ପାଟିକୋଣ ଘା’ରୁ ଦୂରେଇ ରୁହନ୍ତୁ…

ପାଟିକୋଣ ଘା’ ଏକ ପ୍ରକାର ପ୍ରଦାହ। ଏଥିରେ ପାଟିର ଗୋଟିଏ ବା ଉଭୟ କୋଣରେ ଘା’ ହୋଇଥାଏ । ଏହାକୁ ଡାକ୍ତରୀ ଭାଷାରେ ଚିଲିଟିସ୍‌ କୁହାଯାଇଥାଏ। ସଂକ୍ରମିତ ସ୍ଥାନ ଲାଲ ଦେଖାଯିବାପରେ ଏଠାକାର ଚର୍ମ ଫାଟି ଏକ ଆବରଣ ତିଆରି ହୁଏ। ସେହି ସ୍ଥାନ ବେଳେବେଳେ କୁଣ୍ଡାଇ ମଧ୍ୟ ହୁଏ। ଏହା ଯୋଗୁ ପାଟି ଖୋଲିବା ସମୟରେ ଯନ୍ତ୍ରଣା ହୋଇଥାଏ। ସେହିପରି ଖାଦ୍ୟ ଖାଇବା ସମୟରେ ରାଗ ମସଲା ଏଠାରେ ଲାଗିଲେ ଭୀଷଣ ଜଳାପୋଡ଼ା ମଧ୍ୟ ହୋଇଥାଏ। ଏହି ସମସ୍ୟା କିଛି ଦିନ ଅବା ବର୍ଷ ବର୍ଷ ଧରି ମଧ୍ୟ ରହିପାରେ । କାଣ୍ଡିଡା ଆଲବିକାନ୍ସ କବକ ଏବଂ ସ୍ଟାଫିଲୋକୋକସ ଅରିଅସ ଜୀବାଣୁ ଦ୍ୱାରା ଏହା ହୋଇଥାଏ ବୋଲି ଡାକ୍ତରମାନେ କହିଥାନ୍ତି। ନକଲି ଦାନ୍ତ, ଓଠକୁ ଚାଟିବା, ଲାଳ ବୋହିବା, ପାଟିବାଟେ ଶ୍ୱାସକ୍ରିୟା ଯୋଗୁ ପାଟି ଶୁଖିଯିବା ଦ୍ୱାରା ଏହି ସମସ୍ୟା ସୃଷ୍ଟି ହୋଇଥାଏ। ସେହିପରି ଖରାରେ ଅଧିକ ସମୟ ରହିବା, ବହୁ ସମୟ ଧରି ପାଟି ବନ୍ଦ ରଖିବା, ଧୂମପାନ ଆଦି ମଧ୍ୟ ଏହାର କାରଣ ହୋଇପାରେ । କେତେକଙ୍କଠାରେ ଟୁଥପେଷ୍ଟ, କିଛି ନିର୍ଦ୍ଦିଷ୍ଟ ଖାଦ୍ୟ ଓ ପ୍ରସାଧନ ସାମଗ୍ରୀ ଦ୍ୱାରା ଆଲର୍ଜି ହୋଇ ଏଭଳି ସମସ୍ୟା ଦେଖାଦେଇଥାଏ । ଖାଦ୍ୟରେ ଆବଶ୍ୟକ ପୋଷକ ତତ୍ତ୍ୱର ଅଭାବ ଓ ରୋଗ ପ୍ରତିରୋଧକ ଶକ୍ତି ନ ଥିବା ଲୋକଙ୍କ କ୍ଷେତ୍ରରେ ଏହି ସମସ୍ୟା ସୃଷ୍ଟି ହୋଇଥାଏ। ବିକାଶଶୀଳ ଦେଶମାନଙ୍କରେ ଖାଦ୍ୟରେ ଲୌହ ଓ ଜୀବସାର ଅଭାବ ମଧ୍ୟ ପାଟିକୋଣ ଘା’ର ଏକ ସାଧାରଣ କାରଣ ଭାବେ ଉଭା ହୋଇଥାଏ।
ପୃଥିବୀର ମୋଟ ଜନ ସଂଖ୍ୟାର ୦.୭ ପ୍ରତିଶତ ଲୋକଙ୍କ କ୍ଷେତ୍ରରେ ଏଭଳି ସମସ୍ୟା ଦେଖାଯାଇଥାଏ। ଛୋଟ ପିଲାଙ୍କଠାରୁ ଆରମ୍ଭ କରି ବୟସ୍କଙ୍କଠାରେ ଏଭଳି ସମସ୍ୟା ଦେଖାଦେଇଥାଏ। ଭିଟାମିନ୍‌ -ବି-୨ ଭିଟାମିନ୍‌-ବି-୩, ଭିଟାମିନ୍‌-ବି-୬ ଆଦିର ଅଭାବରେ ଏହି ସମସ୍ୟା ସୃଷ୍ଟି ହୋଇଥାଏ। ତେଣୁ ଖାଦ୍ୟରେ କ୍ଷୀର, ଚିନାବାଦାମ, ଦହି, ଛେନା ଆଦି ସାମିଲ କରାଯିବା ଆବଶ୍ୟକ। ସେହିପରି ମାଛ,ମାଂସ ଆଦି ମଧ୍ୟ ଖାଦ୍ୟରେ ଗ୍ରହଣ କରାଯିବା ଉଚିତ ବୋଲି ଚିକିତ୍ସକ ପରାମର୍ଶ ଦେଇଥାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହୋଲି ପାଇଁ ଗଡ଼ିବ ୬୨ ସ୍ବତନ୍ତ୍ର ଟ୍ରେନ୍‌

ଭୁବନେଶ୍ୱର, ୬ା୨(ଅନୁରାଧା ମହାରଣା)- ହୋଲି ଉତ୍ସବ ସମୟରେ ଯାତ୍ରୀମାନଙ୍କ ପାଇଁ ସୁଗମ, ନିରାପଦ ଏବଂ ଆରାମଦାୟକ ଯାତ୍ରା ସୁନିଶ୍ଚିତ କରିବାକୁ ପୂର୍ବତଟ ରେଳପଥ ଏହାର ପରିସୀମା ମଧ୍ୟରେ…

ଗୋଟିଏ ଦିନରେ ୩ ଦୁର୍ଘଟଣା

ମୋରଡ଼ା/ରାସଗୋବିନ୍ଦପୁର,୬ା୨(ସ୍ମାରକ ମାଜୀ/ସତ୍ୟବାଦୀ ପରିଡ଼ା)- ମୟୂରଭଞ୍ଜ ଜିଲା ମୋରଡ଼ା ଓ଼ ରାସଗୋବିନ୍ଦପୁର ଥାନା ଅଞ୍ଚଳର ବିଭିନ୍ନ ସ୍ଥାନରେ ଦୁର୍ଘଟଣା ଘଟିଛି। ସୂଚନା ଅନୁଯାୟୀ, ଗୁରୁବାର ବିଳମ୍ବିତ ରାତିରେ ରାସଗୋବିନ୍ଦପୁର…

ସି କେ ନାଇଡୁ ଟ୍ରଫି: ବେଙ୍ଗଲ ଦଳ ୩୦୧/୬ , ଆୟୁଷ ସିଂଙ୍କ ଶତକ

ବରଗଡ଼,୬।୨(ପ୍ରେମାନନ୍ଦ ଖମାରୀ): ବରଗଡ଼ସ୍ଥିତ କ୍ରୀଷ୍ଣା ବିକାଶ ଗ୍ରାଉଣ୍ଡରେ ଓଡ଼ିଶା ଓ ବେଙ୍ଗଲ ମଧ୍ୟରେ ୨୩ ବର୍ଷରୁ କମ ସି.କେ ନାଇଡୁ ଟ୍ରଫିର ଏଲାଇଟ୍ ଗ୍ରପ୍‌ – ବି…

୮୫ କି.ଗ୍ରା. ଗଞ୍ଜେଇ ଜବତ: ୩ ଅଟକ

ଆନନ୍ଦପୁର, ୬ା୨(ସୁଶାନ୍ତ କୁମାର ସାହୁ): ଗଞ୍ଜେଇ ଭର୍ତ୍ତି ୨ଟି ଚାରିଚକିଆ ଗାଡି କେନ୍ଦୁଝର ସ୍ପେଶାଲ ସ୍କ୍ବାଡ୍‌ ଦ୍ୱାରା ଜବତ କରାଯାଇଛି। ଏଥିରେ ୮୫ କି.ଗ୍ରା. ଗଞ୍ଜେଇ ଥିବା…

U19 World Cup: ବିଶ୍ୱ ଚାମ୍ପିୟନ ହେଲା ଭାରତ, ତଥାପି ICCରୁ ପୁରସ୍କାରରେ ମିଳିବ ନାହିଁ ଗୋଟିଏ ଟଙ୍କା 

ହରାରେ,୬।୨: ଭାରତ ପୁଣି ଥରେ ୧୯ ବର୍ଷରୁ କମ୍‌ ବିଶ୍ୱକପରେ ଇତିହାସ ରଚିଲା। ଟିମ ଇଣ୍ଡିଆ ହରାରେ ସ୍ପୋଟର୍‌ସ କ୍ଲବ୍‌ରେ ଇଂଲଣ୍ଡ ବିପକ୍ଷରେ ଖେଳାଯାଇଥିବା ଫାଇନାଲରେ ବିଜୟୀ…

ଜୁଆଆଡ୍ଡା ଚାଲିଥିବା ବେଳେ ହଠାତ୍‌ ପହଞ୍ଚିଲା ପୋଲିସ

ଗଜପତି,୬।୨(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡି ଥାନା ଅନ୍ତର୍ଗତ ଝାମିଙ୍ଗା ନିକଟରେ ଜୁଆଆଡ୍ଡା ଚାଲିଥିବା ବେଳେ ପାରଳାଖେମୁଣ୍ଡି ଆଦର୍ଶ ଥାନା ପୋଲିସ ଅତର୍କିତ ଚଢ଼ାଉ କରିଛି। ଏଥିରେ…

Under 19 World Cup 2026: ଷଷ୍ଠ ଥର ପାଇଁ ଭାରତ ଚାମ୍ପିୟନ, ୧୭୫ ରନ୍‌ର ଇନିଂସ ଖେଳି ଇଂଲଣ୍ଡର ଆଶାକୁ ଧୂଳିସାତ କଲେ…

ହରାରେ, ୬।୨: ବୈଭବ ସୂର୍ଯ୍ୟବଂଶୀଙ୍କ ରେକର୍ଡ ବ୍ରେକିଂ ଇନିଂସ ସହାୟତାରେ ଭାରତ ୬ଷ୍ଠ ଥର ପାଇଁ ୧୯ ବର୍ଷରୁ କମ୍‌ ଦିନିକିଆ କ୍ରିକେଟ ବିଶ୍ୱକପ ଚାମ୍ପିୟନ ହୋଇଛି।…

ହାତ ଯୋଡ଼ି ପ୍ରାର୍ଥନା କଲେ, ପରେ ୧୭ ମହଲାରୁ ଡେଇଁ ପଡ଼ିଲେ; ଚମକାଉଛି ବେକରୀ ମାଲିକଙ୍କ ମୃତ୍ୟୁ ପୂର୍ବର ଭିଡିଓ… 

ମୁମ୍ବାଇ,୬।୨: ମହାରାଷ୍ଟ୍ରର ସୋଲାପୁରରୁ ଏକ ଅତ୍ୟନ୍ତ ଦୁଃଖଦ ଖବର ସାମ୍ନାକୁ ଆସିଛି। ଏଠାର ପ୍ରସିଦ୍ଧ ମୁଲତାନି ବେକେରୀର ୬୦ ବର୍ଷୀୟ ମାଲିକ ସୁନୀଲ ସଦରଙ୍ଗାନୀ ବିଜୟପୁର ରୋଡରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri