ଘରେ ରହି ରଜ ପାଳନ କରନ୍ତୁ: ଏଡିଜି

ଭୁବନେଶ୍ୱର,୧୧।୬(ବ୍ୟୁରୋ): ରାଜ୍ୟରେ ଲକ୍‌ଡାଉନ ଓ ଶଟ୍‌ଡାଉନ ଭଳି କଟକଣାକୁ ଦୃଢ଼ ଭାବେ ପାଳନ କରାଯାଉଥିବାରୁ କୋଭିଡ୍‌ ସଂକ୍ରମଣରେ ହ୍ରାସ ଘଟୁଛି। ଆଗକୁ ରଜ ପର୍ବ ଆସୁଛି। ତେଣୁ ଜନସାଧାରଣ ବାହାରକୁ ନ ବାହାରି ନିଜ ଘରେ ରହି ରଜ ପାଳନ କରନ୍ତୁ ବୋଲି ଗୁରୁବାର ରାଜ୍ୟ ସରକାରଙ୍କ ପକ୍ଷରୁ ଆୟୋଜିତ ଖବରଦାତା ସମ୍ମିଳନୀରେ ଏଡିଜି (ଆଇନ ଶୃଙ୍ଖଳା) ଯଶବନ୍ତ ଜେଠୱା କହିଛନ୍ତି। ଅମାନିଆଙ୍କ ଭଳି ନ ହୋଇ ସମସ୍ତ କୋଭିଡ୍‌ ନିୟମ ମଧ୍ୟରେ ରହି ପରିବାରବର୍ଗଙ୍କ ସହ ଏହି ପର୍ବ ପାଳନ କରିବାକୁ ସେ ରାଜ୍ୟବାସୀଙ୍କୁ ପରାମର୍ଶ ଦେଇଛନ୍ତି।
କୋଭିଡ୍‌-୧୯ର ଦ୍ୱିତୀୟ ଲହର ଆରମ୍ଭଠାରୁ ଓଡ଼ିଶା ପୋଲିସ ପକ୍ଷରୁ ସାରା ରାଜ୍ୟରେ ଏନ୍‌ଫୋର୍ସମେଣ୍ଟ ଡ୍ରାଇଭ୍‌କୁ କଡ଼ାକଡ଼ି କରାଯାଉଛି। ସମସ୍ତ ଏସ୍‌ପି ଓ କମିଶନରେଟ୍‌ ପୋଲିସର ଡିସିପିଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନାରେ ପ୍ରାୟ ୧୬୧ ପ୍ଲାଟୁନ୍‌ ପୋଲିସ ଫୋର୍ସ ଏହି ଏନ୍‌ଫୋର୍ସମେଣ୍ଟ କାର୍ଯ୍ୟରେ ନିୟୋଜିତ ଅଛନ୍ତି। ଗତ ଦୁଇମାସ ମଧ୍ୟରେ ବିଭିନ୍ନ ଜିଲାର ୪ ଲକ୍ଷ ୭୬ହଜାର ନିୟମ ଉଲ୍ଲଂଘନକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ସେମାନଙ୍କଠାରୁ ପ୍ରାୟ ୧୪ କୋଟି ୫୮ ଲକ୍ଷ ଟଙ୍କାର ଜରିମାନା ଆଦାୟ କରାଯାଇଛି। ଏଥିସହିତ କୋଭିଡ୍‌ ନିୟମ ଉଲ୍ଲଂଘନ କରିଥିବା ନେଇ ୩ ହଜାର ୫ଶହ ଦୋକାନ, ଶପିଂମଲ୍‌, ଶିକ୍ଷାନୁଷ୍ଠାନ ସିଲ୍‌ ଓ ୨୯ ହଜାର ଗାଡି ସିଜ୍‌ କରାଯାଇଛି। ବର୍ତ୍ତମାନ ସୁଦ୍ଧା ଓଡ଼ିଶା ପୋଲିସ ପକ୍ଷରୁ ୨୭୮ଟି ମାମଲା ରୁଜୁ କରାଯାଇ ୧୩୩୨ଜଣଙ୍କୁ ଗିରଫ କରାଯାଇଛି।
ଏଥିସହ ସେ କହିଛନ୍ତି, କରୋନା ସମୟରେ ସାଇବର ଅପରାଧରେ ବୃଦ୍ଧି ଘଟିଛି। ଅଜ୍ଞାତରେ ଲୋକମାନେ ସାଇବର ଠକଙ୍କ ଶିକାର ହେଉଛନ୍ତି। ତେଣୁ କୌଣସି ବ୍ୟକ୍ତି ସାଇବର ଠକେଇର ଶିକାର ହେଲେ ତୁରନ୍ତ ଟୋଲ୍‌ ଫ୍ରି ନଂ.୧୫୫୨୬୦ ରେ କଲ୍‌ କରି ଜଣାନ୍ତୁ। ସୂଚନା ପାଇବା ମାତ୍ରେ ଓଡ଼ିଶା ପୋଲିସର ସାଇବର ଥାନା, ସାଇବର ସେଲ୍‌, ସାଇବର ହେଲ୍ପ ଡେସ୍କଗୁଡ଼ିକ ପକ୍ଷରୁ ତୁରନ୍ତ ପଦକ୍ଷେପ ନିଆଯିବ। ଠକେଇର ଅଳ୍ପ ସମୟ (ଘଣ୍ଟାଏ) ମଧ୍ୟରେ ଜଣାଇଲେ ପୋଲିସ ଏହାର ତଦନ୍ତ କରି ବ୍ୟାଙ୍କ ନେଣଦେଣ ବନ୍ଦ କରିବା ପାଇଁ ପଦକ୍ଷେପ ନେବ। ଏଥିସହିତ ସାଇବର ଠକଙ୍କ ଆକାଉଣ୍ଟରୁ ଠକେଇ ଟଙ୍କା ଫେରାଇ ଅଣାଯାଇପାରିବ ବୋଲି ଜେଠଓ୍ବା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଇରାନକୁ ଟ୍ରମ୍ପଙ୍କ ଚରମ ଚେତାବନୀ: ‘ଶାନ୍ତି ଆଲୋଚନା ବିଫଳ ହେଲେ ଆକ୍ରମଣ ପାଇଁ ଆମେରିକା ପ୍ରସ୍ତୁତ’

ୱାଶିଂଟନ,୧୦।୭: ଇରାନ ଏବଂ ଆମେରିକା ମଧ୍ୟରେ ଶାନ୍ତିବାର୍ତ୍ତା ନେଇ ଆଲୋଚନା ହେବାକୁ ଥିବା ବେଳେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ଼ ଧମକ ଦେଇଛନ୍ତି। ଇସଲାମାବାଦରେ…

ଧାରଣାକୁ ମାସେ ବିତିଲା: ଡାଲି, ଚାଉଳ ମାଗି ଚୁଲି ଜାଳୁଛନ୍ତି ଚାଷୀ; ତଥାପି ସରକାରୀ କଳ…

ବରଗଡ଼, ୧୦।୪(ପ୍ରେମାନନ୍ଦ ଖମାରୀ) – ବରଗଡ଼ ଜିଲାରେ ଗତ ୭ତାରିଖରୁ ଖରିଫ୍ ଧାନ ସଂଗ୍ରହ ପ୍ରକ୍ରିୟାକୁ ସରିଯାଇଛି। ଅନ୍ୟ ପକ୍ଷରେ ଆଉ ପ୍ରାୟ ମାସକ ପରେ ଜିଲାରେ…

ଏଲ୍‌ପିଜି ସଙ୍କଟ ଯୋଗୁ ରୋଜଗାର ହରାଇଛନ୍ତି କ୍ଷୁଦ୍ର ବ୍ୟବସାୟୀ, ପରିବାର ଚଳାଇବା କଷ୍ଟସାଧ୍ୟ, ଯୋଗାଣ ଦାବିରେ…

କୋରାପୁଟ, ୧୦।୪ (ଅମିତାଭ ବେହେରା): ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବେ ସ୍ଥାନୀୟ ରନ୍ଧନ ଗ୍ୟାସ (LPG) ବଜାର ଉପରେ ଶକ୍ତ ଆଘାତ ଦେଇଛି। ଏହି ଗ୍ୟାସ…

ଆମେରିକା-ଇରାନ ଶାନ୍ତି ବାର୍ତ୍ତା ପୂର୍ବରୁ ପାକିସ୍ତାନ ରାଜଧାନୀରେ ହାଇଆଲର୍ଟ: ଗଳିକନ୍ଦିରେ ପୋଲିସ ଛାଉଣି,୧୦ ହଜାର ଯବାନ… 

ଇସଲାମାବାଦ,୧୦।୪: ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ହେବାକୁ ଥିବା ଗୁରୁତ୍ୱପୂର୍ଣ୍ଣ ଶାନ୍ତି ବାର୍ତ୍ତା ପୂର୍ବରୁ ସୁରକ୍ଷା ବ୍ୟବସ୍ଥାକୁ ବହୁତ କଡ଼ାକଡ଼ି କରାଯାଇଛି। ସହରରେ…

ଲୋକକଳା ପାଇଁ ଦିନଟିଏ

ଖଜୁରିପଡ଼ା,୧୦ା୪ (ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ପକ୍ଷରୁ ସ୍ଥାନୀୟ ହାଇସ୍କୁଲ ପଡ଼ିଆଠାରେ ଶୁକ୍ରବାର ସାରେ ଲୋକକଳା ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏଥିରେ ବିଡିଓ ଶୁଭ…

ହାତୀ ଆକ୍ରମଣରେ ଜଣେ ଗୁରୁତର

ରୁପ୍ରାରୋଡ୍‌,୧୦ା୪(ସଞ୍ଜୀବ ଦାସ): ହାତୀ ଆକ୍ରମଣରେ କଳାହାଣ୍ଡି ଜିଲା ନର୍ଲା ବ୍ଲକ୍‌ର ଜଣେ ବ୍ୟକ୍ତି ଗୁରୁତର ହୋଇଛନ୍ତି। ସେ ହେଲେ କୁରମେଲ ପଞ୍ଚାୟତ ବୁଦେଲଗୁମା ଗ୍ରାମର ସୀମାଞ୍ଚଳ ନାଏକ…

ମୁଖ୍ୟମନ୍ତ୍ରୀ ବସ୍‌କୁ ଅଟକାଇ କର୍ମଚାରୀଙ୍କୁ ମାଡ଼ ମାରିଲେ ଯୁବକ,ପରେ…

ଆନନ୍ଦପୁର,୧୦।୪(ସୁଶାନ୍ତ କୁମାର ସାହୁ ): କେନ୍ଦୁଝର ଜିଲା ଘସିପୁରା ବ୍ଲକ କେଶଦୁରାପାଳଠାରୁ ଘସିପୁରା ଯାଉଥିବା ମୁଖ୍ୟମନ୍ତ୍ରୀ ବସ୍‌କୁ ଦେଓଗାଁ ଚିକିତ୍ସାଳୟ ସମ୍ମୁଖରେ ଜଣେ ଯୁବକ ଶୁକ୍ରବାର ଅଚାନକ…

୪ଟି ଶ୍ରେଣୀଗୃହରେ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ା

ଗଞ୍ଜାମ,୧୦ା୪(ବିଦ୍ୟାଧର ସାହୁ): ଗଞ୍ଜାମ ଏନ୍‌ଏସି ଅନ୍ତର୍ଗତ ଦାମୋଦରପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପାଠପଢ଼ାରେ ବ୍ୟଘାତ ସୃଷ୍ଟି ହେଉଛି। ୧୯୭୫ ମସିହାରେ ପ୍ରତିଷ୍ଠିତ ଏହି ବିଦ୍ୟାଳୟରେ ଶିଶୁ ବାଟିକା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri