Posted inଖେଳ

ଟି୨୦ ବିଶ୍ୱକପ୍‌ରେ ନ ଖେଳିପାରନ୍ତି ଇଂଲଣ୍ଡର ଷ୍ଟାର ଖେଳାଳି

ଲଣ୍ଡନ,୭।୯: ଇଂଲଣ୍ଡର ଷ୍ଟାର ଅଲରାଉଣ୍ଡର ବେନ ଷ୍ଟୋକ୍ସ ସମ୍ଭବତଃ ଟି୨୦ ବିଶ୍ୱକପ୍‌ ଅଭିଯାନର ଅଂଶବିଶେଷ ହୋଇପାରିବେ ନାହିଁ। କାରଣ ଅଲରାଉଣ୍ଡରଙ୍କ ବ୍ୟକ୍ତିଗତ ନିଷ୍ପତ୍ତିକୁ ଆଗ୍ରାଧ୍ୟକାର ଦେଉଥିବା କହିଛନ୍ତି ଦଳର ମୁଖ୍ୟ କୋଚ୍‌ କ୍ରିସ ସିଲଭରଉଡ୍‌।

୩୦ ବର୍ଷୀୟ ଷ୍ଟୋକ୍ସ ମାନସିକ ସ୍ବାସ୍ଥ୍ୟକୁ ଗୁରୁତ୍ୱ ଦେବା ପାଇଁ କ୍ରିକେଟରୁ ଦୂରେଇ ଯାଇଛନ୍ତି। କିନ୍ତୁ ଟି୨୦ ବିଶ୍ୱକପ୍‌ ପାଇଁ ଶୁକ୍ରବାର ସୁଦ୍ଧା ଅଂଶଗ୍ରହଣକାରୀ ସମସ୍ତ ଦେଶକୁ ୧୫ ଜଣିଆ ଦଳ ଘୋଷଣା କରିବାକୁ ପଡ଼ିବ। ଏଣୁ ଷ୍ଟୋକ୍ସଙ୍କୁ ଇଂଲଣ୍ଡ ଦଳରେ ସ୍ଥାନ ମିଳିବାର ସମ୍ଭାବନା କ୍ଷୀଣ। ୧୫ ଜଣିଆ ଦଳ ସହ ୩ ଷ୍ଟାଣ୍ଡବାଇ ଖେଳାଳିଙ୍କ ନାମ ଘୋଷଣା କରିବାକୁ ଇସିବି ଯୋଜନା କରୁଛି। ଏହି ତାଲିକାରେ ମଧ୍ୟ ଷ୍ଟୋକ୍ସଙ୍କୁ ସ୍ଥାନ ନ ମିଳିପାରେ।

ମୁଁ ଷ୍ଟୋକ୍ସଙ୍କ ସହ ଏପର୍ଯ୍ୟନ୍ତ ଆଲୋଚନା କରି ନାହିଁ। କାରଣ ମୁଁ ତାଙ୍କୁ ଯଥା ସମ୍ଭବ ସମୟ ଦେବାକୁ ଚାହେଁ। ଖୁବ୍‌ ଶୀଘ୍ର ତାଙ୍କୁ ଯୋଗାଯୋଗ କରାଯିବ। କିନ୍ତୁ ମୁଁ ତାଙ୍କ ଉପରେ କୌଣସି ଚାପ ପକାଇବି ନାହିଁ। ଷ୍ଟୋକ୍ସଙ୍କୁ ଯେଉଁ ଭଳି ସମର୍ଥନ ଦରକାର ତାଙ୍କୁ ମିଳିବ। ମୁଁ କେବଳ ତାଙ୍କ ମାନସିକ ସ୍ବାସ୍ଥ୍ୟାବସ୍ଥା ପାଇଁ ଚିନ୍ତିତ ବୋଲି ସିଲଭରଉଡ୍‌ କହିଛନ୍ତି। ଉଲ୍ଲେଖଯୋଗ୍ୟ, ଆସନ୍ତା ଅକ୍ଟୋବର ୧୭ରୁ ନଭେମ୍ବର ୧୪ ପର୍ଯ୍ୟନ୍ତ ୟୁଏଇ ଓ ଓମାନଠାରେ ଟି୨୦ ବିଶ୍ୱକପ୍‌ ଖେଳାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଜୟଦୂର୍ଗା ଫାଉଣ୍ଡେସନ ଟ୍ରଷ୍ଟ ଅଧ୍ୟକ୍ଷା ଗିରଫ ମାମଲା; ଖୋଲୁଛି ଗୁମର, ଚାକିରି ଦେବା ନାଁରେ ଠକେଇ…

ହାଟଡିହୀ,୧୫।୨(ଶୁଭକାନ୍ତ ନାୟକ): ଜୟଦୂର୍ଗା ଫାଉଣ୍ଡେସନ ଟ୍ରଷ୍ଟ ଅଧ୍ୟକ୍ଷା ସୁରେଶ୍ୱରୀ ସାଗରୀକା ଜେନା ଏକ ଠକେଇ ମାମଲାରେ ଗତ ଶନିବାର ଗିରଫ ହେବା ପରେ ତାଙ୍କର ଠକେଇ ଗୁମର…

ଟି-୨୦ ବିଶ୍ୱକପ୍ ୨୦୨୬: ଟସ୍ ଜିତି ପାକିସ୍ତାନର ବୋଲିଂ ନିଷ୍ପତ୍ତି, ହ୍ୟାଣ୍ଡସେକ୍ ପାଇଁ ପୁଣି…

କଲମ୍ବୋ,୧୫।୨: ଟି-୨୦ ବିଶ୍ୱକପ୍ ୨୦୨୬ର ହାଇଭୋଲ୍ଟେଜ୍ ଗ୍ରୁପ୍-ଏ ମ୍ୟାଚରେ ପାକିସ୍ତାନ ଅଧିନାୟକ ସଲମାନ ଆଘା ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଫଳରେ ଭାରତୀୟ…

ଥୁଆମୂଳ ରାମପୁର ପୋଲିସର କାର୍ଯ୍ୟାନୁଷ୍ଠାନ, ୩ଟି ବାଲି ବୋଝେଇ ହାଇୱା ଜବତ

ଥୁଆମୂଳ ରାମପୁର, ୧୫ା୨ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ପୋଲିସ ପକ୍ଷରୁ ବେଆଇନ ବାଲି ଚୋରା ଚାଲାଣ ବିରୋଧରେ ଏକ ବଡ଼ ଧରଣର…

ଜାଗରରେ ବିଭତ୍ସ ହତ୍ୟା, ବଡ଼ ଭାଇକୁ କଟୁରୀରେ ହାଣିଲେ ସାନ ଭାଇ

ପାଲଲହଡା,୧୫ା୨(ଦିବ୍ୟଜ୍ୟୋତି ଦାଶ): ବଡ଼ ଭାଇକୁ ହତ୍ୟା କଲେ ସାନ ଭାଇ । କଟୁରୀରେ ବେକ କାଟି ହତ୍ୟା କଲେ ସାନ ଭାଇ। ମୃତକ ଜଣକ ହେଲେ ଲିପୁ…

IND VS PAK: ଭାରତ-ପାକ୍‌ ମ୍ୟାଚ୍‌ ପୂର୍ବରୁ ପ୍ରେମଦାସା ଷ୍ଟାଡିୟମରେ ସାପ ଆତଙ୍କ; ପାକିସ୍ତାନ ଡଗ୍‌ଆଉଟ୍‌ରେ…

କଲମ୍ବୋ,୧୫।୨: କଲମ୍ବୋର ଆର. ପ୍ରେମଦାସା ଷ୍ଟାଡିୟମରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ହେବାକୁ ଥିବା ମହାନ ମୁକାବିଲା ପୂର୍ବରୁ ଏକ ଅଭାବନୀୟ ଚିତ୍ର ସାମ୍ନାକୁ ଆସିଛି। କ୍ରିକେଟର…

ପ୍ରତିଦିନ ଖାଆନ୍ତୁ ଦୁଇ ପାଖୁଡା ରସୁଣ, ରକ୍ତଚାପ ନିୟନ୍ତ୍ରଣ ସହିତ ଭଲ ରହିବ…

ରସୁଣରେ ଆଲିସିନ୍, ମାଙ୍ଗାନିଜ୍, ଭିଟାମିନ୍ ବି୬, ଭିଟାମିନ୍ ସି, ସେଲେନିୟମ୍, ଫାଇବର, କ୍ୟାଲସିୟମ୍, ପୋଟାସିୟମ୍, ଆଇରନ୍ ଏବଂ କପର ସମେତ ଅନେକ ପୁଷ୍ଟିକର ତତ୍ତ୍ୱ ଯଥେଷ୍ଟ ପରିମାଣରେ…

ଟି-୨୦ ବିଶ୍ଵକପ୍ ପୂର୍ବରୁ ପାକିସ୍ତାନକୁ ନିର୍ଧୂମ ଛେଚିଲା ଭାରତ; ୮ ୱିକେଟରେ ଜିତିଲା ମହିଳା ଦଳ

ବ୍ୟାଙ୍କକ୍,୧୫।୨: କଲମ୍ବୋରେ ଭାରତ ଓ ପାକିସ୍ତାନ ମଧ୍ୟରେ ହେବାକୁ ଥିବା ହାଇଭୋଲଟେଜ୍ ପୁରୁଷ ଟି-୨୦ ବିଶ୍ଵକପ୍ ମ୍ୟାଚ୍ ପୂର୍ବରୁ, ବ୍ୟାଙ୍କକରେ ଭାରତୀୟ ମହିଳା ‘ଏ’ ଦଳ ପାକିସ୍ତାନକୁ…

PM Kisan:  ଆସିଲା ବଡ଼ ଅପଡେଟ୍‌: ଏହି ଦିନ ଚାଷୀଙ୍କ ଖାତାକୁ ଆସିବ ୨୦୦୦ ଟଙ୍କା… 

ନୂଆଦିଲ୍ଲୀ,୧୫।୨: ଦେଶର କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ଆର୍ଥିକ ସହାୟତା ଯୋଗାଇବା ପାଇଁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ପିଏମ-କିଷାନ ଯୋଜନାର ପରବର୍ତ୍ତୀ କିସ୍ତି ଖୁବ୍‌ଶୀଘ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri