ବନ୍ୟାରେ ଭାଙ୍ଗିଛି ପଥର ପ୍ୟାକିଂ, ଦବିଛି ୩ ସ୍ପର

ପଟ୍ଟାମୁଣ୍ଡାଇ,୨୬ା୯(ସ୍ବ.ପ୍ର.): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ବ୍ଲକରେ ପ୍ରବାହିତ ଚିରସ୍ରୋତା ବ୍ରାହ୍ମଣୀ ନଦୀର ପ୍ରଖର ସ୍ରୋତରେ ପ୍ରତିବର୍ଷ କୂଳରୁ ଅତଡା ଖାଉଛି। ଏହାର ସୁରକ୍ଷା ପାଇଁ ନାର୍ବାଡ ପକ୍ଷରୁ ୧୭ କୋଟି ୮୩ ଲକ୍ଷ ୩୪ହଜାରେ ଟଙ୍କା ବ୍ୟୟ ଅଟକଳରେ ପଟ୍ଟାମୁଣ୍ଡାଇ ବ୍ଲକ ଶ୍ରୀରାମପୁର ପଞ୍ଚାୟତ ପାଳପାଟଣା ଗ୍ରାମ ନିକଟ ବ୍ରାହ୍ମଣୀ ନଦୀ କୂଳରେ ପଥର ପ୍ୟାକିଂ ଓ ସ୍ପର ନିର୍ମାଣ ହୋଇଥିଲା। ଏହି କାର୍ଯ୍ୟ ଅଧାପନ୍ତରିଆ ହୋଇଥିବା ସ୍ଥାନୀୟ ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଏଥିସହ ଅଗଷ୍ଟ ମାସରେ ବ୍ରାହ୍ମଣୀ ନଦୀରେ ପ୍ରଖର ବନ୍ୟା ସ୍ରୋତରେ ପଥର ପ୍ୟାକିଂ କେତେକ ସ୍ଥାନରେ ଭାଙ୍ଗି ଯାଇଛି। ବହୁ ସ୍ଥାନ ବାଲିରେ ପୋତି ହୋଇପଡିଛି। ନିର୍ମିତ ସ୍ପର ମଧ୍ୟରୁ ୩ଟି ଦବି ଯାଇଛି।
ସୂଚନାଯୋଗ୍ୟ, ସ୍ପର ଓ ପଥର ପ୍ୟାକିଂ କାର୍ଯ୍ୟ ୨୦୧୯ ଜାନୁୟାରୀ ୧୬ରେ ଆରମ୍ଭ ହୋଇଥିବା ବେଳେ ୨୦୨୦ ଜୁଲାଇ ୧୫ରେ ଶେଷ ହେବାକୁ ଚୁକ୍ତି ସ୍ବାକ୍ଷରିତ ହୋଇଥିଲା। ମାତ୍ର କାର୍ଯ୍ୟ କରିବାରେ ଅବହେଳା ଓ ବିଳମ୍ବ ଯୋଗୁ କାମ ମାତ୍ର ୬୦ ଭାଗ ହୋଇ ପଡିରହିଛି। ୨୦୨୦ ମାର୍ଚ୍ଚ ଶେଷ ପର୍ଯ୍ୟନ୍ତ କାର୍ଯ୍ୟ ଚାଲିଥିବା ବେଳେ କରୋନା ଯୋଗୁ କାମ ବନ୍ଦ ହୋଇ ତାହା ଏ ପର୍ଯ୍ୟନ୍ତ ଅସମ୍ପୂର୍ଣ୍ଣ ହୋଇ ପଡିଥିବା ଗ୍ରାମବାସୀ କହିଛନ୍ତି। ମାତ୍ର ବିଭାଗୀୟ ଅଧିକାରୀ ଏହାକୁ ଖଣ୍ଡନ କରିବା ସହ ପାଳପାଟଣାଠାରେ ନଦୀ ମଧ୍ୟରେ ସ୍ପର ଓ ପଥର ପ୍ୟାକିଂ କାର୍ଯ୍ୟ ଶେଷ ହୋଇଯାଇଛି। ୮୦୦ ମିଟର ପଥର ପ୍ୟାକିଂ ମଧ୍ୟରୁ ୫୦୦ ମିଟର ଶେଷ ହୋଇଥିବା ବେଳେ ପୁଣି ପଥର ପ୍ୟାକିଂ କରିବା ପାଇଁ ସ୍ଥାନୀୟ ଅଧିବାସୀ ଦାବି କରିଛନ୍ତି। ତେବେ ନାର୍ବାଡଠାରୁ ଟେଣ୍ଡର ନେଇଥିବା କଟକର ଏ ଠିକାଦାର ସଂସ୍ଥା ପଥର ପ୍ୟାକିଂରେ ଛୋଟଛୋଟ ପଥର ଲଗାଇବା, ଅଧା କାମ ହୋଇ ଥିବାରୁ ବନ୍ୟାର ପ୍ରଖର ସ୍ରୋତରେ ଖସି ଭାଙ୍ଗି ଯାଇଛି। ଏହା ଛଡା ନଦୀ ଗର୍ଭରୁ ବଡ଼ ପଥର ପକା ଯାଇ ନ ଥିବାରୁ ଅଧିକାଂଶ ସ୍ଥାନରେ ପଥର ପ୍ୟାକିଂ ଖସି ଯାଇଛି। ବ୍ରାହ୍ମଣୀ କୂଳ ସୁରକ୍ଷା ପାଇଁ ବର୍ଷବର୍ଷ ଧରି ପାଳପାଟଣା, ମଠସାହୀ, କଦମଦାଣ୍ଡି, ଶ୍ରୀରାମପୁର ଓ ଡାମରପୁର ଗ୍ରାମବାସୀ ଦାବି କରି ଆସୁଛି। ସେମାନଙ୍କ ୨୦୦ ମିଟର ଉର୍ବର ଚାଷ ଜମି ନଦୀ ଗର୍ଭରେ ଲୀନ ହୋଇଗଲାଣି। ବିଳମ୍ବରେ ହେଲେ ମଧ୍ୟ ନାର୍ବାଡ ପକ୍ଷରୁ ପଥର ପ୍ୟାକିଂ ଓ ସ୍ପର ନିର୍ମାଣ ପାଇଁ ପାଣ୍ଠି ଯୋଗା ଯାଇଥିଲା। ବିଭାଗିୟ ଅଧିକାରୀମାନଙ୍କ ପାଳପାଟଣା ସ୍ପର ଓ ପଥର ପ୍ୟାକିଂ କାମରେ ଦୁର୍ନୀତିର ଗନ୍ଧ ବାରି ହୋଇପଡୁଛି। କାମ ସମ୍ପୂର୍ଣ୍ଣ ନ ହେବାରୁ ଚାଷୀମାନେ ବ୍ୟାପକ ଫସଲହାନିର ସମ୍ମୁଖୀନ ହେଉଛନ୍ତି। ଠିକ ଓ ଠିକଣା ଭାବେ ପ୍ୟାକିଂ ଓ ସ୍ପର ନିର୍ମାଣ କରାଗଲେ ଚାଷୀମାନେ ବ୍ୟାପକ ଫସଲ କ୍ଷତିରୁ ବର୍ତ୍ତୀ ପାରିବେ ବୋଲି ଶ୍ରୀରାମପୁର ପ୍ରାକ୍ତନ ସରପଞ୍ଚ ନୁସିଂହ କୁଣ୍ଡ, ଉତ୍ସବ ମଲିକ, ନିରଞ୍ଜନ ପ୍ରଧାନ, ସର୍ବେଶ୍ୱର ସେଠୀ, ପହଲ୍ଲାଦ ପଣ୍ଡା, ମନ୍ମଥ ପାତ୍ର, ସତ୍ୟବ୍ରତ ସାହୁ, ଟୁକୁନି ପଣ୍ଡା, ଗୋବିନ୍ଦ ନାୟକ, ଶରତ ମଲିକ, ଅର୍ଜୁନ ସେଠୀ, ବିନାୟକ ପଣ୍ଡା, ରଶ୍ମି କୁଣ୍ଡ, ରବୀନ୍ଦ୍ର ମାଝି, ବିମ୍ବାଧର ସେଠୀ ସମେତ ଶତାଧିକ ଗ୍ରାମବାସୀ ପଟ୍ଟାମୁଣ୍ଡାଇ ଜଳସମ୍ପଦ ବିଭାଗ ସବ୍‌ଡିଭିଜନ ସମ୍ମୁଖରେ ଧାରଣା ଦେବାକୁ ଚେତାବନୀ ଦେଇଛନ୍ତି। ଏ ସମ୍ପର୍କରେ ପଟ୍ଟାମୁଣ୍ଡାଇ ସବ୍‌ଡିଭିଜନ ସହ ନିର୍ବାହୀ ଯନ୍ତ୍ରୀ ପ୍ରଭାତ ସାହୁଙ୍କୁ ପଚାରିବାରୁ ବଡ ବନ୍ୟା ପାଇଁ ଅଳ୍ପ କେତେଟା ପଥର ଖସିଛି। ପାଳପାଟଣା ସ୍ପର ଓ ପଥର ପ୍ୟାକିଂ କାର୍ଯ୍ୟଶେଷ ହୋଇଯାଇଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ, କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଦେହାନ୍ତ

କଟକ,୧୫ା୨:  ଓଡ଼ିଶାର ସୁନାମଧନ୍ୟ କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ । କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ହୋଇଥିବା ସୂଚନା ରହିଛି । ଗତ…

ନକଲି ମାଓବାଦୀ ପୋଷ୍ଟର ମାମଲାରେ ଦୁଇ ଗିରଫ, ସ୍କାନରରେ ଅଛନ୍ତି….

ରାୟଗଡ଼ା,୧୫/୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡାରୁ ଦୁଇ ନକଲି ମାଓବାଦୀଙ୍କୁ ଗିରଫ କରିଛି ରାୟଗଡ଼ା ପୋଲିସ । ଏହି ଦୁଇଜଣଙ୍କ ମଧ୍ୟରୁ ଜଣେ ସାମ୍ବାଦିକ ଓ ଅନ୍ୟଜଣେ ବଳୀ…

ଜୟଦୂର୍ଗା ଫାଉଣ୍ଡେସନ ଟ୍ରଷ୍ଟ ଅଧ୍ୟକ୍ଷା ଗିରଫ ମାମଲା; ଖୋଲୁଛି ଗୁମର, ଚାକିରି ଦେବା ନାଁରେ ଠକେଇ…

ହାଟଡିହୀ,୧୫।୨(ଶୁଭକାନ୍ତ ନାୟକ): ଜୟଦୂର୍ଗା ଫାଉଣ୍ଡେସନ ଟ୍ରଷ୍ଟ ଅଧ୍ୟକ୍ଷା ସୁରେଶ୍ୱରୀ ସାଗରୀକା ଜେନା ଏକ ଠକେଇ ମାମଲାରେ ଗତ ଶନିବାର ଗିରଫ ହେବା ପରେ ତାଙ୍କର ଠକେଇ ଗୁମର…

ଥୁଆମୂଳ ରାମପୁର ପୋଲିସର କାର୍ଯ୍ୟାନୁଷ୍ଠାନ, ୩ଟି ବାଲି ବୋଝେଇ ହାଇୱା ଜବତ

ଥୁଆମୂଳ ରାମପୁର, ୧୫ା୨ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ପୋଲିସ ପକ୍ଷରୁ ବେଆଇନ ବାଲି ଚୋରା ଚାଲାଣ ବିରୋଧରେ ଏକ ବଡ଼ ଧରଣର…

ଜାତୀୟ ସମ୍ମିଳନୀରେ ଯୋଗ ଦେବେ ଆଇନଜୀବୀ ହରପ୍ରସାଦ

ଦିଗପହଣ୍ଡି,୧୫ା୨(ଅଶେଷ ନାଥ ମିଶ୍ର): ଭାରତୀୟ ସାଂସ୍କୃତିକ ସହଯୋଗ ଓ ମୈତ୍ରୀ ସମିତି (ଇସକଫ)ର ଜାତୀୟ ସମ୍ମିଳନୀରେ ଯୋଗଦେବାକୁ ଆଇନଜୀବୀ ହରପ୍ରସାଦ ରଥ ତାମିଲନାଡୁ ଗସ୍ତ କରିବେ ବୋଲି…

ଜାଗରରେ ବିଭତ୍ସ ହତ୍ୟା, ବଡ଼ ଭାଇକୁ କଟୁରୀରେ ହାଣିଲେ ସାନ ଭାଇ

ପାଲଲହଡା,୧୫ା୨(ଦିବ୍ୟଜ୍ୟୋତି ଦାଶ): ବଡ଼ ଭାଇକୁ ହତ୍ୟା କଲେ ସାନ ଭାଇ । କଟୁରୀରେ ବେକ କାଟି ହତ୍ୟା କଲେ ସାନ ଭାଇ। ମୃତକ ଜଣକ ହେଲେ ଲିପୁ…

IND VS PAK: ଭାରତ-ପାକ୍‌ ମ୍ୟାଚ୍‌ ପୂର୍ବରୁ ପ୍ରେମଦାସା ଷ୍ଟାଡିୟମରେ ସାପ ଆତଙ୍କ; ପାକିସ୍ତାନ ଡଗ୍‌ଆଉଟ୍‌ରେ…

କଲମ୍ବୋ,୧୫।୨: କଲମ୍ବୋର ଆର. ପ୍ରେମଦାସା ଷ୍ଟାଡିୟମରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ହେବାକୁ ଥିବା ମହାନ ମୁକାବିଲା ପୂର୍ବରୁ ଏକ ଅଭାବନୀୟ ଚିତ୍ର ସାମ୍ନାକୁ ଆସିଛି। କ୍ରିକେଟର…

ପ୍ରତିଦିନ ଖାଆନ୍ତୁ ଦୁଇ ପାଖୁଡା ରସୁଣ, ରକ୍ତଚାପ ନିୟନ୍ତ୍ରଣ ସହିତ ଭଲ ରହିବ…

ରସୁଣରେ ଆଲିସିନ୍, ମାଙ୍ଗାନିଜ୍, ଭିଟାମିନ୍ ବି୬, ଭିଟାମିନ୍ ସି, ସେଲେନିୟମ୍, ଫାଇବର, କ୍ୟାଲସିୟମ୍, ପୋଟାସିୟମ୍, ଆଇରନ୍ ଏବଂ କପର ସମେତ ଅନେକ ପୁଷ୍ଟିକର ତତ୍ତ୍ୱ ଯଥେଷ୍ଟ ପରିମାଣରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri