Posted inଜାତୀୟ

‘ଏବେ ବି ଶୋଇଛି କେନ୍ଦ୍ର’

ନୂଆଦିଲ୍ଲୀ/ ଚୁରାଚାନ୍ଦପୁର/କୋଲକାତା,୩୦ା୭(ପି.ଟି.): ମଣିପୁରରେ ପ୍ରାୟ ୩ ମାସ ହେଲା ଜାତିଆଣ ହିଂସା ଓ ଯୌନହିଂସା ଲାଗିରହିଛି। ସଂଘର୍ଷ ଯୋଗୁ ପ୍ରାୟ ୨୦୦ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ଅନେକ ହଜାର ଲୋକ ଘରଦ୍ୱାର ଛାଡ଼ି ପଳାୟନ କରିଛନ୍ତି। ଭାଜପା ଶାସିତ ଏହି ହିଂସା ପ୍ରଭାବିତ ରାଜ୍ୟର ବାସ୍ତବ ସ୍ଥିତି ଅନୁଧ୍ୟାନ ପାଇଁ ଶନିବାର ବିରୋଧୀ ବ୍ଲକ୍‌ ଇଣ୍ଡିଆନ୍‌ ନ୍ୟାଶନାଲ ଡେଭେଲପ୍‌ମେଣ୍ଟାଲ ଇନ୍‌କ୍ଲୁସିଭ୍‌ ଆଲାଏନ୍ସ (ଇଣ୍ଡିଆ)ର ୨୧ ଜଣିଆ ପ୍ରତିନିଧି ଦଳ ଦୁଇଦିନିଆ ମଣିପୁର ଗସ୍ତରେ ଯାଇଛନ୍ତି। ସେମାନେ ହିଂସା କ୍ଷତିଗ୍ରସ୍ତ ଚୁରାଚାନ୍ଦପୁରରେ ଅପରାହ୍ନରେ ପହଞ୍ଚତ୍ ରିଲିଫ୍‌ କ୍ୟାମ୍ପରେ ଆଶ୍ରୟ ନେଇଥିବା କୁକି ନେତା ଓ ସିଭିଲ ସୋସାଇଟି ସଦସ୍ୟମାନଙ୍କ ସହ ଆଲୋଚନା କରିଛନ୍ତି। ୨ ମହିଳାଙ୍କୁ ବଳାତ୍କାର ପରେ ଉଲଗ୍ନ ପରେଡ୍‌ ଘଟଣାର ତଦନ୍ତ ଦାୟିତ୍ୱ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ)କୁ ଦିଆଯାଇଥିବାବେଳେ ଏ ସମ୍ପର୍କରେ ବିରୋଧୀ ନେତାମାନେ କଥା ହୋଇଥିଲେ। କେନ୍ଦ୍ର ସରକାର ମଣିପୁର ଘଟଣାରେ କ’ଣ ଏପର୍ଯ୍ୟନ୍ତ ଶୋଇଛନ୍ତି କି ବୋଲି ଲୋକ ସଭାର କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀ ପ୍ରଶ୍ନ କରିଛନ୍ତି। ବିରୋଧୀ ଟିମ୍‌ ଉଭୟ କୁକି ଏବଂ ମେଇତି ସମ୍ପଦାୟର ପ୍ରତିନିଧିମାନଙ୍କ ସହ ଆଲୋଚନା କରିଛନ୍ତି। ଉଭୟ ପକ୍ଷଙ୍କ ଆପତ୍ତି ଅଭିଯୋଗ ଶୁଣାଯିବ ବୋଲି ଟିଏମ୍‌ସି ନେତ୍ରୀ ସସ୍ମିତା ଦେବ କହିଛନ୍ତି। ଇତିମଧ୍ୟରେ ଇଣ୍ଡିଜେନସ୍‌ ଟ୍ରାଇବାଲ ଲିଡର୍ସ ଫୋରମ୍‌ (ଆଇଟିଏଲ୍‌ଏଫ୍‌) ବ୍ୟାନରରେ ଆଦିବାସୀ ସଙ୍ଗଠନଗୁଡ଼ିକ ମଣିପୁରରେ ରାଷ୍ଟ୍ରପତି ଶାସନ ଦାବିକରି ଇଣ୍ଡିଆକୁ ପତ୍ର ଲେଖିଛନ୍ତି। ବିରୋଧୀ ମେଣ୍ଟର ସଦସ୍ୟମାନେ ଦେଶବାସୀଙ୍କୁ ଆମ ଦୁର୍ଦ୍ଦଶା ଜଣାନ୍ତୁ ବୋଲି ଆଇଟିଏଲ୍‌ଏଫ୍‌ ଅଧ୍ୟକ୍ଷ ପାଗିନ୍‌ ହାଓକିପ୍‌ ଏବଂ ସମ୍ପାଦକ ମୁଆନ୍‌ ଟୋମ୍ବିଙ୍ଗ୍‌ ଅନୁରୋଧ କରିଛନ୍ତି।

୨୧ ଜଣିଆ ବିରୋଧୀ ଟିମ୍‌ ଇମ୍ଫାଲରେ ପହଞ୍ଚତ୍ବା ପରେ ଦୁଇଟି ହେଲିକପ୍ଟରରେ ଚୁରାଚାନ୍ଦପୁର ଯାଇଥିଲେ। ସେମାନେ ଚୁରାଚାନ୍ଦପୁର କଲେଜ ଛାତ୍ରାବାସରେ ଖୋଲିଥିବା ରିଲିଫ୍‌ କ୍ୟାମ୍ପ ପରିଦର୍ଶନ କରିଛନ୍ତି। ଲୋକ ସଭାର କଂଗ୍ରେସ ଉପନେତା ଗୌରବ ଗୋଗୋଇଙ୍କ ନେତୃତ୍ୱରେ ଅନ୍ୟ ଏକ ଟିମ୍‌ ସେଠାର ଡନ୍‌ ବୋସ୍କୋ ସ୍କୁଲ୍‌ରେ ଖୋଲିଥିବା ରିଲିଫ୍‌ କ୍ୟାମ୍ପକୁ ଯାଇଥିଲେ। ଶାନ୍ତିର ବାର୍ତ୍ତା ପ୍ରଚାର ଲାଗି ଆମେ ମଣିପୁର ଆସିଛୁ ବୋଲି ଗୋଗୋଇ କହିଛନ୍ତି। ସେଠାରୁ ଇମ୍ଫାଲ ଫେରି ବିରୋଧୀ ଟିମ୍‌ ବିଷ୍ଣୁପୁର ଜିଲାର ମୋଇରାଙ୍ଗ କଲେଜଠାରେ ଥିବା ରିଲିଫ୍‌ କ୍ୟାମ୍ପ ପରିଦର୍ଶନ କରିବେ ଓ ସେଠାରେ ମେଇତି ସମ୍ପ୍ରଦାୟର ଲୋକମାନଙ୍କୁ ଭେଟିବେ। ରବିବାର ବିରୋଧୀ ପ୍ରତିନିଧି ଦଳ ରାଜ୍ୟପାଳ ଅନସୂୟା ଉଇକେଙ୍କୁ ରାଜଭବନରେ ଭେଟି ବର୍ତ୍ତମାନର ସ୍ଥିତି ଏବଂ ଶୀଘ୍ର ଶାନ୍ତି ଫେରାଇଆଣିବା ଲାଗି ବିଭିନ୍ନ ପଦକ୍ଷେପ ସମ୍ପର୍କରେ ଆଲୋଚନା କରିବା ପରେ ଅପରାହ୍ନରେ ନୂଆଦିଲ୍ଳୀ ଫେରିଯିବେ। ମଣିପୁର ଗସ୍ତ ପୂର୍ବରୁ ନୂଆଦିଲ୍ଲୀରେ ଗୋଗୋଇ ଜାତିଆଣ ହିଂସା ଘଟଣାର ତଦନ୍ତ ସୁପ୍ରିମକୋର୍ଟର ଜଣେ ଅବସରପ୍ରାପ୍ତ ବିଚାରପତିଙ୍କ ତତ୍ତ୍ୱାବଧାନରେ କରାଇବା ପାଇଁ ଦାବି କରିଥିଲେ। ପ୍ରତିନିଧି ଦଳର ଅନ୍ୟ ନେତାମାନେ ହେଲେ ଟିଏମ୍‌ସିର ସୁସ୍ମିତା ଦେବ,ଜେଏମ୍‌ଏମ୍‌ର ମହୁଆ ମାଜି, ଡିଏମ୍‌କେର କାନିମୋଝି, ଆର୍‌ଏଲ୍‌ଡିର ଜୟନ୍ତ ଚୌଧରୀ, ଆର୍‌ଜେଡିର ମନୋଜ କୁମାର ଝା, ଆର୍‌ଏସ୍‌ପିର ଏନ୍‌.କେ. ପ୍ରେମଚନ୍ଦ୍ରନ, ଜେଡିୟୁ ମୁଖ୍ୟ ରାଜୀବ ରଞ୍ଜନ ସିଂ (ଲଲ୍ଲନ), ଜେଡିୟୁର ଅନୀଲ ପ୍ରସାଦ ହେଗ୍‌ଡେ, ସିପିଆଇର ପି. ସନ୍ଦୋଶ କୁମାର ଏବଂ ସିପିଆଇ(ଏମ୍‌)ର ଏ.ଏ. ରହିମ ପ୍ରମୁଖ। ବିରୋଧୀ ପ୍ରତିନିଧି ମଣିପୁରରେ ପହଞ୍ଚତ୍ଥିବାବେଳେ ଦେଶ ଏବେ ଗମ୍ଭୀରତମ ସଙ୍କଟର ସମ୍ମୁଖୀନ ବୋଲି ବରିଷ୍ଠ କଂଗ୍ରେସ ନେତା ପି. ଚିଦାମ୍ବରମ କହିଛନ୍ତି। ବେରୋଜଗାରି ସବୁଠୁ ବଡ଼ ସମସ୍ୟା ହୋଇଥିବାବେଳେ ମୁଦ୍ରାସ୍ଫୀତି ଯୋଗୁ ଘର ଚଳାଇବା କଷ୍ଟକର ହୋଇପଡ଼ିଥିବା ଚିଦାମ୍ବରମ ଟୁଇଟ୍‌ କରିଛନ୍ତି। ଅନ୍ୟପକ୍ଷେ କେନ୍ଦ୍ର ସୂଚନା ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର ବିରୋଧୀ ବ୍ଲକ୍‌ର ପ୍ରତିନିଧି ମଣିପୁର ଗସ୍ତକୁ କେବଳ ଶୋ’ବାଜି କହି ପରିହାସ କରିଛନ୍ତି। ଶନିବାର କୋଲକାତାରେ ପହଞ୍ଚତ୍ଥିବା ଭାଜପା ନେତା ଠାକୁର କହିଛନ୍ତି, ପୂର୍ବ ସରକାର ସମୟରେ ମଧ୍ୟ ଏହି ଉତ୍ତରପୂର୍ବାଞ୍ଚଳ ରାଜ୍ୟ ଜଳୁଥିଲା। ଯେଉଁମାନେ ସେଠାକୁ ଗସ୍ତରେ ଯାଇଛନ୍ତି, ସେମାନେ ପାର୍ଲାମେଣ୍ଟରେ ଗୋଟିଏ ଶବ୍ଦ ବି ଉଚ୍ଚାରଣ କରି ନ ଥିଲେ। ବିରୋଧୀ ଟିମ୍‌ ମଣିପୁରରୁ ଫେରିବା ପରେ ସେମାନେ ସଂସଦକୁ ଚଳାଇଦେବେ ନାହିଁ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି। ବିରୋଧୀ ପ୍ରତିନିଧି ପଶ୍ଚିମବଙ୍ଗ ଆସି ସେଠାରେ ମହିଳାମାନଙ୍କ ପ୍ରତି ହେଉଥିବା ଅତ୍ୟାଚାରର ଅନୁଧ୍ୟାନ କରିବାକୁ ଅନୁରାଗ କଂଗ୍ରେସ ନେତା ଅଧୀର ରଞ୍ଜନଙ୍କୁ ଅନୁରୋଧ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କଳାକାରଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଭେଟି: ବଢ଼ିଲା ସହାୟତା ଭତ୍ତା, ଉପକୃତ ହେବେ ୪୭ ହଜାର

ଭୁବନେଶ୍ୱର,୨୮ା୧୨: କେନ୍ଦୁଝର ଗସ୍ତ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟର କଳାକାରମାନଙ୍କ ପାଇଁ ଏକ ବଡ଼ ଘୋଷଣା କରିଛନ୍ତି। ‘ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନା’ରେ...

ଭୁବନେଶ୍ବର ପରେ କଟକରେ ବିଜେଡି ମେଳି, ନାଁ ଧରି ଅସନ୍ତୋଷ ଝାଡ଼ିଲେ ଦେବାଶିଷ ସାମନ୍ତରାୟ

କଟକ,୨୮ା୧୨: ବିଜେଡି ନେତାଙ୍କର ମେଳି ପରେ ମେଳିର ଫଟୋ ସାମ୍ନାକୁ ଆସୁଛି । ବିଜେଡି ନେତାଙ୍କ ଘନ ଘନ ମେଳିକୁ ନେଇ ରାଜନୈତିକ ଚର୍ଚ୍ଚା ବଢ଼ିବାରେ...

ମଇଁଷିର କ୍ଷୀରରେ ତିଆରି ହେଲା ରାଇତା.. ଏବେ ରାବିଜ ଟିକା ପାଇଁ ହସ୍ପିଟାଲରେ ପୁରା ଗ୍ରାମବାସୀ, ଜାଣନ୍ତୁ କାରଣ

ନୂଆଦିଲ୍ଲୀ,୨୮ା୧୨:  ଉତ୍ତର ପ୍ରଦେଶର ବଦାଉନରୁ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। କୁକୁର କାମୁଡ଼ାରେ ମୃତ୍ୟୁବରଣ କରିଥିବା ଏକ ମଇଁଷି ଏବେ ସମଗ୍ର ଗାଁ ପାଇଁ...

ପାଟପୁରରେ କଂଗ୍ରେସର ପ୍ରତିଷ୍ଠା ଦିବସ ପାଳିତ, ସଙ୍ଗଠନ ସୁଦୃଢ ପାଇଁ ଆହ୍ବାନ ଦେଲେ ବିଧାୟକ

ଦିଗପହଣ୍ଡି,୨୮|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ସାରଙ୍ଗ ପଡିଆ ଠାରେ ରବିବାର ଭାରତୀୟ ଜାତୀୟ କଂଗ୍ରେସ ଦଳର ୧୪୦ ତମ ପ୍ରତିଷ୍ଠା...

ଦାରିଙ୍ଗବାଡିର ଗର୍ବ ଓ ଗୌରବ, ଓପିଏସ୍‌ସି ପରୀକ୍ଷାରେ ୧୬ତମ ସ୍ଥାନରେ ମାନସ

ଦାରିଙ୍ଗବାଡି, ୨୮/୧୨ (ଅରୁଣ ସାହୁ): ଓପିଏସସିର ଫଳାଫଳ ବାହାରି ସାରିଥିବା ବେଲେ ଏଥିରେ କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁ ଥାନା ମେରାମାହା ଗ୍ରାମର ମାନସ...

୨୦୨୫ରେ ବଦଳିଲା ଚାକିରିର ରୂପରେଖ: ଜାଣନ୍ତୁ କେଉଁ କ୍ୟାରିୟରକୁ ଅଧିକ ବାଛିଲେ ଜେନ ଜି?

ନୂଆଦିଲ୍ଲୀ,୨୮ା୧୨: ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) ର ପ୍ରଭାବ ଏବଂ ଅର୍ଥନୈତିକ ଅସ୍ଥିରତା ଯୋଗୁଁ ୨୦୨୫ ମସିହାରେ ନୂତନ ଗ୍ରାଜୁଏଟମାନେ ନିଜର କର୍ମକ୍ଷେତ୍ର ବାଛିବା ଶୈଳୀରେ ବ୍ୟାପକ...

ଗଟାମାହା ଜଙ୍ଗଲରେ ଅତର୍କିତ ଚଢ଼ାଉ, ଗଞ୍ଜେଇ ଗଛ ପୋଡ଼ିଦେଲା ପୋଲିସ

ଜି.ଉଦୟଗିରି,୨୮/୧୨( ଚିନ୍ମୟ କୁମାର ସେଠୀ): କନ୍ଧମାଳ ଜିଲ୍ଲା ଜି.ଉଦୟଗିରି ପୋଲିସ ଥାନା ଅନ୍ତର୍ଗତ ଗଟାମାହା ଗ୍ରାମ ନିକଟସ୍ଥ ଜଙ୍ଗଲରେ ଗଞ୍ଜେଇ ଚାଷ ହେଉଥିବା ଖବର ପାଇ...

ବାଲେଶ୍ୱରରେ କାଠ ମାଫିଆଙ୍କ ଆତଙ୍କ: ବନ ବିଭାଗ ଗାଡ଼ି ଭଙ୍ଗାରୁଜା ସହ ଜବତ ଗାଡ଼ି ଛଡ଼ାଇ ନେଲେ

ବାଲେଶ୍ୱର,୨୮ା୧୨: ନୀଳଗିରି ବନଖଣ୍ଡରେ କାଠ ମାଫିଆଙ୍କ ଦୌରାତ୍ମ୍ୟ ଚରମ ସୀମାରେ ପହଞ୍ଚିଛି। ବନବିଭାଗ କର୍ମଚାରୀଙ୍କ ଉପରେ ଆକ୍ରମଣ କରି ନେଇଗଲେ ଜବତ ହୋଇଥିବା କାଠ ବୋଝେଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri