Posted inଜାତୀୟ

ଷ୍ଟେଶନ ମାଷ୍ଟରଙ୍କୁ ପଣବନ୍ଦୀ ରଖିଲେ ମାଓବାଦୀ

ପାଟନା, ୧।୮: ସଶସ୍ତ୍ର ମାଓବାଦୀମାନଙ୍କର ଏକ ଗୋଷ୍ଠୀ ଶନିବାର ସକାଳେ ପାଟନା-କୋଲକାତା ରୁଟ୍‌ର ଏକ ରେଳଷ୍ଟେଶନ ଉପରେ ଆକ୍ରମଣ କରିବା ସହ ଷ୍ଟେଶନ ମାଷ୍ଟରଙ୍କୁ ଅଧଘଣ୍ଟା ପଣବନ୍ଦୀ ରଖିଥିଲେ। ସେମାନେ ଷ୍ଟେଶନ ବିଲ୍ଡିଂକୁ ଉଡ଼ାଇଦେବାକୁ ଧମକ ଦେଇଥିଲେ। ମାଓବାଦୀ ପ୍ରବଣ ଜାମୁଇ ଜିଲା ଅନ୍ତର୍ଗତ ଚୌରା ରେଳଷ୍ଟେଶନରେ ମାଓବାଦୀଙ୍କ ଆକ୍ରମଣ ଫଳରେ ଉକ୍ତ ରୁଟ୍‌ରେ ୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ଧରି ରେଳ ଚଳାଚଳ ବ୍ୟାହତ ହୋଇଥିଲା।
ଖବର ଅନୁଯାୟୀ ସକାଳ ୬ଟାରେ ମାଓବାଦୀମାନେ ପୋଲିସ ପୋଷାକରେ ଆସି ଚୌରା ଷ୍ଟେଶନ ମାଷ୍ଟର ବିନୟ କୁମାରଙ୍କ କ୍ୟାବିନରେ ଧସେଇ ପଶିଥିଲେ। ଉକ୍ତ ଅଞ୍ଚଳରେ ମାଓବାଦୀ ସପ୍ତାହ ପାଳନ ହେଉଥିବାରୁ ରେଳ ଚଳାଚଳ ବନ୍ଦ ରଖିବାକୁ ସେମାନେ ବିନୟ କୁମାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ସେ ମନା କରିବା ପରେ ମାଓବାଦୀମାନେ ନିଜର ପରିଚୟ ଦେବା ସହ ମାରଣାସ୍ତ୍ର ବାହାର କରି ଧମକ ଦେଇଥିଲେ। କିଛି ସମୟ ପରେ ମାଓବାଦୀମାନେ ପଳାଇଯାଇଥିଲେ ମଧ୍ୟ ଷ୍ଟେଶନ ପରିସରରେ ଭୟର ବାତାବରଣ ଲାଗିରହିଥିଲା। ପୋଲିସ ଏବଂ ସିଆର୍‌ପିଏଫ୍‌ ଯବାନ ପହଞ୍ଚତ୍ ଷ୍ଟେଶନ ଓ ରେଳଲାଇନ ଯାଞ୍ଚ କରିବା ପରେ ଟ୍ରେନ୍‌ ଚଳାଚଳ ପାଇଁ ଅନୁମତି ଦିଆଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ବରେ ଚହଳ! ପୁଟିନ ମୋଦିଙ୍କ ପ୍ରଶଂସା କରିବା ପରେ ଟ୍ରମ୍ପ କହିଦେଲେ ଏତେ ବଡ଼ କଥା, ଫାଇଦା ଉଠାଇଛି….

ଓ୍ବାଶିଂଟନ,୫।୬: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରଶଂସା ପରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦି ଏବଂ…

ଜିଆରପି ଥାନା ଦାବି କଲା ରେଳ ଉପଭୋକ୍ତା ସଂଘ

ବରଗଡ଼,୪।୬(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ରେଳ ଉପଭୋକ୍ତା ସଂଘର ଏକ ପ୍ରତିନିଧି ଦଳ ଗୁରୁବାର ବରଗଡ଼ ଏସ୍‌ପି ଶ୍ରୀ ରବୀନ୍ଦ୍ର ନାଥ ଶତପଥୀଙ୍କୁ ଫେରାଦ ହୋଇଥିଲେ। ନୂତନ…

କାଠଯୋଡ଼ି ନଦୀରୁ ମୃତଦେହ ଉଦ୍ଧାର ମାମଲା: ମୃତ ଯୁବତୀ FM ମେଡିକାଲ କଲେଜ ଛାତ୍ରୀ, ଘର…

କଟକ/ବାରଙ୍ଗ,୪।୬(ପ୍ରଭୁ କଲ୍ୟାଣ ପାଲ/ ଲିଙ୍ଗରାଜ ରାଉତ): କଟକ ଜିଲା ବାରଙ୍ଗ ଥାନା ଅଧୀନ କାଠଯୋଡ଼ି ନଦୀରୁ ଗୁରୁବାର ଭୋରୁ ଜଣେ ଯୁବତୀଙ୍କ ମୃତଦେହ ମିଳିଛି। ସେ ହେଲେ…

ବୁଲା କୁକୁର ଆତଙ୍କ, ଗୋଟିଏ ଦିନରେ ୭ଜଣଙ୍କୁ କାମୁଡ଼ିଲା

ଅମ୍ବାଦଳା,୪।୬(ରବୀନ୍ଦ୍ର ପଣ୍ଡା): ରାୟଗଡ଼ା ଜିଲା ଅମ୍ବାଦଳା ଅଞ୍ଚଳରେ ବୁଲା କୁକୁର ଆତଙ୍କ ଦେଖାଦେଇଛି। ଗୁରୁବାର ଏକ ବୁଲା କୁକୁର କାମୁଡାରେ ଜଣେ ଶିଶୁଙ୍କ ସହ ମୋଟ ୭ଜଣ…

ଜମି ବିକ୍ରି ନାଁରେ ୧୦ ଲକ୍ଷ ଟଙ୍କା ଠକେଇ, ବନ୍ଧା ହେଲେ ଜମି ମାଲିକ

କୋରୁକୋଣ୍ଡା,୪।୬(ଶିବଦତ୍ତ ସାହୁ): ଜମି ବିକ୍ରି ନାଁରେ ୧୦ ଲକ୍ଷ ଟଙ୍କା ଠକେଇ ଅଭିଯୋଗରେ ମାଲକାନଗିରି ଜିଲା ଓର୍କେଲ ପୋଲିସ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ…

ରାଜ୍ୟସଭା ପ୍ରାର୍ଥୀ ଘୋଷଣା କରିଛି କଂଗ୍ରେସ: ଖାର୍ଗେ-ପୱନ ଖେରା କର୍ନାଟକରୁ ମନୋନୀତ

ନୂଆଦିଲ୍ଲୀ,୪।୬: କଂଗ୍ରେସ ଦଳ କର୍ନାଟକ, ମଧ୍ୟ ପ୍ରଦେଶ, ରାଜସ୍ଥାନ, ତାମିଲନାଡୁ ଏବଂ ଝାଡ଼ଖଣ୍ଡ ରାଜ୍ୟ ପାଇଁ ରାଜ୍ୟ ସଭା ପ୍ରାର୍ଥୀଙ୍କ ତାଲିକା ପ୍ରକାଶ କରିଛି। ଦଳ କର୍ନାଟକରୁ…

ପଦ୍ମପୁରରେ ନିଶା କାରବାର ଉପରେ ଚଢାଉ: ୨୨ ବସ୍ତା ବେଆଇନ କଫ୍ ସିରପ୍ ଜବତ, ୨ ଗିରଫ

ପଦ୍ମପୁର,୪।୬(ପ୍ରଦୀପ୍ତ ଦାଶ): ବରଗଡ଼ ଜିଲା ପଦ୍ମପୁର ଅଞ୍ଚଳରେ ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ବେଆଇନ ନିଶାଦ୍ରବ୍ୟ କାରବାର ବିରୋଧରେ କଡ଼ା ଆଭିମୁଖ୍ୟ ଗ୍ରହଣ କରି ପୋଲିସ…

ବିକାଶ ସ୍କୁଲ ଅଫ ବିଜ୍‌ନେସ୍‌ ମ୍ୟାନେଜ୍‌ମେଣ୍ଟ ଛାତ୍ରୀଛାତ୍ରଙ୍କ ସଫଳତା, ଏନ୍‌. ଝାନ୍ସିରାଣୀ ବିଶ୍ବବିଦ୍ୟାଳୟ ଟପ୍ପର

ବରଗଡ,୪।୬(ପ୍ରେମାନନ୍ଦ ଖମାରୀ): ସମ୍ବଲପୁର ବିଶ୍ୱବିଦ୍ୟାଳୟ ଅଧୀନରେ ଅନୁଷ୍ଠିତ ବିବିଏ ପରୀକ୍ଷାରେ ବିକାଶ ସ୍କୁଲ ଅଫ ବିଜ୍‌ନେସ୍‌ ମ୍ୟାନେଜମେଣ୍ଟର ଛାତ୍ରୀଛାତ୍ରମାନେ ସଫଳତା ହାସଲ କରି ଅନୁଷ୍ଠାନ ଓ ସମଗ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri