ବ୍ୟବସାୟ ନୁହେଁ ମଡେଲିଂ କରିବେ ଆପଲ ସହ-ପ୍ରତିଷ୍ଠାତା ଷ୍ଟିଭ୍‌ ଜବ୍ସଙ୍କ ଝିଅ: ଭାଇରାଲ ହେଲା ବାଥ୍‌ଟବ୍‌ରେ ବୋଲ୍ଡ ଫଟୋ

ନୂଆଦିଲ୍ଲୀ: ମୋବାଇଲ ଫୋନର ରାଜା କୁହାଯାଉଥିବା ଆପଲର ସହ-ପ୍ରତିଷ୍ଠାତା ଷ୍ଟିଭ ଜବ୍ସ ଦୁନିଆର ଲୋକପ୍ରିୟ ବ୍ୟକ୍ତିଙ୍କ ମଧ୍ୟରୁ ଜଣେ। ତାଙ୍କୁ ନେଇ ଗଣମାଧ୍ୟମରେ ଚର୍ଚ୍ଚା ଲାଗି ରହିଥାଏ। ହେଲେ ଏବେ ତାଙ୍କ ଝିଅ ଚର୍ଚ୍ଚାର ପରିସରକୁ ଆସିଛନ୍ତି। ଜୋବ୍ସଙ୍କ ଝିଅ ଇଭ ଗ୍ଲାମର ଦୁନିଆରେ ରଖିଛନ୍ତି ପାଦ। ପିତାଙ୍କ ବ୍ୟବସାୟ ଦୁନିଆ ବାହାରେ ମଡେଲିଂରେ ନାମ କରିବାକୁ ଇଭା ଚିନ୍ତା କରିଛନ୍ତି। ସେ ଗ୍ଲୋସିଅର୍‌ ପ୍ଲେଫୁଲ ହଲିଡେ ବିୟୁଟି ଅଭିଯାନରୁ ମଡେଲିଂରେ ନିଜର ଡେବ୍ୟୁ କରିଛନ୍ତି।

ଇଭ୍‌ ନିଜର ସମସ୍ତ ଫଟୋ ନିଜ ଇନଷ୍ଟାଗ୍ରାମରେ ଶେୟାର କରିଛନ୍ତି। ସୋସିଆଲ ପୃଷ୍ଠାରେ ଦେଢ଼ ଲକ୍ଷ ଅନୁସରଣକାରୀ ଅଛନ୍ତି। ଫଟୋଗୁଡ଼ିକରେ ସେ ବହୁତ ସୁନ୍ଦର ଦେଖାଯାଉଛନ୍ତି। ସୌନ୍ଦର୍ଯ୍ୟ ଅଭିଯାନ ପାଇଁ ଇଭ୍‌ ବାଥ୍‌ଟବ୍‌ରେ ଭଳିକି ଭଳି ପୋଜ ଦେଇଛନ୍ତି। ପ୍ରଶଂସକମାନେ ଏହାକୁ ବେଶ୍‌ ପସନ୍ଦ ମଧ୍ୟ କରୁଥିବା ଦେଖାଯାଉଛି।

ଷ୍ଟିଭ ଜବ୍ସ ଏବଂ ତାଙ୍କ ପତ୍ନୀ ପାୱେଲ ଜବ୍ସଙ୍କର ତିନୋଟି ସନ୍ତାନ ଅଛନ୍ତି। ଇଭ ତିନି ଭାଇଭଉଣୀଙ୍କ ମଧ୍ୟରୁ ସାନ। ସେ ଜଣେ ପ୍ରସିଦ୍ଧ ବ୍ୟକ୍ତିଙ୍କ ଝିଅ ହେବାସତ୍ତ୍ୱେ ନିଜକୁ ସୋସିଆଲ ମିଡିଆ ଏବଂ କ୍ୟାମେରାଠାରୁ ଦୂରରେ ରଖି ଆସୁଥିଲେ। ଇଭ ଜଣେ ଚମତ୍କାର ଅଶ୍ୱାରୋହୀ। ଦୁନିଆର ୨୫ ବର୍ଷରୁ କମ୍‌ ଶ୍ରେଷ୍ଠ ୫ ଅଶ୍ୱାରୋହୀଙ୍କ ମଧ୍ୟରୁ ସେ ଜଣେ। ଏବେ ସେ ଷ୍ଟାନ ଫୋର୍ଡ ୟୁନିଭରସିଟିରେ ସ୍ନାତକ କରୁଛନ୍ତ। ଆସନ୍ତା ବର୍ଷ ସ୍ନାତକ ହାସଲ କରିବେ ସେ।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଯୁଦ୍ଧ ଅଟକାଇ ବାଃ ବାଃ ସାଉଣ୍ଟିଲା ପାକିସ୍ତାନ, ମଧ୍ୟପ୍ରାଚ୍ୟରେ ବଢ଼ିବ ଦବ୍‌ଦବା ? ରହିଛି ଅନେକ ସ୍ବାର୍ଥ

ଇସଲାମାବାଦ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଏକ ବଡ଼ ଧରଣର ଯୁଦ୍ଧବିରତି (ସିଜ୍‌ଫାୟାର୍‌) ହୋଇଛି। ଏହି ପ୍ରକ୍ରିୟାରେ ପାକିସ୍ତାନ ଏକ ମୁଖ୍ୟ ‘ଦୂତ’…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ହର୍ମୁଜ୍ ପ୍ରଣାଳୀରେ ତେଲ ଚ୍ୟାଙ୍କରକୁ ଅଟକାଇଲା ଇରାନ, ଯୁଦ୍ଧବିରତି ଭଙ୍ଗ କରିବାକୁ ଧମକ ଦେଲା…

ତେହେରାନ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ସତ୍ତ୍ବେ ଉତ୍ତେଜନା ଜାରି ରହିଛି । ବୁଧବାର ସକାଳେ ଯୁଦ୍ଧବିରତି ଘୋଷଣା ହେବା ପରେ ମଧ୍ୟ ଆକ୍ରମଣର ରିପୋର୍ଟ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ

ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri