ବିଜେଡି, ଭାଜପା ବିରୋଧରେ ରାଜ୍ୟବ୍ୟାପୀ ଆନ୍ଦୋଳନ

ଭୁବନେଶ୍ବର, ୧୨ା୮(ସୁନିତ୍‌ ମିଶ୍ର): ୧୭ ମିଳିତ ବିରେଧୀ ଦଳର ଏକ ରାଜନୈତିକ ସମ୍ମିଳନୀ ଭୁବନେଶ୍ୱରଠାରେ ପ୍ରଦେଶ କଂଗ୍ରେସ କମିଟି(ପିସିସି) ସଭାପତି ଶରତ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ସାମ୍ପ୍ରତିକ ରାଜନୈତିକ, ସାମାଜିକ ତଥା ଅର୍ଥନୈତିକ ପରିସ୍ଥିତି ସମ୍ପର୍କରେ ଦୀର୍ଘ ଆଲୋଚନା ହୋଇଥିଲା। ବିଜେଡି ଏବଂ ଭାଜପା ବିରୋଧରେ ମିଳିତ ବିରୋଧୀ ଦଳ ରାଜ୍ୟରେ ଆନ୍ଦୋଳନକୁ ଜୋର୍‌ଦାର କରିବ ବୋଲି ସୂଚନା ଦିଆଯାଇଛି।
ଏହି ଅବସରରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଶରତ କହିଛନ୍ତି , ଗତ ଗୁରୁବାର ଲୋକ ସଭାରେ ପ୍ରଧାନମନ୍ତ୍ରୀ ତାଙ୍କ ବିରୋଧରେ ଆଗତ ହୋଇଥିବା ଅନାସ୍ଥା ପ୍ରସ୍ତାବ ଉପରେ ନିଜ ସଂସଦୀୟ ଜୀବନର ଦୀର୍ଘତମ ଭାଷଣ ଦେଇ ଅନେକ ଅବାନ୍ତର ଓ ଅପ୍ରସାଙ୍ଗିକ ବିଷୟ ଉଲ୍ଲେଖ କଲେ। କିନ୍ତୁ ମଣିପୁରବାସୀଙ୍କ ଆଖିରୁ ଲୁହ ପୋଛିବା ପାଇଁ ସେ କେବେ ମଣିପୁର ଗସ୍ତ କରିବେ ତାହା ପ୍ରକାଶ କଲେ ନାହିଁ। ସେ ଏହା ନ କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ଅନୁରୂପ ଭାବେ ଗଣତନ୍ତ୍ରର କଣ୍ଠରୋଧ କରିବା ଉଦ୍ଦେଶ୍ୟରେ ମୁଖ୍ୟ ନିର୍ବାଚନ କମିଶନ ଓ ନିର୍ବାଚନ କମିଶନଙ୍କ ନିଯୁକ୍ତି ନିମନ୍ତେ ଗଠିତ କମିଟିରୁ ପ୍ରଧାନ ବିଚାରପତିଙ୍କୁ ବାଦ୍‌ ଦେବା ଓ ପ୍ରଧାନମନ୍ତ୍ରୀଙ୍କ ମନୋନୀତ ଜଣେ ମନ୍ତ୍ରୀଙ୍କୁ ସ୍ଥାନିତ କରିବା ସମ୍ପର୍କିତ ବିଲ୍‌ ରାଜ୍ୟ ସଭାରେ ଆଗତ କରିବା ଘଟଣାକୁ ଏହି ମିଳିତ ବିରୋଧୀ ମଞ୍ଚ ଦୃଢ଼ ବିରୋଧ କରୁଛି। ଉଭୟ କ୍ଷେତ୍ରରେ କେନ୍ଦ୍ରର ମୋଦି ସରକାରଙ୍କ ଆଭିମୁଖ୍ୟକୁ ମଧ୍ୟ ନିନ୍ଦା କରାଯାଇଛି। ସମ୍ମିଳନୀରେ ଦେଶ ତଥା ରାଜ୍ୟର ପ୍ରମୁଖ ପ୍ରସଙ୍ଗ ଯେପରିକି ଚାଷୀ, ବେକାରି, ଦରଦାମ୍‌ ବୃଦ୍ଧି, ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା, ମହିଳା ନିର୍ଯାତନା, ସାମାଜିକ ନ୍ୟାୟ, ଚିଟ୍‌ଫଣ୍ଡ, ଖଣି, ପାଣି ତଥା ବେଦାନ୍ତ ବିଶ୍ୱବିଦ୍ୟାଳୟ ଦୁର୍ନୀତି ଓ ଟାଟା ପାୱାରର ଖାଉଟି ଶୋଷଣ ନୀତି ସଂକ୍ରାନ୍ତରେ ଆଲୋଚନା ହୋଇଛି। ଏହି ପ୍ରସଙ୍ଗରେ ୧୭ ବିରୋଧୀ ଦଳ ମିଳିତ ଭାବେ ରାଜ୍ୟର ସମସ୍ତ ପ୍ରାନ୍ତ ତଥା ଜିଲାରେ ଦୁର୍ବାର ଆନ୍ଦୋଳନ କରିବାକୁ ନିଷ୍ପତ୍ତି ଗ୍ରହଣ କରିଛନ୍ତି। ରାଜ୍ୟରେ ବିଜେଡି ଓଡ଼ିଶାବାସୀଙ୍କ ପ୍ରତି ବିଶ୍ୱାସଘାତକତା କରି ଭାଜପାର ବଶମ୍ବଦ ସାଜିବା ଓ ରାଜ୍ୟ ସ୍ବାର୍ଥକୁ ଜଳାଞ୍ଜଳି ଦେଇ ନିଜର ସଂକୀର୍ଣ୍ଣ ରାଜନୈତିକ ସ୍ବାର୍ଥକୁ ଚରିତାର୍ଥ କରିବା ପାଇଁ ମୋଦି ସରକାରଙ୍କର ସମସ୍ତ ଜନବିରୋଧୀ ନୀତି ନିଷ୍ପତ୍ତିକୁ ନିଃସର୍ତ୍ତ ସମର୍ଥନ କରିଚାଲୁଛି। ମିଳିତ ବିରୋଧୀ ମଞ୍ଚ ଏହାର କଠୋର ସମାଲୋଚନା କରୁଛି। ଜନସ୍ବାର୍ଥର ଜାଗ୍ରତ ପ୍ରହରୀ ଭାବେ ନିରବଚ୍ଛିନ୍ନ ସଂଗ୍ରାମ ରାଜ୍ୟବ୍ୟାପୀ ଚଳାଇବାକୁ ସଂକଳ୍ପ ନିଆଯାଇଛି। ସଚେତନ ରାଜ୍ୟବାସୀ ଉଭୟ ବିଜେଡି ଓ ଭାଜପାର ଅସଲା ଚେହେରା ଚିହ୍ନିବେ ଏବଂ ମିଳିତ ବିରୋଧୀ ମେଣ୍ଟର ପ୍ରତ୍ୟେକ ଆନ୍ଦୋଳନରେ ସାମିଲହେବାକୁ ନିବେଦନ କରାଯାଇଛି। ଏହି ସମ୍ମିଳନୀରେ ପୂର୍ବତନ ପିସିସି ସଭାପତି ପ୍ରସାଦ ହରିଚନ୍ଦନ ଭିତ୍ତିପତ୍ର ଉପସ୍ଥାପନ କରିଛନ୍ତି। ସିପିଏମ, ସିପିଆଇ, ଏଏପି, ସମାଜବାଦୀ ପାର୍ଟି, ଝାଡ଼ଖଣ୍ଡ ମୁକ୍ତିମୋର୍ଚ୍ଚା, ଶିବାଜୀ ମୌଲିକ, ସମୃଦ୍ଧ ଓଡ଼ିଶା, ତୃଣମୂଳ କଂଗ୍ରେସ, ସିପିଆଇ (ଏମ୍‌ଏଲ୍‌) ଲିବରେଶନ, ଅଲଇଣ୍ଡିଆ ଫରୱାର୍ଡ ବ୍ଲକ, ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି, ଆର୍‌ଜେଡି, ସମତାକ୍ରାନ୍ତି, ଆର୍‌ପିଆଇ ପ୍ରମୁଖ ଦଳର ସଦସ୍ୟମାନେ ଯୋଗଦେଇ ନିଜର ଅଭିଭାଷଣ ଦେଇଛନ୍ତି। ଜେଡିୟୁ ଓ ସିପିଆଇ ଏମ୍‌ଏଲ୍‌ ରେଡ୍‌ଷ୍ଟାର ପକ୍ଷରୁ ଏହି ସମ୍ମିଳନୀକୁ ଲିଖିତ ଭାବେ ସମର୍ଥନ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଚା’ ପିଇ କଲେଜକୁ ଫେରୁଥିଲେ, ଧକ୍କା ଦେଲା ସ୍ପିଡ ବାଇକ୍‌; ଡାକ୍ତରୀ ଛାତ୍ରୀ ଗୁରୁତର

ବଲାଙ୍ଗୀର,୧୪।୨ -( ସୁନିଲ କୁମାର ମହାନ୍ତି) ବଲାଙ୍ଗୀର ସହର ଭିଆଇପି ରାସ୍ତା ତଥା ଭାଗିରଥି ଛକରୁ ସର୍କିଟ ହାଉସ୍ ରାସ୍ତାରେ ଜଣେ ସ୍ପିଡ ବାଇକ ଆରୋହୀଙ୍କ ଧକ୍କାରେ…

ଭୁଶୁଡ଼ିଲା ନିର୍ମାଣାଧୀନ ମେଟ୍ରୋ ସ୍ଲାବ୍‌: ଚାଲିଗଲା ଜଣଙ୍କ ଜୀବନ, ମୁଖ୍ୟମନ୍ତ୍ରୀଙ୍କ ତଦନ୍ତ ନିର୍ଦ୍ଦେଶ

ମୁମ୍ବାଇ,୧୪ା୨: ମୁମ୍ବାଇର ମୁଲୁନ୍ଦ ଅଞ୍ଚଳରେ ଏକ ଅଘଟଣ ଘଟିଛି। ଏକ ନିର୍ମାଣାଧୀନ ମେଟ୍ରୋ ରେଳ ପ୍ରକଳ୍ପର ଏକ ସ୍ଲାବ୍‌ ଶନିବାର ଭୁଶୁଡ଼ି ପଡ଼ିବାରୁ ଜଣଙ୍କର ମୃତ୍ୟୁ ଘଟିଛି।…

ରାତି ପାହିଲେ ଜାଗର: ଶୃଙ୍ଖଳିତ ଦର୍ଶନକୁ ଗୁରୁତ୍ୱ

ଭୁବନେଶ୍ୱର,୧୪।୨: ରାତି ପାହିଲେ ଜାଗର। ଏନେଇ ଲିଙ୍ଗରାଜ ମନ୍ଦିର ଚଳଚଞ୍ଚଳ ହୋଇ ପଡିଥିବା ବେଳେ ଝଲସି ଉଠୁଛି ମନ୍ଦିର ପରିସର। ରାତି ୧୦ଟାରେ ଉଠିବ ମହାପ୍ରଭୁ ଲିଙ୍ଗରାଜଙ୍କ…

୩ ଦିନ ବ୍ୟବଧାନରେ ପୁଣି ବୁଲିଲା ଖଣ୍ଡା, ଫୁଟିଲା ଗୁଳି; ବୈଶିଙ୍ଗାରେ ବଢୁଛି ଅସମାଜିକ ବ୍ୟକ୍ତିଙ୍କ ଦୌରାତ୍ମ୍ୟ 

ବୈଶିଙ୍ଗା,୧୦।୨(ରତନ ଦାଶ): ମୟୂରଭଞ୍ଜ ଜିଲ୍ଲାର ବୈଶିଙ୍ଗା ଥାନା ଅଞ୍ଚଳ ଅଶାନ୍ତ ହୋଇଉଠିଛି। ଶୁକ୍ରବାର ୮  ଜଣ କୁଖ୍ୟାତ ଆନ୍ତଃରାଜ୍ୟ ଡ଼କାୟତଙ୍କୁ ବିଭିନ୍ନ ମାରଣାସ୍ତ୍ର ସହ ଧରି କୋର୍ଟ…

ଯେଉଁ ପିଚ୍‌ରେ ଜିମ୍ବାଓ୍ବେ ଅଷ୍ଟ୍ରେଲିଆକୁ ପରାସ୍ତ କରିଥିଲା, ସେହି ପିଚ୍‌ରେ ହେବ ଭାରତ-ପାକିସ୍ତାନ ମ୍ୟାଚ୍‌

କଲମ୍ବୋ,୧୪ା୨- ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳାଯିବାକୁ ଥିବା ଟି୨୦ ବିଶ୍ୱକପ୍‌ ମ୍ୟାଚ୍‌ ଆର୍‌ ପ୍ରେମଦାସା ଷ୍ଟାଡିୟମରେ ଏକ ବ୍ୟବହୃତ ପିଚ୍‌ରେ ହେବ। ଏଣୁ ପିଚ୍‌ ଧିମା…

ଦମ୍‌ ଦେଖାଇଲେ ସ୍ପିନର: ସ୍କଟଲାଣ୍ଡକୁ ୫ଉଇକେଟରେ ହରାଇଲା ଇଂଲଣ୍ଡ

କୋଲକାତା,୧୪ା୨: ଭେଟେରାନ ଲେଗ୍‌ ସ୍ପିନର ଆଦିଲ ରଶିଦ(୩/୩୬)ଙ୍କ ୩ ଉଇକେଟ ସଫଳତା ଏବଂ ମିଡଲ ଓଭରରେ ଟମ୍‌ ବାଣ୍ଟନଙ୍କ ଆକର୍ଷଣୀୟ ଅପରାଜିତ ଅର୍ଦ୍ଧଶତକ ସହାୟତାରେ ଇଂଲଣ୍ଡ ଚଳିତ…

ଭାରତ-ପାକିସ୍ତାନ ମ୍ୟାଚ୍‌ ଦେଖିବେ ବିସିବି ମୁଖ୍ୟ, ଜାଣନ୍ତୁ କହିଁକି…

କଲମ୍ବୋ,୧୪ା୨: ବାଂଲାଦେଶ କ୍ରିକେଟ ବୋର୍ଡ (ବିସିବି) ମୁଖ୍ୟ ଅନିମୁଲ ଇସ୍ଲାମ ବୁଲବୁଲ ରବିବାର ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳାଯିବାକୁ ଥିବା ହାଇ ଭୋଲ୍ଟେଜ ଟି୨୦ ବିଶ୍ୱକପ୍‌…

କେନ୍ଦୁଝର ଜିଲାରେ ବ୍ୟାପୁଛି ଜଣ୍ଡିସ

ବଞ୍ଚୋ,୧୪।୨(ପ୍ରଦୋଷ କୁମାର ବିଶ୍ୱାଳ): କେନ୍ଦୁଝର ଜିଲା ହାଟଡିହି ବ୍ଲକ ଅଧୀନ ବଞ୍ଚୋ ପଞ୍ଚାୟତ ନାଇକସାହିରେ ଜଣ୍ଡିସ ରୋଗ ବ୍ୟାପିବାରେ ଲାଗିଛି। ଏନେଇ ଗ୍ରାମବାସୀ ଭୟଭିତ ହୋଇପଡିଛନ୍ତି। ଅନ୍ୟପକ୍ଷେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri