ଏବେ ବି ଖୋଜାପଡ଼େ ତିଳଉ ଖଜା

ବାହାନଗା,୧୭।୧(ଅରୂପ୍‌ କୁମାର ଦାସ): ମକର ସଂକ୍ରାନ୍ତି ଆସିଲେ ଖୋଜାପଡେ ତିଳଉ ଖଜା। ସଂକ୍ରାନ୍ତ ପୂର୍ବ ଦିନ ସମସ୍ତେ ବଜାରରୁ ତିଳଉ କିଣି ଘରକୁ ନେଇଥାନ୍ତି। ବର୍ଷ ବର୍ଷ ଧରି ମକର ଚାଉଳ ସହିତ ତିଳଉର ସମ୍ପର୍କ ରହିଆସିଛି। ବାଲେଶ୍ୱର ଜିଲା ସହ ଭଦ୍ରକ ଜିଲାରେ ତିଳଉର ଚାହିଦା ରହିଛି ା ମକର ସଂକ୍ରାନ୍ତ ଦିନ ଚୂଡା ତିଳଉ ଭାର ଧରି ପରିବାର ଲୋକ ବିବାହିତା ଝିଅ ଘରକୁ ଯାଇଥାନ୍ତି। ଯଦି ସଂକ୍ରାନ୍ତି ଦିନ ବାପ ଘରୁ କେହି ତିଳଉ ଚୂଡା ଭାର ନେଇ ଯାଇପାରିନାହାନ୍ତି ତା’ହେଲେ ପରେ ବଜାରରୁ ବିକ୍ରି ହେଉଥିବା ତିଳଉ ଓ ଚୂଡା ମିଠା, ପିଠା ପଣା ଧରି ଯାଇଥାନ୍ତି। ଏହି ତିଳଉ ବାହାନଗା ବ୍ଲକ ସାହାସପୁରା ଗ୍ରାମର ଦୁଇଟି ପରିବାର ସଦସ୍ୟମାନେ ତିଆରି କରି ବିଭିନ୍ନ ବଜାରର ମିଠା ଦୋକାନୀମାନଙ୍କୁ ବିକ୍ରି କରିଥାନ୍ତି। ଏହି ଦୁଇ ପରିବାର ଦୀର୍ଘ ୧୨ବର୍ଷ ଧରି ଏହି ତିଳଉ କାରିଗର ଭାବେ ପରିଚିତ ହେବା ସହିତ ବେପାର କରି ଭଲ ଦୁଇ ପଇସା ରୋଜଗାର କରିବାରେ ସକ୍ଷମ ହେଉଛନ୍ତି ା ଗ୍ରାମର ନିରଞ୍ଜନ ସାହୁ ଓ ଗଜେନ୍ଦ୍ର ସାହୁଙ୍କ ପରିବାରର ସଦସ୍ୟମାନେ ତିଳଉ ତିଆରି କରି ବେପାରୀଙ୍କୁ ବିକ୍ରି କରିଥାନ୍ତି।
ବାଲେଶ୍ୱର ଜିଲାର ଗୋପାଳପୁର ଜଳେଶ୍ୱର, ବାହାନଗା, ସୋର, ତୁଡୁଗଡିଆ, ଖଇରା, ଔପଦା, ଭଦ୍ରକ ଜିଲାର ବାସୁଦେବପୁର, ଧାମରା, ମନ୍ଦାରି ଆଦି ଅଞ୍ଚଳକୁ ତିଳଉ ପଠାଇଥାନ୍ତି। ତେବେ ଏହି ତିଳଉ ଚିନି ଓ ଗୁଡରେ ତିଆରି ହୋଇଥାଏ। ବଜାରରେ ତିଳଉର ଦର କିଲୋ ପ୍ରତି ଶହେ ଟଙ୍କା। ଚିନିରେ ତିଆରି ତିଳଉକୁ ଭଲ ଭାବେ ସିରାରେ ପାଗ କରାଯିବା ସହିତ ତାହା ପାଗ ହେଲା ପରେ ଏକ ସ୍ଥାନରେ ଢଳାଯାଇ ଥଣ୍ଡା କରାଯାଇଥାଏ। ତାକୁ ଏକ ଉଚ୍ଚା ସ୍ଥାନରେ ଟଙ୍ଗା ଯାଇ ଖଞ୍ଜାଯାଇଥାଏ। ଭଲ ଭାବେ ସେହି ସିରାକୁ ଟଣାଯାଇ ଗୁଡାଇ ଗୋଲ ଗୋଲ କରି କଟାଯିବା ପରେ ଚୂନା ଉପରେ ରଖାଯାଇ ଥାପି ଦିଆଯାଇଥାଏ। ପରେ ସେଗୁଡିକୁ ଆଞ୍ଚରେ ରଖାଯାଇ ସେକା ଯାଇଥାଏ। ସେକିବା ପରେ ଯାଇ ତିଳଉ ପ୍ରସ୍ତୁତ ହୋଇଥାଏ। ଏନେଇ ପରିବାର ସହିତ ଅନ୍ୟ କାରିଗର ରଖି କାମ କରିଥାନ୍ତି। ଏଥିନିମନ୍ତେ ସେମାନେ ୨ଲକ୍ଷରୁ ଅଧିକ ଟଙ୍କା ପୁଞ୍ଜି ବିନିଯୋଗ କରିଥିବା କହିଛନ୍ତି। ଫଳରେ ଡିସେମ୍ବରଠାରୁ ଜାନୁଆରୀ ପର୍ଯ୍ୟନ୍ତ ସେମାନେ ତିଳଉ ତିଆରି କରି ବିଭିନ୍ନ ଅଞ୍ଚଳକୁ ପଠାଇଥାନ୍ତି ା ଏ ବିଷୟରେ ନିରଞ୍ଜନ କୁହନ୍ତି ତିଳଉ କରିବା ପାଇଁ ୨ଲକ୍ଷ ଟଙ୍କା ବିନିଯୋଗ କରିଥିଲେ। ସେଥିରୁ ଏପର୍ଯ୍ୟନ୍ତ ଲାଭ ପାଇସାରିଲେଣି ା ଏଥିରେ ଆମ ପରିବାର ସମେତ ୨ଜଣ କାରିଗରଙ୍କୁ ରଖି ସେମାନଙ୍କୁ ଦରମା ଦେଉଛନ୍ତି। ସେହିପରି ଗଜେନ୍ଦ୍ର ସାହୁ କୁହନ୍ତି ଏଥିରେ ସେ ୩ ଲକ୍ଷ ଟଙ୍କାର ଚିନି, ଗୁଡ ସମେତ କଳାଜିରା ଖସା ଆଦି କିଣିବା ସହିତ ଅନ୍ୟ ସାମଗ୍ରୀରେ ଟଙ୍କା ବିନିଯୋଗ କରିଥିଲେ। ମାତ୍ର ଚଳିତବର୍ଷ ଭଲ ତିଳଉ ବେପାର ହୋଇଛି ା ମୋତେ ମୋ ସ୍ତ୍ରୀ, ପୁଅ, ବୋହୂ ଆଦି ସହଯୋଗ କରିଥାନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ଗଞ୍ଜେଇ ଜବତ, ଜଣେ ଗିରଫ

ମୋହନା, ୫ା୧୨(ମନ୍ମଥ ମିଶ୍ର): ଗଞ୍ଜେଇ ଚୋରାଚାଲାଣ କରୁଥିବା ବେଳେ ଶୁକ୍ରବାର ଜଣେ ବ୍ୟକ୍ତିଙ୍କୁ ମୋହନା ଅବକାରୀ ବିଭାଗ କର୍ମଚାରୀ ଗିରଫ କରି କୋର୍ଟଚାଲାଣ କରିଛନ୍ତି। ସେ...

ରୁଷିକୁଲ୍ୟା ମୁହାଁଣରୁ ୨ ଆନ୍ଧ୍ର ଟ୍ରଲର ଜବତ

ଗଞ୍ଜାମ,୫ା୧୨(ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରୁଷିକୁଲ୍ୟା ମୁହାଁଣ ନୋ ଫିସିଙ୍ଗ ଜୋନ୍‌ରୁ ଆନ୍ଧ୍ର ପ୍ରଦେଶର ଦୁଇଟି ଟ୍ରଲରକୁ ଶୁକ୍ରବାର ବନ ବିଭାଗ ଜବତ କରି ମତ୍ସ୍ୟ...

ସୁରକ୍ଷାକର୍ମୀ-ମାଓବାଦୀ ଗୁଳି ବିନିମୟ, ବନ୍ଧୁକ ଜବତ

ବାଲିଗୁଡ଼ା,୫ା୧୨ (ସଞ୍ଜୟ କୁମାର ପାଣିଗ୍ରାହୀ): କିଛି ଦିନର ନୀରବତା ପରେ ପୁଣି କନ୍ଧମାଳ ଜିଲା ବେଲଘର-କୋଟଗଡ଼ ଥାନା ସୀମାନ୍ତରେ ମାଓ ଗତିବିଧି ଦେଖାଦେଇଛି। ଏସଓଜି ଏବଂ...

ପ୍ଲାଷ୍ଟିକର ବହୁଳ ବ୍ୟବହାର ଜୀବଜଗତ ପ୍ରତି ବିପଦ

ଦିଗପହଣ୍ଡି,୫ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଭୀଷ୍ମଗିରି ଗ୍ରାମ ସ୍ଥିତ ରାମଜୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ‘ଇକୋ’ କ୍ଲବ୍‌ ପକ୍ଷରୁ ଏକ...

୭ କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କଲା ତୁମୁଡିବନ୍ଧ ପୋଲିସ

ତୁମୁଡିବନ୍ଧ,୫ା୧୨(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲାରେ ନୀଳ ଜହର ଅପରେଶନ ଜୋରଦାର ଜାରି ରହିଥିବାବେଳେ ବେଆଇନ ଭାବେ କରାଯାଇଥିବା ୮ ଏକର ପରିମିତ ଜାଗାର ପ୍ରାୟ...

ଲାଗିଗଲା କାହା ନଜର: ଏକାବେଳକେ ଆଖି ବୁଜିଦେଲେ ସ୍ତ୍ରୀ- ସ୍ବାମୀ, ପେଟରୁ ମରିଗଲା…

ଦିଗପହଣ୍ଡି,୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ସାରେ ଏକ...

‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? ବିଧାନସଭାରେ କହିଦେଲେ ମନ୍ତ୍ରୀ

ଭୁବନେଶ୍ୱର,୫।୧୨: ‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? କଂଗ୍ରେସ ବିଧାୟକ ଦଳ ନେତାଙ୍କର ଏପରି ପ୍ରଶ୍ନର ଉତ୍ତର ରଖିଲେ ସଂସ୍କୃତି ମନ୍ତ୍ରୀ। ବିଧାନସଭାରେ ଓଡ଼ିଆ ଭାଷା,...

ନିମ୍ନମାନର ମଧ୍ୟାହ୍ନଭୋଜନ ନେଇ ସ୍କୁଲ ପାଚେରି ଡେଇଁ ସରପଞ୍ଚଙ୍କ ପାଖେ ପହଞ୍ଚିଲେ ପିଲା, ପରେ…

ଦିଗପହଣ୍ଡି, ୫ା୧୨(ଅଶେଷ ନାଥ ମିଶ୍ର):ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ୍‌ କଉଡ଼ିଆ ଗ୍ରାମ ୫-ଟି ନୋଡାଲ ହାଇସ୍କୁଲରେ ନିମ୍ନମାନର ମଧ୍ୟାହ୍ନ ଭୋଜନକୁ ଶୁକ୍ରବାର ଛାତ୍ରୀଛାତ୍ରମାନେ ବର୍ଜନ କରିଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri