ବନ୍ଧ୍ୟାକରଣ ବାଟବଣା

ଭୁବନ, ୩୦।୭(ଡି.ଏନ୍‌.ଏ.) ମୁଣ୍ଡବ୍ୟଥା ବଢ଼ାଇଛନ୍ତି ବୁଲାକୁକୁର। ଗଳିକନ୍ଦିରେ ପଲପଲ ହୋଇ ବୁଲୁଛନ୍ତି। ରାଜରାସ୍ତାକୁ ଅକ୍ତିଆରକୁ ନେଉଛନ୍ତି। ଏକଲା ମଣିଷ ଦେଖିଲେ କାମୁଡ଼ିବାକୁ ଗୋଡ଼ାଉଛନ୍ତି। ସେମାନଙ୍କ ଦୌରାତ୍ମ୍ୟରେ ସବୁଠାରୁ ବେଶି ପ୍ରଭାବିତ ହେଉଛନ୍ତି ବାଇକ୍‌ ଆରୋହୀ। ପରସ୍ପର ଭିତରେ କାମୁଡ଼ା କାମୁଡ଼ି ହୋଇ ହଠାତ୍‌ ଗାଡ଼ି ସାମ୍ନାକୁ ଚାଲିଆସିବା କାରଣରୁ ଭାରସାମ୍ୟ ହରାଇ ଖଣ୍ଡିଆଖାବରା ହେଉଛନ୍ତି ଚାଳକ। ସହରାଞ୍ଚଳରେ କୁକୁର ବନ୍ଧ୍ୟାକରଣ ଯୋଜନା ଫେଲ୍‌ ମାରିଥିବାରୁ ସେମାନଙ୍କ ବଂଶବୃଦ୍ଧି ହେଉଛି ଏବଂ ଏଭଳି ସମସ୍ୟା ସୃଷ୍ଟି ହେଉଥିବା ଅଭିଯୋଗ କରିଛନ୍ତି ଢେଙ୍କାନାଳ ଜିଲା ଭୁବନ ଅଞ୍ଚଳର ବୁଦ୍ଧିଜୀବୀ।
ଭୁବନ ବିଜ୍ଞାପିତ ଅଞ୍ଚଳ ପରିଷଦ ଗଠନ ହେବାର ବିତିଗଲାଣି ୪୯ ବର୍ଷ। ୨୦୨୨ରେ ଏନ୍‌ଏସି ପାଳିବ ସୁବର୍ଣ୍ଣ ଜୟନ୍ତୀ ସମାରୋହ। ହେଲେ ଦୀର୍ଘ ୫ ଦଶନ୍ଧି ମଧ୍ୟରେ ସହରାଞ୍ଚଳରେ କୁକୁର ବଂଶ ନିୟନ୍ତ୍ରଣ କରିବା ଲାଗି ପଦକ୍ଷେପ ନେବା ତ ଦୂରର କଥା, ଯୋଜନା ମଧ୍ୟ ଆରମ୍ଭ ହୋଇନାହିଁ। ଦିନକୁ ଦିନ ସହର ସହର ଜନସଂଖ୍ୟା ବଢୁଥିବାବେଳେ କୁକୁର ବଂଶବୃଦ୍ଧି ମୁଣ୍ଡବ୍ୟଥାର କାରଣ ପାଲଟିଛି। ସ୍ଥାନୀୟ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ୨୦୨୦ ଏପ୍ରିଲ ୧ରୁ ୨୦୨୧ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ସହରାଞ୍ଚଳର ୧୦୭ ଜଣ କୁକୁର କାମୁଡ଼ାର ଶିକାର ହୋଇଥିଲେ। ୨୦୨୧ ଏପ୍ରିଲ ୧ରୁ ଚଳିତ ଜୁଲାଇ ୨୮ ମଧ୍ୟରେ ଏହି ସଂଖ୍ୟା ୨୫୭ରେ ପହଞ୍ଚତ୍ଲାଣି। ଭୁବନରେ ପାଗଳ କୁକୁର ଆତଙ୍କ ମଧ୍ୟ କିଛି କମ୍‌ ନୁହେଁ। ଖରାଦିନେ ଏମାନଙ୍କ ଦୌରାତ୍ମ୍ୟ ଅଧିକ ମାତ୍ରାରେ ଦେଖିବାକୁ ମିଳୁଛି। ସାଧାରଣ ଜନତାଙ୍କ ସମେତ ଗୃହପାଳିତ ପ୍ରାଣୀ ମଧ୍ୟ ପାଗଳ କୁକୁର ଆକ୍ରମଣର ଶିକାର ହୋଇ ମୃତ୍ୟୁମୁଖରେ ପଡୁଥିବା ନଜିର ରହିଛି। ଏନ୍‌ଏସିରେ ଦିନକୁ ଦିନ କୁକୁର କାମୁଡ଼ା ରୋଗୀ ସଂଖ୍ୟା ବଢୁଥିବାରୁ କେବଳ ପ୍ରଶାସନ ନୁହେଁ, ସ୍ବାସ୍ଥ୍ୟ ବିଭାଗର ମଧ୍ୟ ଚିନ୍ତା ବଢ଼ିଛି। ପ୍ରତିକାର ସ୍ବରୂପ ସ୍ବାସ୍ଥ୍ୟକେନ୍ଦ୍ରରେ ଜରୁରିକାଳୀନ ସମୟରେ କୁକୁର କାମୁଡ଼ା ଇଞ୍ଜେକ୍ସନ ଉପଲବ୍ଧ ରହୁଛି। ସେହିପରି କୁକୁର ଆକ୍ରମଣରୁ ଜୀବନ ସୁରକ୍ଷା ଲାଗି ଲୋକେ ଆଗୁଆ ପ୍ରତିଷେଧକ ନେଉଛନ୍ତି। ସପ୍ତାହର ମଙ୍ଗଳବାର ଏବଂ ଶୁକ୍ରବାର ଦୁଇଦିନ ପ୍ରତିଷେଧକ ଦିଆଯାଉଥିବା ଡାକ୍ତରଖାନା ପକ୍ଷରୁ ସୂଚନା ଦିଆଯାଇଛି।
ସହରରେ ଦିନକୁ ଦିନ କୁକୁର-ମଣିଷ ସଂଘର୍ଷ ବଢୁଥିବାବେଳେ କୁକୁର ବଂଶ ନିୟନ୍ତ୍ରଣ ଲାଗି ବନ୍ଧ୍ୟାକରଣ ଏକମାତ୍ର ବିକଳ୍ପ ବୋଲି ବୁଦ୍ଧିଜୀବୀମାନେ କହିଛନ୍ତି। ଏନ୍‌ଏସି କର୍ତ୍ତୃପକ୍ଷ ଏହାକୁ ଗୁରୁତ୍ୱର ସହ ବିଚାର କରିବା ଲାଗି ସେମାନେ ଦାବି କରିଛନ୍ତି।
ଖୁବ୍‌ଶୀଘ୍ର ପଦକ୍ଷେପ ନିଆଯିବ
କିଛିଦିନ ହେଲା କାର୍ଯ୍ୟରେ ଯୋଗଦେଇଛି। ଏନ୍‌ଏସିର ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟଗୁଡ଼ିକ ବିଷୟରେ ସମୀକ୍ଷା କରାଯାଉଛି। ଦୀର୍ଘ ବର୍ଷ ହେଲା ସହରରେ କୁକୁରଙ୍କ ବନ୍ଧ୍ୟାକରଣ ହୋଇନାହିଁ। ଖୁବ୍‌ଶୀଘ୍ର ଏ ଦିଗରେ ପଦକ୍ଷେପ ନିଆଯିବ।
– ଦୁର୍ଯ୍ୟୋଧନ ସାହୁ, ଏନ୍‌ଏସି ନିର୍ବାହୀ ଅଧିକାରୀ
ରାସ୍ତାରେ ଯିବାକୁ ଭୟ ଲାଗୁଛି
ଏନ୍‌ଏସି କର୍ତ୍ତୃପକ୍ଷ କୁକୁର ବଂଶ ନିୟନ୍ତ୍ରଣ କରିବା ଲାଗି ଗୁରୁତ୍ୱ ଦେଉନାହାନ୍ତି। ରାସ୍ତାରେ ଏକୁଟିଆ ଯିବାକୁ ଭୟ ଲାଗୁଛି। ତିନିଦିନ ତଳେ କୁକୁର କାମୁଡ଼ାର ଶିକାର ହୋଇଥିଲି। ପ୍ରାଥମିକ ଚିକିତ୍ସା ହୋଇଛି। ଶୁକ୍ରବାର ଡାକ୍ତରଖାନାରେ ଟିକା ନେବି।
– ବିଶ୍ୱନାଥ ନାୟକ, କୁକୁର କାମୁଡ଼ାର ଶିକାର ହୋଇଥିବା ବ୍ୟକ୍ତି
ସ୍ଥାୟୀ ସମାଧାନ ଜରୁରୀ
ବୁଲା କୁକୁର, ଷଣ୍ଢ ଏବଂ ଗୋରୁଙ୍କ ପ୍ରାଦୁର୍ଭାବରେ ସହରବାସୀ ନାହିଁ ନ ଥିବା ସମସ୍ୟା ଭୋଗୁଛନ୍ତି। ବୁଲାଜନ୍ତୁଙ୍କୁ ନିୟନ୍ତ୍ରଣ କରିବାକୁ ପ୍ରଶାସନ ଆଖିଦୃଶିଆ ପଦକ୍ଷେପ ନେଉନାହିଁ। ଏହାର ସ୍ଥାୟୀ ସମାଧାନ ଜରୁରୀ ହୋଇପଡ଼ିଛି।
– ରଥ ସେଠୀ, ବରିଷ୍ଠ ନାଗରିକ


Enter your email to get our daily news in your inbox.

All Right Reserved By Dharitri.Com

ଓଡିଶାବାସୀଙ୍କ ପାଇଁ ଖୁସିଖବର: ନିଯୁକ୍ତିକୁ ନେଇ ବଡ଼ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୬।୧୨: ଓଡ଼ିଶା ହେବ ଫାର୍ମା ହବ୍‌। ମୁଖ୍ୟମନ୍ତ୍ରୀ ମୋହନ ମାଝି ଫାର୍ମା ସମ୍ମିଳନୀରେ ଓଡ଼ିଶାରେ ଫାର୍ମା ସେକ୍ଟରରେ ନିବେଶ ପାଇଁ ନିବେଶକଙ୍କୁ ଅନୁରୋଧ କରିଛନ୍ତି। ଏ...

ଆସନ୍ତା ୨୩ରୁ ଖୋଲିବ ଧାନମଣ୍ଡି, ଶୁଭାରମ୍ଭ ହେଲା ୨ଟି ସଚେତନତା ରଥ

ଛତ୍ରପୁର, ୧୬/୧୨ (ଦିଲ୍ଲୀପ ସାମଲ): ହିଞ୍ଜିଳିକାଟୁ ନିୟନ୍ତ୍ରିତ ବଜାର କମିଟି ପକ୍ଷରୁ ଛତ୍ରପୁର ସ୍ଥିତ ଗଞ୍ଜାମ ଜିଲାପାଳଙ୍କ କାର୍ଯ୍ୟାଳୟରୁ ୨ ଟି ସଚେତନତା ରଥର ଶୁଭାରମ୍ଭ...

ଓଡ଼ିଶା ରାଜନୀତିକୁ ନେଇ ଅମର ଶତପଥୀଙ୍କ ବିସ୍ଫୋରକ ବୟାନ: କହିଲେ ବଦଳିପାରେ…

ଭୁବନେଶ୍ୱର,୧୬।୧୨: ସାଂପ୍ରତିକ ଓଡ଼ିଶା ରାଜନୀତିକୁ ନେଇ ଅମର ଶତପଥୀ ବଡ଼ ବୟାନ ଦେଇଛନ୍ତି। ଅମର କହିଛନ୍ତି, ଓଡ଼ିଶାରେ ରାଜନୈତିକ ସମୀକରଣ ବଦଳିପାରେ। ଓଡ଼ିଶା ରାଜନୈତିକ ଦୃଶ୍ୟପଟ...

ଶ୍ମଶାନରେ ଜିଇଁ ଉଠିଲେ ପୂରୋହିତ, ହସ୍ପିଟାଲ ଗଲାପରେ ଘଟିଲା…

ଗଞ୍ଜାମ ୧୬/୧୨(ବିଦ୍ୟାଧର ସାହୁ/ଦିଲ୍ଲୀପ ସାମଲ ): ଗଞ୍ଜାମ ଏନଏସି ଅନ୍ତର୍ଗତ ପୁଇଁତୋଳା ଗ୍ରାମର ନୃସିଂହ ପୂଜକ ପୁରୋହିତ ରାଜେନ୍ଦ୍ର ରଥଙ୍କ ପରଲୋକ ହୋଇଛି । ହସ୍ପିଟାଲରେ...

ଚାଷୀ ଆନ୍ଦୋଳନକୁ ନେଇ ମୁହଁ ଖୋଳିଲେ ମନ୍ତ୍ରୀ: ବିରୋଧୀଙ୍କୁ ଦେଲେ କଡ଼ା ଜବାବ

ଭୁବନେଶ୍ୱର,୧୬।୧୨: ଧାନ ବିକ୍ରି ପାଇଁ ଚାଷୀଙ୍କୁ ମିଳୁନାହିଁ ଟୋକନ। ଏନେଇ ରାଜ୍ୟର ବିଭିନ୍ନ ସ୍ଥାନରେ ଚାଷୀ ଆନ୍ଦୋଳନ ଦେଖାଦେଇଛି। ଏଭଳିସ୍ଥତିରେ ସମବାୟ ମନ୍ତ୍ରୀ ପ୍ରଦୀପ ବଳ...

ପୀତବାସ ପଣ୍ଡା ହତ୍ୟା ମାମଲା, ବିକ୍ରମ ପଣ୍ଡାଙ୍କ ସମେତ ୫ ଅଭିଯୁକ୍ତଙ୍କ ଜାମିନ ଖାରଜ୍

ବ୍ରହ୍ମପୁର,୧୬ା୧୨(ସୁବାସ ଚନ୍ଦ୍ର ପାଢ଼ୀ): ବହୁ ଚର୍ଚ୍ଚିତ ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ପୂର୍ବତନ ବିଧାୟକ ବିକ୍ରମ ପଣ୍ଡାଙ୍କୁ ଝଟକା । ଖାରଜ ହେଲା ଜାମିନ...

ପବିତ୍ର ଧନୁ ସଂକ୍ରାନ୍ତି, ଆଜିିଠୁ ଶ୍ରୀଜୀଉଙ୍କୁ ପହିଲି ଭୋଗ ଲାଗି

ପୁରୀ,୧୬ା୧୨(ଅଜିତ୍‌ କୁମାର ମହାନ୍ତି): ଆଜି ପବିତ୍ର ଧନୁ ସଂକ୍ରାନ୍ତି । ଶ୍ରୀମନ୍ଦିରରେ ମଙ୍ଗଳବାର ଧନୁସଂକ୍ରାନ୍ତିରେ ମହାପ୍ରଭୁଙ୍କ ପହିଲିଭୋଗ ନୀତି ଅନୁଷ୍ଠିତ ହୋଇଛି। ପହିଲିଭୋଗ ନୀତି ଧନୁ...

ଓଡ଼ିଶା ଆସିପାରନ୍ତି ଶାହା, ଭାଜପା ଶିବିର ଚଳଚଞ୍ଚଳ

ଭୁବନେଶ୍ୱର, ୧୬।୧୨(ସୁନିତ୍‌ ମିଶ୍ର):ସମବାୟ ବିଭାଗର ଏକ କାର୍ଯ୍ୟକ୍ରମ ଆସନ୍ତା ୨୧ ତାରିଖରେ ଜନତା ମଇଦାନଠାରେ ହେବାକୁ ଯାଉଛି। ଏଥିରେ ଯୋଗଦେବା ଲାଗି ରାଜ୍ୟ ସରକାରଙ୍କ ପକ୍ଷରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri