Posted inଜାତୀୟ

ଗୋଟିଏ ପରିବାରକୁ ଭାଙ୍ଗି ନ ଦେବା ପାଇଁ ହାଇକୋର୍ଟଙ୍କ ଏମିତି ନିର୍ଦ୍ଦେଶ

ଗ୍ବାଲିଅର୍‌,୨୭।୨: ଗୋଟିଏ ପରିବାର ଭାଙ୍ଗି ନ ଯିବା ପାଇଁ ଗ୍ବାଲିଅର୍‌ ହାଇକୋର୍ଟ ଏକ ପ୍ରଶଂସନୀୟ ନିଷ୍ପତ୍ତି ଶୁଣାଇଛନ୍ତି। ଅଦାଲତର ଏକକ ବେଞ୍ଚ୍‌ ନିର୍ଦ୍ଦେଶରେ ଏବେ ଜଣେ ବ୍ୟକ୍ତିଙ୍କୁ ଏକ ମାସ ପାଇଁ ଶ୍ୱଶୂର ଘରେ ରହିବାକୁ ପଡ଼ିବ। ଶ୍ୱଶୁର ଘରେ ରହି ଖିରି-ପୁରୀ ଭଳି ସ୍ବାଦିଷ୍ଟ ଖାଦ୍ୟ ଖାଇବାର ମଜା ନେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।
ସୂଚନାଯୋଗ୍ୟ,ଗ୍ବାଲିଅର୍‌ ସେବା ନଗରର ଜଣେ ମହିଳା ତାଙ୍କ ଦୁଇ ବର୍ଷର ପୁଅକୁ ଫେରାଇ ଆଣିବା ପାଇଁ ହାଇକୋର୍ଟରେ ଆବେଦନ କରିଥିଲେ। ତାଙ୍କ ଅଭିଯୋଗ ମୁତାବକ, ସ୍ବାମୀ ବହୁତ ହଇରାଣ କରିବାରୁ ତାଙ୍କୁ ଶାଶୁଘର ଘର ଛାଡିବାକୁ ପଡିଥିଲା। ତାଙ୍କର ଦୁଇ ବର୍ଷର ପୁଅ ଏବେ ସ୍ବାମୀ, ଶାଶୁ ଏବଂ ଦିଅରଙ୍କ ପାଖରେ ଅଛନ୍ତି। ତେଣୁ ତାଙ୍କ ପୁଅକୁ ମା’ଙ୍କ ପାଖରେ ରହିବାକୁ ଅନୁମତି ଦିଆଯାଉ ବୋଲି ଆବେଦନରେ ଦର୍ଶାଇଛନ୍ତି।
ଏହି ମାମଲାର ଶୁଣାଣି ପାଇଁ କୋର୍ଟ ସମ୍ପୃକ୍ତ ମହିଳାଙ୍କ ସ୍ବାମୀ ଏବଂ ପୁଅଙ୍କୁ ଡକାଇଥିଲେ। ଶୁଣାଣି ସମୟରେ ଆବେଦନକାରୀଙ୍କ ମାତାପିତା ମଧ୍ୟ ଉପସ୍ଥିତ ଥିଲେ। କୋର୍ଟରେ ଆବେଦନକାରୀ ତାଙ୍କ ପିଲାକୁ କୋଳରେ ନେବାକୁ ହାତ ବଢାଇଲେ କିନ୍ତୁ ପିଲାଟି ମା’ଙ୍କ ନିକଟକୁ ଯିବାକୁ ମନା କରିଦେଲେ। ସ୍ତ୍ରୀଙ୍କ ଅଭିଯୋଗର ଜବାବରେ ସ୍ବାମୀ କହିଛନ୍ତି,ଏକ ବର୍ଷ ପୂର୍ବେ ସେ ଝଗଡା କରି ଘରୁ ପଳାଇ ଯାଇଥିଲେ। ପିଲାକୁମଧ୍ୟ ଛାଡିଦେଇଥିଲେ। ମୁଁ ଏକ ବର୍ଷ ହେବ ପୁଅର ଯତ୍ନ ନେଉଛି। ମୁଁ ମଧ୍ୟ ମୋ ସ୍ତ୍ରୀଙ୍କୁ ସାଙ୍ଗରେ ନେବାକୁ ପ୍ରସ୍ତୁତ ଏବଂ ତା’ର ଯତ୍ନ ନେବି। କିନ୍ତୁ ସ୍ତ୍ରୀ ତାଙ୍କ ସହ ଯିବାକୁ ମନା କରିଦେଇଛନ୍ତି। ଯଦି ସେ ଶାଶୁ ଘରକୁ ଯାଆନ୍ତି ତେବେ ତାଙ୍କୁ ମାଡ ଦିଆଯିବ ବୋଲି ସେ ଆଶଙ୍କା କରୁଛନ୍ତି। କୋର୍ଟ ପରିବାରକୁ ଏକାଠି କରିବା ପାଇଁ ସ୍ବାମୀଙ୍କୁ ଏକ ମାସ ପାଇଁ ଶ୍ୱଶୁର ଘରେ ସ୍ତ୍ରୀଙ୍କ ସହ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ସମୟରେ ଜ୍ୱାଇଁଙ୍କୁ ସ୍ବାଦିଷ୍ଟ ଭୋଜନ ଖୁଆଇବାକୁ ମଧ୍ୟ ଶାଶୁ-ଶ୍ୱଶୁରଙ୍କୁ କୁହାଯାଇଛି।
ମାର୍ଚ୍ଚ ୨୩ରେ ପୁନର୍ବାର ଏହି ପିଟିସନର ଶୁଣାଣି ହେବ। ସ୍ବାମୀ-ସ୍ତ୍ରୀଙ୍କୁ ସେମାନଙ୍କର ଅନୁଭୂତି କୋର୍ଟରେ କହିବାକୁ ପଡ଼ିବ।


Enter your email to get our daily news in your inbox.

All Right Reserved By Dharitri.Com

କୋଟିଏ ଲୁଟି ଲକ୍ଷେ ଦାନ କଲେ ମନ୍ଦିରକୁ

ନୂଆଦିଲ୍ଳୀ,୧୩।୩: ୧.୧ କୋଟି ଟଙ୍କା ଚୋରି ଅଭିଯୋଗରେ ଦିଲ୍ଳୀ ପୋଲିସ ୫ ଅଭିଯୁକ୍ତଙ୍କୁ ଗିରଫ କରିଛି। ମାର୍ଚ୍ଚ ୩ ତାରିଖର ଘଟଣା। ଦିଲ୍ଲୀ ରୋହିଣୀରେ ଥିବା...

ସୁନା ଚୋରା ଚାଲାଣ ପାଇଁ ଏମିତି ବୁଦ୍ଧି

କାନ୍ନୁର,୩୧।୮- କେରଳର କାନ୍ନୁର ବିମାନ ବନ୍ଦରରୁ ୩୦୨ ଗ୍ରାମର ସୁନା ଜବତ ହୋଇଛି। ଏୟାର ଇଣ୍ଟେଲିଜେନ୍ସ ବିଭାଗ ଓ କଷ୍ଟମ୍ସ ବିଭାଗର ଅଧିକାରୀମାନେ ବିମାନ ବନ୍ଦରରେ...

ଧର୍ମ-ଭାଷା ନାମରେ ଲଢ଼େଇ କରାଯାଉଛି: ରାହୁଲ

ନୂଆଦିଲ୍ଲୀ,୧୮।୧: କଂଗ୍ରେସ ନେତା ରାହୁଲ ଗାନ୍ଧୀ ବୁଧବାର ମୋଦୀ ସରକାରଙ୍କ ଉପରେ କଟାକ୍ଷ କରିଛନ୍ତି। ଦେଶରେ ଘୃଣା ଏବଂ ହିଂସାର ପରିବେଶ। ଘୃଣା ବ୍ୟାପୁଛି, ଭୟ...

ଏ କିଭଳି ବିକାଶ? ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମରେ ଚାଲିଗଲା ବିଜୁଳି; ଅନ୍ଧାରରେ କରାଗଲା ସ୍ବାଗତ

ପାଟନା,୨।୯: ବିହାରରେ ବିଗତ ୨୦ ବର୍ଷ ଧରି କ୍ଷମତାରେ ଅଛନ୍ତି ନୀତୀଶ କୁମାର। କେତେବେଳେ ଭାଜପା ସହ ତ କେତେବେଳେ ଆର୍‌ଜେଡି ସହ ମିଶି ସେ...

କେନ୍ଦ୍ରମନ୍ତ୍ରୀଙ୍କୁ ଭବିଷ୍ୟତର ବନ୍ଧୁ କହିଲେ ଉଦ୍ଧବ

ମୁମ୍ବାଇ,୧୮।୯: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ ଶୁକ୍ରବାର ଏକ ସଭାରେ ମରାଠଓ୍ବାଡା ଅଞ୍ଚଳର ବରିଷ୍ଠ ଭାଜପା ନେତା ତଥା କେନ୍ଦ୍ର ରେଳ ରାଷ୍ଟ୍ରମନ୍ତ୍ରୀ ରାଓସାହେବ ଦାନ୍‌ଭେଙ୍କୁ...

ଦୀପାବଳି ପୂର୍ବରୁ ଖୋଲିବନି ସ୍କୁଲ !

ମୁମ୍ବାଇ, ୧୧।୧୦: ମହାରାଷ୍ଟ୍ରରେ କରୋନା ମହାମାରୀ ସଂକ୍ରମଣ ଜାରି ରହିଛି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟର ସ୍କୁଲ ଗୁଡ଼ିକୁ ବନ୍ଦ ରଖାଯାଇଛି। ତେବେ ଦୀପାବଳି ପୂର୍ବରୁ...

ସମାଜରେ ବ୍ୟାପୁଛି ଘୃଣା-ହିଂସା, ପ୍ରଧାନମନ୍ତ୍ରୀ ନୀରବ କାହିଁକି, ୧୩ ବିରୋଧୀ ଦଳଙ୍କ ପ୍ରଶ୍ନ…

ନୂଆଦିଲ୍ଲୀ, ୧୬।୪ : ଭାରତୀୟ ସମାଜରେ ଘୃଣା ଏବଂ ହିଂସା ଘଟଣା ବୃଦ୍ଧି ପାଉଛି। ଦେଶରେ ହିଜାବ୍‌ ,ମିଟ୍‌ ଏବଂ ମସଜିଦ୍‌ରେ ଅଜାନ୍‌ ନେଇ ଉତ୍ତେଜନା...

ମହାପଞ୍ଚାୟତରୁ ମହାସଂଗ୍ରାମ

ନୂଆଦିଲ୍ଲୀ,୭ା୨: ଅନଶନରେ ବସିବି। ଗାଁରୁ ପାଣି ନ ଆସିବା ଯାଏ ଜଳ ସ୍ପର୍ଶ କରିିବି ନାହିଁ। ଜାନୁୟାରୀ ୨୮ରେ ଗାଜିପୁର ସୀମାରେ କୃଷକ ନେତା ରାକେଶ...

Advertisement
Archives

Model This Week