ବନ୍ଧ୍ୟାକରଣ ବାଟବଣା

ଭୁବନ, ୩୦।୭(ଡି.ଏନ୍‌.ଏ.) ମୁଣ୍ଡବ୍ୟଥା ବଢ଼ାଇଛନ୍ତି ବୁଲାକୁକୁର। ଗଳିକନ୍ଦିରେ ପଲପଲ ହୋଇ ବୁଲୁଛନ୍ତି। ରାଜରାସ୍ତାକୁ ଅକ୍ତିଆରକୁ ନେଉଛନ୍ତି। ଏକଲା ମଣିଷ ଦେଖିଲେ କାମୁଡ଼ିବାକୁ ଗୋଡ଼ାଉଛନ୍ତି। ସେମାନଙ୍କ ଦୌରାତ୍ମ୍ୟରେ ସବୁଠାରୁ ବେଶି ପ୍ରଭାବିତ ହେଉଛନ୍ତି ବାଇକ୍‌ ଆରୋହୀ। ପରସ୍ପର ଭିତରେ କାମୁଡ଼ା କାମୁଡ଼ି ହୋଇ ହଠାତ୍‌ ଗାଡ଼ି ସାମ୍ନାକୁ ଚାଲିଆସିବା କାରଣରୁ ଭାରସାମ୍ୟ ହରାଇ ଖଣ୍ଡିଆଖାବରା ହେଉଛନ୍ତି ଚାଳକ। ସହରାଞ୍ଚଳରେ କୁକୁର ବନ୍ଧ୍ୟାକରଣ ଯୋଜନା ଫେଲ୍‌ ମାରିଥିବାରୁ ସେମାନଙ୍କ ବଂଶବୃଦ୍ଧି ହେଉଛି ଏବଂ ଏଭଳି ସମସ୍ୟା ସୃଷ୍ଟି ହେଉଥିବା ଅଭିଯୋଗ କରିଛନ୍ତି ଢେଙ୍କାନାଳ ଜିଲା ଭୁବନ ଅଞ୍ଚଳର ବୁଦ୍ଧିଜୀବୀ।
ଭୁବନ ବିଜ୍ଞାପିତ ଅଞ୍ଚଳ ପରିଷଦ ଗଠନ ହେବାର ବିତିଗଲାଣି ୪୯ ବର୍ଷ। ୨୦୨୨ରେ ଏନ୍‌ଏସି ପାଳିବ ସୁବର୍ଣ୍ଣ ଜୟନ୍ତୀ ସମାରୋହ। ହେଲେ ଦୀର୍ଘ ୫ ଦଶନ୍ଧି ମଧ୍ୟରେ ସହରାଞ୍ଚଳରେ କୁକୁର ବଂଶ ନିୟନ୍ତ୍ରଣ କରିବା ଲାଗି ପଦକ୍ଷେପ ନେବା ତ ଦୂରର କଥା, ଯୋଜନା ମଧ୍ୟ ଆରମ୍ଭ ହୋଇନାହିଁ। ଦିନକୁ ଦିନ ସହର ସହର ଜନସଂଖ୍ୟା ବଢୁଥିବାବେଳେ କୁକୁର ବଂଶବୃଦ୍ଧି ମୁଣ୍ଡବ୍ୟଥାର କାରଣ ପାଲଟିଛି। ସ୍ଥାନୀୟ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ୨୦୨୦ ଏପ୍ରିଲ ୧ରୁ ୨୦୨୧ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ସହରାଞ୍ଚଳର ୧୦୭ ଜଣ କୁକୁର କାମୁଡ଼ାର ଶିକାର ହୋଇଥିଲେ। ୨୦୨୧ ଏପ୍ରିଲ ୧ରୁ ଚଳିତ ଜୁଲାଇ ୨୮ ମଧ୍ୟରେ ଏହି ସଂଖ୍ୟା ୨୫୭ରେ ପହଞ୍ଚତ୍ଲାଣି। ଭୁବନରେ ପାଗଳ କୁକୁର ଆତଙ୍କ ମଧ୍ୟ କିଛି କମ୍‌ ନୁହେଁ। ଖରାଦିନେ ଏମାନଙ୍କ ଦୌରାତ୍ମ୍ୟ ଅଧିକ ମାତ୍ରାରେ ଦେଖିବାକୁ ମିଳୁଛି। ସାଧାରଣ ଜନତାଙ୍କ ସମେତ ଗୃହପାଳିତ ପ୍ରାଣୀ ମଧ୍ୟ ପାଗଳ କୁକୁର ଆକ୍ରମଣର ଶିକାର ହୋଇ ମୃତ୍ୟୁମୁଖରେ ପଡୁଥିବା ନଜିର ରହିଛି। ଏନ୍‌ଏସିରେ ଦିନକୁ ଦିନ କୁକୁର କାମୁଡ଼ା ରୋଗୀ ସଂଖ୍ୟା ବଢୁଥିବାରୁ କେବଳ ପ୍ରଶାସନ ନୁହେଁ, ସ୍ବାସ୍ଥ୍ୟ ବିଭାଗର ମଧ୍ୟ ଚିନ୍ତା ବଢ଼ିଛି। ପ୍ରତିକାର ସ୍ବରୂପ ସ୍ବାସ୍ଥ୍ୟକେନ୍ଦ୍ରରେ ଜରୁରିକାଳୀନ ସମୟରେ କୁକୁର କାମୁଡ଼ା ଇଞ୍ଜେକ୍ସନ ଉପଲବ୍ଧ ରହୁଛି। ସେହିପରି କୁକୁର ଆକ୍ରମଣରୁ ଜୀବନ ସୁରକ୍ଷା ଲାଗି ଲୋକେ ଆଗୁଆ ପ୍ରତିଷେଧକ ନେଉଛନ୍ତି। ସପ୍ତାହର ମଙ୍ଗଳବାର ଏବଂ ଶୁକ୍ରବାର ଦୁଇଦିନ ପ୍ରତିଷେଧକ ଦିଆଯାଉଥିବା ଡାକ୍ତରଖାନା ପକ୍ଷରୁ ସୂଚନା ଦିଆଯାଇଛି।
ସହରରେ ଦିନକୁ ଦିନ କୁକୁର-ମଣିଷ ସଂଘର୍ଷ ବଢୁଥିବାବେଳେ କୁକୁର ବଂଶ ନିୟନ୍ତ୍ରଣ ଲାଗି ବନ୍ଧ୍ୟାକରଣ ଏକମାତ୍ର ବିକଳ୍ପ ବୋଲି ବୁଦ୍ଧିଜୀବୀମାନେ କହିଛନ୍ତି। ଏନ୍‌ଏସି କର୍ତ୍ତୃପକ୍ଷ ଏହାକୁ ଗୁରୁତ୍ୱର ସହ ବିଚାର କରିବା ଲାଗି ସେମାନେ ଦାବି କରିଛନ୍ତି।
ଖୁବ୍‌ଶୀଘ୍ର ପଦକ୍ଷେପ ନିଆଯିବ
କିଛିଦିନ ହେଲା କାର୍ଯ୍ୟରେ ଯୋଗଦେଇଛି। ଏନ୍‌ଏସିର ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟଗୁଡ଼ିକ ବିଷୟରେ ସମୀକ୍ଷା କରାଯାଉଛି। ଦୀର୍ଘ ବର୍ଷ ହେଲା ସହରରେ କୁକୁରଙ୍କ ବନ୍ଧ୍ୟାକରଣ ହୋଇନାହିଁ। ଖୁବ୍‌ଶୀଘ୍ର ଏ ଦିଗରେ ପଦକ୍ଷେପ ନିଆଯିବ।
– ଦୁର୍ଯ୍ୟୋଧନ ସାହୁ, ଏନ୍‌ଏସି ନିର୍ବାହୀ ଅଧିକାରୀ
ରାସ୍ତାରେ ଯିବାକୁ ଭୟ ଲାଗୁଛି
ଏନ୍‌ଏସି କର୍ତ୍ତୃପକ୍ଷ କୁକୁର ବଂଶ ନିୟନ୍ତ୍ରଣ କରିବା ଲାଗି ଗୁରୁତ୍ୱ ଦେଉନାହାନ୍ତି। ରାସ୍ତାରେ ଏକୁଟିଆ ଯିବାକୁ ଭୟ ଲାଗୁଛି। ତିନିଦିନ ତଳେ କୁକୁର କାମୁଡ଼ାର ଶିକାର ହୋଇଥିଲି। ପ୍ରାଥମିକ ଚିକିତ୍ସା ହୋଇଛି। ଶୁକ୍ରବାର ଡାକ୍ତରଖାନାରେ ଟିକା ନେବି।
– ବିଶ୍ୱନାଥ ନାୟକ, କୁକୁର କାମୁଡ଼ାର ଶିକାର ହୋଇଥିବା ବ୍ୟକ୍ତି
ସ୍ଥାୟୀ ସମାଧାନ ଜରୁରୀ
ବୁଲା କୁକୁର, ଷଣ୍ଢ ଏବଂ ଗୋରୁଙ୍କ ପ୍ରାଦୁର୍ଭାବରେ ସହରବାସୀ ନାହିଁ ନ ଥିବା ସମସ୍ୟା ଭୋଗୁଛନ୍ତି। ବୁଲାଜନ୍ତୁଙ୍କୁ ନିୟନ୍ତ୍ରଣ କରିବାକୁ ପ୍ରଶାସନ ଆଖିଦୃଶିଆ ପଦକ୍ଷେପ ନେଉନାହିଁ। ଏହାର ସ୍ଥାୟୀ ସମାଧାନ ଜରୁରୀ ହୋଇପଡ଼ିଛି।
– ରଥ ସେଠୀ, ବରିଷ୍ଠ ନାଗରିକ


Enter your email to get our daily news in your inbox.

All Right Reserved By Dharitri.Com

ଯୌତୁକ ନିର୍ଯ୍ୟାତନାରୁ ମହିଳାଙ୍କ ଆତ୍ମହତ୍ୟା ଘଟଣା: ୫ ମାସ ପରେ ଅଭିଯୁକ୍ତ ସ୍ବାମୀ ଗଲେ ଜେଲ  

ଦିଗପହଣ୍ଡି,୨|୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ୧୦ ନଂ ୱାର୍ଡ ଆନନ୍ଦ ନଗର ର ବିଶ୍ଵନାଥ ମହାରଣାଙ୍କ ଝିଅ ଉଷାରାଣୀ ମହାରଣା ସ୍ବାମୀ ଓ…

ହାଇ ଆଲର୍ଟ: ଜିଲାରେ ଝାଡ଼ଖଣ୍ଡ ଓ ବାହାର ରାଜ୍ୟର ଅପରାଧୀ, ସତର୍କ ରହିବାକୁ ପୋଲିସର ଅପିଲ୍

ହାଟଡିହୀ/ଛେନାପଦୀ, ୨।୧୦ (ଶୁଭକାନ୍ତ ନାୟକ/ନିରାକାର ପରିଡ଼ା): କେନ୍ଦୁଝର ଜିଲାରେ ଝାଡ଼ଖଣ୍ଡ ସମେତ ବାହାର ରାଜ୍ୟର ଅପରାଧୀ ଗ୍ୟାଙ୍ଗର ଗତିବିଧି ନଜରକୁ ଆସିବା ପରେ ଜିଲା ପୋଲିସ ପକ୍ଷରୁ…

ହାତୀଙ୍କ ଉପଦ୍ରବରେ ଫସଲ ନଷ୍ଟ, ଚିନ୍ତାରେ ଚାଷୀ: କ୍ଷତିପୂରଣ ଦାବି କଲେ…

ତୁମୁଡିବନ୍ଧ (ଦୀପକ କୁମାର ପରାସେଠ): କନ୍ଧମାଳ ଜିଲା ତୁମୁଡିବନ୍ଧ ବନାଞ୍ଚଳରେ ହାତୀଙ୍କ ଉପଦ୍ରବ ଦେଖିବାକୁ ମିଳିଛି। ଗତ କିଛି ଦିନ ହେବ ପଡ଼ୋଶୀ କଳାହାଣ୍ଡି ଜିଲାରୁ ୫ଟି…

ସାଇକେଲରେ ସହର ବୁଲିଲେ ବିଧାୟକ ସିଦ୍ଧାନ୍ତ ମହାପାତ୍ର: ପୋଖରୀ ସଫାକରି, ବାଣ୍ଟିଲେ ସ୍ବଚ୍ଛତାର ବାର୍ତ୍ତା   

ଦିଗପହଣ୍ଡି,୨|୧୦(ଅଶେଷ ନାଥ ମିଶ୍ର) ଅହିଂସା ଓ ସତ୍ୟର ମାର୍ଗ ଦେଇ ଦେଶକୁ ସ୍ବାଧିନତା ଆଣିବାରେ ପ୍ରମୁଖ ଗ୍ରହଣ କରିଥିବା ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଜୟନ୍ତୀ ଅବସରରେ…

ବୁଲିବାକୁ ଯାଇଥିଲେ, ଫେରିଲେନି: ବାଇକ୍ ଦୁର୍ଘଟଣାରେ ବି-ଟେକ୍ ଛାତ୍ରଙ୍କ ଜୀବନ ଗଲା

ମୋହନା, ୨।୧୦(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ଥାନା ଅନ୍ତର୍ଗତ ଚନ୍ଦ୍ରଗିରି ଫାଣ୍ଡି ଅଧୀନ ଏକଲବ୍ୟ ଆବାସିକ ବିଦ୍ୟାଳୟ ସମ୍ମୁଖରେ ଶୁକ୍ରବାର ବାଇକ୍ ଓ କାର୍ ମଧ୍ୟରେ…

ଖେମୁଣ୍ଡି ବ୍ୟବସାୟୀ ସଂଘ ପକ୍ଷରୁ ନୋ – ୟୁପିଆଇ ଡେ ପାଳନ : ଦିଗପହଣ୍ଡି ରେ ବିକ୍ଷୋଭ ଓ ପ୍ରତିବାଦ ଶୋଭାଯାତ୍ରା

ଦିଗପହଣ୍ଡି,୨|୧୦(ଅଶେଷ ନାଥ ମିଶ୍ର): ସମଗ୍ର ଦେଶରେ ଚଳିତ ମାସ ୧୫ ତାରିଖରୁ ସରକାରୀ ସମର୍ଥିତ ଡିଜିଟାଲ ପେମେଣ୍ଟ ( ୟୁପିଆଇ) ସିଷ୍ଟମ କାରବାରରେ ପରିବର୍ତ୍ତନ ଓ ନୂଆ…

ଉପକୂଳ ପରିବେଶ ସୁରକ୍ଷା ସମ୍ପର୍କିତ ତର୍କ ପ୍ରତିଯୋଗିତା: ସୁନ୍ଦର ପୃଥିବୀ ଗଠନ ପାଇଁ ଛାତ୍ରୀଛାତ୍ର ନେଲେ ଶପଥ

ମହାକାଳପଡ଼ା,୨ା୧୦(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ସଦରମହକୁମା କିଆରବାଙ୍କସ୍ଥିତ ପଞ୍ଚାୟତ ସରକାରୀ ଉଚ୍ଚ ବିଦ୍ୟାଳୟ ସଭାଗୃହରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ଅବସରରେ ଉପକୂଳ…

ଟ୍ରେନ୍‌ ଟ୍ରାକ୍‌ ମରାମତି ଯାଞ୍ଚବେଳେ ଟ୍ରାକ୍‌ମ୍ୟାନଙ୍କୁ ଧକ୍କାଦେଲା ଦ୍ରୁତଗାମୀ ଇଣ୍ଟରସିଟି, ଚାଲିଗଲା ଜୀବନ

ଛତ୍ରପୁର,୨ା୧୦(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ରେଳ ଟ୍ରାକ୍‌ ରକ୍ଷଣାବେକ୍ଷଣ କାମ ଚାଲିଥିବା ସମୟରେ ଘଟିଛି ଏକ ଅଭାବନୀୟ ଦୁର୍ଘଟଣା। ଟ୍ରାକ୍‌ ରକ୍ଷଣାବେକ୍ଷଣ ଯାଞ୍ଚ ବେଳେ ଟ୍ରେନ୍‌ ଧକ୍କାରେ ଟ୍ରାକ୍‌ମ୍ୟାନଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?