Posted inଖେଳ

ଟି୨୦ ବିଶ୍ୱକପ୍‌ରେ ନ ଖେଳିପାରନ୍ତି ଇଂଲଣ୍ଡର ଷ୍ଟାର ଖେଳାଳି

ଲଣ୍ଡନ,୭।୯: ଇଂଲଣ୍ଡର ଷ୍ଟାର ଅଲରାଉଣ୍ଡର ବେନ ଷ୍ଟୋକ୍ସ ସମ୍ଭବତଃ ଟି୨୦ ବିଶ୍ୱକପ୍‌ ଅଭିଯାନର ଅଂଶବିଶେଷ ହୋଇପାରିବେ ନାହିଁ। କାରଣ ଅଲରାଉଣ୍ଡରଙ୍କ ବ୍ୟକ୍ତିଗତ ନିଷ୍ପତ୍ତିକୁ ଆଗ୍ରାଧ୍ୟକାର ଦେଉଥିବା କହିଛନ୍ତି ଦଳର ମୁଖ୍ୟ କୋଚ୍‌ କ୍ରିସ ସିଲଭରଉଡ୍‌।

୩୦ ବର୍ଷୀୟ ଷ୍ଟୋକ୍ସ ମାନସିକ ସ୍ବାସ୍ଥ୍ୟକୁ ଗୁରୁତ୍ୱ ଦେବା ପାଇଁ କ୍ରିକେଟରୁ ଦୂରେଇ ଯାଇଛନ୍ତି। କିନ୍ତୁ ଟି୨୦ ବିଶ୍ୱକପ୍‌ ପାଇଁ ଶୁକ୍ରବାର ସୁଦ୍ଧା ଅଂଶଗ୍ରହଣକାରୀ ସମସ୍ତ ଦେଶକୁ ୧୫ ଜଣିଆ ଦଳ ଘୋଷଣା କରିବାକୁ ପଡ଼ିବ। ଏଣୁ ଷ୍ଟୋକ୍ସଙ୍କୁ ଇଂଲଣ୍ଡ ଦଳରେ ସ୍ଥାନ ମିଳିବାର ସମ୍ଭାବନା କ୍ଷୀଣ। ୧୫ ଜଣିଆ ଦଳ ସହ ୩ ଷ୍ଟାଣ୍ଡବାଇ ଖେଳାଳିଙ୍କ ନାମ ଘୋଷଣା କରିବାକୁ ଇସିବି ଯୋଜନା କରୁଛି। ଏହି ତାଲିକାରେ ମଧ୍ୟ ଷ୍ଟୋକ୍ସଙ୍କୁ ସ୍ଥାନ ନ ମିଳିପାରେ।

ମୁଁ ଷ୍ଟୋକ୍ସଙ୍କ ସହ ଏପର୍ଯ୍ୟନ୍ତ ଆଲୋଚନା କରି ନାହିଁ। କାରଣ ମୁଁ ତାଙ୍କୁ ଯଥା ସମ୍ଭବ ସମୟ ଦେବାକୁ ଚାହେଁ। ଖୁବ୍‌ ଶୀଘ୍ର ତାଙ୍କୁ ଯୋଗାଯୋଗ କରାଯିବ। କିନ୍ତୁ ମୁଁ ତାଙ୍କ ଉପରେ କୌଣସି ଚାପ ପକାଇବି ନାହିଁ। ଷ୍ଟୋକ୍ସଙ୍କୁ ଯେଉଁ ଭଳି ସମର୍ଥନ ଦରକାର ତାଙ୍କୁ ମିଳିବ। ମୁଁ କେବଳ ତାଙ୍କ ମାନସିକ ସ୍ବାସ୍ଥ୍ୟାବସ୍ଥା ପାଇଁ ଚିନ୍ତିତ ବୋଲି ସିଲଭରଉଡ୍‌ କହିଛନ୍ତି। ଉଲ୍ଲେଖଯୋଗ୍ୟ, ଆସନ୍ତା ଅକ୍ଟୋବର ୧୭ରୁ ନଭେମ୍ବର ୧୪ ପର୍ଯ୍ୟନ୍ତ ୟୁଏଇ ଓ ଓମାନଠାରେ ଟି୨୦ ବିଶ୍ୱକପ୍‌ ଖେଳାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ବ୍ରେକ୍ ଫେଲ୍ ଯୋଗୁଁ ମର୍ମନ୍ତୁଦ ଦୁର୍ଘଟଣା, ୨ ଡ୍ରାଇଭରଙ୍କ ମୃତ୍ୟୁ

ସୁନ୍ଦରଗଡ଼: କୋଇଡାରେ ସଡ଼କ ଦୁର୍ଘଟଣା । ମୁହାଁମୁହିଁ ଧକ୍କା ହେଲା ଦୁଇ ଟ୍ରକ । ଭୟଙ୍କର ଦୁର୍ଘଟଣାରେ ୨ ଡ୍ରାଇଭରଙ୍କ ମୃତ୍ୟୁ ହୋଇଥିବା ସୂଚନା ରହିଛି...

ବାଂଲାଦେଶରେ କଳାକାରଙ୍କ ଉପରେ ଆକ୍ରମଣ, ପଥର ଫିଙ୍ଗିବା ପରେ ଗାୟକଙ୍କ…

ନୂଆଦିଲ୍ଲୀ,୨୭ା୧୨: ବାଂଲାଦେଶରେ କଳାକାର ଏବଂ ସାଂସ୍କୃତିକ ଅନୁଷ୍ଠାନ ଉପରେ ଆକ୍ରମଣର ଧାରାବାହିକ ଅହରହ ଜାରି ରହିଛି । ସଦ୍ୟତମ ଘଟଣାଟି ଢାକାରୁ ପ୍ରାୟ ୧୨୦ କିଲୋମିଟର...

କଂସଙ୍କ ମଥୁରା ଭ୍ରମଣ, ନନ୍ଦ ଦରବାର ଉଦ୍‌ଘାଟିତ

ମଥୁରାନଗରୀ/ଗୋପପୁର,୨୭।୧୨(ପ୍ରେମାନନ୍ଦ ଖମାରୀ):ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବର ଶୁକ୍ରବାର ଥିଲା ତୃତୀୟ ଦିବସ। ଅନ୍ୟଦିନ ଭଳି କଂସ ମହାରାଜ ନିଜ ପାତ୍ରମନ୍ତ୍ରୀଙ୍କ ସହିତ ରାଜମହଲରୁ...

ମୀନ ରାଶିରେ ଚନ୍ଦ୍ରଦେବ, ବର୍ଷର ଶେଷ ଶନିବାରରେ କନ୍ୟା ରାଶି ସମେତ ଏହି ରାଶି ପାଇଁ ଶୁଭ

ଆଜି ଭାବପ୍ରବଣ ସଚେତନତା ଏବଂ ନୀରବ ଆତ୍ମନିରୀକ୍ଷଣର ଦିନ। ମୀନ ରାଶିରେ ଚନ୍ଦ୍ରର ଭ୍ରମଣ ସହାନୁଭୂତି, କଳ୍ପନା ଏବଂ ଆନ୍ତରିକ ଶାନ୍ତିକୁ ପ୍ରୋତ୍ସାହିତ କରେ। ଆଜିର...

ଏହି ରାଶି ଉପରେ ଶନିଙ୍କ ପ୍ରକୋପ, ସାଢେ ସତୀ ଚାଲିରେ ବରବାଦ ହୋଇଯିବେ!

୨୦୨୬ରେ, ଶନି ସାରା ବର୍ଷ ପାଇଁ ମୀନ ରାଶିରେ ଭ୍ରମଣ କରିବେ, ଯାହା ଫଳରେ ମେଷ, ମୀନ ଏବଂ କୁମ୍ଭ ରାଶି ଶନିଙ୍କ ସାଡେ ସତୀ...

ଭାଜପା ସରକାରର ବିଫଳତାକୁ ନେଇ ଗାଁକୁ ଯିବ ବିଜେଡି

ଭବାନୀପାଟଣା: ୨୬ା୧୨(ଉତ୍ତମ କୁମାର ଦାଶ):୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ଏହି ଅବସରରେ ଶୁକ୍ରବାର କଳାହାଣ୍ଡି ଜିଲା...

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

୨ ମହିଳାଙ୍କ ସମେତ ୬ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା/କୋମନା,୨୬ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ରହିଛନ୍ତି। ପ୍ରତିଦିନ ଜିଲାରୁ ଶତାଧିକ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri