ଏବେ ବି ସହାୟତା ଅପେକ୍ଷାରେ ବିପନ୍ନ

ପୁରୀ ଅଫିସ,୧୩।୧୦:ଓଡ଼ିଶା ପାଇଁ ଅକ୍ଟୋବର ଏବେ ବାତ୍ୟା ମାସ ଭାବେ ଜଣା। ଓଡ଼ିଶାକୁ ଆସୁଥିବା ବାତ୍ୟାର ଅଧିକାଂଶ ପୂର୍ବ ଉପକୂଳର ପୁରୀ ସହରକୁ ଅଳ୍ପବହୁତ ପ୍ରଭାବିତ କରେ। ଏହି ଅକ୍ଟୋବରରେ ହିଁ ୧୯୯୯ ମହାବାତ୍ୟାଠାରୁ ଆରମ୍ଭ କରି ଫାଇଲିନ୍‌, ତିତିଲି ଓ ହୁଡ୍‌ହୁଡ୍‌ ଇତ୍ୟାଦି ବାତ୍ୟା ହୋଇଛି। ଫାଇଲିନ୍‌ ଓ ହୁଡ୍‌ହୁଡ୍‌ ୨ଟି ଯାକ ବାତ୍ୟାକୁ ୮ ବର୍ଷ ପୂରିଛି। ପୁରୀ ସହରର ଆର୍ଥିକ ମେରୁଦଣ୍ଡକୁ ଏହି ଦୁଇ ବାତ୍ୟା ପ୍ରଭାବିତ କରି ଚାଲିଯାଇଥିବା ବେଳେ ଏହାର ପଦଚିହ୍ନ ଏବେ ମଧ୍ୟ ଜଳଜଳ ହୋଇ ଦିଶେ। ଫଳରେ କ୍ଷତିଗ୍ରସ୍ତ ହୋଇଥିବା ବିପନ୍ନମାନେ ଏବେ ବି ସହାୟତା ଅପେକ୍ଷାରେ ଚାହିଁ ରହିଛନ୍ତି। ନାରିକେଳ ଚାଷ ଓ ବିକ୍ରି ପାଇଁ ସାରା ରାଜ୍ୟରେ ଜଣାଶୁଣା ସାକ୍ଷୀଗୋପାଳ ପୁରୀ ଜିଲାରେ ଅବସ୍ଥିତ। ଫାଇଲିନ ଭଳି ବାତ୍ୟା ଏଭଳି ଚାଷ ଓ ଏହାର ଚାଷୀଙ୍କୁ ବ୍ୟାପକ ପ୍ରଭାବିତ କରି ଛାଡ଼ିଛି। ପରେ ସରକାରଙ୍କ ତରଫରୁ କ୍ଷତିପୂରଣ ମିଳିଥିଲେ ଗଛକୁ ପୁଣି ଥରେ ବଡ଼ କରି ଚାଷ ଉପଯୋଗୀ କରିବା ପାଇଁ ଯେଉଁ ସମୟ ଦରକାର ତାହା କେହି ଦେଇପାରି ନ ଥିଲେ ବୋଲି ନଡ଼ିଆ ଚାଷୀ ଆଶୁତୋଷ ମିଶ୍ର କହିଛନ୍ତି।
ପରେ ନଡ଼ିଆ ଚାଷକୁ ନେଇ ଚାଷୀମାନେ ଏକରକମର ନୈରାଶ୍ୟଜନକ ସ୍ଥିତିକୁ ଚାଲି ଆସିଥିଲେ। ସେହିଭଳି ସରକାରୀ ସ୍ତରରେ ନଡ଼ିଆ ଚାଷକୁ ବାତ୍ୟା ପରେ ପ୍ରୋତ୍ସାହନ ମିଳୁଥିଲେ ମଧ୍ୟ ଏହା ଏକ ସମୟସାପେକ୍ଷ ଚାଷ ହୋଇଥିବା ହେତୁ ଚାଷୀ ମେରୁଦଣ୍ଡ ସମ୍ଭାଳିବାକୁ ସମୟ ଲାଗେ। ଅନ୍ୟପକ୍ଷରେ ସମୁଦ୍ର ଉପକୂଳବର୍ତ୍ତୀ ବ୍ଲକ୍‌ ବ୍ରହ୍ମଗିରି, କୃଷ୍ଣପ୍ରସାଦ ଓ ଅସ୍ତରଙ୍ଗ ଏହି ବାତ୍ୟାରେ ବ୍ୟାପକ ଭାବେ ପ୍ରଭାବିତ ହୋଇଥିଲେ। ପୁରୀ ସହରରେ ୧ ଲକ୍ଷ ପାଖାପାଖି ଲୋକଙ୍କୁ ସେତେବେଳେ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରାଯାଇଥିବା ବେଳେ ଅଧିକାଂଶ ଲୋକେ ବାତ୍ୟା ପରେ ବାସଗୃହ ହରାଇଥିଲେ। ସରକାରୀ ସ୍ତରରେ ବାସଗୃହ ଯୋଗାଇବା ପାଇଁ ସମସ୍ତ ପ୍ରଚେଷ୍ଟା ହୋଇଥିଲେ ମଧ୍ୟ ବର୍ତ୍ତମାନ ପର୍ଯ୍ୟନ୍ତ ଲୋକେ ଜିଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣ ଦେଇ ଫାଇଲିନ ସହାୟତା ମାଗୁଛନ୍ତି। ଶ୍ରେଣୀ-୫ର ବାତ୍ୟାର ଭାବେ ମାନ୍ୟତା ପାଇଥିବା ଫାଇଲିନ୍‌ ସାରା ଓଡ଼ିଶାକୁ ଓ ବିଶେଷ ଭାବେ ଉପକୂଳ ଓଡ଼ିଶାକୁ ଅକଥନୀୟ ଯନ୍ତ୍ରଣା ଦେଇ ଯାଇଛି। ମାତ୍ର ଏବେ ମଧ୍ୟ ଲୋକେ ଫାଇଲିନ୍‌ର କଷଣକୁ ବୋହୁଛନ୍ତି। ସେହିଭଳି ୨୦୧୪ ଅକ୍ଟୋବରରେ ହୁଡ୍‌ହୁଡ୍‌ ବାତ୍ୟା ବିଶାଖାପାଟଣାରେ ସ୍ଥଳ ଭାଗ ଛୁଇଁଥିବା ବେଳେ ପୁରୀ ଜିଲାର କିଛି ସ୍ଥାନରେ କ୍ଷତିଗ୍ରସ୍ତ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

T20 ବିଶ୍ୱକପ୍‌ରୁ ବାଦ୍ ପଡ଼ିବ କି ଅଷ୍ଟ୍ରେଲିଆ? ଦମଦାର ବିଜୟ ସହ ସୁପର-୮ରେ ଶ୍ରୀଲଙ୍କା

ନୂଆଦିଲ୍ଲୀ,୧୬।୨: ଚଳିତ T20 ବିଶ୍ୱକପ୍ ୨୦୨୬ରେ ଦେଖିବାକୁ ମିଳିଛି ଏକ ବଡ଼ ବିପର୍ଯ୍ୟୟ। ଓପନର ପଥୁମ ନିସାଙ୍କାଙ୍କ ବିଧ୍ୱଂସକାରୀ ଶତକ ବଳରେ ଶ୍ରୀଲଙ୍କା ୮ ୱିକେଟ୍‌ରେ ଅଷ୍ଟ୍ରେଲିଆକୁ…

ପୂର୍ବତନ ବିଧାୟିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କ ପରଲୋକ; ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ୱର,୧୬।୨: ସମ୍ବଲପୁରର ପୂର୍ବତନ ବିଧାୟିକା ତଥା ବିଶିଷ୍ଟ ଚିକିତ୍ସିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କର ଦେହାନ୍ତ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୯ ବର୍ଷ ବୟସ ହୋଇଥିଲା। ସମ୍ବଲପୁର…

ନକଲି ମାଓବାଦୀ ଆତ୍ମସମର୍ପଣ ଯୋଜନା ପଣ୍ଡ: ଖବରଦାତାଙ୍କ ସହ ୪ ଗିରଫ

ରାୟଗଡ଼ା,୧୬।୨(ଆଶିଷ ରଞ୍ଜନ ପଣ୍ଡା) ମାଓବାଦୀଙ୍କ ନାଁରେ ପୋଷ୍ଟର ମାରିବା ଏବଂ ନକଲି ମାଓବାଦୀଙ୍କୁ ଆତ୍ମସମର୍ପଣ କରାଇ ସରକାରୀ ଅର୍ଥ ଲୁଟ ପାଇଁ ଉଦ୍ୟମ କରିବା ଘଟଣାରେ ରାୟଗଡ଼ା…

ବଟେଶ୍ୱର ଜାଗର ମହୋତ୍ସବ: ମୋହିଲା ଛାତ୍ରୀଛାତ୍ରଙ୍କ ନୃତ୍ୟ

ଗଞ୍ଜାମ,୧୬ା୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ପ୍ରସିଦ୍ଧ ବଟେଶ୍ୱର ମନ୍ଦିର ବାଲିଯାତ୍ରା ପଡିଆରେ ମହାଶିବରାତ୍ରି ଉପଲକ୍ଷେ ପ୍ରଥମଥର ପାଇଁ ଜାଗର ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି।…

ପୂର୍ବତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀଙ୍କ ପରଲୋକ

ସମ୍ୱଲପୁର,୧୬।୨: ସମ୍ୱଲପୁର ପୂର୍ବତନ ବିଧାୟିକା ଡା. ରାସେଶ୍ୱରୀ ପାଣିଗ୍ରାହୀଙ୍କ ସୋମବାର ରାତିରେ ପରଲୋକ ହୋଇଯାଇଛି। ତାଙ୍କୁ ମୃତ୍ୟୁ ବେଳକୁ ୭୯ ବର୍ଷ ବୟସ ହୋଇଥିଲା। ରାତି ପ୍ରାୟ…

ଏହି ଷ୍ଟେସନର ବଦଳିବ କାୟାକଳ୍ପ: ଏତିକି କୋଟି ମଞ୍ଜୁର କଲେ କେନ୍ଦ୍ର ସରକାର

ଭୁବନେଶ୍ୱର,୧୬।୨: ଓଡ଼ିଶାର ରେଳ ଭିତ୍ତିଭୂମି ପାଇଁ ୯୩.୧୯ କୋଟି ଟଙ୍କା ଅନୁମୋଦନ କରିଛନ୍ତି କେନ୍ଦ୍ର ସରକାର। ଏହି ଟଙ୍କାରେ ବ୍ରହ୍ମପୁର ରେଳ ଷ୍ଟେସନର ପୁନଃ ବିକାଶ କରାଯିବ।…

ମହିଳାଙ୍କୁ ଗୋଡାଇ କାମୁଡ଼ିଲା ବିଲୁଆ

ଦିଗପହଣ୍ଡି,୧୬।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ୫ ନଂ ୱାର୍ଡ ପଠାଣ ଗଳି ବାସିନ୍ଦା କେ.ପାର୍ୱତୀ ଦୋରା(୪୦) ବିଲୁଆ କାମଡ଼ାରେ ଗୁରୁତର ଆହତ ହୋଇଛନ୍ତି।…

ତୃତୀୟ ଥର ବିବାହ ବନ୍ଧନରେ ବାନ୍ଧିହେଲେ IAS ଅଫିସର, ତିନି ସ୍ତ୍ରୀ IAS

ଭୋପାଳ,୧୬।୨: ଜଣେ IAS ଅଫିସର ଏବେ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ଏବେ ଚର୍ଚ୍ଚାର ଶିଖରରେ ଅଛନ୍ତି। ସେ ନିକଟରେ ତୃତୀୟ ଥର ପାଇଁ ବିବାହ କରିଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri