ଯାହା ଅଛି ତା’ରି ଭିତରେ ରହ

ଆରତି ମହାନ୍ତି

 

ସଂଘର୍ଷ କହିଲେ କାହାକୁ ବୁଝାଏ ତାହା ଆମେ ଜାଣିଛୁ। ପ୍ରତିଦିନର ଘଟଣା ପ୍ରବାହ ଭିତରେ ସଂଘର୍ଷକୁ ଯେତେ ବୁଝି ନ ହୁଏ ତା’ଠୁ ବେଶି ବୁଝିହୁଏ ମନ ଭିତରେ ଅର୍ଥାତ୍‌ ଆମର ମାନସ ସ୍ତରରେ। ଆଉ ଏତକ ବି ଜାଣୁ ଯେ ସଂଘର୍ଷରତ ମନ ଶାନ୍ତି କ’ଣ କେବେ ଜାଣେ ନାହିଁ। ତମେ ଜୀବନକୁ ଲକ୍ଷ୍ୟ କଲେ ତାହା ବୁଝିପାରିବ। ଆଉ ଗୋଟିଏ ପ୍ରକାରର ସଂଘର୍ଷ ହେଉଛି ଯେଉଁଟା ଆମକୁ ଏକାଗ୍ରତା ଅଭ୍ୟାସ କରାଇଥାଏ – କହିବାକୁ ଗଲେ ତା’ ତଳେ ପ୍ରଚ୍ଛନ୍ନ ଭାବରେ ରହିଥାଏ ଆକାଂକ୍ଷା ବା କାମନାକୁ ପୂର୍ଣ୍ଣ କରିବାର ଗଭୀର ଅଭୀପ୍ସା। ସେଇଟା ହିଁ ହେଉଛି ଟଣା ଓଟରା ଚାଲିଥିବା ଅଥବା ସଂଘର୍ଷରତ ମନ। ସେଇ ମନକୁ ଲକ୍ଷ୍ୟ କଲେ ଦେଖିବ ସକାଳର ପ୍ରାର୍ଥନା ବା ପୂଜା କଲେ ମନ କେମିତି କାମକରେ। କିଛି ଗୋଟାଏ ଶ୍ଳୋକ କି ସ୍ତବ କି ଗୁରୁଙ୍କ ଦ୍ୱାରା ଦିଆଯାଇଥିବା ମନ୍ତ୍ର ଉପରେ ତମେ ଯେତେବେଳେ ମନ ନିବେଶ କରିବାକୁ ବସ ସେତେବେଳେ ଟିକେ ସଚେତନ ରହି ଖାଲି ନିରୀକ୍ଷଣ କର ତେବେ ବୁଝିପାରିବ କେମିତି ମନ ତମର ନିର୍ଦ୍ଦିଷ୍ଟ ଜିନିଷଟିକୁ ଛାଡ଼ି ପଳାଉଛି। ତା’ ଦ୍ୱାରା ଖାଲି ମନକୁ ସିନା ତମେ ବୁଝେଇ ଦିଅ ଯେ ତମେ ପୂଜା କଲ କି ଧ୍ୟାନ କଲ ହେଲେ ସେଇଟା କ’ଣ ସତ? ତା’ ପରକୁ ଦେଖ ଦିନସାରା ତମେ କ’ଣ କରୁଛ – ହାତରେ କରୁଛ କିନ୍ତୁ ମନରେ ଅନ୍ୟ ଭାବନାର ଅବାଧ ପ୍ରବେଶ। ସେଇଟା ଜଣକର ଅଫିସ ବା ବ୍ୟବସାୟରେ ହେଉ କି ଗୃହିଣୀର ନିଜ କାମଧନ୍ଦା ଭିତରେ ହେଉ କେମିତି ଏକ ବିଶୃଙ୍ଖଳିତ ନିରାନନ୍ଦ ଭାବରେ ତମର ସମୟ କଟୁଛି। ତେବେ ପ୍ରଶ୍ନ ହେଉଛି ଜଣେ କ’ଣ କରିବ? କେମିତି ଜୀବନ କଟାଇଲେ ବଞ୍ଚତ୍ଥିବା ସମୟ ତକ ସେ ଖୁସି ଆନନ୍ଦରେ କଟାଇ ଦେଇପାରିବ।
ଏଠି ଆମେ ବୁଝିବାକୁ ଯାଉଛୁ କୌଣସି ରକମର ସଂଘର୍ଷ ନ ଥାଇ କ’ଣ ଜୀବନ କଟାଇ ପାରିବା ନାହିଁ? ଦେଖିବ ଗୋଟିଏ ଛୋଟ ପିଲାକୁ ତମେ ଯଦି କିଛି ଗୋଟାଏ ନ କରିବାକୁ କହିବ ସେ ତାକୁ ଇ କରିବାକୁ ଚାହିଁବ। ଏହା ଏକ ଆଦିମ ପ୍ରକୃତି କହିଲେ ଚଳିବ, ସେଇ ଅଭ୍ୟାସରେ ଆମେ ବଡ଼ମାନେ ବି ଚଳୁ। ଯେଉଁଟା ଆମକୁ ବେଶି ଦୁଃଖ ଲାଗେ କି ବିବ୍ରତ ହେଉ ସେଇ ଭାବନା ଆମ ମନକୁ ବାରମ୍ବାର ଆସୁଥାଏ। ଆଉ ଆମେ ତାକୁ ସେତିକି ଜୋର୍‌ ଲଗେଇ ମନରୁ କାଢ଼ିଦେବାରେ ଲାଗିଥାଉ। ଏବେ ଯଦି ଅନ୍ୟ ଏକ ପ୍ରକାର ଅବସ୍ଥାକୁ କୁହାଯାଏ ଯେ ତମେ ତାକୁ ଖାଲି ଦେଖ ଓ ବୁଝ। ସେଠୁ ପଳେଇବାକୁ ଶକ୍ତି ଖଟାଅ ନାହିଁ। ତେବେ ତମେ ଦେଖିବ ପୁରୁଣା ଅଭ୍ୟାସରେ ପରିବର୍ତ୍ତନ ଘଟିବ। ମନରେ ଖୁସି ଆନନ୍ଦ ଦେଖାଦେବ ଆଉ ତମେ ବିମର୍ଷ ରହିବ ନାହିଁ। ଆମ ଭାବନା ଗୁଣକୁ ଦେଖିଲେ ସେଥିରେ ରାଗ, ଈର୍ଷା, ଅନ୍ୟ ପ୍ରତି ବିରୋଧତା ଆଦି ଥିବାର ବୁଝିପାରୁ। ଦେଖ କାହିଁକି ଏସବୁ ମନରେ ଦେଖାଦେଉଛି ତାକୁ ଯେ ମନରେ ଧରି ନ ରଖି ଯଦି ସେସବୁ ଅଶାନ୍ତି ଆଣୁଛି ବୋଲି ଜାଣିଯାଅ ତେବେ ତମେ ନିଶ୍ଚେ ସେଥିରୁ ବାହାରି ଆସିବ। ତେବେ ସେଇଟା ସେତେ ସହଜ ନୁହେଁ। କିନ୍ତୁ ହୋଇପାରିବ ନାହିଁ ବୋଲି ଯଦି ପ୍ରଥମରୁ ଧରିନିଅ ତେବେ ତମର ସବୁ ଶକ୍ତି ସରିଯିବ ବୋଲି ଜାଣିବ। ଆମ ଭିତରେ ଅଫୁରନ୍ତ ଶକ୍ତି ରହିଛି – ଆମେ ଯାହା କରିବାକୁ ପ୍ରକୃତରେ ଚାହୁଁ, ତାକୁ ନିଶ୍ଚୟ କରିଦେଉ। ସେଥିପାଇଁ ମନର ସବୁଶକ୍ତି ଏକତ୍ରିତ ହୋଇଯାଆନ୍ତି। ଯଦି ଜଣେ ବିରାଟ ଶୃଙ୍ଗ ଉପରକୁ ଚଢ଼ିବାକୁ ଚାହେଁ ସେ ଚଢ଼ିପାରେ, ଯଦି ଜୀବନରେ କିଛି ଗୋଟାଏ କରି ଦୃଢ଼ ସଂକଳ୍ପ ନିଏ ସେ ତାହା କରିପାରେ, ତେବେ ଜଣେ କାହିଁକି ଏପରି କରିପାରିବ ନାହିଁ? ଯଦି ଜଣେ ପ୍ରକୃତରେ ଜୀବନରେ ଶାନ୍ତି ରଖି ଶେଷଯାକେ ଚଳିବାକୁ ଚେଷ୍ଟା କରେ ସେ ନିଶ୍ଚୟ ସେତକ କରିପାରିବ। ସେଥିପାଇଁ ସଚେତନତା ରହିବା ଦରକାର । ଏହି ସଚେତନତା ତମ ମନରୁ ସବୁ ଅଳିଆ ସଫା କରିନେଇପାରେ। ସେଥିରେ କୌଣସି ରକମର ଟଣାଓଟରା ନାହିଁ। କାରଣ ତମେ ତମ ଭିତରେ ପ୍ରକୃତ କଥାଟିକୁ ବୁଝିପାରୁଛ – ତମ ଆଗରେ ଦୁଇଟି ରାସ୍ତା ରହିଛି – ଗୋଟିଏରେ ତମେ ସୁଖଆନନ୍ଦ ରଖି ଚଳିବ ଆଉ ଅନ୍ୟଟିରେ ଦୁଃଖ ଯନ୍ତ୍ରଣାରେ ଓ ଘୋଷାରି ହେବ। ଏଥିରେ ଅଭ୍ୟାସର କଥା ନାହିଁ କୌଣସି ଗୁରୁଙ୍କର ଦୀକ୍ଷା ନବାର ଦରକାର ନାହିଁ। କେବଳ ନିଜକୁ ଦେଖ ଆଉ ଯାହା ଅଦରକାରୀ ସେଠୁ ବାହାରି ଆସ। ତମେ କ’ଣ ନିଜକୁ ନିଜେ ସ୍ବଚ୍ଛ ନିର୍ମଳ ଓ ସତ୍‌ଭାବରେ ଜୀବନ କଟାଇ ପାରିବ ନାହିଁ? ନିଜକୁ ପ୍ରଶ୍ନକର – ଥରେ ନୁହେଁ କି ଦୁଇଥର ନୁହେଁ ଯେତେବେଳେ ବି ତମେ ଜୀବନ କଟାଉଛ ମନ ଭିତରେ ସେଇତକ ଖାଲି ଭାବନାରେ ରଖ ଦେଖିବ ଜୀବନ ବଦଳି ଯାଇଛି।
ମୋ -୯୬୯୨୦୯୮୦୫୪


Enter your email to get our daily news in your inbox.

All Right Reserved By Dharitri.Com

ସୁନା, କଳି ଓ ଅର୍ଥନୀତି

ଏକଦା ରାଜା ପରିକ୍ଷିତ ନିଜ ରାଜ୍ୟ ତଥା ରାଜ୍ୟବାସୀଙ୍କ ଭଲମନ୍ଦ ଜାଣିବା ପାଇଁ ଭ୍ରମଣାର୍ଥେ ବାହାରିଥିଲେ। ଠିକ୍‌ ସେହି ସମୟରେ ଏକ ବିଶାଳ ବପୁଧାରୀ ବ୍ୟକ୍ତି (ଯେକି…

ସମୁଦ୍ରର ନୂଆ ଭୂଗୋଳ

ସମଗ୍ର ପୃଥିବୀରେ ଯେତେ ସମୁଦ୍ର ଅଛି ସେମାନଙ୍କର ଜଳରାଶି ପ୍ରତିବର୍ଷ ୩.୦୬ ମିଲିମିଟର ହାରରେ ବଢିବାରେ ଲାଗିଛି। ସେ ଭିତରୁ ବଙ୍ଗୋପସାଗରରେ ଜଳରାଶି ଅଧିକ ହାରରେ ବୃଦ୍ଧି…

ନିର୍ବାଚନ ପରେ

ଭାରତୀୟ ଅର୍ଥନୀତି ଏକ ଖରାପ ସମୟ ଦେଇ ଗତି କରୁଛି। ୩୦ ମାର୍ଚ୍ଚରେ ଭାରତୀୟ ମୁଦ୍ରା ଖୁବ୍‌ ତଳକୁ ଯାଇ ଏକ ଆମେରିକୀୟ ଡଲାର ତୁଳନାରେ ବିନିମୟ…

ଏଇ ଭାରତରେ

ଦିଲ୍ଲୀ-ଏନ୍‌ସିଆର, ଉତ୍ତରପ୍ରଦେଶ, ହରିୟାଣା ଏବଂ ଗୁଜରାଟର ୨୦ଟି ସରକାରୀ ଓ ୮ଟି ଘରୋଇ ସ୍କୁଲରେ ପିଲାମାନେ ଚାଷକରି ପରିବା ଉତ୍ପାଦନ କରିବାକୁ ସକ୍ଷମ ହୋଇପାରିଛନ୍ତି। ଏହା ସମ୍ଭବ…

ସନ୍ଧିକ୍ଷଣରେ ସବୁଜିମା ସ୍ବାସ୍ଥ୍ୟ

ର୍ତ୍ତମାନ ସମୟର ସବୁଠାରୁ ଉଦ୍‌ବେଗଜନକ ଚିତ୍ରଟି ଜାତିସଂଘର ଜିଏଫ୍‌ଆର୍‌ଏ ରିପୋର୍ଟରୁ ଜଣାପଡ଼ିଛି, ତାହା ହେଉଛି ଆମ ପୃଥିବୀର ବିଶେଷକରି ଜଙ୍ଗଲର ସ୍ବାସ୍ଥ୍ୟ ଓ ସ୍ଥିତି ଭଲ ନାହିଁ।…

ଆମେରିକାର ବିଶ୍ୱ ଅଭିଯାନ

ଚଳିତ ବର୍ଷ ଫେବୃଆରୀ ୨୮ରେ ଆମେରିକା ଓ ଇସ୍ରାଏଲ ଯୋଡ଼ି ଅଚାନକ ଇରାନ୍‌ ଉପରେ ବୋମାବର୍ଷଣ କରି ଇରାନର ଶୀର୍ଷନେତା ଆୟାତୋଲ୍ଲା ଖାମନେଇ ଓ ତାଙ୍କ ପରିବାର…

ମଞ୍ଚରେ ପାକିସ୍ତାନ

ଭାରତ ସମେତ ବିଶ୍ୱର ଅଳ୍ପ କେତେକ ଦେଶ ପାକିସ୍ତାନକୁ ଏକ ଦୁର୍ଜନ ରାଷ୍ଟ୍ର ଭାବେ ଦେଖିଥାଆନ୍ତି। ଆତଙ୍କବାଦୀଙ୍କ ପାଇଁ ଏହି ଦେଶ ପରିଚିତ ଓ ତା’ର ରାଜନୈତିକ…

ପକ୍ଷପାତିତା ଭାର

ଏକ ପରିକଳ୍ପିତ ସ୍ଥିତିର ପରିଣାମ ସମ୍ପର୍କରେ ବିଚାର କରାଯାଉ। କଳ୍ପନା କରନ୍ତୁ ଯେ ଦୁଇଟି ବଡ଼ କ୍ଷେପଣାସ୍ତ୍ର ହ୍ୱାଇଟ୍‌ ହାଉସ ଉପରେ ମାଡ଼ କଲା। ପ୍ରଥମଟି ଏପରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri