ଏଇ ଭାରତରେ

ସହରରେ ରହି ଦୀର୍ଘ ବର୍ଷ ଧରି ପାଣି ବାବଦରେ ଟଙ୍କାଟିଏ ବ୍ୟୟ ନ କରିବା କଥା ଶୁଣି ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ। ଏମିତି କରୁଛନ୍ତି ଆନ୍ଧ୍ରପ୍ରଦେଶ ବିଶାଖାପାଟଣା ସହରର ଜଗନ୍ନାଧାରାଜୁ ନଗର କଲୋନିର ବାସିନ୍ଦା। ସେମାନେ ୨୭ ବର୍ଷ ମଧ୍ୟରେ ବୁନ୍ଦାଏ ପାଣି ବି କିଣିନାହାନ୍ତି। କଲୋନିରେ ୧,୫୦୦ ଘର ରହିଛି। ସେଠାରେ ଜଗନ୍ନାଧାରାଜୁ ନଗର ବାସିନ୍ଦା ବିକାଶ ସଂଘ (ଆର୍‌ଡବ୍ଲ୍ୟୁଏ)ର ସଭାପତି କେ.ଏସ୍‌.ଆର୍‌ ମୂର୍ତ୍ତି କଲୋନି ବାସିନ୍ଦାଙ୍କ ସହଯୋଗରେ ଜଳକୁଣ୍ଡ ନିର୍ମାଣ କରି ବର୍ଷାଜଳ ସଂରକ୍ଷଣ କରୁଛନ୍ତି। କଲୋନିର ବହୁ ପରିତ୍ୟକ୍ତ କୂଅ ଓ ସମ୍ପ୍‌କୁ ବି ପାଣିକୁଣ୍ଡରେ ପରିଣତ କରିଛନ୍ତି ମୂର୍ତ୍ତି। ଛାତରୁ ପାଇପ ଯୋଗେ ସଂଯୋଗ କରାଯାଇ ପାଣି ସଂଗ୍ରହ କରାଯାଉଛି। ଏହି ପାଣିକୁ ବିଶୋଧନ କରାଯାଇ ଲୋକମାନେ ପିଇବା ଲାଗି ବ୍ୟବହାର କରୁଛନ୍ତି। ଏହାବାଦ୍‌ କଲୋନି ରାସ୍ତାର ଦୁଇ ପାର୍ଶ୍ୱରେ ବି ୧୫ଟି ୪ଫୁଟ ଲମ୍ବ ୪ଫୁଟ ଚଉଡ଼ା ଓ ୫ ଫୁଟ୍‌ ଗଭୀରର କୁଣ୍ଡ ନିର୍ମାଣ କରାଯାଇ ବର୍ଷାଜଳ ସଂଗ୍ରହ ହେଉଛି। ପ୍ରତିଟି କୁଣ୍ଡ ନିର୍ମାଣ କରିବାରେ ବ୍ୟୟ କରୁଛନ୍ତି ୭,୦୦୦ଟଙ୍କା। ଏହି ପାଣିକୁ ପରିଷ୍କାର କରିବା ପାଇଁ କୁଣ୍ଡ ଭିତରେ ବଜୁରି ଗୋଡି, ବାଲି ଓ ଛୋଟ ପଥରଖଣ୍ଡ ରଖାଯାଇ ବିଭିନ୍ନ କାର୍ଯ୍ୟରେ ଲଗାଯାଉଛି। ଏହାଦ୍ୱାରା ବର୍ଷାଦିନେ ରାସ୍ତାରେ ବର୍ଷାଜଳ ଅଟକି ସମସ୍ୟା ସୃଷ୍ଟି କରୁନାହଁିି କି ଖରାଦିନେ ପାଣି ସମସ୍ୟା ଦେଖାଯାଉନି ବୋଲି କହନ୍ତି ମୂର୍ତ୍ତି। ବିଶାଖାପାଟଣା ସହରର ଅନ୍ୟ ସ୍ଥାନରେ ୨୦୦ ଫୁଟ୍‌ ଗଭୀରରେ ଭୂତଳ ଜଳସ୍ତର ରହୁଥିବାବେଳେ ଏହି କଲୋନି ଓ ତା’ ଆଖପାଖରେ ୫୦ଫୁଟ୍‌ରେ ଜଳସ୍ତର ରହୁଛି। ଏହି କାର୍ଯ୍ୟ ଲାଗି ଆର୍‌ଡବ୍ଲ୍ୟୁଏକୁ କେନ୍ଦ୍ର ଜଳ ସଂଶାଧନ ମନ୍ତ୍ରଣାଳୟ ପକ୍ଷରୁ ପୁରସ୍କୃତ କରାଯାଇଛି। ବର୍ଷକୁ ଏହି କୁଣ୍ଡଗୁଡ଼ିକରେ ୭.୪୫ ଲକ୍ଷ ଲିଟର ପାଣି ସଂରକ୍ଷଣ କରାଯାଇପାରୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଗଣତନ୍ତ୍ର ଚିନ୍ତା

ମିଶେଲ ବାଚ୍‌ଲେଟେ, ଡାରେନ ଓ୍ବାକର ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କ ଦ୍ୱାରା ଆୟୋଜିତ ଭର୍ଚୁଆଲ ସମ୍ମିଳନୀ ଡିସେମ୍ବର ୯ରୁ ୧୦ ଯାଏ ଅନୁଷ୍ଠିତ ହେଉଛି। ଏଥିରେ...

ଏଇ ଭାରତରେ

ଜଣେ ଶିକ୍ଷକ ଦାୟିତ୍ୱ ତୁଲାଇବା ସହ ଚାଷରୁ ପାଖାପାଖି ୨୦ ଲକ୍ଷ ଟଙ୍କା ରୋଜଗାର କରିବା ଘଟଣା ସାମ୍‌ନାକୁ ଆସିଛି ଉତ୍ତରପ୍ରଦେଶରେ। ବାରବାଙ୍କି ଜିଲା ଦୌଲତପୁର...

ଏଇ ଭାରତରେ

କୋଭିଡ୍‌-୧୯ ଭାଇରସ୍‌ ସଂକ୍ରମଣ ସାରା ବିଶ୍ୱକୁ ସଙ୍କଟରେ ପକାଇଛି। ଦୈନିକ ହଜାର ହଜାର ଲୋକ ଏହି ସଂକ୍ରମଣରେ ଶିକାର ହେଉଛନ୍ତି ଓ ମୃତ୍ୟୁ ମୁଖରେ ପଡୁଛନ୍ତି।...

ଓଡ଼ିଶାର ଅତୀତ, ବର୍ତ୍ତମାନ ଓ ଭବିଷ୍ୟତ

ଡ. ସିଦ୍ଧାର୍ଥ କାନୁନ୍‌ଗୋ ୧୯୩୬ ମସିହା ଏପ୍ରିଲ ୧ ତାରିଖ ଦିନ ଓଡ଼ିଶା ପ୍ରଦେଶ ଜନ୍ମଲାଭ କରିଥିଲା। ଠିକ୍‌ ଏହି ଦିନ ସିନ୍ଧୁପ୍ରଦେଶ ମଧ୍ୟ ଜନ୍ମଲାଭ...

ପୁନଃ ଶୂନଗାଡ଼ି

ଡ. ପ୍ରଫୁଲ୍ଲ କୁମାର ସାହୁ ଊନବିଂଶ ଶତାବ୍ଦୀରେ ଦୁଇଚକିଆ ଓ ଚାରିଚକିଆ ଯାନର ଉଦ୍ଭାବନ ଥିଲା ସମଗ୍ର ମାନବଜାତି ପାଇଁ ଏକ ବଡ଼ ଉପଲବ୍ଧି। ମୋଟର...

ଭଲ ବିଭକ୍ତ ଖରାପ

ଚିତ୍ର ଚରିତ୍ର/ ନିରଞ୍ଜନ ପାଢ଼ୀ ସମୟ ସା ସାତଟା। ପ୍ରାୟ ଦେଢ଼ଘଣ୍ଟା ପୂର୍ବରୁ ସୂର୍ଯ୍ୟ ଡୁବିଗଲେଣି। ରାଜଧାନୀର ଅସ୍ତାଚଳରେ ଉଜ୍ଜ୍ୱଳ ସ୍ବର୍ଣ୍ଣାଭ ଆଲୋକରେ ଉଦ୍ଭାସିତ ହେଲାଣି...

ଏଇ ଭାରତରେ

ପବିତ୍ର ରାଖୀପୂର୍ଣ୍ଣମୀରେ କିଏ କେତେ ପ୍ରକାର ରାଖୀ ବାନ୍ଧିଲେ କିନ୍ତୁ ମହାରାଷ୍ଟ୍ରର ମିନାକ୍ଷୀ ଓ୍ବାକେଙ୍କ ବାଉଁଶ ତିଆରି ରାଖୀ ଥିଲା ସମ୍ପୂର୍ଣ୍ଣ ଭିନ୍ନ, ଆକର୍ଷଣୀୟ ତଥା...

ଏଇ ଭାରତରେ

ଜୈବ ଇନ୍ଧନରେ ଚାଲୁଥିବା ଗାଡ଼ିିଗୁଡ଼ିକ ବାୟୁମଣ୍ଡଳକୁ ଅଧିକ କାର୍ବନ ମନୋକ୍ସାଇଡ ଗ୍ୟାସ୍‌ ନିର୍ଗମନ କରିବା ଯୋଗୁ ଏହା ବିଶ୍ୱତାପନ ବୃଦ୍ଧି କରୁଛି। ଏହିସବୁ ଗାଡି ସଂଖ୍ୟା...

Advertisement
Archives

Model This Week