କଣ୍ଟାବାଞ୍ଜିରେ ରାଜ୍ୟର ପ୍ରଥମ ଗ୍ରାମୀଣ ସ୍ପେସ୍‌ଲାବ

ବଲାଙ୍ଗୀର ଅଫିସ/ କଣ୍ଟାବାଞ୍ଜିି, ୧୪ା୩(ଡି.ଏନ୍‌.ଏ.):ବଲାଙ୍ଗୀର ଜିଲା କଣ୍ଟାବାଞ୍ଜି ମୁସ୍କାନ ଇଣ୍ଟରନ୍ୟାଶନାଲ ସ୍କୁଲରେ ଓଡିଶାର ପ୍ରଥମ ଗ୍ରାମୀଣ ସ୍ପେସ୍‌ ଏଡୁକେଶନ୍‌ ଲ୍ୟାବ ଖୋଲାଯିବ। ଏନେଇ ସୋମବାର ବ୍ୟୋମିକା ସ୍ପେସ୍‌ ଏକାଡେମୀ ଏବଂ ମୁସ୍କାନ୍‌ ଇଣ୍ଟରନ୍ୟାଶନାଲ ସ୍କୁଲ ମଧ୍ୟରେ ଚୁକ୍ତିନାମା ସ୍ବାକ୍ଷରିତ ହୋଇଛି। ସ୍କୁଲ ପରିସରରେ ଅନୁଷ୍ଠିତ ସାଇନିଂ ସେରିମନିରେ ବ୍ୟୋମିକା ସ୍ପେସ୍‌ ଏକାଡେମୀର ଡାଇରେକ୍ଟର ନୀତୀନ କୁମାର ଏବଂ ମୁସ୍କାନ ଇଣ୍ଟରନ୍ୟାଶନାଲ ସ୍କୁଲର ଡାଇରେକ୍ଟର ଡ. ବ୍ରଜେଶ ମିତ୍ତଲଙ୍କ ମଧ୍ୟରେ ଏହି ଚୁକ୍ତିନାମା ସ୍ବାକ୍ଷରିତ ହୋଇଛି। ଚୁକ୍ତିନାମା ସ୍ବାକ୍ଷରିତ ହେବା ସମୟରେ କଣ୍ଟାବାଞ୍ଜି ଏନ୍‌ଏସି ଅଧ୍ୟକ୍ଷ ବରିୟାମ୍‌ ସି ସାଲୁଜା ଉପସ୍ଥିତ ଥିଲେ।
ପରେ ସ୍କୁଲ ସଭାଗୃହରେ ଏକ ଖବରଦାତା ସମ୍ମିଳନୀ କରି ଏ ସମ୍ପର୍କରେ ଗଣମାଧ୍ୟମ ପ୍ରତିନିଧିଙ୍କୁ ସୂଚନା ଦିଆଯାଇଥିଲା। ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ପକ୍ଷରୁ ସ୍ପେସ୍‌ ଟ୍ୟୁଟର ପ୍ରୋଗ୍ରାମ ଆରମ୍ଭ କରାଯାଇଛି। ବିଜ୍ଞାନ, ମହାକାଶ ବିଜ୍ଞାନ, ଅନ୍ତରୀକ୍ଷ ପ୍ରତି ସ୍କୁଲ ଛାତ୍ରୀଛାତ୍ରଙ୍କ ରୁଚି ଓ ଆଗ୍ରହ ବୃଦ୍ଧି ଲକ୍ଷ୍ୟ ରଖି ଇସ୍ରୋ ସ୍ପେସ୍‌ ଟ୍ୟୁଟର କାର୍ଯ୍ୟକ୍ରମ ଆରମ୍ଭ କରିଛି। ଏହି କାର୍ଯ୍ୟକ୍ରମକୁ ଇସ୍ରୋର ଅଫିସିଆଲ ପାର୍ଟନର ବ୍ୟୋମିକା ସ୍ପେସ୍‌ ଏକାଡେମୀ ପକ୍ଷରୁ ପରିଚାଳନା କରାଯାଉଛି। ଏକାଡେମୀ ପକ୍ଷରୁ ଦେଶର ୧୦ଟି ଜିଲାରେ ସ୍ପେସ୍‌ ଏଡୁକେଶନ୍‌ ଲ୍ୟାବ ପ୍ରତିଷ୍ଠା କରାଯିବ। ଏହି ଲ୍ୟାବ୍‌ରେ ଦେଶର ଇସ୍ରୋ ଦ୍ୱାରା ନିର୍ମାଣ ହେଉଥିବା ରକେଟ, ଟେଲିସ୍କୋପ, ସ୍ପେସ୍‌ ସାଇନ୍ସ କିଟ୍ସ, ଏୟାରକ୍ରାପ୍ଟ ଓ ଡ୍ରୋନ୍‌ ନିର୍ମାଣ ଭଳି ଯନ୍ତ୍ରାଂଶ ବିଷୟରେ ଶିକ୍ଷାଦାନ ଦିଆଯିବ। ପ୍ରତିଷ୍ଠା ହେବାକୁ ଥିବା ଲ୍ୟାବ୍‌ରେ ଅନ୍ତରୀକ୍ଷ, ମହାକାଶ ତଥା ମହାକାଶ ବିଜ୍ଞାନ ବିଷୟରେ ଅନେକ ତଥ୍ୟ ଉପଲବ୍ଧ ହେବ। ଏଥିରେ ଅନ୍‌ଲାଇନ୍‌ ଜରିଆରେ ଇସ୍ରୋର ମହାକାଶ ବୈଜ୍ଞାନିକ ଓ ପ୍ରବକ୍ତାମାନେ ଛାତ୍ରୀଛାତ୍ରଙ୍କୁ ମହାକାଶ କାର୍ଯ୍ୟକ୍ରମ ବିଷୟରେ ଶିକ୍ଷାଦାନ ଓ ତାଲିମ ପ୍ରଦାନ କରିବେ। ପ୍ରତ୍ୟେକ ତିନିମାସରେ ଇସ୍ରୋରୁ ଇଞ୍ଜିନିୟରମାନେ କଣ୍ଟାବାଞ୍ଜି ମୁସ୍କାନ୍‌ ଇଣ୍ଟରନାଶନାଲ ସ୍କୁଲରେ ପ୍ରତିଷ୍ଠା ହେବାକୁ ଥିବା ଲ୍ୟାବ୍‌କୁ ଆସି ଏଠାରେ କର୍ମଶାଳା କରିବେ ବୋଲି ସୂଚନା ଦେଇଛନ୍ତି। ଏହାସହିତ ଏହି କାର୍ଯ୍ୟକ୍ରମ ଜରିଆରେ ଏହି ଅଞ୍ଚଳର ଛାତ୍ରୀଛାତ୍ରମାନେ ଇସ୍ରୋ ଏବଂ ନାଶାକୁ ଷ୍ଟଡି ଟୁରରେ ମଧ୍ୟ ଯାଇପାରିବେ ବୋଲି ସୂଚନା ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରସ୍ତାବିତ ଷ୍ଟିଲ୍‌ ପ୍ଲାଣ୍ଟ ପାଇଁ କଡ଼ା ସୁରକ୍ଷାରେ ଚାଲିଛି ଗ୍ରାମସଭା: ଗ୍ରାମବାସୀଙ୍କ ଏସବୁ ଦାବି ପୂରଣ ନ ହେଲେ…

ପାଟଣା,୧୨ା୧୨(ବୀରକିଶୋର ଦାଶ): ପ୍ରସ୍ତାବିତ ଷ୍ଟିଲ୍‌ ପ୍ଲାଣ୍ଟ ପାଇଁ ଭୃଙ୍ଗରାଜପୋଷିରେ କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଗ୍ରାମସଭା ଅନୁଷ୍ଠିତ ହୋଇଛି। ସ୍ଥାନୀୟ ବାସିନ୍ଦା କହିଛନ୍ତି ଆମ ଭିଟା...

ତେରଗାଁ-ମହାକାଳପଡ଼ା ଲୁଣାନଦୀ ସେତୁ ନିର୍ମାଣ ବନ୍ଦ କଲେ ଲୋକେ

ମହାକାଳପଡ଼ା,୧୨ା୧୨(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ତେରଗାଁ ସେତୁ ନିର୍ମାଣ କାର୍ଯ୍ୟ ଅଗ୍ରଗତି ହେଉଛି। କେତେଜଣ ନ୍ୟସ୍ତସ୍ବାର୍ଥ ବ୍ୟକ୍ତି ଏହି ନିର୍ମାଣ କାର୍ଯ୍ୟକୁ...

ନିଜ ମାଟ୍ରିକ ବ୍ୟାଚର ସାଙ୍ଗସାଥିଙ୍କ ସହ ବଣଭୋଜିର ମଜା ନେଲେ ଭାଜପା ନେତା, କହିଲେ ଦାରିଙ୍ଗବାଡିରେ ଏୟାରଷ୍ଟ୍ରିପ ପାଇଁ…

ଦାରିଙ୍ଗବାଡି, ୧୨।୧୨ (ଅରୁଣ ସାହୁ): ଓଡ଼ିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡି କୁ ପର୍ଯ୍ୟଟକଙ୍କ ସୁଅ ଛୁଟୁଛି । ଇକୋ ରିଟ୍ରିଟ ସମେତ ପର୍ଯ୍ୟଟନକ୍ଷେତ୍ର ରେ ଭିଡ଼...

ଚାଉଳ ଚୋରି କରି ଧରାପଡ଼ିଲେ ପ୍ରଧାନଶିକ୍ଷୟିତ୍ରୀ

ଆଠଗଡ଼,୧୨।୧୨: କଟକ ଜିଲା ଆଠଗଡ଼ ଛଗାଁ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶୁକ୍ରବାର ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ମଧ୍ୟାହ୍ନ...

ହାଇମାଷ୍ଟ ଲାଇଟ୍‌ ଯୋଗାଣରେ ବ୍ୟାପକ ଦୁର୍ନୀତି ଅଭିଯୋଗ ଆଣିଲା କଂଗ୍ରେସ

ଭଦ୍ରକ,୧୨ା୧୨(ସନାତନ ରାଉତ): ଭଦ୍ରକ ଜିଲାର ବିଭିନ୍ନ ବ୍ଲକରେ ଥିବା କେନ୍ଦ୍ରୀୟ ବିଦ୍ୟାଳୟ, ଜବାହର ନବୋଦୟ ବିଦ୍ୟାଳୟ ଏବଂ ଓଡ଼ିଶା ଆଦର୍ଶ ବିଦ୍ୟାଳୟଗୁଡ଼ିକରୁ ସୋଲାର ହାଇମାଷ୍ଟ ଲାଇଟ୍‌...

ଭାରସାମ୍ୟ ହରାଇ ରାସ୍ତାରେ ଓଲଟିଲା ଲୁହା ବୋଝେଇ ଟ୍ରକ୍‌, ଭିତରେ ଥିଲେ ଚାଳକ…

ପରଜଙ୍ଗ୧୨।୧୨(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ଦଦରାଘାଟି ଫାଣ୍ଡି ଅଧୀନ ୧୪୯ ନଂ ଜାତୀୟ ରାଜପଥର କୁଲେଇ ବଅଁରପାଳ ଛକ ନିକଟରେରେ ଭାରସାମ୍ୟ ହରାଇ...

ଜି.ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା: ପାରଦ ତଳ ମୁହାଁ ଯୋଗୁ ଆଭ୍ୟନ୍ତରୀଣ ଅଞ୍ଚଳରେ ତୁଷାରପାତ

ଜି.ଉଦୟଗିରି, ୧୨/୧୨(ଶିଶିର ପଟ୍ଟନାୟକ / ଚିନ୍ମୟ କୁମାର ସେଠୀ ): ଜି.ଉଦୟଗିରି ଅଞ୍ଚଳରେ ବିଗତ ଦୁଇ ସପ୍ତାହ ହେବ ହାଡ଼ଭଙ୍ଗା ଶୀତରେ ଅସ୍ତବ୍ୟସ୍ତ ଅଞ୍ଚଳବାସୀ। ଶୁକ୍ରବାର...

ବଳଦକୁ ମାରି ଖାଇବା ରାଗରେ କଲରାପତରିଆକୁ ଦେଇଦେଲେ ବିଷ!

ବଣାଇ,୧୨।୧୨(ପ୍ରଦୀପ ତ୍ରିପାଠୀ): ବଣାଇଁ ବନଖଣ୍ଡ ଅନ୍ତର୍ଗତ ତାମରା ବନାଞ୍ଚଳର କୁସୁମଡ଼ିହି ଖେସାରା ଜଙ୍ଗଲରେ ଏକ ପ୍ରାୟ ୧୨ ବର୍ଷ ବୟସ୍କ ମାଈ କଲରାପତରିଆ ବାଘର ମୃତ୍ୟୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri