Posted inଖେଳ

ଭାରତ ବିପକ୍ଷ ମ୍ୟାଚ୍‌ରେ ଏହି କାରନାମା ଯୋଗୁ ଇତିହାସ ରଚିଲେ ଷ୍ଟିଭ୍‌ ସ୍ମିଥ୍‌

ନୂଆଦିଲ୍ଲୀ,୨୯।୧୧: ଅଷ୍ଟ୍ରେଲିଆ କ୍ରିକେଟ ଟିମ୍‌ର ବ୍ୟାଟ୍ସମ୍ୟାନ୍‌ ଷ୍ଟିଭ୍‌ ସ୍ମିଥ୍‌ ଟେଷ୍ଟ କ୍ରିକେଟ ଫର୍ମାଟର ଏକ ନଂ ଖେଳାଳି। ହେଲେ ସେ ଦିନିକିଆ କ୍ରିକେଟରେ ମଧ୍ୟ ନିଜର ଜବରଦସ୍ତ ପ୍ରଦର୍ଶନ ଜାରି ରଖିଛନ୍ତି। ଲଗାତାର ଦ୍ୱିତୀୟ ଥର ପାଇଁ ଭାରତ ବିପକ୍ଷ ଦିନିକିଆରେ ଶତକ ହାସଲ କରିଛି। ସ୍ମିଥ୍‌ ୬୪ ବଲ୍‌ରେ ୧୦୪ ରନ୍‌ କରିଛନ୍ତି। ଯେଉଁଥିରୁ ମାତ୍ର ୬୨ ବଲ୍‌ରେ ସେ ଶତକ ମାରିଥିଲେ। ଭାରତ ବିପକ୍ଷ ସିରିଜ୍‌ର ଖେଳାଯାଇଥିବା ଦୁଇଟି ମ୍ୟାଚ୍‌ରେ ୭୦ରୁ କମ୍‌ ବଲ୍‌ରେ ଶତକ ମାରି ସେ ଇତିହାସ ରଚିଛନ୍ତି। ଏପରି କରିବାରେ ସେ ଅଷ୍ଟ୍ରେଲିଆର ପ୍ରଥମ ଏବଂ ଦୁନିଆର ଦ୍ୱିତୀୟ ବ୍ୟାଟ୍ସମ୍ୟାନ୍‌ ପାଲଟିଛନ୍ତି। ତାଙ୍କ ପୂର୍ବରୁ ୨୦୧୮ରେ ଜନି ବେୟରଷ୍ଟୋ ନ୍ୟୁଜିଲାଣ୍ଡ ବିପକ୍ଷରେ ୫୬ ଏବଂ ସ୍କଟ୍‌ଲାଣ୍ଡ ବିପକ୍ଷରେ ମାତ୍ର ୫୪ ବଲ୍‌ରେ ଶତକ କରିଥିଲେ। ଏହାଛଡ଼ା ସ୍ମିଥ୍‌ ଭାରତ ବିପକ୍ଷରେ ଲଗାତାର ତୃତୀୟ ଶତକ କରିଛନ୍ତି। ଏପରି କରିବାରେ ସେ ପ୍ରଥମ ଅଷ୍ଟ୍ରେଲିୟ ଖେଳାଳି ପାଲଟିଛନ୍ତି।
କହିରଖୁଛୁ, ସ୍ମିଥ୍‌ ଆଇପିଏଲ୍‌ରେ ଲୟରେ ନ ଥିlଲେ। ଏଣୁ ତାଙ୍କ ଅଧିନାୟକତ୍ୱରେ ରାଜଧାନୀ ରୟାଲ୍ସ ଟିମ୍‌ ଶେଷ ର଼୍ୟାଙ୍କ ହାସଲ କରିଥିଲା। ହେଲେ ଦିନିକିଆ ସିରିଜ ଆରମ୍ଭର ୩ ଦିନ ପୂର୍ବରୁ ସେ ପୁଣିଥରେ ନିଜର ଲୟକୁ ଫେରିଛନ୍ତି। ଏହା ସେ ନିଜେ କହିଛନ୍ତି। ଫଳରେ ଦୁଇଟି ଯାକ ଦିନିକିଆରେ ସେ ଶତକ କରିବାରେ ସଫଳ ହୋଇଛନ୍ତି। ଏହାକୁ ନେଇ ଆଗାମୀ ଟେଷ୍ଟ ଶୃଙ୍ଖଳାରେ ସେ ଭଲ ପ୍ରଦର୍ଶନ କରିପାରନ୍ତି ବୋଲି ଆଶା କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ହଷ୍ଟେଲ ଖାଦ୍ୟରେ ଝିଟିପିଟିି: ୫ ଛାତ୍ରୀ ଅସୁସ୍ଥ

ବନ୍ଧୁଗାଁ,୧୩ା୧୨(ବେଣୁଧର ଲାବାଲା)- କୋରାପୁଟ ଜିଲା ବନ୍ଧୁଗାଁ ବ୍ଲକ ସଦର ପଞ୍ଚାୟତ ବାଉଁଶପୁଟ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ହଷ୍ଟେଲରେ ଝିଟିପିଟି ପଡ଼ିଥିବା ଭାତ ଖାଇ ୫...

ମାଓବାଦୀ ବିରୋଧୀ ଅଭିଯାନ: ୯୨ କୋଟିର ସମ୍ପତ୍ତି ଜବତ

ନୂଆଦଲ୍ଲୀ,୧୩ା୧୨: ଦେଶରେ ମାଓବାଦୀ ବିରୋଧୀ ଅଭିଯାନ ବେଳେ ୯୨ କୋଟି ଟଙ୍କାର ସମ୍ପତ୍ତି ଜବତ ହୋଇଛି। ବିଭିନ୍ନ ସୁରକ୍ଷା ଏଜେନ୍ସି ମିଳିତ ଚଢ଼ାଉ ଫଳରେ ମାଓବାଦୀମାନଙ୍କ...

ମହାନଦୀ ସଙ୍କଟ: ସ୍ପଷ୍ଟୀକରଣ ମାଗିଲେ ପ୍ରସନ୍ନ ଆଚାର୍ଯ୍ୟ

ବରଗଡ଼,୧୩ା୧୨(ପ୍ରେମାନନ୍ଦ ଖମାରୀ): ମହାନଦୀ ଜଳ ବିବାଦ ତଥା ମହାନଦୀ ସଙ୍କଟକୁ ନେଇ ବିଜେଡ଼ି ପୁଣି ରାଜ୍ୟ, କେନ୍ଦ୍ର ସରକାରକୁ ଘେରିବା ଆରମ୍ଭ କରିଛି। ଓଡ଼ିଶା ଏବଂ...

ପୂର୍ବତନ ବାୟୁସେନା ଅଧିକାରୀ ଗିରଫ

ଗୁଆହାଟୀ,୧୩ା୧୨: ପାକିସ୍ତାନ ଗୁପ୍ତଚରଗିରି ନେଟ୍‌ଓ୍ବର୍କ ସହ ସମ୍ପୃକ୍ତି ଅଭିଯୋଗରେ ଭାରତୀୟ ବାୟୁସେନାର ଜଣେ ଅବସରପ୍ରାପ୍ତ ଅଫିସରଙ୍କୁ ଆସାମ ପୋଲିସ ଗିରଫ କରିଛି। ଅଭିଯୁକ୍ତ କୁଳେନ୍ଦ୍ର ଶର୍ମାଙ୍କ...

ବୃଦ୍ଧଙ୍କୁ ନଦୀପଠାରେ ହତ୍ୟା ଘଟଣା: ଜେଲ୍‌ ଗଲେ ମହିଳା ଅଭିଯୁକ୍ତ

ଦିଗପହଣ୍ଡି,୧୩ା୧୨(ଅଶେଷ ନାଥ ମିଶ୍ର/ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ନୂଆପଡ଼ା ଗ୍ରାମ ନିକଟ ବାହୁଦା ନଦୀପଠାରେ ଗ୍ରାମର ବୃଦ୍ଧ ନାରାୟଣ ପ୍ରଧାନ(୬୧)ଙ୍କୁ ହତ୍ୟା ଘଟଣାରେ ତଦନ୍ତକାରୀ...

ରିକି କେଜ୍‌ଙ୍କ ଘରୁ ଚୋରି: ଅଭିଯୁକ୍ତଙ୍କୁ ଚିହ୍ନଟ କରିବାରେ ସହାୟତା କରିବାକୁ ନିବେଦନ

ବେଙ୍ଗାଲୁରୁ,୧୩ା୧୨: ଗ୍ରାମୀ ପୁରସ୍କାର ବିଜେତା ତଥା ବିଶିଷ୍ଟ ସଙ୍ଗୀତଜ୍ଞ ରିକି କେଜ୍‌ଙ୍କ ଘରୁ ଚୋରି ହୋଇଥିବା ଅଭିଯୋଗ ହୋଇଛି। ଘରୁ ଏକ ସମ୍ପ୍‌ କଭର ଚୋରି...

ହାଡ଼ଭଙ୍ଗା ଶୀତରେ ଥରୁଛି ଥୁଆମୂଳ ରାମପୁର: ନିଆଁ ଭରସାରେ ଦୁର୍ଗମବାସୀ

ଥୁଆମୂଳ ରାମପୁର,୧୩ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲାରେ କିଛିଦିନ ଧରି ପାରଦ ଖସିବାରେ ଲାଗିଛି। ଦୁର୍ଗମ ଅଞ୍ଚଳ ଥୁଆମୂଳ ରାମପୁର ବ୍ଲକ ଅଞ୍ଚଳରେ ମଧ୍ୟ ପାରଦ ୫ରୁ...

ମଣ୍ଡିରୁ ଉଠୁନି ଧାନ: ବଢୁଛି ଚାଷୀ ଅସନ୍ତୋଷ

ନୂଆପଡ଼ା,୧୨ା୧୨(ମକାରୁ ବେମାଲ): ନୂଆପଡ଼ା ଜିଲାରେ ମଣ୍ଡି ଆରମ୍ଭର ୧୦ ଦିନ ବିତିଯାଇଥିଲେ ମଧ୍ୟ କୌଣସି ମଣ୍ଡିରେ ଧାନ ଉଠା ନ ଯିବା ନେଇ ଶୁକ୍ରବାର ନୂଆପଡା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri