Categories: ଖେଳ

ରାଜ୍ୟ ମହିଳା ଚେସ୍‌: ସାଇନା ଚାମ୍ପିୟନ

ଭୁବନେଶ୍ୱର, ୨୦।୭(କ୍ରୀଡ଼ା ପ୍ରତିନିଧି)-ଅଲ୍‌ ଓଡ଼ିଶା ଚେସ୍‌ ଆସୋସିଏଶନ ଆନୁକୂଲ୍ୟରେ ଆୟୋଜିତ ରାଜ୍ୟ ଅନ୍‌ଲାଇନ୍‌ ମହିଳା ଚେସ୍‌ରେ ମହିଳା ଫିଡେମାଷ୍ଟର ସାଇନା ସାଲୋନିକା ଚାମ୍ପିୟନ ହୋଇଛନ୍ତି। ୬ ରାଉଣ୍ଡ ବିଶିଷ୍ଟ ପ୍ରତିଯୋଗିତାରେ ସାଇନା ୫.୫ ପଏଣ୍ଟ ପାଇ ପ୍ରଥମସ୍ଥାନ ଅଧିକାର କରିଛନ୍ତି। ୟଶିତା ରାଉତ ୫ ଓ ସ୍ମାରକୀ ମହାନ୍ତି ୪.୫ ପଏଣ୍ଟ ସହିତ ଯଥାକ୍ରମେ ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଛନ୍ତି। ଟୁର୍ନାମେଣ୍ଟରେ ଅପରାଜେୟ ରହିଥିବା ସାଲୋନିକା ୫ ବିଜୟ ହାସଲ କରିଥିବାବେଳେ ଗୋଟିଏ ମ୍ୟାଚ ଡ୍ର ରଖିଥିଲେ। ଟାଇଟଲ ହାସଲ କରିବା ପଥରେ ସେ ପ୍ରତ୍ୟାଶା ଜେନା, ଅନନ୍ୟା ଅନାମିକା, ସ୍ମାରକୀ ମହାନ୍ତି, ଶୂନ୍ୟସକ୍ତା ଶତପଥୀ ଓ ପ୍ରକୃତି ରାଉତଙ୍କୁ ହରାଇଥିବାବେଳେ ୟଶିତା ରାଉତଙ୍କ ସହ ପଏଣ୍ଟ ଭାଗ କରିଥିଲେ। ଅନ୍ୟ ପ୍ରତିଯୋଗୀଙ୍କ ମଧ୍ୟରେ ଶୂନ୍ୟସକ୍ତା ଶତପଥୀ, ଶ୍ରଦ୍ଧା ସ୍ମରଣିକା ନନ୍ଦ, ରଶ୍ମିତା କୁମାରୀ ପାତ୍ର, ପ୍ରତ୍ୟାଶା ଜେନା, ପ୍ରକୃତି ରାଉତ, ଅନନ୍ୟା ଅନାମିକା ଓ ଜୟଲକ୍ଷ୍ମୀ ସାହୁ ଟପ୍‌-୧୦ ଫିନିଶ୍‌ କରିଛନ୍ତି।

Share