ବିପଦ ବଢ଼ାଉଛି ବେଆଇନ ବ୍ଲାଷ୍ଟିଂ

ଢେଙ୍କାନାଳ ଅଫିସ, ୧୯।୨ ଢେଙ୍କାନାଳ ଜିଲା ଓଡ଼ାପଡ଼ା ବ୍ଲକ ଆର୍ତ୍ତସାନ୍ତରାକାଟେଣୀ ଗ୍ରାମ ନିକଟରେ ଥିବା କଳାମୁଗୁନି ପଥର ଖାଦାନରେ ବେଆଇନ ବ୍ଲାଷ୍ଟିଂ ସ୍ଥାନୀୟ ବାସିନ୍ଦାଙ୍କ ସୁରକ୍ଷା ବିପନ୍ନ କରିଛି। ଭୟଙ୍କର ବିସ୍ଫୋରଣରେ କୋଠାଘର ଛାତ, କାନ୍ଥ ଫାଟି ଆଁ କଲାଣି। ବାରମ୍ବାର ଅଭିଯୋଗ ସତ୍ତ୍ୱେ ସମସ୍ୟାର ପ୍ରତିକାର ଲାଗି ପ୍ରଶାସନ ପଦକ୍ଷେପ ନେଉନାହିଁ। ଏହାକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ପୁଞ୍ଜୀଭୂତ ଅସନ୍ତୋଷ ତୀବ୍ର ହେବାରେ ଲାଗିଛି।

ଆର୍ତ୍ତସାନ୍ତରାକାଟେଣୀ ୧ନଂ. ଓ୍ବାର୍ଡରେ ରହିଛି ଦଳିତ ବସ୍ତି। ଏଠାରେ ବହୁ ଗରିବ ପରିବାର ବାସ କରୁଛନ୍ତି। ବସ୍ତି ନିକଟରେ ଥିବା କଳାମୁଗୁନି ପଥର ଖାଦାନରୁ ଆଇନ ଉଲ୍ଲଂଘନ କରି ଦିନରାତି ବ୍ଲାଷ୍ଟିଂ କରାଯାଉଛି। ଏଥିରେ ସମ୍ପୃକ୍ତ ଅଭିଯୁକ୍ତମାନେ ଲୋକମାନଙ୍କ ସୁରକ୍ଷା ବିପନ୍ନ କରି ନିଜ ବେଆଇନ ବ୍ୟବସାୟ ବଢ଼ାଇବାରେ ଲାଗିଛନ୍ତି। ବେଧଡକ ବିସ୍ଫୋରଣ ଯୋଗୁ ସମ୍ପୃକ୍ତ ଗରିବ ପରିବାର ଆବାସ ଯୋଜନାରେ ନିର୍ମାଣ କରିଥିବା ଘରଗୁଡ଼ିକ ଭାଙ୍ଗି ଗଲାଣି। ନିକଟରେ ଥିବା ପ୍ରାଥମିକ ବିଦ୍ୟାଳୟ କାନ୍ଥ ମଧ୍ୟ ଏଥିରୁ ବାଦ୍‌ ପଡ଼ିନି। କେବଳ ଏତିକି ନୁହେଁ, ସମ୍ପୃକ୍ତ ଅଞ୍ଚଳରେ ରହୁଥିବା ସାଧାରଣ ପରିବାର ମଧ୍ୟ ଏଥିରେ ପ୍ରଭାବିତ ହେଉଛନ୍ତି। ବ୍ଲାଷ୍ଟିଂ ପରେ ପଥର ଆସି ଘର ଉପରେ ପଡୁଛି। ବିସ୍ଫୋରଣ ଶବ୍ଦ ଏତେ ତୀବ୍ର ହେଉଛି ଯେ, ରାତିରେ ଶୋଇବା କାଠିକର ହୋଇପଡୁଛି। ପଥର ଖଣି ଯୋଗୁ ସୃଷ୍ଟି ହେଉଥିବା ପ୍ରଦୂଷଣ ବିଭିନ୍ନ ରୋଗର କାରଣ ସାଜୁଛି। ଛୋଟ ଛୋଟ ପିଲାମାନେ ବିପଦପୂର୍ଣ୍ଣ ଭାବେ ସ୍କୁଲକୁ ପାଠ ପଢ଼ିବାକୁ ଯାଉଛନ୍ତି। ପୂର୍ବରୁ ସମସ୍ୟା ନେଇ ବସ୍ତିବାସିନ୍ଦା ୨୦୨୦ ଡିସେମ୍ବର ୧୧ ଏବଂ ୨୦୨୧ ଜାନୁୟାରୀ ୪ରେ ତହସିଲ ପ୍ରଶାସନର ଦ୍ୱାରସ୍ଥ ହୋଇଥିଲେ। ଏହାସତ୍ତ୍ୱେ ଅଧିକାରୀମାନେ ଘଟଣାସ୍ଥଳ ପରିଦର୍ଶନ କଲେନି କି ଗୁହାରି ଶୁଣିଲେନି।

ପ୍ରଶାସନର କୋହଳ ମନୋଭାବ ପଥର ମାଫିଆଙ୍କୁ ସୁଯୋଗ ଦେଉଛି। ପ୍ରଭାବିତ ପରିବାର ପ୍ରତିବାଦ କଲେ ସେମାନେ ନାଲିଆଖି ଦେଖାଉଛନ୍ତି। ଧମକଚମକ ଦେଇ ଚୁପ୍‌ କରାଇ ଦେଉଛନ୍ତି। ଉକ୍ତ ବେଆଇନ ପଥର ବ୍ଲାଷ୍ଟିଂ ବନ୍ଦ କରିବା ସହ ଧନଜୀବନକୁ ସୁରକ୍ଷା ଦେବା ଲାଗି ଗୁରୁବାର ଗ୍ରାମର ଅଶୋକ ନାୟକ, ଗୋବିନ୍ଦ ନାୟକ, ତ୍ରିନାଥ ନାୟକ, ଚନ୍ଦନ ବେହେରା, ଅଜିତ ନାୟକ ପ୍ରମୁଖ ବହୁ ଗ୍ରାମବାସୀ ଜିଲାପାଳଙ୍କୁ ଲିଖିତ ଭାବେ ଜଣାଇଛନ୍ତି। ଏ ନେଇ ଉପଜିଲାପାଳ ସାଫଲ୍ୟ ମଣ୍ଡିତ ପ୍ରଧାନ କୁହନ୍ତି, ଅଭିଯୋଗ ମିଳିଛି। ଯଦି ଉକ୍ତ ସ୍ଥାନରେ ବେଆଇନ ଭାବେ ପଥର ବ୍ଲାଷ୍ଟିଂ ଅଥବା ଚାଲାଣ ହେଉଥାଏ ତେବେ ସ୍ଥାନୀୟ ଥାନାଧିକାରୀ ଏବଂ ତହସିଲଦାରଙ୍କୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କୁହାଯିବ।

ସୂଚନାଯୋଗ୍ୟ, ଓଡ଼ାପଡ଼ା ବ୍ଲକ ଅଞ୍ଚଳରେ ମିଳୁଥିବା ମୁଗୁନି ପଥର ଉଚ୍ଚମାନର। ଏହାକୁ ଜିଲା ସମେତ ଜିଲା ବାହାରକୁ ଚାଲାଣ କରି ମାଫିଆମାନେ କୋଟି କୋଟି ଟଙ୍କା କମାଉଛନ୍ତି। ସ୍ଥାନୀୟ ବାସିନ୍ଦା ଏବଂ ପ୍ରଶାସନିକ ଅଧିକାରୀଙ୍କୁ ଚାପ ପକାଇ ସେମାନେ ବେଆଇନ ଭାବେ ବ୍ଲାଷ୍ଟିଂ କରିବା ସହ ପଥର ଚୋରା ଚାଲାଣ କରୁଛନ୍ତି। ସେମାନଙ୍କୁ ରୋକିବାକୁ ଯାଇ ଅନେକ ସମୟରେ ପୋଲିସ ଏବଂ ପ୍ରଶାସନିକ ଅଧିକାରୀ ଆକ୍ରମଣର ଶିକାର ହୋଇଥିବା ନଜିର ରହିଛି। ବେଆଇନ ଖାଦାନରୁ ପଥର ଚାଲାଣ ରୋକିବାକୁ ଜିଲା ପ୍ରଶାସନ ପକ୍ଷରୁ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରାଯାଇଥିଲେ ମଧ୍ୟ ସେତେଟା ସୁଫଳ ମିଳୁନାହିଁ। ପୋଲିସ, ପ୍ରଶାସନ ପକ୍ଷରୁ ଚଢ଼ାଉ ଜୋରଦାର କରାଯାଇ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଗଲେ ଏହାକୁ ରୋକାଯାଇ ପାରିବ ବୋଲି ପ୍ରଭାବିତ ଅଞ୍ଚଳବାସୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବେ ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା

କଟକ,୨୫ା୪(କାର୍ତ୍ତିକ ସାହୁ): ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା ତାଙ୍କ ଦିବଙ୍ଗତ ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବା ନିମନ୍ତେ ଅଦାଲତ ଅନୁମତି ଦେଇଛନ୍ତି। ଆସନ୍ତା ୨୯ ଓ ୩୦ ତାରିଖରେ...

ଗରା ଧରି ଜିଲାପାଳଙ୍କୁ ପାଣି ମାଗିଲେ ଜୁଆଙ୍ଗ ଆଦିବାସୀ

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାର ଆଦିବାସୀ ଓ ଗରିବ ଲୋକଙ୍କ ପାଇଁ ମାଳମାଳ ଯୋଜନା କରି ଅନେକ କୋଟି ଖର୍ଚ୍ଚ କରୁଛନ୍ତି। ମାତ୍ର ଜିଲାର ପୁରାତନ...

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ଓଡ଼ିଶାରେ ଭାଜପା ସରକାରକୁ ଆସିଲେ ଲୋକେ ରୋଜଗାର ପାଇଁ ବାହାର ରାଜ୍ୟକୁ ଯିବେ ନାହିଁ: ଅମିତ ଶାହା

ସୋନପୁର,୨୫।୪: କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଗୁରୁବାର ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ଗଢିବାକୁ ଲୋକ ମାନଙ୍କୁ ଆହ୍ୱାନ ଦେଇଛନ୍ତି। ନବୀନ ସରକାରକୁ ଓପାଡ଼ି ଏଠାରେ ଭାଜପା...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ଅଂଶୁଘାତ ରୋଗୀଙ୍କ ଚିକିତ୍ସା ପାଇଁ ଏମ୍ସରେ ସ୍ବତନ୍ତ୍ର ୟୁନିଟ୍‌

ଭୁବନେଶ୍ୱର,୨୫ା୪(ଅସମାପିକା ସାହୁ): ରାଜ୍ୟରେ ପ୍ରଚଣ୍ଡ ରୌଦ୍ରତାପ ଯୋଗୁ ଦିନକୁ ଦିନ ବୃଦ୍ଧି ଘଟୁଥିବା ଅଂଶୁଘାତ ରୋଗୀଙ୍କ ଚିକିତ୍ସା ନିମନ୍ତେ ଏମ୍ସ ଭୁବନେଶ୍ୱରରେ ଏକ ସ୍ବତନ୍ତ୍ର ହିଟ୍‌...

କାହିଁକି ଅମିତ ଶାହା ପଚାରିଲେ ‘୨୦ ଲୋକସଭା ସିଟ୍‌ ଜିତିବା କି ନାହିଁ’ ?

ସୋନପୁର,୨୫।୪: ଓଡ଼ିଶାରୁ ସର୍ବାଧିକ ଲୋକ ସଭା ଆସନ ବିଜୟ ଲକ୍ଷ୍ୟରେ କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଗୁରୁବାର ସୋନପୁରରୁ ପ୍ରଚାର ଆରମ୍ଭ କରିଛନ୍ତି। ଜୟ ଜଗନ୍ନାଥ, ଜୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri