Posted inଜାତୀୟ

ସ୍ବପ୍ନ ସାକାର ପାଇଁ ଶିବଲିଙ୍ଗ ଚୋରି

ଦ୍ୱାରକା(ଗୁଜରାଟ), ୨।୩: ଭିଡ୍‌ଭଞ୍ଜନ ମହାଦେବ ମନ୍ଦିରରୁ ଶିବଲିଙ୍ଗ ଆଣି ଘରେ ରଖିଲେ ପରିବାରର ସମସ୍ତ ସମସ୍ୟା ସମାଧାନ ସହ ସୁଖ, ଶାନ୍ତି ଫେରି ଆସିବ ବୋଲି ବହୁ ଦିନର ସ୍ବପ୍ନ ଥିଲା। ଝିଅର ଏଭଳି ସ୍ବପ୍ନକୁ ପୂରଣ କରିବା ପାଇଁ ପରିବାର ଲୋକେ ନିଜ ଗ୍ରାମଠାରୁ ୫୦୦କିଲୋମିଟର ଦୂରରେ ଅବସ୍ଥିତ ମହାଦେବ ମନ୍ଦିରରୁ ଶିବ ଲିଙ୍ଗ ଚୋରି କରି ଆଣି ନିଜ ଘରେ ପ୍ରତିଷ୍ଠା କଲେ। ପୋଲିସ ଏନେଇ ଜାଣିବା ପରେ ପରିବାରର ୮ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଏଭଳି ଏକ ଘଟଣା ଘଟିଛି ଗୁୁଜରାଟର ଦ୍ୱାରକା ଅଞ୍ଚଳରେ। ଚୋରି ହୋଇଥିବା ଶିବଲିଙ୍ଗକୁ ଉଦ୍ଧାର କରାଯିବା ପରେ ତାକୁ ପୁଣି ମନ୍ଦିରରେ ପୁନଃସ୍ଥାପନା କରାଯାଇଛି।
ମିଳିଥିବା ସୂଚନାନୁସାରେ ଗୁଜରାଟର ସବରକଣ୍ଠ ଜିଲାର ହିମତ୍‌ ନଗରବାସୀ ମହେନ୍ଦ୍ର ମକ୍‌ଓ୍ବାନାଙ୍କ ଝିଆରୀଙ୍କ ସ୍ବପ୍ନ ଥିଲା ଯେ, ଦ୍ୱାରକାସ୍ଥିତ ଭିଡ୍‌ଭଞ୍ଜନ ମହାଦେବ ମନ୍ଦିରର ଶିବଲିଙ୍ଗକୁ ଆଣି ଘରେ ସଂସ୍ଥାପନ କରିବାକୁ । ଏହାଦ୍ୱାରା ପରିବାରର ସବୁ ସମସ୍ୟା ଦୂର ହୋଇଯିବ। ଏପରି କି ସେ ମନ୍ଦିରରୁ ଶିବଲିଙ୍ଗ ଚୋରି କରି ଆଣିବାକୁ ପରିବାର ଲୋକଙ୍କୁ ମଧ୍ୟ ବିଭିନ୍ନ ସମୟରେ ପ୍ରବର୍ତ୍ତାଉଥିଲେ। ଝିଅର ସ୍ବପ୍ନକୁ ପୂରଣ କରିବାକୁ ପରିବାରର ୮ଜଣ ସଦସ୍ୟ ନିଜ ଗ୍ରାମଠାରୁ ୫୦୦ କିଲୋମିଟର ଦୂର ଦ୍ୱାରକା ଯାଇଥିଲେ। ସେଠାରେ କିଛି ଦିନ ରହି ହର୍ସଦସ୍ଥିତ ଭିଡ୍‌ଭଞ୍ଜନ ମହାଦେବ ମନ୍ଦିରର ସ୍ଥିତି ଅନୁଧ୍ୟାନ କରିଥିଲେ। ପରେ ଉକ୍ତ ମନ୍ଦିରରୁ ଶିବଲିଙ୍ଗ ଚୋରାଇ ଆଣିଥିଲେ। ଏପରି କି ଗତ ମହାଶିବରାତ୍ରି ଦିନ ଶିବଲିଙ୍ଗକୁ ଘରେ ପ୍ରତିଷ୍ଠା କରି ପୂଜା କରିଥିଲେ। ମନ୍ଦିରରୁ ଶିବଲିଙ୍ଗ ଚୋରି ହେବା ପରେ ଦ୍ୱାରକା ପୋଲିସ ମାମଲା ରୁଜୁ କରି ବିଭିନ୍ନ ସ୍ଥାନରେ ତଲାସି କରିଥିଲା। ତଦନ୍ତ ସମୟରେ ବିଭିନ୍ନ ତଥ୍ୟକୁ ଆଧାର କରି ୫୦୦ କି.ମି. ଦୂର ସର୍ବକଣ୍ଠା ଗ୍ରାମକୁ ଯାଇ ଅଭିଯୁକ୍ତଙ୍କ ନିକଟରେ ପହଞ୍ଚତ୍ ଥିଲା। ପୋଲିସ ଚୋରି ଶିବ ଲିଙ୍ଗକୁ ଉଦ୍ଧାର କରିବା ସହ ମହେନ୍ଦ୍ର ଏବଂ ୩ଜଣ ମହିଳାଙ୍କ ସମେତ ତାଙ୍କ ପରିବାରର ୮ଜଣଙ୍କୁ ଗିରଫ କରିଥିବା ଦ୍ୱାରକା ଏସ୍‌ପି ନୀତିଶ ପାଣ୍ଡେ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

ଆଦେଶ ପାଳନ କଲେ ଜିଲାପାଳ, ପିଛିଲା ତାରିଖ ପକାଇ ୨୧ ଦିନ ପରେ ଅର୍ଡର ପ୍ରେରଣ

କେନ୍ଦୁଝର/ହାଟଡିହୀ,୩l୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ):ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଧାର୍ଯ୍ୟ ସମୟରେ ପାଳନ ନ କରିବା ଫଳରେ ଅଦାଲତ ଅବମାନନା ମାମଲା ଦାୟର ହେବା ଏବଂ ଏ ନେଇ…

ନମ୍ବର ସେଭ୍‌ ନ କରି କରିପାରିବେ WhatsAppରେ ଚାଟ୍‌, ଅନେକେ ଜାଣନ୍ତି ନାହିଁ ଏହି ସିକ୍ରେଟ୍‌…

ନୂଆଦିଲ୍ଲୀ,୩।୪: ସାଧାରଣତଃ ହାଟ୍ସଆପରେ କାହା ସହିତ କଥା ହେବାକୁ ହେଲେ ଆମକୁ ପ୍ରଥମେ ସେହି ବ୍ୟକ୍ତିଙ୍କ ନମ୍ବର ନିଜ ଫୋନରେ ସେଭ କରିବାକୁ ପଡ଼ିଥାଏ। କିନ୍ତୁ ଅନେକ…

କାଳବୈଶାଖୀ ତାଣ୍ଡବ: ଭାଙ୍ଗିଲା ଗଛ, ଉଡ଼ିଲା ଆଜ୍‌ବେଷ୍ଟସ୍‌

କୋରାପୁଟ,୩।୪(ଅମିତାଭ ବେହେରା): କୋରାପୁଟ ସହରରେ ଶୁକ୍ରବାର ସନ୍ଧ୍ୟାରେ କାଳବୈଶାଖୀ ତାଣ୍ଡବ ରଚିଛି। କାଳବୈଶାଖୀ ପ୍ରଭାବରେ ଅଞ୍ଚଳର ବିଭିନ୍ନ ସ୍ଥାନରେ ଝଡ଼ତୋଫାନ ହୋଇଛି। ଝଡ଼ତୋଫାନରେ କୋରାପୁଟ-ରାୟଗଡ଼ା ସଂଯୋଗ କରୁଥିବା…

ଦିଗପହଣ୍ଡିରେ ଚାଞ୍ଚଲ୍ୟ: ପୋଖରୀରେ ମାଛଧରୁଥିବା ବେଳେ ଜାଲରେ କୁମ୍ଭୀର…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ଘୋଡ଼ାହାଡ଼ ଡ୍ୟାମ ରାସ୍ତାର ସନ୍ଥ ଅରକ୍ଷିତ ଛକରେ ଥିବା ପୋଖରୀରୁ କୈବର୍ତ୍ତମାନେ ଶୁକ୍ରବାର ସକାଳେ ମାଛ ଧରୁଥିବା ବେଳେ ଜାଲରେ…

ତାମିଲନାଡୁ ବିଧାନସଭା ନିର୍ୱାଚନ: ଭାଜପା ପ୍ରାର୍ଥୀ ତାଲିକାରେ ଆନ୍ନାମଲାଇଙ୍କ ନାମ ନାହିଁ

ଚେନ୍ନାଇ,୩ା୪: ତାମିଲନାଡୁ ବିଧାନସଭା ନିର୍ୱାଚନ ପାଇଁ ଭାଜପା ଶୁକ୍ରବାର ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ହେଲେ ଦଳର ପୂର୍ୱତନ ରାଜ୍ୟ ସଭାପତି କେ. ଆନ୍ନାମଲାଇଙ୍କ ନାମ ଉକ୍ତ…

ପ୍ରପର୍ଟି କାଗଜପତ୍ର ନାହିଁ, ତଥାପି ମିଳିପାରିବ ହୋମ୍‌ ଲୋନ୍‌? ଜାଣନ୍ତୁ କ’ଣ କହୁଛି ବ୍ୟାଙ୍କ ନିୟମ

ନୂଆଦିଲ୍ଲୀ,୩।୪: ନିଜର ଏକ ସୁନ୍ଦର ଘରଟିଏ କରିବା ସମସ୍ତଙ୍କର ସ୍ବପ୍ନ ଥାଏ। ଏହି ସ୍ବପ୍ନକୁ ସାକାର କରିବାରେ ‘ହୋମ ଲୋନ୍‌’ ବା ଗୃହ ଋଣ ଏକ ମୁଖ୍ୟ…

କାଳବୈଶାଖୀ ତାଣ୍ଡବ: ଟଳିପଡ଼ିଲେ ଗୋଟିଏ ପରେ ଗୋଟିଏ ଗୋରୁ…

ମୋହନା,୪।୩(ମନ୍ମଥ ମିଶ୍ର): କାଳବୈଶାଖୀରେ ଆଖି ବୁଜିଲେ ୪ ଗୋରୁ। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଗଜପତି ଜିଲା ମୋହନା ବ୍ଲକ ମେରାପଲ୍ଲୀ ପଞ୍ଚାୟତ ବନ୍ଧାଗୁଡା ଗାଁରେ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri