ତଥାପି ବିଜୟିନୀ

ଡ. ନିଖିଳାନନ୍ଦ ପାଣିଗ୍ରାହୀ

ଉପାଧି-ଲାଳସାରୂପ ମହାବ୍ୟାଧି,ହୋଇଛି ସାତ୍ତ୍ୱିକ ଧରମର ବାଦୀ।
ଅସର ଝଟକ ହୋଇଅଛି ସାର, ଭଣ୍ଡତାର ବଢ଼ିଯାଇଛି ପ୍ରସାର।
କରୁଛନ୍ତି ଲୋକେ ଉପାଧି ଆଶାରେ,ମନୁଷ୍ୟର ପୂଜା ଷୋଡ଼ଶୋପଚାରେ।“
-କବିବର ରାଧାନାଥ ରାୟ
(୧୮୪୮-୧୯୦୮), ଦରବାର।
ରାଧାନାଥଙ୍କ ଏହି ପଦ୍ୟାଂଶରେ ଯାହା ସୂଚିତ ହୋଇଛି, ତାହା ଯୁଗ ଯୁଗ ଧରି ଆମମାନଙ୍କ ଠାରେ ନିହିତ ଅଛି। ଏହି ଉପାଧି, ପୁରସ୍କାର, ନାମ, ଖ୍ୟାତି ପାଇଁ ପ୍ରାୟ ସମସ୍ତେ ବ୍ୟାକୁଳ। ଏହା ଆମର ଏକ ଅଲଂଘ୍ୟ ପ୍ରବୃତ୍ତି ପଦବାଚ୍ୟ। ତଥାପି ଯଦି ଏଥିରେ କୌଣସି ବ୍ୟତିକ୍ରମ ଘଟେ, ଏହା ହୋଇଯାଏ ଏକ ଐତିହାସିକ ବିରଳ ଦୃଷ୍ଟାନ୍ତ। ସଂଯୋଗବଶତଃ ଜଣେ ଏକତିରିଶ ବର୍ଷ ବୟସ୍କା ତରୁଣୀ ଏହି ସମ୍ମାନର ହକ୍‌ଦାର ହୋଇପାରିଥିଲେ। ତାଙ୍କ ଜୀବନ-ବୃତ୍ତାନ୍ତ ଚମକପ୍ରଦ। ଏହି ମହୀୟସୀ ମହିଳା ଜଣକ ହେଉଛନ୍ତି ୧୯୪୩ ରେ ଉତ୍ତର ଆୟର୍ଲାଣ୍ଡରେ ଜନ୍ମ ଗ୍ରହଣ କରିଥିବା ଜୋସେଲିନ ବେଲ ବର୍ନେଲ। ତାଙ୍କ ବାପା ଫିଲିପ ବୋଲି ଜଣେ ନାମଜାଦା ସ୍ଥପତି ବିଦ୍ୟାବିତ୍‌, ଯିଏ କି ଗୋଟିଏ ପ୍ଲାନେଟାରିଅମ୍‌ର ନକ୍ସା ଅଙ୍କନ କରିଥିଲେ। କନ୍ୟା ବର୍ନେଲ ପିଲାଦିନୁ ବାପାଙ୍କ ସାଙ୍ଗରେ ନିର୍ମାଣାଧୀନ ପ୍ଲାନେଟାରିଅମ୍‌କୁ ଯାଇଥିଲେ। ବର୍ନେଲ ବାପାଙ୍କ ପାଖରେ ଗଚ୍ଛିତ ଥିବା ଜ୍ୟୋତିର୍ବିଜ୍ଞାନ ବହିମାନ ମନଧ୍ୟାନ ଦେଇ ଅଧ୍ୟୟନ କରୁଥିଲେ। ତାଙ୍କୁ ପାଞ୍ଚବର୍ଷ ହୋଇଥିବା ବେଳେ ତାଙ୍କ ବାସସ୍ଥାନରେ ପ୍ରତିଷ୍ଠିତ ଲୁର୍ଗାନ କଲେଜର ଫ୍ରିପରେଟୋରି ଡିପାର୍ଟମେଣ୍ଟରେ ନାମ ଲେଖାଇଲେ ଏବଂ ସେଠାରେ ୮ ବର୍ଷ ଛାତ୍ରୀ ହୋଇଥିଲେ। ଏହି ସ୍କୁଲରେ କେବଳ ଛାତ୍ରମାନଙ୍କୁ ବିଜ୍ଞାନ ଓ ବୈଷୟିକ ଜ୍ଞାନ ବିଭାଗ ପାଇଁ ଶିକ୍ଷା ଦିଆଯାଉଥିଲା। କିନ୍ତୁ ଛାତ୍ରୀମାନେ ଏହି ସୁଯୋଗ ପାଉ ନ ଥିଲେ। ତତ୍‌ ପରିବର୍ତ୍ତେ ସିଲେଇ ଓ ରୋଷେଇ ସେମାନଙ୍କ ପାଠ୍ୟକ୍ରମରେ ଅନ୍ତର୍ଭୁକ୍ତ ହୋଇଥିଲା। ବାପା ଫିଲିପଙ୍କୁ ତାହା ଅସନ୍ତୁଷ୍ଟ କଲା। କର୍ତ୍ତୃପକ୍ଷଙ୍କ ନିକଟରେ ଏହି ନୀତି ବଦଳାଇବା ପାଇଁ ଦାବି କଲେ। କର୍ତ୍ତୃପକ୍ଷ ଅବଶ୍ୟ ତାଙ୍କ ଅନୁରୋଧ ପ୍ରତି କର୍ଣ୍ଣପାତ କଲେ। ତେବେ ପାଶ୍ଚାତ୍ୟ ଜଗତ ଆଧୁନିକ ବୋଲି ଆମ ମନରେ ଯେଉଁ ଧାରଣା ଅଛି, ସ୍ଥଳ ବିଶେଷରେ ଏଥିରେ ବ୍ୟତିକ୍ରମ ସୁସ୍ପଷ୍ଟ ଓ ଏହା ସଜାଡ଼ିବାକୁ ଚେଷ୍ଟା ଆବଶ୍ୟକ। ବର୍ନେଲ ସେଠାରେ ଇଲେଭେନ ପ୍ଲସ ପରୀକ୍ଷାରେ ଅକୃତକାର୍ଯ୍ୟ ହେଲେ। ଫଳରେ ଉତ୍ତମ କଲେଜରେ ସିଟ୍‌ ପାଇବା କଷ୍ଟକର ହେଲା।
ଫିଲିପ ଅନ୍ୟ ଏକ ଅନୁଷ୍ଠାନ ମାଉଣ୍ଟ ସ୍କୁଲରେ ବର୍ନେଲଙ୍କୁ ଦାଖିଲା କଲେ। ସେଠାରେ ମିଷ୍ଟର ଟିଲୋଟ ନାମକ ଜଣେ ଶିକ୍ଷକ ତାଙ୍କୁ ପଦାର୍ଥ ବିଜ୍ଞାନ ପଢ଼ାଇଲେ। ଏହି ଶିକ୍ଷଣ ହିଁ ବର୍ନେଲଙ୍କ ଜୀବନର ଗତିପଥ ଓ ମାନସିକତାକୁ ବଦଳାଇ ଦେଲା। ଟିଲୋଟଙ୍କ ବକ୍ତବ୍ୟର ସାରାଂଶ ହେଉଛି ଯେ, ଜଣେ ଅସଂଖ୍ୟ ତଥ୍ୟ ଜାଣିବା ଅନାବଶ୍ୟକ। ତନ୍ମଧ୍ୟରୁ ଅଳ୍ପ କିଛି ତଥ୍ୟ ବାଛି ତାହା ପ୍ରୟୋଗ କରିବା ଏବଂ ଏହାର ଉତ୍ତରୋତ୍ତର ସୋପାନରେ ଚଢ଼ି ଶିଖରରେ ପହଞ୍ଚତ୍ବା ପାଇଁ ଉଦ୍ୟମ କରିବା ଉଚିତ। ଜ୍ଞାନର ବ୍ୟାପକତା ଅପେକ୍ଷା ଗଭୀରତା ଅଧିକ ଉପାଦେୟ। ଏହାକୁ ବର୍ନେଲ ମୂଳମନ୍ତ୍ର ଭାବେ ଗ୍ରହଣ କଲେ। ଏ ସମ୍ପର୍କରେ ସେ ମତ ଦେଲେ ଯେ ମିଷ୍ଟର ଟିଲୋଟ ହେଉଛନ୍ତି ବାସ୍ତବିକ ଜଣେ ଉତ୍ତମ ଶିକ୍ଷକ। ସେ ବର୍ନେଲଙ୍କୁ ଫିଜିକ୍ସ ପ୍ରକୃତରେ କେତେ ସହଜ, ତାହା ଶିଖାଇଲେ।
ଏହି ପ୍ରକାରେ ତାଙ୍କ ବାପା ଓ ଶିକ୍ଷକ ତାଙ୍କୁ ଭବିଷ୍ୟତରେ ଜଣେ ପ୍ରସିଦ୍ଧ ଜ୍ୟୋତିର୍ବିଜ୍ଞାନୀ କରିପାରିଲେ। ଶିକ୍ଷକ ଟିଲୋଟଙ୍କ ଦ୍ୱାରା ଅନୁପ୍ରାଣୀତ ହୋଇ ତାଙ୍କ ଅତୀବ ପ୍ରିୟ ଜ୍ୟୋତିର୍ବିଜ୍ଞାନରେ ମନ ଧ୍ୟାନ ଢାଳିଦେଲେ। ୧୯୬୫ରେ ଫିଜିକ୍ସରେ ଅନର୍ସ ସହ ଗ୍ଲାସଗୋ ବିଶ୍ୱବିଦ୍ୟାଳୟରୁ ସ୍ନାତକ ଡିଗ୍ରୀ ପାଇବାର ୪ବର୍ଷ ପରେ କେମ୍ବ୍ରିଜ୍‌ ବିଶ୍ୱିଦ୍ୟାଳୟରୁ ମାତ୍ର ୨୬ବର୍ଷ ବୟସରେ ମର୍ଯ୍ୟାଦାଜନକ ପିଏଚ୍‌ଡି ଲାଭ କଲେ। ତେବେ ୧୯୬୫ ଗବେଷଣା-ଛାତ୍ରୀ ହିସାବରେ ସେଠାରେ ଯେଉଁ ଅସାଧାରଣ ସଫଳତା ପାଇଲେ, ଏହା ସାରା ଜଗତକୁ ବିସ୍ମୟାଭିଭୂତ କରିଦେଲା। ଏହି ଅବଧିରେ ସେ ବ୍ରିଟିଶ ରେଡିଓ ଆଷ୍ଟ୍ରୋନମର ଆଣ୍ଟୋନି ହେବିସ (୧୯୨୪-୨୦୨୧)ଙ୍କ ଅଧୀନରେ ଗବେଷଣା କରୁଥିଲେ। ହେବିସ ଓ ତାଙ୍କ ସହଯୋଗୀମାନଙ୍କ ମିଳିତ ଉଦ୍ୟମରେ କେମ୍ବ୍ରିଜ ନିକଟରେ ‘ଇଣ୍ଟରପ୍ଲାନେଟରି ସିଣ୍ଟିଲେଶନ ଆଚର’ ନିର୍ମାଣ କଲେ। ସେଠାରେ ସେମାନେ ବ୍ଲାକ୍‌ ହୋଲ୍‌ ଦ୍ୱାରା ଶକ୍ତିପ୍ରାପ୍ତ ଉଜ୍ଜ୍ୱଳ କ୍ୱାସର ଉପରେ ଅନୁସନ୍ଧାନରେ ଲିପ୍ତ ରହିଲେ।
ତେବେ ୧୯୬୭ରେ ୨୬ ବର୍ଷୀୟା ବର୍ନେଲ ତାଙ୍କ ଚାର୍ଟ-ରେକର୍ଡର ଦ୍ୱାରା ସେତେବେଳକୁ ଅନାବିଷ୍କୃତ ପଲସରରୁ ଜାତ ସିଗ୍‌ନାଲର ପ୍ରଥମ ଥର ପାଇଁ ସିଗ୍‌ନାଲ ପାଇଲେ। ଯେତେବେଳେ ଏକ ଅତିକାୟ ନକ୍ଷତ୍ର ନିପାତିତ (କୋଲାପ୍ସ) ଅବସ୍ଥାରେ ଉପନୀତ ହୁଏ, ଏହା ନ୍ୟୁଟ୍ରନ-ଷ୍ଟାରରେ ପରିଣତ ହୁଏ। ଏମାନଙ୍କ ମଧ୍ୟରୁ ଏକ ସ୍ବତନ୍ତ୍ର ଧରଣର ନ୍ୟୁଟ୍ରନ-ଷ୍ଟାର ହେଉଛି ପଲସର (ପଲସେଟିଂ ରେଡିଓ ଷ୍ଟାର)। ଅତ୍ୟଧିକ ଚୁମ୍ବକୀୟ ଘୂର୍ଣ୍ଣାୟମାନ ଏହି ଖଗୋଳ-ପିଣ୍ଡ ତା’ର ଚୁମ୍ବକୀୟ ମେରୁରୁ ବିଦ୍ୟୁତ୍‌-ଚୁମ୍ବକୀୟ ବିକିରଣ ନିର୍ଗତ କରେ। ପଲସର୍‌ର ଏହି ଆବିଷ୍କାର ବର୍ନେଲଙ୍କ ତୀକ୍ଷ୍ଣ, ସତର୍କ ଓ ଏକାଗ୍ର ନିରୀକ୍ଷଣ ଯୋଗୁ ସମ୍ଭବ ହେଲା।
ବର୍ନେଲ ଯେତେବେଳେ ତାଙ୍କ ପଥ ପ୍ରଦର୍ଶକ (ଗାଇଡ୍‌) ହେବିସଙ୍କୁ ଏହା ଜଣାଇଲେ, ସେ ଏଥିରେ ବିଶ୍ୱାସ କଲେ ନାହିଁ ଏବଂ ତାଙ୍କ ଛାତ୍ରୀଙ୍କ ଉପଲବ୍ଧି କୌଣସି ଗୁରୁତ୍ୱ ଦେଲେ ନାହିଁ। କିନ୍ତୁ ବର୍ନେଲଙ୍କ ଆତ୍ମବିଶ୍ୱାସ ଏଥିରେ ହ୍ରାସ ପାଇଲା ନାହିଁ। ସେ ଲକ୍ଷ୍ୟ କଲେ ଯେ ନିର୍ଦ୍ଦିଷ୍ଟ ସ୍ବଳ୍ପ ସମୟ ବ୍ୟବଧାନରେ ସିଗ୍‌ନାଲ ଥରକୁ ଥର ଉପସ୍ଥିତ ହେଉଛି। କ୍ରମଶଃ ତାଙ୍କ ଗୁରୁ ଶିଷ୍ୟର ଉପଲବ୍ଧିକୁ ସ୍ବୀକାର କଲେ। ତେବେ ବହୁ ବ୍ୟକ୍ତି ତାଙ୍କର ଏହି ଆବିଷ୍କାରକୁ ହସରେ ଉଡ଼ାଇଦେଲେ। ଏପରି କି ଥରେ ବର୍ନେଲ ତାଙ୍କ ନବଆବିଷ୍କୃତ ପଦାର୍ଥଟି ବୁଝାଇବାକୁ ଯେତେବେଳେ ଏକ ସମ୍ମିଳନୀର ଆୟୋଜନ କଲେ ଶ୍ରୋତାମାନେ ଉକ୍ତ ପଲ୍‌ସର ସମ୍ପର୍କରେ କୌଣସି ଆଗ୍ରହ ନ ଦେଖାଇ ତାଙ୍କ ଭାଇଟାଲ ଷ୍ଟାଟିଷ୍ଟିିକ୍ସ ବୟଫ୍ରେଣ୍ଡର ତାଲିକା, କେଶର ରଙ୍ଗ ଇତ୍ୟାଦି ବ୍ୟକ୍ତିଗତ ଓ ବାଜେ ବିଷୟ ପଚାରିଲେ। ଏମିତି ବ୍ୟଙ୍ଗ ବିଦ୍ରୂପର ସେ ଶିକାର ହୋଇଥିଲେ। ତେବେ ପଲ୍‌ସର ସମ୍ପର୍କରେ ଗୋଟିଏ ଚାଞ୍ଚଲ୍ୟକର ନିବନ୍ଧ ତାଙ୍କ ସମେତ ଅନ୍ୟ ଚାରିଜଣକ ନାମ ଥାଇ ଏକ ପ୍ରତିଷ୍ଠିତ ଜର୍ନାଲରେ ପ୍ରକାଶିତ ହେଲା। ପ୍ରଥମ ସ୍ଥାନରେ ତାଙ୍କ ଗାଇଡ୍‌ ହେବିସ ଓ ଦ୍ୱିତୀୟରେ ବର୍ନେଲଙ୍କ ନାମ ରହିଥିଲା। ବାସ୍ତବରେ ପଲ୍‌ସରର ଆବିଷ୍କାର ଗବେଷଣା କ୍ଷେତ୍ରରେ ଏକ ଅସାମାନ୍ୟ ସଫଳତା। ୧୯୭୪ରେ ଏଥିପାଇଁ ଫିଜିକ୍ସରେ ନୋବେଲ ପୁରସ୍କାର ଦିଆଗଲା। କିନ୍ତୁ ଏହି ୫ ଜଣକ ମଧ୍ୟରୁ କେବଳ ହେବିସ ଏହି ଗୌରବ ପ୍ରାପ୍ତ ହେଲେ। ବର୍ନେଲ ସର୍ବପ୍ରଥମେ ଏହାକୁ ଠାବ କରିଥିଲେ ମଧ୍ୟ ସେ ପୁରସ୍କାରରୁ ବଞ୍ଚତ୍ତ ହେଲେ। ଅବଶ୍ୟ ନୋବେଲ ଘୋଷଣା ବେଳେ ବର୍ନେଲଙ୍କ ନାମୋଲ୍ଲେଖ ବିବରଣୀରେ କରାଯାଇଥିଲା। ସେତେବେଳେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ନୋବେଲ କମିଟିର କଟୁ ସମାଲୋଚନା କଲେ। ଏମାନଙ୍କ ମଧ୍ୟରେ ‘ବିଗ୍‌ବ୍ୟାଙ୍ଗ’ ନାମର ଉଦ୍ଭାବକ ବିଶ୍ୱବିଖ୍ୟାତ ଜ୍ୟୋତିର୍ବିଜ୍ଞାନୀ ସାର୍‌ ଫ୍ରେଡ୍‌ ଭୟେଲ ଅନ୍ୟତମ।
କିନ୍ତୁ ବର୍ନେଲ ବିନମ୍ରତାର ସହ ଘୋଷଣା କଲେ ଯେ ହେବିସ୍‌ ହେଉଛନ୍ତି ତାଙ୍କ ଅଧୀକ୍ଷକ ଓ ସେ ତାଙ୍କର ଜଣେ ସ୍ବଳ୍ପ (ସେତେବେଳେ ମାତ୍ର ୩୧ ବର୍ଷ) ବୟସ୍କା ଛାତ୍ରୀ। ଗୁରୁ ଓ ଶିଷ୍ୟ ମଧ୍ୟରେ ସୀମାନିର୍ଦ୍ଧାରଣ ଏକ କଠିନ କାର୍ଯ୍ୟ। ତେବେ ଗୋଟିଏ ଗ୍ରୁପ୍‌ର ଦଳପତି ବିଫଳତା ପାଇଁ ଯେମିତି ଦାୟୀ ରହନ୍ତି, ସଫଳତାର ଶ୍ରେୟ ମଧ୍ୟ ସେ ନେଇଥାନ୍ତି। ସେଥିପାଇଁ ମୋ ଗାଇଡ୍‌ ଏହି ପୁରସ୍କାର ପାଇବାକୁ ଯୋଗ୍ୟ। ପୁଣି ଯାହାହେଲେ ମଧ୍ୟ ମୁଁ ତାଙ୍କ ଗ୍ରୁପ୍‌ରେ କାମ ଚାଲୁ ରଖିଛି। ଏହି ମର୍ମରେ ତାଙ୍କ ପାଇଁ ନୋବେଲ ପ୍ରାଇଜ୍‌ର ପ୍ରାସଙ୍ଗିକତା ଗୁରୁତ୍ୱହୀନ।
ଏକଦା ଏକଲବ୍ୟ ଗୁରୁ ଦ୍ରୋଣଙ୍କୁ ତାଙ୍କ ବୁଢ଼ା ଆଙ୍ଗୁଠି ଗୁରୁଦକ୍ଷିଣା ଭାବେ ଦେଇଥିଲେ। ଏହି ଯୁଗରେ ମଧ୍ୟ ଏହାର ଅନ୍ୟ ଏକ ପ୍ରସଙ୍ଗରେ ପରୋକ୍ଷ ନିଦର୍ଶନ ବର୍ନେଲଙ୍କ ଉକ୍ତିରେ ପ୍ରତିଫଳିତ। ରାଧାନାଥଙ୍କ ଭାଷାରେ ପଦପଦବୀ, ପୁରସ୍କାର ପାଇଁ ଲୋକେ ମାଲି ମକଦ୍ଦମା, କୁତ୍ସାରଟନା ଇତ୍ୟାଦିରେ ଲିପ୍ତ ରହନ୍ତି। ତେବେ ବିଶ୍ୱର ସର୍ବଶ୍ରେଷ୍ଠ ନୋବେଲ ପ୍ରାଇଜ୍‌ ପାଇଁ ଜଣେ ତରୁଣୀ-ଶିଷ୍ୟା ନିଜ ଗୁରୁ ପ୍ରତି ଶ୍ରଦ୍ଧା ପ୍ରଦର୍ଶନ ପୂର୍ବକ ସମ୍ମାନରେ ସହଭାଗୀ ହୋଇ ନ ଥିଲେ। ଗୁରୁଙ୍କ ଏକଚାଟିଆ ଗୌରବରେ ଭାଗ ବସାଇ ନ ଥିଲେ। ନୋବେଲ ହରାଇଲେ ମଧ୍ୟ ସେ ବିଜୟିନୀ।
ମୋ-୯୦୭୮୭୪୩୮୪୩


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ପଶ୍ଚିମବଙ୍ଗ ସୁନ୍ଦରବନର ବହୁ ଅଞ୍ଚଳର ଜମିକୁ ଲୁଣାପାଣି ଚାଷ ଅନୁପଯୋଗୀ କରିଦେଇଥିଲା। ହେଲେ ଏବେ ସେଠାରେ ୧୫୦୦ କୃଷକ ସେହି ଜମିରେ ୧୯୨ କିସମର ଧାନ ଚାଷକରି…

ରାତ୍ରିଭୋଜନ ଓ ସଂଘର୍ଷ

ମ୍ପ୍ରତିକ ପରିସ୍ଥିତିରେ ଅନେକ ସମୟରେ ଦେଖାଯାଏ ରାତ୍ରିଭୋଜନ ଟେବୁଲଗୁଡ଼ିକ ପ୍ରାୟତଃ ଅଭିଭାବକଙ୍କ ଅପ୍ରତ୍ୟାଶିତ ଶ୍ରେଣୀଗୃହ ହୋଇଯାଏ। ପ୍ରାୟତଃ ପରିବାରରେ ଥିବା ପିଲାଟିର ଦିନସାରାର କାର୍ଯ୍ୟ ମୂଲ୍ୟାୟନ ମାତାପିତାମାନେ…

ଆଗ ଗଛ

ବର୍ତ୍ତମାନ ସମୟର ଇଏ ସବୁଠାରୁ ବଡ଼ ଆହ୍ବାନ। ଆମେ ସବୁ କାମକୁ ପଛରେ ପକାଇ ଆଗ ଗଛ ଲଗାଇବା ଉପରେ ପ୍ରାଧାନ୍ୟ ଦେବା। ଗଛ ଲଗାଇବା, ତା’ର…

ସଙ୍କଟରୁ ପରିବର୍ତ୍ତନର ଆଶା

ଆମେ ଏବେ ଏକ ନିରର୍ଥକ ଯନ୍ତ୍ରଣା ଏବଂ ଆସନ୍ନ ବିନାଶର ପୃଥିବୀରେ ବାସ କରୁଛୁ। ଏଠାରେ ନୈତିକ ବିକାଶ ଧାରଣା ମୂଲ୍ୟହୀନ ହୋଇଯାଇଥିବା ମନେହେଉଛି। ସମସାମୟିକ ସମାଜ…

ଆଦ୍ୟ ମନ୍ଦିର

ଭାରତୀୟ ପରମ୍ପରାରେ ଗଛର ଭୂମିକା ରହିଛି। ବିଭିନ୍ନ ଦେବଦେବୀଙ୍କୁ ନେଇ ପାଳନ କରାଯାଉଥିବା ପର୍ୱ ସହ ଗଛର ସମ୍ପର୍କ ଅଛି। ବିଶେଷକରି ନବରାତ୍ରି, ଗୌରୀପୂଜା ଓ ତେଜ୍‌…

ଆସନ୍ତୁ, ଆମ ନାରୀ ଶକ୍ତିକୁ ସଶକ୍ତ କରିବା

ଉ କିଛିଦିନ ପରେ, ସମଗ୍ର ଭାରତବର୍ଷ ଉତ୍ସବମୁଖର ହୋଇଉଠିବ ଏବଂ ଦେଶର କୋଣ ଅନୁକୋଣରେ ହର୍ଷୋଲ୍ଲାସର ସହ ପାର୍ୱଣର ପରିବେଶ ଦେଖିବାକୁ ମିଳିବ। ଆସାମର ଲୋକମାନେ ରଙ୍ଗାଲି…

ଆହ୍ବାନକାରୀ ଜେନ୍‌ ଜି ପ୍ରାର୍ଥୀ

ଚଳିତ ମାସ ୯ ତାରିଖରେ ଆସାମ ବିଧାନସଭାର ୧୨୬ ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ସେଠାକାର ଯେଉଁ କେତୋଟି ହାଇପ୍ରୋଫାଇଲ ଆସନ ରହିଛି ତନ୍ମଧ୍ୟରୁ ଚର୍ଚ୍ଚିତ…

ସଭ୍ୟତାର ସୁରକ୍ଷା, ଜଳର ଗୁଣବତ୍ତା

କୌଣସି ସଭ୍ୟତାର ଅଭ୍ୟୁଦୟ ଓ ବିନାଶର କାହାଣୀ ସେହି ସମୟର ଜଳସମ୍ପଦ ସହିତ ଜଡ଼ିତ। ମାନବ ଜାତିର ଅସ୍ତିତ୍ୱ ତଥା ସରଂକ୍ଷଣ ପାଇଁ ଜଳର ଗୁଣବତ୍ତା (ଶୁଦ୍ଧ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri