣିରୁ ପଥର ଚୋରା ଚାଲାଣ ଯୋଗୁ ସରକାର ଦୈନିକ ଲକ୍ଷାଧିକ ଟଙ୍କାର ରାଜସ୍ବ ହରାଉଛନ୍ତି। ସେହିପରି ଖଣି ମାଫିଆମାନେ କମ୍ପ୍ରେସର ସାହାଯ୍ୟରେ ଆମୋନିୟମ ସାର, ବାରୁଦ, ଡିନାମାଇଟ ଓ ଜିଲୋଟିନ ବ୍ୟବହାର କରି ଅବାଧରେ ବିସ୍ଫୋରଣ କରିଚାଲିଛନ୍ତି। ପରେ ଏଥିରୁ ଚିପ୍ସ ଏବଂ ସାଇଜ ପଥର ଢିମା, ସ୍ପଲ, ବଜୁରି ଆଦି ବେପାର ବଢ଼ାଇଦେଇଛନ୍ତି। ଏ ନେଇ ବୋଲଗଡ଼ ତହସିଲଦାର ସନ୍ତୋଷିନୀ ଦାଶଙ୍କୁ ବାରମ୍ବାର ଯୋଗାଯୋଗ କରିଥିଲେ ମଧ୍ୟ ଫୋନ ଉଠାଇ ନ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଐତିହାସିକ ରେକର୍ଡ ହାସଲ କଲେ ହିଟ୍‌ମ୍ୟାନ୍‌: ଏମିତି ମାଇଲଷ୍ଟୋନ କରିବାରେ ବିଶ୍ୱର…

ଗୁଆହାଟୀ,୧।୧୦: ଭାରତୀୟ କ୍ରିକେଟ୍‌ର ଷ୍ଟାର୍‌ ବ୍ୟାଟର୍‌ ରୋହିତ ଶର୍ମା ଦିନିକିଆ ଅନ୍ତର୍ଜାତୀୟ କ୍ରିକେଟ୍‌ରେ ଆଉ ଏକ ବଡ଼ ମାଇଲଷ୍ଟୋନ ହାସଲ କରିଛନ୍ତି। ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ…

ରାଜସ୍ବ ମନ୍ତ୍ରୀଙ୍କ ବଡ଼ ଘୋଷଣା: ଦଶହରା ପୂର୍ବରୁ ମିଳିବ…

ଭୁବନେଶ୍ୱର,୧।୧୦(ସୁନିତ୍‌ ମିଶ୍ର):ରାଜୀବ ଭବନଠାରେ ବୁଧବାର ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଗଜପତି,…

ଘୂର୍ଣ୍ଣିବଳୟ ସକ୍ରିୟ: ଘଡ଼ଘଡି ସହ ବର୍ଷା ସମ୍ଭାବନା, ୟେଲୋ ୱାର୍ନିଂ

ଭୁବନେଶ୍ୱର,୧।୧୦(ସୌମ୍ୟରଞ୍ଜନ ରାଉତ):ଉତ୍ତର ମ୍ୟାନ୍‌ମାର, ବାଂଲାଦେଶ ଓ ବଙ୍ଗୋପସାଗର ଉପରେ ରହିଥିବା ସୁସ୍ପଷ୍ଟ ଲଘୁଚାପ କ୍ଷେତ୍ର ମିଜୋରାମ, ତ୍ରିପୁରା ଓ ଦକ୍ଷିଣ-ପୂର୍ବ ବାଂଲାଦେଶ ଆଡ଼କୁ ଗତି କରିବା ସହ…

ମଇଁଷି ଚରାଇବାକୁ ଯାଇ ଆଉ ଫେରିଲେନି: କେନାଲରୁ ନିଖୋଜ ବୃଦ୍ଧଙ୍କ ମୃତଦେହ ଉଦ୍ଧାର, ଗାଁରେ ଶୋକର ଛାୟା

ଦିଗପହଣ୍ଡି, ୩୦ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପ୍ରଥମ ଢେପାଗୁଡ଼ା ଗ୍ରାମର ରଘୁ ମଲ୍ଲିକ (୬୩) ନାମକ ଜଣେ ବୃଦ୍ଧଙ୍କ ମୃତଦେହ କେନାଲ ପାଣିରୁ…

ଫ୍ଲାଇଦୁବାଇ ବିମାନରେ ଆକ୍ରମଣ: ନିଜେ ଆହାତ ହୋଇ ମଧ୍ୟ ବଞ୍ଚାଇଲେ ୧୮୦ ଯାତ୍ରୀଙ୍କ ଜୀବନ, କିଏ ଏହି ପାଇଲଟ୍?

ନୂଆଦିଲ୍ଲୀ,୩୦ା୯: ଦୁବାଇରୁ ତେଲ ଅଭିଭ ଯାଉଥିବା ଫ୍ଲାଇଦୁବାଇର FZ1073 ବିମାନରେ ବୁଧବାର ଘଟିଥିବା ଘଟଣାକୁ ନେଇ ଭାରତୀୟ ପାଇଲଟ୍ ସ୍ମିତ ମଚ୍ଛରଙ୍କ ନାଁ ଚର୍ଚ୍ଚାରେ ରହିଛି। ରିପୋର୍ଟ…

ଦିଗପହଣ୍ଡି ଗଞ୍ଜେଇ ଚୋରା ଚାଲାଣ ଘଟଣା: ଗିରଫ ହେଲେ ଅଭିଯୁକ୍ତ ୨ ଭାଇ, କାରବାର ପଛର ଗୁମର ଖୋଲିଲା…

ଦିଗପହଣ୍ଡି, ୩୦ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ପୋଲିସ ଗଞ୍ଜେଇ ଚୋରା ଚାଲାଣ ମାମଲାରେ ଏକ ବଡ଼ ସଫଳତା ହାସଲ କରିଛି। ଗଞ୍ଜେଇ କାରବାର…

ଗିଲ୍‌ଙ୍କ ଦ୍ୱିଶତକ, ରୋହିତଙ୍କ ଶତକ: ୱେଷ୍ଟଇଣ୍ଡିଜକୁ ଧୂଳି ଚଟାଇଲା ଭାରତ

ଗୁଆହାଟୀ,୩୦ା୯: ଶୁବମନ ଗିଲଙ୍କ ଦ୍ୱିଶତକ ଏବଂ ରୋହିତ ଶର୍ମାଙ୍କ ଧମାକାଦାର ଶତକ ବଳରେ ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ଭାରତ ୮ ୱିକେଟ୍‌ରେ ବଡ଼ ବିଜୟ ହାସଲ…

ସ୍ୱାମୀ-ବର୍ଷକର ପୁଅ ଆଖି ଆଗରେ ଚାଲିଗଲା ମା’ର ଜୀବନ! ବାଲି ବୋଝେଇ ଟ୍ରାକ୍ଟର ଧକ୍କାରେ ମହିଳାଙ୍କ ମୃତ୍ୟୁ,ଅପରାହ୍ନରୁ ଅଟକିଛି…

କୋକସରା, ୩୦ା୯(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ୨୬ ନମ୍ବର ଜାତୀୟ ରାଜପଥ କୋକସରା ଥାନା ମୋଟେର ନିକଟରେ ବୁଧବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ବାଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?