ଷ୍ଟେଶନ ବଜାର ମୁଖ୍ୟ ରାସ୍ତା ଅନ୍ଧାର

ଯାଜପୁରରୋଡ,୨୪ା୪(ଡି.ଏନ.ଏ.): ବିଭିନ୍ନ ସମସ୍ୟାରେ ଜର୍ଜରିତ ହୋଇ ବିବାଦର ପରଧିରେ ରହିଛି ବ୍ୟାସନଗର ପୌରପରିଷଦ। ପୌରାଧ୍ୟକ୍ଷାଙ୍କ ନିର୍ବାହୀ ଅଧିକାରୀଙ୍କୁ ଫାଇଲ ପିଙ୍ଗା ଘଟଣା ହେଉ କି ସଫେଇ କର୍ମଚାରୀଙ୍କୁ ଦରମା ପ୍ରଦାନରେ ବିଳମ୍ବକୁ ନେଇ ବିବାଦରେ ପୌର ପରିଷଦ ରହିିଥିବାବେଳେ ସମସ୍ୟାରେ ଜର୍ଜରିତ ହେଉଛନ୍ତି ପୌରବାସୀ। ଏଭଳି ସ୍ଥିତିରେ ପୌରପରିଷଦର ବିଭିନ୍ନ ସ୍ଥାନରେ ଦିନତମାମ ଷ୍ଟ୍ରିଟ୍‌ ଲାଇଟ୍‌ ଜଳୁଥିବାବେଳେ ସନ୍ଧ୍ୟା ହେଲେ ଲାଇଟ୍‌ଗୁଡିକ ଲିଭିଯାଉଛି। ଫଳରେ ଅଞ୍ଚଳ ଅନ୍ଧକାରମୟ ହେଉଛି, ଯାହାର ପ୍ରମାଣ ଭାବେ ସହରର ପ୍ରମୁଖ ସ୍ଥାନ ଗୋପବନ୍ଧୁ ଛକରୁ ବ୍ୟାଙ୍କ ଷ୍ଟ୍ରିଟ୍‌, ଗୋପବନ୍ଧୁ ଛକରୁ ଷ୍ଟେଶନ ବଜାର ଅଞ୍ଚଳରେ ଦେଖାଯାଇଛି। ଏଠାରେ ସନ୍ଧ୍ୟା ପରଠାରୁ ଷ୍ଟ୍ରିଟ୍‌ ଲାଇଟଗୁଡ଼ିକ ଜଳୁ ନ ଥିବାରୁ ଏହା ଏକ ଅନ୍ଧାରୀ ଇଲାକା ଭାବେ ଜଣାପଡୁଛି। ଏହି ରାସ୍ତାଟି ଗୁରୁତ୍ୱପୂର୍ଣ୍ଣ ହୋଇଥିବାବେଳେ ଷ୍ଟ୍ରିଟ୍‌ ଲାଇଟ୍‌ ବନ୍ଦ ଦୁର୍ବୃତ୍ତଙ୍କୁ ଚୋରି କରିବାର ସୁବର୍ଣ୍ଣ ସୁଯୋଗ ଆଣିଦେଇଛି, ଯାହାକୁ ନେଇ ସରକାରଙ୍କ ଏହି ଷ୍ଟ୍ରିଟ୍‌ ଲାଇଟ ଯୋଜନା କାହା ସ୍ବାର୍ଥରେ ବୋଲି ପ୍ରଶ୍ନ ଉଠିଛି। ତେଣୁ ଏହାର ସମାଧାନ ଦିଗରେ ପୌର କର୍ତ୍ତୃପକ୍ଷ ତୁରନ୍ତ ଧ୍ୟାନ ଦେବାକୁ ସାଧାରଣରେ ଦାବି ହୋଇଛି। ଏନେଇ ପୌରପରିଷଦର ବିଦ୍ୟୁତ୍‌ ବିଭାଗ ପ୍ରମୁଖ ଶଶିକାନ୍ତ ଘଡ଼ାଇଙ୍କୁ ପଚାରିବାରେ ସେ କହିଛନ୍ତି, ମାଟି ତଳେ ଯାଇଥିବା ବିଦ୍ୟୁତ୍‌ କେବୁଲ କେତେକ ସ୍ଥାନରେ ଛିଡ଼ିଯାଇଛି। ଏସବୁର ମରାମତି ପରେ ବିଦ୍ୟୁତ୍‌ ସଂଯୋଗ କରାଯିବ। ଏଥିପାଇଁ କିଛି ଦିନ ସମୟ ଲାଗିବ।


Enter your email to get our daily news in your inbox.

All Right Reserved By Dharitri.Com

ଅସନ୍ତୁଷ୍ଟଙ୍କ ପାଇଁ ବଢୁଛି ଅଡୁଆ

ବୈଶିଙ୍ଗା,୨୬ା୪(ରତନ ଦାଶ):ସାଧାରଣ ନିର୍ବାଚନ ଯେତିକି ପାଖେଇ ଆସୁଛି ମୟୂରଭଞ୍ଜ ଜିଲା ବଡ଼ସାହି ବିଧାନସଭା ନିର୍ବାଚନ ମଣ୍ଡଳୀରେ ସବୁଦିନ କିଛି ନୂଆ କଥା ଦେଖିବାକୁ ମିଳୁଛି। ପ୍ରମୁଖ...

ମୋକିମ୍‌ଙ୍କୁ ଟାର୍ଗେଟ୍‌ କଲେ ପ୍ରକାଶ

କଟକ,୨୬ା୪(ଶିଳ୍ପା ପ୍ରିୟଦର୍ଶିନୀ):ଆପରାଧିକ ସାମ୍ରାଜ୍ୟକୁ ସୁରକ୍ଷା ଦେବା ପାଇଁ ମହିଳା କାର୍ଡ ଖେଳିବା ଲଜ୍ଜାଜନକ ବୋଲି କହି ମହମ୍ମଦ ମୋକିମଙ୍କୁ ଟାର୍ଗେଟ କରିଛନ୍ତି ବିଜେଡି ବିଧାୟକ ପ୍ରାର୍ଥୀ...

କନିଷ୍ଠ ଶିକ୍ଷକ ନିଯୁକ୍ତି ମାମଲା: ଏହି ଦିନ ରାୟ ଶୁଣାଇବେ ହାଇକୋର୍ଟ

କଟକ,୨୬ା୪(କାର୍ତ୍ତିକ ସାହୁ):ରାଜ୍ୟର ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କନିଷ୍ଠ ଶିକ୍ଷକ ନିଯୁକ୍ତି ପ୍ରକ୍ରିୟାରେ ଅନିୟମିତତା ନେଇ ରୁଜୁ ହୋଇଥିବା ମାମଲାର ରାୟ ପ୍ରକାଶ କରି...

ଘରେ ପଶି ମା’- ଦେଢ଼ ବର୍ଷର ପୁଅଙ୍କୁ ବୀଭତ୍ସ ହତ୍ୟା

ସମ୍ବଲପୁର,୨୬ା୪: ସମ୍ବଲପୁର ଜିଲା ଗୋବିନ୍ଦପୁର ଥାନା ଦଲକିବାହାଲ ଗାଁରେ ଗୁରୁବାର ବିଳମ୍ବିତ ରାତିରେ ଏକ ଅଭାବନୀୟ କାଣ୍ଡ ଘଟିଛି। ଘରେ ପଶି ମା’-ପୁଅଙ୍କୁ ହତ୍ୟା କରିଛନ୍ତି...

ପୁଅଙ୍କ ଲଢ଼େଇ, ବାପାଙ୍କ ଚିନ୍ତା

ବଲାଙ୍ଗୀର,୨୬ା୪(ବୀରେନ୍ଦ୍ର କୁମାର ଝାଙ୍କର):୨୦୨୪ ନିର୍ବାଚନରେ ନିଜ ପୁଅକୁ ପ୍ରାର୍ଥୀ କରି ରାଜ୍ୟର ଅନେକ ବରିଷ୍ଠ ଏବଂ ସଫଳ ରାଜନେତା ଏବେ ଷ୍ଟାର ପ୍ରଚାରକ ପାଲଟିଛନ୍ତି। ବିଶେଷକରି...

ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବେ ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା

କଟକ,୨୫ା୪(କାର୍ତ୍ତିକ ସାହୁ): ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା ତାଙ୍କ ଦିବଙ୍ଗତ ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବା ନିମନ୍ତେ ଅଦାଲତ ଅନୁମତି ଦେଇଛନ୍ତି। ଆସନ୍ତା ୨୯ ଓ ୩୦ ତାରିଖରେ...

ଗରା ଧରି ଜିଲାପାଳଙ୍କୁ ପାଣି ମାଗିଲେ ଜୁଆଙ୍ଗ ଆଦିବାସୀ

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାର ଆଦିବାସୀ ଓ ଗରିବ ଲୋକଙ୍କ ପାଇଁ ମାଳମାଳ ଯୋଜନା କରି ଅନେକ କୋଟି ଖର୍ଚ୍ଚ କରୁଛନ୍ତି। ମାତ୍ର ଜିଲାର ପୁରାତନ...

୨୦୧୮ ଗୁଳିକାଣ୍ଡ: କୁଖ୍ୟାତ ଅପରାଧୀ ତପୁଙ୍କୁ ୭ ବର୍ଷ କାରାଦଣ୍ଡ

କଟକ,୨୫ା୪ (କାର୍ତ୍ତିକ ସାହୁ): କଟକ ସଦର ଥାନା ଅଞ୍ଚଳରେ ୨୦୧୮ ମସିହା ମାର୍ଚ୍ଚ ୨ ତାରିଖରେ ଦୁଇଗୋଷ୍ଠୀ ମଧ୍ୟରେ ସଂଘଟିତ ଗୁଳିମାଡ଼ ମାମଲାର ରାୟ ଗୁରୁବାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri