ବ୍ୟବସାୟ ନୁହେଁ ମଡେଲିଂ କରିବେ ଆପଲ ସହ-ପ୍ରତିଷ୍ଠାତା ଷ୍ଟିଭ୍‌ ଜବ୍ସଙ୍କ ଝିଅ: ଭାଇରାଲ ହେଲା ବାଥ୍‌ଟବ୍‌ରେ ବୋଲ୍ଡ ଫଟୋ

ନୂଆଦିଲ୍ଲୀ: ମୋବାଇଲ ଫୋନର ରାଜା କୁହାଯାଉଥିବା ଆପଲର ସହ-ପ୍ରତିଷ୍ଠାତା ଷ୍ଟିଭ ଜବ୍ସ ଦୁନିଆର ଲୋକପ୍ରିୟ ବ୍ୟକ୍ତିଙ୍କ ମଧ୍ୟରୁ ଜଣେ। ତାଙ୍କୁ ନେଇ ଗଣମାଧ୍ୟମରେ ଚର୍ଚ୍ଚା ଲାଗି ରହିଥାଏ। ହେଲେ ଏବେ ତାଙ୍କ ଝିଅ ଚର୍ଚ୍ଚାର ପରିସରକୁ ଆସିଛନ୍ତି। ଜୋବ୍ସଙ୍କ ଝିଅ ଇଭ ଗ୍ଲାମର ଦୁନିଆରେ ରଖିଛନ୍ତି ପାଦ। ପିତାଙ୍କ ବ୍ୟବସାୟ ଦୁନିଆ ବାହାରେ ମଡେଲିଂରେ ନାମ କରିବାକୁ ଇଭା ଚିନ୍ତା କରିଛନ୍ତି। ସେ ଗ୍ଲୋସିଅର୍‌ ପ୍ଲେଫୁଲ ହଲିଡେ ବିୟୁଟି ଅଭିଯାନରୁ ମଡେଲିଂରେ ନିଜର ଡେବ୍ୟୁ କରିଛନ୍ତି।

ଇଭ୍‌ ନିଜର ସମସ୍ତ ଫଟୋ ନିଜ ଇନଷ୍ଟାଗ୍ରାମରେ ଶେୟାର କରିଛନ୍ତି। ସୋସିଆଲ ପୃଷ୍ଠାରେ ଦେଢ଼ ଲକ୍ଷ ଅନୁସରଣକାରୀ ଅଛନ୍ତି। ଫଟୋଗୁଡ଼ିକରେ ସେ ବହୁତ ସୁନ୍ଦର ଦେଖାଯାଉଛନ୍ତି। ସୌନ୍ଦର୍ଯ୍ୟ ଅଭିଯାନ ପାଇଁ ଇଭ୍‌ ବାଥ୍‌ଟବ୍‌ରେ ଭଳିକି ଭଳି ପୋଜ ଦେଇଛନ୍ତି। ପ୍ରଶଂସକମାନେ ଏହାକୁ ବେଶ୍‌ ପସନ୍ଦ ମଧ୍ୟ କରୁଥିବା ଦେଖାଯାଉଛି।

ଷ୍ଟିଭ ଜବ୍ସ ଏବଂ ତାଙ୍କ ପତ୍ନୀ ପାୱେଲ ଜବ୍ସଙ୍କର ତିନୋଟି ସନ୍ତାନ ଅଛନ୍ତି। ଇଭ ତିନି ଭାଇଭଉଣୀଙ୍କ ମଧ୍ୟରୁ ସାନ। ସେ ଜଣେ ପ୍ରସିଦ୍ଧ ବ୍ୟକ୍ତିଙ୍କ ଝିଅ ହେବାସତ୍ତ୍ୱେ ନିଜକୁ ସୋସିଆଲ ମିଡିଆ ଏବଂ କ୍ୟାମେରାଠାରୁ ଦୂରରେ ରଖି ଆସୁଥିଲେ। ଇଭ ଜଣେ ଚମତ୍କାର ଅଶ୍ୱାରୋହୀ। ଦୁନିଆର ୨୫ ବର୍ଷରୁ କମ୍‌ ଶ୍ରେଷ୍ଠ ୫ ଅଶ୍ୱାରୋହୀଙ୍କ ମଧ୍ୟରୁ ସେ ଜଣେ। ଏବେ ସେ ଷ୍ଟାନ ଫୋର୍ଡ ୟୁନିଭରସିଟିରେ ସ୍ନାତକ କରୁଛନ୍ତ। ଆସନ୍ତା ବର୍ଷ ସ୍ନାତକ ହାସଲ କରିବେ ସେ।


Enter your email to get our daily news in your inbox.

All Right Reserved By Dharitri.Com

ଗଣତନ୍ତ୍ର କାହିଁକି ଦୋଷୀ ହେବ

ସନ ପଦ୍ଧତି ମଧ୍ୟରୁ ଗଣତନ୍ତ୍ର ହିଁ ସର୍ବୋତ୍କୃଷ୍ଟ। ଗଣତନ୍ତ୍ର ଶାସନର ଅର୍ଥ ଗଣଙ୍କର ଶାସନ, ନିଜକୁ ଶାସନ କରିବା। ହେଲେ ଏଥିରେ ଜନତାର ଶାସନ ପ୍ରତ୍ୟକ୍ଷ...

ଘରୁ ଖାଦ୍ୟ ନେଇଗଲେ ଆତଙ୍କବାଦୀ: ଜଙ୍ଗଲକୁ ଘେରାବନ୍ଦୀ

ଜମ୍ମୁ,୨୨ା୧୨:ଜମ୍ମୁ-କଶ୍ମୀରର ଉଧାମପୁର ଜିଲା ଅନ୍ତର୍ଗତ ଏକ ଗ୍ରାମରେ ଆତଙ୍କବାଦୀମାନେ ଜଣକ ଘରେ ପଶି ଖାଦ୍ୟ ନେଇ ଜଙ୍ଗଲ ମଧ୍ୟକୁ ଖସି ପଳାଇଥିବା ସୂଚନା ମିଳିଛି। ସେମାନଙ୍କୁ...

ଭିତ୍ତିଭୂମି ଅଛି, ଚାଷୀଙ୍କ ଆଗ୍ରହ ନାହିଁ

ଭଣ୍ଡାରିପୋଖରୀ,୨୨।୧୨ (ରାଜେନ୍ଦ୍ର ଶତପଥୀ): ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକରେ ଆଳୁଚାଷ ପାଇଁ ଉପଯୋଗୀ ୮ଶହ ହେକ୍ଟର ଉର୍ବର ପଟୁ ମାଟି ମିଶା ଦୋରସା ଚାଷଜମି ରହିଛି।...

ଭାଜପାକୁ ନେଇ ଗୁମର ଖୋଲିଦେଲେ RSS ନେତା ମୋହନ ଭାଗବତ: ଦେଶରେ ହଲଚଲ

ନୂଆଦିଲ୍ଲୀ,୨୨ା୧୨:ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (ଆର୍‌ଏସ୍‌ଏସ୍‌)ର କୌଣସି ରାଜନୈତିକ କାର୍ଯ୍ୟସୂଚୀ ନାହିଁ। ଭାଜପା ଚଷମାରେ ଏହି ସଂଗଠନକୁ ଦେଖିବା ବଡ଼ ଭୁଲ୍‌ ବୋଲି ଆର୍‌ଏସ୍‌ଏସ୍‌ ମୁଖ୍ୟ ମୋହନ...

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri