ଡେଲାଙ୍ଗରେ ଚୋରି ଗାଡ଼ି ର଼୍ୟାକେଟ ପର୍ଦ୍ଦାଫାଶ

ଡେଲାଙ୍ଗ,୩।୧୦(ଡି.ଏନ୍‌.ଏ.): ଗତ ଏକ ମାସର ବ୍ୟବଧାନ ପରେ ପୁରୀ ଜିଲା ଡେଲାଙ୍ଗ ପୋଲିସ ପୁଣି ଏକ ଚୋରି ଗାଡ଼ି ର଼୍ୟାକେଟର ପର୍ଦ୍ଦାଫାଶ କରିଛି। ଏହା ପଛରେ ଥିବା ଏକ ଗ୍ୟାଙ୍ଗର ୬ଜଣ ସଦସ୍ୟକୁ ପୋଲିସ ଗିରଫ କରିବା ସହ କୋର୍ଟଚାଲଣ କରିଛି। ସେମାନେ ହେଲେ ନୟାଗଡ ଜିଲାର ପାମ୍ପେଡା ଗ୍ରାମର କାଲୁ ଭୋଇ, ଜଟଣୀ ଥାନା ବେଣାପଞ୍ଜରୀ ଗ୍ରାମର ମହମ୍ମଦ ଅରବାଜ, ଖୋର୍ଦ୍ଧା ବାରଘରପାଟଣା ଗ୍ରାମର ରାକେଶ କାଣ୍ଡି, ଜଙ୍କିଆ ଥାନା ମୁକ୍ତାପୁର ଗ୍ରାମର ଗୋବିନ୍ଦ ଜେନା, ଖୋର୍ଦ୍ଧା ସଦର ଥାନା ଅଞ୍ଚଳର ବରପଡା ଗ୍ରାମର ବିଶ୍ୱଜିତ ଜୟସିଂ ଓ ବେଣାପଞ୍ଜରୀ ଗ୍ରାମର ଅମିରୁଦ୍ଦିନ ଖାନ। ପୋଲିସ ସେମାନଙ୍କଠାରୁ ୪୫ଟି ଚୋରା ବାଇକ୍‌ ଜବତ କରିବା ସହ ନଂ. ୧୫୩/୨୦ରେ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି। ଏ ନେଇ ଡେଲାଙ୍ଗ ଥାନା ପକ୍ଷରୁ ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ଏସ୍‌ଡିପିଓ ଦେବଦତ୍ତ ବରାଳ ଓ ଡେଲାଙ୍ଗ ଆଇଆଇସି ରଶ୍ମିରଞ୍ଜନ ପଟ୍ଟନାୟକ ଏହି ସୂଚନା ଦେଇଛନ୍ତି।
ସୂଚନା ଅନୁଯାୟୀ, ଗତ ଗୁରୁବାର ଏହି ଥାନା ଅଞ୍ଚଳର କୁଆପଦା ଗ୍ରାମ ନିକଟରେ ଥିବା କୁମୁକା ଜଙ୍ଗଲ ନିକଟରେ କେତେଜଣ ଅପରାଧୀ ଚୋରା ବାଇକ୍‌ ବିକ୍ରି ପାଇଁ ଯୋଜନା କରୁଥିଲେ। ବିଶେଷ ସୂତ୍ରରୁ ଖବରପାଇ ଡେଲାଙ୍ଗ ଆଇଆଇସିଙ୍କ ନିର୍ଦ୍ଦେଶକ୍ରମେ ଏସ୍‌ଆଇ ଲାଇକା ମହାରଣା, କନଷ୍ଟେବଳ ପ୍ରଶାନ୍ତ ପ୍ରଧାନ, ଜିତେନ୍ଦ୍ର ସ୍ବାଇଁ, ହୋମଗାର୍ଡ ପ୍ରମୋଦ ସେଠୀ ଘଟଣାସ୍ଥଳରେ ଚଢ଼ାଉ କରିଥିଲେ। ସେଠାରେ ୪ଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ୧୦ଟି ଚୋରା ବାଇକ ଜବତ କରିଥିଲେ। ପରେ ପୁରୀ ଏସ୍‌ପି ଅଖିଳେଶ୍ୱର ସିଂଙ୍କ ନିର୍ଦ୍ଦେଶ ଅନୁସାରେ ଏସ୍‌ଡିପିଓ ବରାଳ ଓ ଆଇଆଇସି ପଟ୍ଟନାୟକ ସେମାନଙ୍କୁ ଜେରା କରିଥିଲେ। ଫଳରେ ଏକ ବୃହତ ଗାଡ଼ି ଚୋରି ର଼୍ୟାକେଟ ଚାଲିଥିବା ଜଣାପଡ଼ିଥିଲା। ଏହି ର଼୍ୟାକେଟକୁ ଧରିବା ପାଇଁ ୨ଟି ସ୍ବତନ୍ତ୍ର ଟିମ ପ୍ରସ୍ତୁତ କରାଯାଇଥିଲା। ଗୋଟିଏ ଟିମର ପରିଚାଳକ ଆଇଆଇସି ଥିବାବେଳେ ଅନ୍ୟ ଟିମର ଏସ୍‌ଆଇ ଉପେନ୍ଦ୍ର ନାଥ ଦାସ ପରିଚାଳନା କରୁଥିଲେ। ଏହି ଟିମଗୁଡିକ ଶୁକ୍ରବାର ୪ ଅଭିଯୁକ୍ତ ଦେଇଥିବା ଠିକଣା ଅନୁସାରେ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ଆହୁରି ୨ଜଣଙ୍କୁ ଗିରଫ କରିବା ସହ ମୋଟରେ ୪୫ଟି ଚୋରା ବାଇକ୍‌ ଜବତ କରିଥିଲେ। ଏହି ଗାଡ଼ିଗୁଡ଼ିକର ମାଲିକମାନେ ୦୬୭୫୮-୨୪୨୨୨୨ନମ୍ବରରେ ଯୋଗାଯୋଗ କରି ନିଜ ଗାଡି ସମ୍ପର୍କରେ ତଥ୍ୟ ସଂଗ୍ରହ କରିପାରିବେ ବୋଲି ଥାନା ସୂତ୍ରରୁ ପ୍ରକାଶ ପାଇଛି। ପ୍ରକାଶ ଥାଉକି ଅଗଷ୍ଟ ୬ରେ ଡେଲାଙ୍ଗ ପୋଲିସର ଏଭଳି ଏକ ବାଇକ୍‌ ଲୁଟେରା ଗ୍ୟାଙ୍ଗକୁ ଧରିଥିଲେ। ସେମାନଙ୍କଠାରୁ ୨୫ଟି ଚୋରା ବାଇକ୍‌ ଜବତ କରିବା ସହ ୪ଜଣଙ୍କୁ ଗିରଫ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

୫କେଜି LPG ସିଲିଣ୍ଡରକୁ ନେଇ ସରକାରଙ୍କ ବଡ଼ ଘୋଷଣା, ଲକ୍ଷ ଲକ୍ଷ ଲୋକଙ୍କୁ…

ନୂଆଦିଲ୍ଲୀ,୭।୪: ଇରାନରେ ଜାରି ରହିଥିବା ଯୁଦ୍ଧ କାରଣରୁ ସାରା ବିଶ୍ୱରେ LPG ଯୋଗାଣ ପ୍ରଭାବିତ ହୋଇଛି। ଏହାର ପ୍ରଭାବ ଭାରତର ପ୍ରବାସୀ ଶ୍ରମିକ ଓ ଦୁର୍ବଳ ଶ୍ରେଣୀର…

ଯେଉଁଠି ଅଛନ୍ତି ସେଇଠି ଥାନ୍ତୁ, ୪୮ ଘଣ୍ଟା ଯାଏ ଘରୁ ବାହାରନ୍ତୁ ନାହିଁ; ଭାରତୀୟଙ୍କ ପାଇଁ Advisory ଜାରି କଲା…

ତେହେରାନ,୭।୪: ପଶ୍ଚିମ ଏସିଆରେ ଯୁଦ୍ଧ ପରିସ୍ଥିତି ଭୟଙ୍କର ରୂପ ନେବାରେ ଲାଗିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିନାଶକାରୀ ଧମକ ଏବଂ ଇସ୍ରାଏଲର ଆକ୍ରମଣ ମଧ୍ୟରେ ଇରାନରେ…

ଭଡ଼ାଘରେ ଚଲାଇଥିଲେ ଦେହ ବ୍ୟବସାୟ, ଦମ୍ପତିଙ୍କୁ ବାନ୍ଧିଲା ଟାଉନ ଥାନା ପୋଲିସ, ମିଳିଲା ଆପତ୍ତିଜନକ…

ବରଗଡ଼,୭।୪(ପ୍ରେମାନନ୍ଦ ଖମାରୀ)-ବରଗଡ଼ ସହର ଉପକଣ୍ଠ ଶ୍ରୀଧାମ ସୋସାଇଟି ନିକଟ ଏକ ଭଡ଼ାଘରେ ଦେହ ବ୍ୟବସାୟ ଚଲାଉଥିବା ଅଭିଯୋଗରେ ସ୍ଥାନୀୟ ଟାଉନ ଥାନା ପୋଲିସ ଜଣେ ଦମ୍ପତିଙ୍କୁ ଗିରଫ…

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ସାମିଆପଲ୍ଲୀରୁ ବିପୁଳ ପରିମାଣରେ ଶାଗୁଆନ କାଠ ଜବତ

ଛତ୍ରପୁର,୭।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟ ସାମିଆପଲ୍ଲୀ ଗ୍ରାମ ନିକଟରୁ ଭିଜିଲାନ୍ସ, ବନବିଭାଗ ମୋବାଇଲ ଟିମ, ଛତ୍ରପୁର ବନ ବିଭାଗ ବିପୁଳ ପରିମାଣର ଶାଗୁଆନ…

ରାଜ୍ୟସଭା କ୍ରସ୍‌ ଭୋଟିଂ ପରେ ପ୍ରଥମ ଥର ମୋହନା ଆସିଲେ ବିଧାୟକ

ମୋହନା, ୭ା୪(ମନ୍ମଥ ମିଶ୍ର): ରାଜ୍ୟସଭା ନିର୍ବାଚନ ପରେ ଗଜପତି ଜିଲା କଂଗ୍ରେସରେ ହଟଚମଟ ଦେଖିବାକୁ ମିଳିଥିଲା। ମୋହନା ବିଧାୟକ ଦାଶରଥି ଗମାଙ୍ଗ ନିଜ ଦଳର କଥା ଅବମାନନା…

ଆମେରିକା ରେଡ୍‌ ଲାଇନ୍‌ ପାର କଲେ, ଆମର କ୍ଷେପଣାସ୍ତ୍ର ଟ୍ରମ୍ପଙ୍କୁ ଭୟଙ୍କର ଜବାବ ଦେବ; ଇରାନ ଦେଲା ପାଲଟା ଚେତାବନୀ

ତେହେରାନ,୭।୪: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଦିଆଯାଇଥିବା ଡେଡ୍‌ଲାଇନ୍‌ ଶେଷ ହେବା ପୂର୍ବରୁ ଇରାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ‘ଖାର୍ଗ…

ଏକା ବେଳେ ଜଳିଲା ଗୋଟିଏ ପରିବାରର ୪ ଜୁଇ: କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଗାଁ  

କୋରାପୁଟ,୭।୪(ଅମିତାଭ ବେହେରା):ଏକା ବେଳକେ ଜଳିଲା ଗୋଟିଏ ପରିବାରର ୪ ଜୁଇ। ଦୁର୍ଘଟଣାରେ ଗୋଟିଏ ପରିବାରର ୪ ଜଣଙ୍କ  ଘଟିଲା ମୃତ୍ୟୁ। କୋରପୁଟ ଶ୍ମଶାନରେ ଜଳିଲା ଜୁଇ। ନବରଙ୍ଗପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri