ବିପଦ ବଢ଼ାଉଛି ବେଆଇନ ବ୍ଲାଷ୍ଟିଂ

ଢେଙ୍କାନାଳ ଅଫିସ, ୧୯।୨ ଢେଙ୍କାନାଳ ଜିଲା ଓଡ଼ାପଡ଼ା ବ୍ଲକ ଆର୍ତ୍ତସାନ୍ତରାକାଟେଣୀ ଗ୍ରାମ ନିକଟରେ ଥିବା କଳାମୁଗୁନି ପଥର ଖାଦାନରେ ବେଆଇନ ବ୍ଲାଷ୍ଟିଂ ସ୍ଥାନୀୟ ବାସିନ୍ଦାଙ୍କ ସୁରକ୍ଷା ବିପନ୍ନ କରିଛି। ଭୟଙ୍କର ବିସ୍ଫୋରଣରେ କୋଠାଘର ଛାତ, କାନ୍ଥ ଫାଟି ଆଁ କଲାଣି। ବାରମ୍ବାର ଅଭିଯୋଗ ସତ୍ତ୍ୱେ ସମସ୍ୟାର ପ୍ରତିକାର ଲାଗି ପ୍ରଶାସନ ପଦକ୍ଷେପ ନେଉନାହିଁ। ଏହାକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ପୁଞ୍ଜୀଭୂତ ଅସନ୍ତୋଷ ତୀବ୍ର ହେବାରେ ଲାଗିଛି।

ଆର୍ତ୍ତସାନ୍ତରାକାଟେଣୀ ୧ନଂ. ଓ୍ବାର୍ଡରେ ରହିଛି ଦଳିତ ବସ୍ତି। ଏଠାରେ ବହୁ ଗରିବ ପରିବାର ବାସ କରୁଛନ୍ତି। ବସ୍ତି ନିକଟରେ ଥିବା କଳାମୁଗୁନି ପଥର ଖାଦାନରୁ ଆଇନ ଉଲ୍ଲଂଘନ କରି ଦିନରାତି ବ୍ଲାଷ୍ଟିଂ କରାଯାଉଛି। ଏଥିରେ ସମ୍ପୃକ୍ତ ଅଭିଯୁକ୍ତମାନେ ଲୋକମାନଙ୍କ ସୁରକ୍ଷା ବିପନ୍ନ କରି ନିଜ ବେଆଇନ ବ୍ୟବସାୟ ବଢ଼ାଇବାରେ ଲାଗିଛନ୍ତି। ବେଧଡକ ବିସ୍ଫୋରଣ ଯୋଗୁ ସମ୍ପୃକ୍ତ ଗରିବ ପରିବାର ଆବାସ ଯୋଜନାରେ ନିର୍ମାଣ କରିଥିବା ଘରଗୁଡ଼ିକ ଭାଙ୍ଗି ଗଲାଣି। ନିକଟରେ ଥିବା ପ୍ରାଥମିକ ବିଦ୍ୟାଳୟ କାନ୍ଥ ମଧ୍ୟ ଏଥିରୁ ବାଦ୍‌ ପଡ଼ିନି। କେବଳ ଏତିକି ନୁହେଁ, ସମ୍ପୃକ୍ତ ଅଞ୍ଚଳରେ ରହୁଥିବା ସାଧାରଣ ପରିବାର ମଧ୍ୟ ଏଥିରେ ପ୍ରଭାବିତ ହେଉଛନ୍ତି। ବ୍ଲାଷ୍ଟିଂ ପରେ ପଥର ଆସି ଘର ଉପରେ ପଡୁଛି। ବିସ୍ଫୋରଣ ଶବ୍ଦ ଏତେ ତୀବ୍ର ହେଉଛି ଯେ, ରାତିରେ ଶୋଇବା କାଠିକର ହୋଇପଡୁଛି। ପଥର ଖଣି ଯୋଗୁ ସୃଷ୍ଟି ହେଉଥିବା ପ୍ରଦୂଷଣ ବିଭିନ୍ନ ରୋଗର କାରଣ ସାଜୁଛି। ଛୋଟ ଛୋଟ ପିଲାମାନେ ବିପଦପୂର୍ଣ୍ଣ ଭାବେ ସ୍କୁଲକୁ ପାଠ ପଢ଼ିବାକୁ ଯାଉଛନ୍ତି। ପୂର୍ବରୁ ସମସ୍ୟା ନେଇ ବସ୍ତିବାସିନ୍ଦା ୨୦୨୦ ଡିସେମ୍ବର ୧୧ ଏବଂ ୨୦୨୧ ଜାନୁୟାରୀ ୪ରେ ତହସିଲ ପ୍ରଶାସନର ଦ୍ୱାରସ୍ଥ ହୋଇଥିଲେ। ଏହାସତ୍ତ୍ୱେ ଅଧିକାରୀମାନେ ଘଟଣାସ୍ଥଳ ପରିଦର୍ଶନ କଲେନି କି ଗୁହାରି ଶୁଣିଲେନି।

ପ୍ରଶାସନର କୋହଳ ମନୋଭାବ ପଥର ମାଫିଆଙ୍କୁ ସୁଯୋଗ ଦେଉଛି। ପ୍ରଭାବିତ ପରିବାର ପ୍ରତିବାଦ କଲେ ସେମାନେ ନାଲିଆଖି ଦେଖାଉଛନ୍ତି। ଧମକଚମକ ଦେଇ ଚୁପ୍‌ କରାଇ ଦେଉଛନ୍ତି। ଉକ୍ତ ବେଆଇନ ପଥର ବ୍ଲାଷ୍ଟିଂ ବନ୍ଦ କରିବା ସହ ଧନଜୀବନକୁ ସୁରକ୍ଷା ଦେବା ଲାଗି ଗୁରୁବାର ଗ୍ରାମର ଅଶୋକ ନାୟକ, ଗୋବିନ୍ଦ ନାୟକ, ତ୍ରିନାଥ ନାୟକ, ଚନ୍ଦନ ବେହେରା, ଅଜିତ ନାୟକ ପ୍ରମୁଖ ବହୁ ଗ୍ରାମବାସୀ ଜିଲାପାଳଙ୍କୁ ଲିଖିତ ଭାବେ ଜଣାଇଛନ୍ତି। ଏ ନେଇ ଉପଜିଲାପାଳ ସାଫଲ୍ୟ ମଣ୍ଡିତ ପ୍ରଧାନ କୁହନ୍ତି, ଅଭିଯୋଗ ମିଳିଛି। ଯଦି ଉକ୍ତ ସ୍ଥାନରେ ବେଆଇନ ଭାବେ ପଥର ବ୍ଲାଷ୍ଟିଂ ଅଥବା ଚାଲାଣ ହେଉଥାଏ ତେବେ ସ୍ଥାନୀୟ ଥାନାଧିକାରୀ ଏବଂ ତହସିଲଦାରଙ୍କୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କୁହାଯିବ।

ସୂଚନାଯୋଗ୍ୟ, ଓଡ଼ାପଡ଼ା ବ୍ଲକ ଅଞ୍ଚଳରେ ମିଳୁଥିବା ମୁଗୁନି ପଥର ଉଚ୍ଚମାନର। ଏହାକୁ ଜିଲା ସମେତ ଜିଲା ବାହାରକୁ ଚାଲାଣ କରି ମାଫିଆମାନେ କୋଟି କୋଟି ଟଙ୍କା କମାଉଛନ୍ତି। ସ୍ଥାନୀୟ ବାସିନ୍ଦା ଏବଂ ପ୍ରଶାସନିକ ଅଧିକାରୀଙ୍କୁ ଚାପ ପକାଇ ସେମାନେ ବେଆଇନ ଭାବେ ବ୍ଲାଷ୍ଟିଂ କରିବା ସହ ପଥର ଚୋରା ଚାଲାଣ କରୁଛନ୍ତି। ସେମାନଙ୍କୁ ରୋକିବାକୁ ଯାଇ ଅନେକ ସମୟରେ ପୋଲିସ ଏବଂ ପ୍ରଶାସନିକ ଅଧିକାରୀ ଆକ୍ରମଣର ଶିକାର ହୋଇଥିବା ନଜିର ରହିଛି। ବେଆଇନ ଖାଦାନରୁ ପଥର ଚାଲାଣ ରୋକିବାକୁ ଜିଲା ପ୍ରଶାସନ ପକ୍ଷରୁ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରାଯାଇଥିଲେ ମଧ୍ୟ ସେତେଟା ସୁଫଳ ମିଳୁନାହିଁ। ପୋଲିସ, ପ୍ରଶାସନ ପକ୍ଷରୁ ଚଢ଼ାଉ ଜୋରଦାର କରାଯାଇ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଗଲେ ଏହାକୁ ରୋକାଯାଇ ପାରିବ ବୋଲି ପ୍ରଭାବିତ ଅଞ୍ଚଳବାସୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଟିଏମ୍‌ସିର ଜବତ ବ୍ୟାଙ୍କ ଆକାଉଣ୍ଟ ମାମଲା, ହସ୍ତକ୍ଷେପ କରିବାକୁ ମନାକଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨।୧୦: ମମତା ବାନାର୍ଜୀଙ୍କ ନେତୃତ୍ୱାଧୀନ ଟିଏମ୍‌ସି ଗୋଷ୍ଠୀର ପ୍ରାୟ ୮୦୪ କୋଟି ଟଙ୍କା ଥିବା ୪ଟି ଜବତ (ଡେବିଟ୍‌-ଫ୍ରିଜ) ବ୍ୟାଙ୍କ ଆକାଉଣ୍ଟକୁ ପରିଚାଳନା କରିବାକୁ ଅନୁମତି ଦେବା…

କାର୍ଯ୍ୟକାରୀ ହେଲା ଜନ୍ମ, ମୃତ୍ୟୁ ସଂଶୋଧନ ଆଇନ

ନୂଆଦିଲ୍ଲୀ,୨।୧୦: ଜନ୍ମ ଓ ମୃତ୍ୟୁ ପଞ୍ଜୀକରଣ (ସଂଶୋଧନ) ଆଇନ, ୨୦୨୬ ଗୁରୁବାରଠାରୁ ଦେଶରେ ଲାଗୁ ହୋଇଛି । ଏଥିରେ ନିର୍ଦ୍ଧାରିତ ସମୟସୀମା ପରେ ଜଣାଯାଇଥିବା ଜନ୍ମ ଓ…

ହାଇଭୋଲଟେଜ୍‌ ଡ୍ରାମା କଲେ ରିଷଭ ପନ୍ତ: ଅମ୍ପାୟରଙ୍କ ସହ ଯୁକ୍ତିତର୍କ ପରେ ଘଟିଲା…

ନୂଆଦିଲ୍ଲୀ,୨।୧୦:ଭାରତୀୟ କ୍ରିକେଟ ଦଳର ଉଇକେଟକିପର-ବ୍ୟାଟର ଋଷଭ ପନ୍ତଙ୍କ ପାଇଁ ଇରାନୀ କପ୍‌ର ପ୍ରଥମ ଦିନ ମଇଦାନରେ ହାଇଭୋଲଟେଜ୍‌ ଡ୍ରାମା କରିଛନ୍ତି। ରେଷ୍ଟ ଅଫ ଇଣ୍ଡିଆର ଅଧିନାୟକ ଭାବେ…

ଗାନ୍ଧୀ ବିଚାରରେ ପରିବେଶ ସୁରକ୍ଷା

ମହାକାଳର ଅସୀମ ଗର୍ଭରେ ଇତିହାସର ଅନେକ ପୃଷ୍ଠା ରକ୍ତର କାଳିରେ ଲେଖାଯାଇଛି, ଅନେକ ବିପ୍ଳବ କେବଳ କ୍ଷମତା ଆଉ ସାମ୍ରାଜ୍ୟବାଦର ମୋହରେ ଧୂଳିସାତ ହୋଇଯାଇଛି। କିନ୍ତୁ ବିଂଶ…

ଘର ଘର ବୁଲି କ୍ଷୀର ବିକୁଥିଲେ ନିତେଶ: ଏବେ ୬୪ ବର୍ଷର ଇତିହାସ ବଦଳାଇଦେଲେ ନିତେଶ

ନୂଆଦିଲ୍ଲୀ,୨।୧୦: ଏସିଆନ ଗେମ୍ସ ୨୦୨୬ରେ ଭାରତୀୟ କୁସ୍ତି ପାଇଁ ଆସିଛି ଐତିହାସିକ ସଫଳତା। ଗ୍ରୀକୋ-ରୋମାନ କୁସ୍ତିର ୯୭+ କିଲୋଗ୍ରାମ ବର୍ଗରେ ଭାରତର ନିତେଶ ସିୱାଚ ରୌପ୍ୟ ପଦକ…

ହୀରାକୁଦ ଜଳଭଣ୍ଡାର ପୁଣି ପୂର୍ଣ୍ଣଗର୍ଭା: ଦ୍ବିତୀୟ ଥର ୬୩୦ ଫୁଟ ଛୁଇଁଲା ଜଳସ୍ତର

​ସମ୍ବଲପୁର,୨।୧୦(ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରର ବର୍ତ୍ତମାନ ମାତ୍ର ଗୋଟିଏ ସ୍ଲୁଇସ ଗେଟ୍ ଖୋଲା ରହିଛି । ଫଳରେ ଶୁକ୍ରବାର ସକାଳେ ହୀରାକୁଦ ଜଳଭଣ୍ଡାରର ପୁଣିଥରେ ପୂର୍ଣ୍ଣଗର୍ଭା ହୋଇଛି…

୭୫ ବର୍ଷ ପରେ ଘଟିଲା ଏମିତି: ଏସିଆନ ଗେମ୍ସରେ ଚମତ୍କାର କଲା ଭାରତୀୟ ମହିଳା ଟିମ୍‌

ନୂଆଦିଲ୍ଲୀ,୨।୧୦: ୨୦୨୬ ଏସିଆନ ଗେମ୍ସରେ ଭାରତ ଆଉ ଏକ ଐତିହାସିକ ସଫଳତା ହାସଲ କରିଛି। ତୀରନ୍ଦାଜୀର ମହିଳା ରିକର୍ଭ ଟିମ ଫାଇନାଲରେ ଶକ୍ତିଶାଳୀ ଦକ୍ଷିଣ କୋରିଆକୁ ୫-୩ରେ…

ମୋଦିଙ୍କୁ ପ୍ରଶଂସାରେ ପୋତି ପକାଇଲେ ପୁଟିନ୍, ନିରପେକ୍ଷ ରହିବା….

ମସ୍କୋ,୨।୧୦: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍‌ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା କରିଛନ୍ତି । ମୋଦିଙ୍କୁ ବିଶ୍ୱର ସେହି ନେତାମାନଙ୍କ ମଧ୍ୟରେ ପୁଟିନ୍‌ ସାମିଲ କରିଛନ୍ତି,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?