Posted inଜାତୀୟ

୭ ଘଣ୍ଟାରେ ୧୦୧ ମହିଳାଙ୍କ ବନ୍ଧ୍ୟାକରଣ, ସରକାର ଦେଲେ ତଦନ୍ତ ନିର୍ଦ୍ଦେଶ…

ରାୟପୁର,୪।୯: ଏକ ଶିବିରରେ ମାତ୍ର ୭ ଘଣ୍ଟାରେ ୧୦୧ ମହିଳାଙ୍କର ବନ୍ଧ୍ୟାକରଣ କରାଯାଇଛି। ଏଭଳି ଘଟଣା ଛତିଶଗଡ଼ର ରାୟପୁରଠାରୁ ୩୦୦ କିଲୋମିଟର ଦୂରରେ ଥିବା ମୈନପତ୍‌ ବ୍ଲକ୍‌ର ନର୍ମଦାପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଅଗଷ୍ଟ ୨୭ରେ ଘଟିଛି। ବନ୍ଧ୍ୟାକରଣ ଶିବିରରେ ଜଣେ ଡାକ୍ତରଙ୍କ ଦ୍ୱାରା କମ୍‌ ସମୟ ମଧ୍ୟରେ ଏତେ ସଂଖ୍ୟକ ମହିଳାଙ୍କ ବନ୍ଧ୍ୟାକରଣ ହୋଇଥିବା ସମ୍ପର୍କରେ ଅଭିଯୋଗ ଆସିବା ପରେ ସରକାର ଏନେଇ ତଦନ୍ତ ନିର୍ଦ୍ଦେଶ ଜାରି କରିଛନ୍ତି। ଡାକ୍ତର ଜିବନୁସ୍‌ ଇକ୍କାଙ୍କ ସହିତ ସ୍ଥାନୀୟ ବ୍ଲକ୍‌ ମେଡ଼ିକାଲ ଅଧିକାରୀ ଡ. ଆର୍‌.ଏସ୍‌. ସିଂଙ୍କୁ ଜବାବ ତଲବ କରାଯାଇଛି।

ତେବେ ଡାକ୍ତର ଇକ୍କା କହିଛନ୍ତି ଯେ, ମହିଳାମାନେ ବହୁ ଦୂରଦୂରାନ୍ତରୁ ଶିବିରକୁ ଆସିଥିଲେ। ସେମାନେ ଅଟକି ରହିବା ଭଳି କୌଣସି ସୁବିଧା ମଧ୍ୟ ନ ଥିଲା। ସେମାନେ ଘରକୁ ଫେରି ପୁଣି ଶିବିରକୁ ଆସିବା କଷ୍ଟକର ମଧ୍ୟ ଥିଲା ତେଣୁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଥିଲା। ସମ୍ପୃକ୍ତ ମହିଳାମାନଙ୍କ ସ୍ବାସ୍ଥ୍ୟବସ୍ଥାରେ କୌଣସି ଅସୁବିଧା ହୋଇ ନାହିଁ।

ତେବେ ସରକାରୀ ନିର୍ଦ୍ଦେଶ ଅନୁସାରେ ଗୋଟିଏ ଦିନରେ ୩୦ ଜଣ ମହିଳାଙ୍କ ବନ୍ଧ୍ୟାକରଣ କରାଯିବା ଆବଶ୍ୟକ। ମାତ୍ର ଡାକ୍ତର ଜଣକ ଏହାର ତିନିଗୁଣାରୁ ଅଧିକ ଅପରେଶନ୍‌ କରିଥିବା ଅଭିଯୋଗ ହୋଇଛି। ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ମୁଖ୍ୟ ସଚିବ ଡ. ଆଲୋକ ଶୁକ୍ଲାଙ୍କ ଅନୁସାରେ ଏହା ଦ୍ୱାରା ସରକାରୀ ମାର୍ଗଦର୍ଶିକାର ଉଲ୍ଲଂଘନ ହୋଇଛି।

ପୂର୍ବରୁ ଅଗଷ୍ଟ ୨୯ରେ ଡ.ଇକ୍କାଙ୍କୁ ସୁରୁଗୁଜା ସିଏମ୍‌ଏଚ୍‌ଓ ବି.ଏସ୍‌. ସିସୋଦିଆ କାରଣ ଦର୍ଶାଅ ନୋଟିସ୍‌ ଜାରି କରିଥିଲେ। ସୂଚନାଯୋଗ୍ୟ, ବନ୍ଧ୍ୟାକରଣ ଅପରେଶନ୍‌ ମଧ୍ୟାହ୍ନ ୧୨ଟାଠାରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?