ଏବେବି ଜୀବନ୍ତ-ସ୍ମୃତିର ସ୍ତବକ

ଶୁଭେନ୍ଦୁ ମହାନ୍ତି

ଇତିହାସ ଆଇନାରେ ପ୍ରତିବିମ୍ବିତ ହୁଏ ଅତୀତର ଅନେକଟି ପୃଷ୍ଠା ଆଉ ଛବି। ତନ୍ମଧ୍ୟରୁ କେତୋଟି ସମୟକ୍ରମେ ଝାପ୍‌ସା ହୋଇଆସୁଥିବା ବେଳେ ନିର୍ଦ୍ଦିଷ୍ଟ କେତୋଟି ମୁହୂର୍ତ୍ତ ସବୁଦିନ ପାଇଁ ଜୀବନ୍ତ ଆଉ ଜ୍ୱଳନ୍ତ ଘଟଣା ଭାବେ ଭବିଷ୍ୟତର ଦିଗ୍‌ବଳୟକୁ ନିମନ୍ତ୍ରଣ କରିବା ସଙ୍ଗେ ସଙ୍ଗେ ବର୍ତ୍ତମାନର ଜୀବନକୁ କରିଦିଏ ଚଳଚଞ୍ଚଳ। ଏପରି ଏକ ଐତିହାସିକ ମୁହୂର୍ତ୍ତ ଆସିଥିଲା ଓଡ଼ିଶାର ଦୂରଦର୍ଶନକୁ।
୧୯୮୮ ମସିହା ଜୁଲାଇ ପହିଲା ସନ୍ଧ୍ୟା ୬ଟା ୩୦ ମିନିଟ୍‌ ଦୂରଦର୍ଶନ କେନ୍ଦ୍ର କଟକର ସମସ୍ତ ଅଧିକାରୀ ତଥା କର୍ମଚାରୀଙ୍କର ବଢ଼ିଚାଲିଥିଲା ହୃଦ୍‌ସ୍ପନ୍ଦନ।
”ନମସ୍କାର। ସ୍ବାଗତ କରୁଛୁ ଆଜି ସନ୍ଧ୍ୟାର ସମାଚାରକୁ…
ଉପସ୍ଥାପିକା ଥିଲେ ସେ ସମୟର ଜଣାଶୁଣା ଦୂରଦର୍ଶନ ଘୋଷିକା ସଂଘମିତ୍ରା କାନୁନ୍‌ଗୋ। ମାତ୍ର ଦଶ ମିନିଟ୍‌ର ସମାଚାର ପ୍ରସାରଣରେ ସମଗ୍ର ରାଜ୍ୟରେ ଖେଳିଯାଇଥିଲା ଆନନ୍ଦର ଲହରି, ପୂରଣ ହୋଇଥିଲା ରାଜ୍ୟବାସୀଙ୍କର ଆକାଂକ୍ଷା, ବାସ୍ତବ ରୂପ ନେଇଥିଲା ସେମାନଙ୍କର ବହୁ ଦିନର ସ୍ବପ୍ନ।
ତେବେ ଏହି ଐତିହାସିକ ଅଭିଯାନର ପ୍ରଚ୍ଛଦପଟରେ ଥିଲେ କଟକ ଦୂରଦର୍ଶନ କେନ୍ଦ୍ରର ତତ୍କାଳୀନ ନିର୍ଦ୍ଦେଶିକା- ବୀଣା ଦେବୀ, ସମାଚାର ସମ୍ପାଦକ ଗିରିଧାରୀ ମହାନ୍ତି, ପ୍ରଯୋଜକ- ରତିରଞ୍ଜନ ମିଶ୍ର ଏବଂ ଶରତ୍‌ ମହାନ୍ତି ତଥା ଦୂରଦର୍ଶନର ସମସ୍ତ କର୍ମଚାରୀ। ସେଇ ସନ୍ଧ୍ୟାର ରୋମାଞ୍ଚ, ଓଡ଼ିଶାରେ ଦୂରଦର୍ଶନ ସହ ଜଡ଼ିତ ସମସ୍ତ ସୃଜନଶୀଳ ହୃଦୟରେ ଆଜି ବି ଆଣିଦେଇଥାଏ ସ୍ପନ୍ଦନର ପୁଲକ। ୧୯୮୭ ମସିହାରେ କଟକ ତୁଳସୀପୁରସ୍ଥିତ ଦୂରଦର୍ଶନ କେନ୍ଦ୍ରରେ ଉଚ୍ଚକ୍ଷମତାସମ୍ପନ୍ନ ଟ୍ରାନ୍ସମିଟର ସ୍ଥାପିତ ଓ କାର୍ଯ୍ୟକ୍ଷମ ହେବାପରେ ଆରମ୍ଭ ହୋଇଥିଲା କାର୍ଯ୍ୟକ୍ରମଗୁଡ଼ିକର ସିଧାପ୍ରସାରଣ। ନିର୍ଦ୍ଦେଶିକା ବୀଣା ଦେବୀଙ୍କ ଉଦ୍ୟମକ୍ରମେ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟରୁ ବିଧିବଦ୍ଧ ଅନୁମତି ଆସିବା ପରେ ସମାଚାର ପାଇଁ ଆରମ୍ଭ ହୋଇଯାଇଥିଲା ପ୍ରସ୍ତୁତି ପର୍ବ। କାର୍ଯ୍ୟକ୍ରମ ବିଭାଗ, ବୈଷୟିକ ବିଭାଗ ଏବଂ ପ୍ରଥମ ସମାଚାର ବିଭାଗର ମିଳିତ ଉଦ୍ୟମରେ ଜୁଲାଇ ପହିଲା – ୧୯୮୮ରୁ ୧୦ ମିନିଟ୍‌ର ସମାଚାର ପ୍ରତି ସନ୍ଧ୍ୟା ୬.୩୦ରେ ସିଧାପ୍ରସାରଣ ପାଇଁ ଆୟୋଜନ ହୋଇଥିଲା। ତା’ର କିଛି ଦିନ ପୂର୍ବରୁ ସମାଚାର ଉପସ୍ଥାପିକା/ଉପସ୍ଥାପକଙ୍କ ଚୟନ ପ୍ରକ୍ରିୟା ଶେଷ ହୋଇଥିଲା। ସେ ସମୟର ମନୋନୀତ ପ୍ରାର୍ଥୀଙ୍କ ମଧ୍ୟରେ ଥିଲେ – ତଦାଶା ମିଶ୍ର, ତାରା ପ୍ରସାଦ ଷଡ଼ଙ୍ଗୀ, କ୍ଷଣପ୍ରଭା ଷଡ଼ଙ୍ଗୀ, ମନୋଜ ପଣ୍ଡା, ଧୀର ମଲ୍ଲିକ, ତନ୍ଦ୍ରା ରାୟ, ଶୁଭେନ୍ଦୁ ମହାନ୍ତି ଓ ସ୍ନେହଲତା ମିଶ୍ର ଆଦି ଆଉ କେତେ ଜଣ।
ସଂଘମିତ୍ରା କାନୁନ୍‌ଗୋ ପ୍ରଥମ ଆଠଟି ସନ୍ଧ୍ୟାରେ ସମାଚାର ପାଠ କରିବା ପରେ ସାମୟିକ ଉପସ୍ଥାପକମାନଙ୍କ ମଧ୍ୟରୁ ପ୍ରଥମେ ଏହି ଲେଖକକୁ ଏକାଦିକ୍ରମେ ୧୦ ଦିନ ସମାଚାର ଉପସ୍ଥାପନା କରିବାର ସୁଯୋଗ ଦିଆଯାଇଥିଲା। ମନେପଡ଼େ ସେ ସମୟର କେତୋଟି କଥା। ପୁରୁଣା, ଛୋଟିଆ ଘରେ ହାତରେ ଲେଖାଯାଇଥିଲା ସମାଚାରର ପ୍ରତିଟି ପୃଷ୍ଠା। ନଥିଲା ଟେଲିି ପ୍ରମ୍ପଟର ମେଶିନ ବା ଇୟର ଫୋନ୍‌ ବ୍ୟବସ୍ଥା। ପ୍ରଯୋଜକଙ୍କର ନିର୍ଦ୍ଦେଶକୁ ଫ୍ଲୋର ମ୍ୟାନେଜରଙ୍କ ସଙ୍କେତ ମାଧ୍ୟମରେ ବୁଝି ସମାଚାର ପାଠ କରିବାକୁ ହେଉଥିଲା। ଉପସ୍ଥାପନାକୁ ଆକର୍ଷଣୀୟ କରିବାକୁ ଆମେ ସମାଚାରର ପ୍ରଥମ କେତୋଟି ଧାଡ଼ି ମନେ ରଖିଦେଉଥିଲୁ। ସେ ସମୟର ସିଗ୍‌ନେଚର ଇମେଜ୍‌ ଟ୍ୟୁନ୍‌କୁ ପ୍ରସ୍ତୁତ କରିଥିଲେ ତତ୍କାଳୀନ ସମାଚାର ପ୍ରଯୋଜକ- ରତିରଞ୍ଜନ ମିଶ୍ର ଓ ଶରତ୍‌ ମହାନ୍ତି।
ଇତିମଧ୍ୟରେ ଓଡ଼ିଆ ସମାଚାର ଅନେକଟି ପାହାଚ ଅତିକ୍ରମ କରି ଦର୍ଶକଙ୍କ ବିଶ୍ୱାସଭାଜନ ହୋଇପାରିଛି। ସମାଚାର ନିର୍ଦ୍ଦେଶକ ସଞ୍ଜୟ ରାଉତଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ୧୯୯୯ ମସିହା ମହାବାତ୍ୟା ଓ ଭୟାବହ ବାରିପଦା ଅଗ୍ନିକାଣ୍ଡର ଖବରକୁ ଦେଶ ତଥା ବିଦେଶର କୋଣ ଅନୁକୋଣରେ ପ୍ରସାରଣ ଓଡ଼ିଆ ସମାଚାରର ଗୌରବ ବୃଦ୍ଧିରେ ସହାୟକ ହୋଇଥିଲା। ତା’ଛଡ଼ା ବାର୍ଷିକ ସମ୍ବାଦ ପତ୍ରିକା ‘ଫର୍ଦ୍ଦ’, ସକାଳ ଓ ଅପରାହ୍ନ ୩ଟା ସମାଚାର, ଯୁଗଳ ସମ୍ବାଦ ପାଠିକା/ପାଠକଙ୍କ ଦ୍ୱାରା ସାମାଚାର ଉପସ୍ଥାପନା କ୍ଷେତ୍ରରେ ତତ୍କାଳୀନ ସମାଚାର ନିର୍ଦ୍ଦେଶକ ସଞ୍ଜୟ ରାଉତ୍‌ ଓ ପ୍ରଯୋଜକ ନୀଳାଦ୍ରି ମୋହନ ଶତପଥୀଙ୍କ ଅବଦାନ ଗୁରୁତ୍ୱପୂର୍ଣ୍ଣ ଥିଲା। ସାମ୍ପ୍ରତିକ ଘଟଣାବଳୀ ଉପରେ ଆଧାରିତ ‘ପରିକ୍ରମା’ ଏବେ ବେଶ୍‌ ଲୋକପ୍ରିୟ ହୋଇପାରିଛି। ଅନେକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମର ସିଧା ପ୍ରସାରଣ ସମାଚାରକୁ ଲୋକାଭିମୁଖୀ କରାଇଛି।
୧୯୯୨ ମସିହାରେ କଟକରୁ ଭୁବନେଶ୍ୱରକୁ ସ୍ଥାନାନ୍ତରିତ ହେବା ପରେ ସମାଚାରର ରୂପରେଖରେ କେତୋଟି ଆଶାଜନକ ପରିବର୍ତ୍ତନ ହୋଇପାରିଛି। ଟେଲି ପ୍ରମ୍ପଟର୍‌, ଇଅର୍‌ ଫୋନ୍‌, ଭର୍ଚୁଆଲ୍‌ ଷ୍ଟୁଡିଓ ଆଦି କେତେକ ବୈଷୟିକ ସୁବିଧା ସମାଚାରକୁ ଅନେକ ପରିମାଣରେ ସମୃଦ୍ଧ କରିଛି। ଏ କ୍ଷେତ୍ରରେ ଅବସରପ୍ରାପ୍ତ ସମାଚାର ପ୍ରଯୋଜକ ଦୁର୍ଗା ଦତ୍ତ କାନୁନ୍‌ଗୋଙ୍କ ଭୂମିକା ଥିଲା ଗୁରୁତ୍ୱପୂର୍ଣ୍ଣ। ତଥାପି ଓଡ଼ିଆ ସମାଚାରକୁ ଓଡ଼ିଶାରେ ସବୁଠାରୁ ଲୋକପ୍ରିୟ କରାଇବା ପାଇଁ ଆବଶ୍ୟକ ସୂଚନା ଓ ପ୍ରସାରଣ ମନ୍ତ୍ରୀ, କେନ୍ଦ୍ରରେ ଅବସ୍ଥାପିତ ଦୁଇ ଓଡ଼ିଆ କେନ୍ଦ୍ରମନ୍ତ୍ରୀ, ରାଜ୍ୟର ବୁଦ୍ଧିଜୀବୀ ତଥା ଦର୍ଶକଙ୍କ ଶ୍ରଦ୍ଧା ଓ ସହଯୋଗ, କେନ୍ଦ୍ର ସରକାରଙ୍କ ପକ୍ଷରୁ ଅଧିକ ଆର୍ଥିକ ତଥା ବୈଷୟିକ ସହାୟତା ମିଳିଲେ ଓଡ଼ିଆ ସମାଚାରରେ ବର୍ତ୍ତମାନ ଅବସ୍ଥାପିତ ଅଧିକାରୀ, କର୍ମଚାରୀମାନେ ସେମାନଙ୍କର ଅଭିନବ ସୃଜନଶୀଳତାକୁ ଅନେକ ମାତ୍ରାରେ ରୂପାୟନ କରିପାରନ୍ତେ। ଘରୋଇ ଚ୍ୟାନେଲଗୁଡ଼ିକ ପରସ୍ପର ମଧ୍ୟରେ ପ୍ରତିଦ୍ୱନ୍ଦିତା କରି ସମାଚାର ଉପସ୍ଥାପନ କରୁଛନ୍ତି। ହେଲେ ଲୋକସେବା ପ୍ରସାରଣକାରୀ ସଂସ୍ଥା ଦୂରଦର୍ଶନ ତା’ର ମୌଳିକତା ବଜାୟ ରଖି ଖବର ପ୍ରସାରଣ କରୁଥିବାରୁ ତାହାର ଏକ ଭିନ୍ନ ଚାହିଦା ରହିଛି, ଯାହା ସତ୍ୟମ୍‌ ଶିବମ୍‌ ସୁନ୍ଦରମ୍‌ର ସ୍ବପ୍ନକୁ ଚରିତାର୍ଥ କରିଚାଲିଛି।
ସି/୧୨୨୨, ସିଡିଏ, ସେକ୍ଟର-୬, ମର୍କତନଗର, କଟକ, ମୋ: ୯୨୩୮୫୨୬୦୩୦


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଭାରତରେ ଜଳ ସଙ୍କଟ ବିଷୟ ଆଲୋଚନା କଲାବେଳେ ମହାରାଷ୍ଟ୍ର ଲାଟୁର ଜିଲା ସ୍ଥିତି ସାମ୍ନାକୁ ଆସେ। ତେବେ ଏହି ଜିଲାର ବଂଶଓ୍ବାରଗ୍ରାମର ଗ୍ରାମବାସୀ ଜଳସଙ୍କଟ ଦୂର କରିବାରେ…

ରୋଜଗାରିଆ ଝିଅ ଓ ବେକାର ପୁଅ

ପୁରୁଷ ଓ ନାରୀ ଭଗବାନଙ୍କର ଏକ ଅନବଦ୍ୟ ସୃଷ୍ଟି। ପୁରୁଷ ଜନ୍ମ ନିଏ ନାରୀଠାରୁ ପୁଣି ବିନା ପୁରୁଷରେ ନାରୀର ଜନ୍ମ ଅସମ୍ଭବ। କି ଅଦ୍ଭୁତ ସମନ୍ବୟ।…

ପରିମାଣାତ୍ମକ ନା ଗୁଣାତ୍ମକ ଶିକ୍ଷା

ଥରେ ଜଣେ ରାଜନେତାଙ୍କ ସହିତ ସାକ୍ଷାତ ହେଲା। ପୂର୍ବତନ ଲୋକ ସଭା ସାଂସଦ। ବର୍ତ୍ତମାନର ସରକାରୀ ଦଳର ସେ ଜଣେ ପ୍ରତିଷ୍ଠିତ ନେତା। ବିଭିନ୍ନ ସଭା ସମିତିରେ…

ଯେତିକି ପାରିବ ସେତିକି

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ବା କୃତ୍ରିମ ବୁଦ୍ଧିମତ୍ତା ଏବେ ମଣିଷର ପ୍ରତିଟି ପଦକ୍ଷେପକୁ ପରିଚାଳନା କଲାଣି। ପରିବେଶ ପରିସଂସ୍ଥାନକୁ ଇକୋସିଷ୍ଟମ ବୋଲି କହିଥାଉ। ଏବେ ଏଆଇ ଇକୋସିଷ୍ଟମ…

ଏଇ ଭାରତରେ

ପକ୍ଷୀ ଜୀବନ ଏବେ ସଙ୍କଟରେ। ଜଳବାୟୁ ପରିବର୍ତ୍ତନ,ସହରୀକରଣରେ ବାସସ୍ଥାନ ଓ ଖାଦ୍ୟ ଅଭାବ ଯୋଗୁ ବଂଶବୃଦ୍ଧି ନ ହୋଇ ବହୁ ପ୍ରଜାତିର ପକ୍ଷୀ ଏବେ ବିଲୁପ୍ତିର ଦ୍ୱାରଦେଶରେ।…

ପରୀକ୍ଷା ପାଇଁ ପ୍ରସ୍ତୁତି

ଚଳିତ ବର୍ଷ ଫେବୃଆରୀଠାରୁ ଆମ ରାଜ୍ୟରେ ବିଭିନ୍ନ ପରୀକ୍ଷା ଆରମ୍ଭ ହେଉଛି। ଏଥି ନିମନ୍ତେ ପ୍ରତ୍ୟେକ ପରୀକ୍ଷାର୍ଥୀ ଜୋର୍‌ସୋରରେ ପ୍ରସ୍ତୁତି ଚଳାଇଛନ୍ତି। ପରୀକ୍ଷାର୍ଥୀମାନେ ପରୀକ୍ଷା ପାଇଁ ଯେତିକି…

ଗାଈ ସଂଗ୍ରହାଳୟ

ଉତ୍ତର ପ୍ରଦେଶର ଏକ ସରକାରୀ ସଂସ୍ଥା ‘ଉତ୍ତର ପ୍ରଦେଶ ବ୍ରଜ ତୀର୍ଥ ବିକାଶ ପରିଷଦ’ ମଥୁରାଠାରେ ଭାରତର ପ୍ରଥମ ‘କାଓ କଲ୍‌ଚର ମ୍ୟୁଜିୟମ୍‌’ ବା ଗାଈ ସଂସ୍କୃତି…

ଏଇ ଭାରତରେ

ଦିଲ୍ଲୀର କିଡ୍‌ଓ୍ବାଇ ନଗରରେ ଚାଲୁଛି ଏକ ନିଆରା ସ୍କୁଲ। ଏହି ସ୍କୁଲର ଘର ନାହିଁ କି କୌଣସି ସରକାରୀ ପାଠ୍ୟକ୍ରମ ଅନୁଯାୟୀ ଶିକ୍ଷା ଦିଆଯାଉନାହିଁ। ପିଲାମାନେ ଗଛମୂଳେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri