ମୂର୍ତ୍ତି ଓ ପ୍ରତିମୂର୍ତ୍ତି

ଯଦୁମଣି ପାଣିଗ୍ରାହୀ

 

ଆମ ନଜରରେ ମୂର୍ତ୍ତିଟିଏ ସଦାସର୍ବଦା କାହାରି ନା କାହାରି ଏକ ପ୍ରତୀକାତ୍ମକ ରୂପ ହୋଇଥିବା ବେଳେ ପ୍ରତିମୂର୍ତ୍ତି ଏକ ଅବିକଳ ପ୍ରତିକୃତ୍ତି ବା ପ୍ରତିରୂପ ।
ରାଜା ମହାରାଜାଙ୍କ ଶାସନକାଳରୁ ନିର୍ମିତ ମନ୍ଦିର ଓ ମନ୍ଦିରରେ ସ୍ଥାପିତ ବିଭିନ୍ନ ଦେବଦେବୀଙ୍କ ମୂର୍ତ୍ତି ଆଜିଯାଏ ଯଥାବିଧି ପୂଜା ପାଇ ଆସୁଛି । ପୁରାଣଶାସ୍ତ୍ର ଓ କାବ୍ୟ କବିତାଗୁଡ଼ିକରେ ବି ଅନେକ ଦେବଦେବୀଙ୍କ ମାହାତ୍ମ୍ୟ ସମ୍ପର୍କରେ ଅବତାରଣା କରାଯାଇ ଈଶ୍ୱରଙ୍କ ପ୍ରତି ସାଧାରଣ ମଣିଷର ଆସ୍ଥା ଓ ବିଶ୍ୱାସକୁ ଅଧିକରୁ ଅଧିକ ବଳବତ୍ତର କରିବାର ପ୍ରୟାସ କରାଯାଇଛି। ଈଶ୍ୱରଙ୍କ ପ୍ରତି ସାଧାରଣ ମଣିଷର ଏହି ବିଶ୍ୱାସ ଓ ଭରସା ରହିଥିବା କାରଣରୁ ତଥା ସାଧାରଣ ମଣିଷର ଭାବାବେଗ ଈଶ୍ୱରଙ୍କ ସହ ଜଡ଼ିତ ଥିବା ଯୋଗୁ ସଂପ୍ରତି ଆମ ଦେଶ ଏବଂ ରାଜ୍ୟରେ ଥିବା ପ୍ରାଚୀନ ମନ୍ଦିରଗୁଡ଼ିକରେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ସମାଗମ ହେଉଛି, ଯାହା ବ୍ୟବସାୟ ବାଣିଜ୍ୟଠାରୁ ପର୍ଯ୍ୟଟନ କ୍ଷେତ୍ରକୁ ବି ବେଶ୍‌ ସମୃଦ୍ଧ କରୁଛି। ପୂର୍ବକାଳରେ ଧନୀ ଓ ସମ୍ଭ୍ରାନ୍ତ ଶ୍ରେଣୀର ବ୍ୟକ୍ତିମାନେ ମନ୍ଦିର ତୋଳାଇ କିଛି ପୁଣ୍ୟ ଅର୍ଜନର ଆଶା ରଖିଥିବା ବେଳେ ଆଜିର ସମୟରେ କିଛି ଲୋକ ପୁଣ୍ୟ ଅର୍ଜନ କରିବା ଦୂରେ ଥାଉ କେବଳ ବ୍ୟକ୍ତିଗତ ସୁନାମ ଓ ପ୍ରତିଷ୍ଠା ଅର୍ଜନ ଲକ୍ଷ୍ୟରେ ନିଜେ ମନ୍ଦିର ତୋଳାଇବା ଅଥବା ଏଥିଲାଗି କିଛି ଆର୍ଥିକ ସହାୟତା ଯୋଗାଇ ଦେଉଛନ୍ତି। ଯେଉଁଠି ନାହିଁ ସେଠି ମନ୍ଦିରଟିଏ ତୋଳି ସେଥିରେ ଦେବଦେବୀଙ୍କ ମୂର୍ତ୍ତିଟିଏ ସ୍ଥାପନ କରିଦେବା, ଏମିତିକି ଖୋଲା ମେଲାରେ ତଥା ଅନାବଶ୍ୟକ ଭାବେ ଅନୁଚିତ ସ୍ଥାନରେ ମୂର୍ତ୍ତିଟିଏ ସ୍ଥାପନ କରିଦେବାରେ ଲୋକେ ଆନନ୍ଦଲାଭ କରୁଛନ୍ତି। ଆଜିକାଲି ଗାଁ ଗହଳିଠାରୁ ସହରବଜାର ଯାଏ ସବୁଠି ଏମିତି ମାନସିକତା ଲୋକଙ୍କ ମନରେ ବସାବାନ୍ଧିଛି। ବ୍ୟକ୍ତିବିଶେଷଙ୍କ ଠାକୁର ଘରେ ଥିବା ଠାକୁର ମୂର୍ତ୍ତି ହେଉ ଅବା ମନ୍ଦିର ଭିତରେ ବସିଥିବା ମୂର୍ତ୍ତି ହେଉ ଅଥବା ଖରା, ବର୍ଷା ଓ ଶୀତରେ ଖୋଲାମେଲାରେ ଗଛମୂଳରେ ସ୍ଥାପିତ ମୂର୍ତ୍ତି ହେଉ ବିଭିନ୍ନ କାରଣରୁ ପୂଜାର୍ଚ୍ଚନା ତଥା ନୀତିକାନ୍ତିରୁ ବଞ୍ଚତ୍ତ ହେଉଛନ୍ତି। ଅଲୋଡ଼ା, ଅଦରକାରୀ ଓ ଅବହେଳିତ ଅବସ୍ଥାରେ ପଡ଼ିରହିବା ପ୍ରଚ୍ଛଦପଟ୍ଟରେ ଆମ ମନରେ ଈଶ୍ୱରଙ୍କ ପ୍ରତି ଭକ୍ତି ନା ଈଶ୍ୱରଙ୍କ ପ୍ରତି ଅବମାନନାକୁ ସୂଚାଇ ଦେଉଛି ତାହା ବିଚାରସାପେକ୍ଷ।
ଅନେକ ସ୍ଥାନରେ ସରକାରୀ ଜାଗା ଉପରେ ନିର୍ମିତ ମନ୍ଦିର କି ସ୍ଥାପିତ କୌଣସି ଦେବଦେବୀଙ୍କ ମୂର୍ତ୍ତି କିଛିବର୍ଷ ପରେ ପୁଣି ଅନ୍ୟତ୍ର ସ୍ଥାନାନ୍ତର ହୋଇଯାଉଛି। ରାସ୍ତା ସଂପ୍ରସାରଣ କିମ୍ବା ଗୃହ ନିର୍ମାଣ ହେବାକୁ ସ୍ଥାନାଭାବ ପଡ଼ିଲେ ଭଙ୍ଗାହେଉଛି ମନ୍ଦିର। ବିସ୍ଥାପିତ ହେଉଛନ୍ତି ଠାକୁର । ଅଥଚ ବିସ୍ଥାପନ ପାଇଁ ମିଳୁଥିବା କ୍ଷତିପୂରଣ ଅର୍ଥକୁ ନେଇ ଦେଖାଯାଉଛି ବିବାଦ। ମାନମନାନ୍ତର ଓ ଗଣ୍ଡଗୋଳ ଏମିତି କେତେ କ’ଣ। ଅନେକ ଜାଗାରେ ତ ମନ୍ଦିର ନିର୍ମାଣ ତଥା ଏହାର ପରିଚାଳନାକୁ ନେଇ ବାଦବିବାଦ ଦେଖାଯାଉଛି। ମାମଲା ପୁଣି କୋର୍ଟକଚେରି ଯାଏ ଯାଉଛି। ଏଇଠି ପ୍ରଶ୍ନ ଉଠେ ଏସବୁ କାହିଁକି ଓ କ’ଣ ପାଇଁ। ଏମିତି ଅନାବଶ୍ୟକ ଭାବେ ଦେବଦେବୀଙ୍କ ମୂର୍ତ୍ତି ସ୍ଥାପନ କରିଦେଇ ଆମେ କେଉଁ ପୁଣ୍ୟ ଅର୍ଜନ କରୁଛନ୍ତି ଯେ! ଅନୁରୂପ ଭାବରେ ସମଗ୍ର ମଣିଷ ସମାଜ ପ୍ରତି ଯେଉଁ ମହାପୁରୁଷଙ୍କ ତ୍ୟାଗ ଓ ଅବଦାନ ରହିଛି ସେମାନଙ୍କ ପ୍ରତିମୂର୍ତ୍ତିମାନ ବିଭିନ୍ନ ସ୍ଥାନରେ ପ୍ରତିଷ୍ଠା କରାଯାଇଛି। କବି, କଳାକାରଙ୍କଠାରୁ ଆରମ୍ଭକରି ଜନସେବକ, ସ୍ବାଧୀନତା ସଂଗ୍ରାମୀ ଓ ରାଜନୈତିକ ପରାକାଷ୍ଠା ପ୍ରଦର୍ଶନ କରିଥିବା ପ୍ରମୁଖ ବ୍ୟକ୍ତିବିଶେଷ ସର୍ବୋପରି ଦେଶ ପାଇଁ ପ୍ରାଣବଳି ଦେଇଥିବା ଶହୀଦଙ୍କ ପ୍ରତିମୂର୍ତ୍ତି ବି ଅନେକ ସ୍ଥାନରେ ସ୍ଥାପିତ ହୋଇଛି। ହେଲେ କେବଳ ଜୟନ୍ତୀ କି ଶ୍ରାଦ୍ଧରେ ସେମାନଙ୍କ ପ୍ରତିମୂର୍ତ୍ତିରେ ଫୁଲହାରଟିଏ ପକାଇଦେଇ କେବଳ ଆମେ ଆମର କର୍ତ୍ତବ୍ୟ ଶେଷ କରିଦେଉ।
ତା’ ଛଡ଼ା ଅନେକ ସ୍ଥାନରେ ସ୍ଥାପିତ ପ୍ରତିମୂର୍ତ୍ତି ଲତା ଗୁଳ୍ମ ଆଚ୍ଛାଦିତ ତଥା ଧୂଳିଧୂସରିତ ହୋଇ ପରିତ୍ୟକ୍ତ ଅବସ୍ଥାରେ ରହିଛନ୍ତି, ଯାହା ସେମାନଙ୍କ ପ୍ରତି ଚରମ ଉପହାସ ସଦୃଶ। କୌତୂହଳର କଥା ହେଉଛି ଅନେକ ମହାପୁରୁଷଙ୍କ ମୂର୍ତ୍ତି ତିଆରି ହୋଇ କାରିଗରଙ୍କ ପାଖରେ ଦଶନ୍ଧି ଦଶନ୍ଧି ଧରି ପଡ଼ି ରହିଥିବା ଦେଖିବାକୁ ମିଳୁଛି। ବରାଦ ଦେଇଥିବା ଲୋକେ ପ୍ରତିମୂର୍ତ୍ତି ନେବାକୁ ଆଗ୍ରହ ପ୍ରକାଶ କରୁନାହାନ୍ତି। ମହାପୁରୁଷଙ୍କ ପ୍ରତି ଏହା ଅପମାନ ନୁହେଁ କି? ଏହାବ୍ୟତୀତ କୌଣସି କୌଣସି ଜାଗାରେ ମହାପୁରୁଷଙ୍କ ପ୍ରତିମୂର୍ତ୍ତିଟିଏ ସ୍ଥାପନ କରିବାକୁ ଦାବି ହେଉଥିବା ବେଳେ ଅନେକ ସ୍ଥାନରେ ପ୍ରତିମୂର୍ତ୍ତି ସ୍ଥାପନକୁ ନେଇ ବାଦବିବାଦ ସୃଷ୍ଟି ହେଉଛି। ସେମିତି ଅନେକ ଜାଗାରେ ପ୍ରତିମୂର୍ତ୍ତି ଭଙ୍ଗାରୁଜାକୁ ନେଇ ଅପ୍ରୀତିକର ଓ ଅଶୋଭନୀୟ ପରିସ୍ଥିତି ସୃଷ୍ଟି ହେଉଛି। ମୂର୍ତ୍ତିରୁ ପ୍ରତିମୂର୍ତ୍ତି ଯାଏ ଆଜି ଯେତେବେଳେ ମଣିଷର ଆକ୍ରୋଶ ଓ ଅବହେଳାର ଶିକାର ହେବାକୁ ବସିଛି ସେତେବେଳେ ଲୋକଚରିତ୍ର କେମିତି ବଦଳି ବଦଳି ଯାଉଛି ତାହା ଆପଣ ବୁଝିପାରୁଥିବେ।
ଶଙ୍ଖିଡ଼ା, ତିହିଡ଼ି, ଭଦ୍ରକ
ମୋ-୯୯୩୭୫୬୫୫୨୭


Enter your email to get our daily news in your inbox.

All Right Reserved By Dharitri.Com

ସୁନା, କଳି ଓ ଅର୍ଥନୀତି

ଏକଦା ରାଜା ପରିକ୍ଷିତ ନିଜ ରାଜ୍ୟ ତଥା ରାଜ୍ୟବାସୀଙ୍କ ଭଲମନ୍ଦ ଜାଣିବା ପାଇଁ ଭ୍ରମଣାର୍ଥେ ବାହାରିଥିଲେ। ଠିକ୍‌ ସେହି ସମୟରେ ଏକ ବିଶାଳ ବପୁଧାରୀ ବ୍ୟକ୍ତି (ଯେକି…

ସମୁଦ୍ରର ନୂଆ ଭୂଗୋଳ

ସମଗ୍ର ପୃଥିବୀରେ ଯେତେ ସମୁଦ୍ର ଅଛି ସେମାନଙ୍କର ଜଳରାଶି ପ୍ରତିବର୍ଷ ୩.୦୬ ମିଲିମିଟର ହାରରେ ବଢିବାରେ ଲାଗିଛି। ସେ ଭିତରୁ ବଙ୍ଗୋପସାଗରରେ ଜଳରାଶି ଅଧିକ ହାରରେ ବୃଦ୍ଧି…

ନିର୍ବାଚନ ପରେ

ଭାରତୀୟ ଅର୍ଥନୀତି ଏକ ଖରାପ ସମୟ ଦେଇ ଗତି କରୁଛି। ୩୦ ମାର୍ଚ୍ଚରେ ଭାରତୀୟ ମୁଦ୍ରା ଖୁବ୍‌ ତଳକୁ ଯାଇ ଏକ ଆମେରିକୀୟ ଡଲାର ତୁଳନାରେ ବିନିମୟ…

ଏଇ ଭାରତରେ

ଦିଲ୍ଲୀ-ଏନ୍‌ସିଆର, ଉତ୍ତରପ୍ରଦେଶ, ହରିୟାଣା ଏବଂ ଗୁଜରାଟର ୨୦ଟି ସରକାରୀ ଓ ୮ଟି ଘରୋଇ ସ୍କୁଲରେ ପିଲାମାନେ ଚାଷକରି ପରିବା ଉତ୍ପାଦନ କରିବାକୁ ସକ୍ଷମ ହୋଇପାରିଛନ୍ତି। ଏହା ସମ୍ଭବ…

ସନ୍ଧିକ୍ଷଣରେ ସବୁଜିମା ସ୍ବାସ୍ଥ୍ୟ

ର୍ତ୍ତମାନ ସମୟର ସବୁଠାରୁ ଉଦ୍‌ବେଗଜନକ ଚିତ୍ରଟି ଜାତିସଂଘର ଜିଏଫ୍‌ଆର୍‌ଏ ରିପୋର୍ଟରୁ ଜଣାପଡ଼ିଛି, ତାହା ହେଉଛି ଆମ ପୃଥିବୀର ବିଶେଷକରି ଜଙ୍ଗଲର ସ୍ବାସ୍ଥ୍ୟ ଓ ସ୍ଥିତି ଭଲ ନାହିଁ।…

ଆମେରିକାର ବିଶ୍ୱ ଅଭିଯାନ

ଚଳିତ ବର୍ଷ ଫେବୃଆରୀ ୨୮ରେ ଆମେରିକା ଓ ଇସ୍ରାଏଲ ଯୋଡ଼ି ଅଚାନକ ଇରାନ୍‌ ଉପରେ ବୋମାବର୍ଷଣ କରି ଇରାନର ଶୀର୍ଷନେତା ଆୟାତୋଲ୍ଲା ଖାମନେଇ ଓ ତାଙ୍କ ପରିବାର…

ମଞ୍ଚରେ ପାକିସ୍ତାନ

ଭାରତ ସମେତ ବିଶ୍ୱର ଅଳ୍ପ କେତେକ ଦେଶ ପାକିସ୍ତାନକୁ ଏକ ଦୁର୍ଜନ ରାଷ୍ଟ୍ର ଭାବେ ଦେଖିଥାଆନ୍ତି। ଆତଙ୍କବାଦୀଙ୍କ ପାଇଁ ଏହି ଦେଶ ପରିଚିତ ଓ ତା’ର ରାଜନୈତିକ…

ପକ୍ଷପାତିତା ଭାର

ଏକ ପରିକଳ୍ପିତ ସ୍ଥିତିର ପରିଣାମ ସମ୍ପର୍କରେ ବିଚାର କରାଯାଉ। କଳ୍ପନା କରନ୍ତୁ ଯେ ଦୁଇଟି ବଡ଼ କ୍ଷେପଣାସ୍ତ୍ର ହ୍ୱାଇଟ୍‌ ହାଉସ ଉପରେ ମାଡ଼ କଲା। ପ୍ରଥମଟି ଏପରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri