Posted inଜାତୀୟ

ରାଜ୍ୟ ପ୍ରସ୍ତୁତ କରିବେ ଓବିସି ତାଲିକା

ନୂଆଦିଲ୍ଲୀ,୧୧ା୮: ପାର୍ଲାମେଣ୍ଟର ମୌସୁମୀ ଅଧିବେଶନରେ ପେଗାସସ୍‌ ସ୍ପାଏଓ୍ବେର, କୃଷି ଆଇନ ଓ ଦରଦାମ୍‌ ବୃଦ୍ଧିକୁ ନେଇ ଅଚଳାବସ୍ଥା ଲାଗି ରହିଥିବାବେଳେ ମଙ୍ଗଳବାର ଏକ ବିରଳ ଦୃଶ୍ୟ ଦେଖିବାକୁ ମିଳିଛି। ସାମାଜିକ ଓ ଅର୍ଥନୈତିକ ପଛୁଆ ବର୍ଗ(ଏସ୍‌ଇବିସି)ର ଲୋକଙ୍କୁ ଚିହ୍ନଟ କରିବା ପାଇଁ ରାଜ୍ୟଗୁଡ଼ିକୁ କ୍ଷମତା ଫେରାଇବା ଲାଗି ଉଦ୍ଦିଷ୍ଟ ସମ୍ବିଧାନର ୧୨୭ତମ ସଂଶୋଧନ ବିଲ୍‌କୁ ଲୋକ ସଭାର ମଞ୍ଜୁରୀ ମିଳିଛି। ଏହି ପ୍ରସଙ୍ଗରେ ଉଭୟ ଶାସକ ଓ ବିରୋଧୀ ସହମତି ପ୍ରକାଶ କରିଥିଲେ। ଫଳରେ ବିଧେୟକ ସପକ୍ଷରେ ୩୮୫ ସଦସ୍ୟଙ୍କ ଭୋଟ ପଡ଼ିଥିବାବେଳେ ଏହାକୁ କେହି ବିରୋଧ କରି ନ ଥିବା ଜଣାପଡ଼ିଛି।
୧୯ରେ ପାର୍ଲାମେଣ୍ଟର ମୌସୁମୀ ଅଧିବେଶନ ଆରମ୍ଭ ହେବା ପରଠାରୁ ଲୋକ ସଭାରେ ପ୍ରଥମ ଥର ପାଇଁ ବ୍ୟବସ୍ଥିତ ଢଙ୍ଗରେ ବିତର୍କ ହୋଇଥିଲା। ବିତର୍କ ବେଳେ ଭାଜପାର ସହଯୋଗୀ ସଂଯୁକ୍ତ ଜନତା ଦଳ (ଜେଡିୟୁ)ର ଲଲ୍ଲନ ସିଂ, ସମାଜବାଦୀ ପାର୍ଟି (ଏସ୍‌ପି) ନେତା ଅଖିଳେଶ ଯାଦବ, ବହୁଜନ ସମାଜ ପାର୍ଟି (ବିଏସ୍‌ପି)ର ରିତେଶ ପାଣ୍ଡେ ଏବଂ ଦ୍ରାବିଡ ମୁନେତ୍ରା କାଜାଗାମ (ଡିଏମ୍‌କେ) ସଦସ୍ୟ ଟି.ଆର୍‌. ବାଲୁ ଦେଶବ୍ୟାପୀ ଏକ ଜାତିଭିତ୍ତିକ ଜନଗଣନା କରାଯାଉ ବୋଲି ଦାବି କରିଥିଲେ। ସାମାଜିକ ନ୍ୟାୟ ଓ ସଶକ୍ତୀକରଣ ମନ୍ତ୍ରୀ ବୀରେନ୍ଦ୍ର କୁମାର ୧୨୭ତମ ସମ୍ବିଧାନ ସଂଶୋଧନ ବିଲ, ୨୦୨୧ ଆଗତ କରି ଏହାକୁ ଏକ ଐତିହାସିକ ଆଇନ ଭାବେ ଅଭିହିତ କରିଥିଲେ। ସେ କହିଥିଲେ, ଉକ୍ତ ବିଧେୟକ ଅନୁସାରେ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକ ଅନ୍ୟ ପଛୁଆ ବର୍ଗ (ଓବିସି) ତାଲିକା ପ୍ରସ୍ତୁତି ପାଇଁ ନିଜର ପୂର୍ବ କ୍ଷମତା ଫେରିପାଇବେ। ଦେଶର ୬୭୧ ଜାତି ଏଥିରୁ ଲାଭାନ୍ବିତ ହେବେ। ବିଭିନ୍ନ ସମୁଦାୟକୁ ସାମାଜିକ ଓ ଅର୍ଥନୈତିକ ନ୍ୟାୟ ମିଳିବ। ପୁନଃ କ୍ରମାଙ୍କନ ପରେ ଏହି ବିଲ୍‌କୁ ୧୦୫ତମ ସମ୍ବିଧାନ ସଂଶୋଧନ ବିଧେୟକ ବୋଲି ବିବେଚନା କରାଯିବା ଉଚିତ। ବିଲ୍‌ ଆଗତ ବେଳେ କଂଗ୍ରେସ ସମେତ ବିରୋଧୀ ଦଳଗୁଡ଼ିକ ସଂରକ୍ଷଣକୁ ନେଇ ରହିଥିବା ୫୦% ସୀମା ହଟାଇବା ପାଇଁ ଦାବି କରିଥିଲେ। ତେବେ ସରକାର ସାମାଜିକ ନ୍ୟାୟକୁ ନେଇ ନିଜ ପ୍ରତିଶ୍ରୁତିବଦ୍ଧତାକୁ ଦୋହରାଇଥିଲେ। ସମ୍ବିଧାନ ସଂଶୋଧନ ବିଲ୍‌ ଗୃହୀତ ହେବା ପାଇଁ ଗୃହର ଦୁଇ-ତୃତୀୟାଂଶ ସଦସଙ୍କ ସମର୍ଥନ ଆବଶ୍ୟକ ଥିବାବେଳେ ଏହାକୁ ଦଳମତ ନିର୍ବିଶେଷରେ ସମସ୍ତ ସଦସ୍ୟଙ୍କ ସମର୍ଥନ ମିଳିଛି।
୧୦୨ତମ ସମ୍ବିଧାନ ସଂଶୋଧନ ଆଇନ ବଳରେ ଅନୁଚ୍ଛେଦ ୩୩୮ବିକୁ ସାମିଲ କରାଯାଇଛି। ଏଥିରେ ପଛୁଆ ବର୍ଗଙ୍କ ପାଇଁ ଜାତୀୟ କମିଶନ (ଏନ୍‌ସିବିସି) ଢାଞ୍ଚା, କର୍ତ୍ତବ୍ୟ ଓ କ୍ଷମତା ସମ୍ପର୍କରେ ଉଲ୍ଲେଖ କରାଯାଇଛି। ସେହିପରି ଅନୁଚ୍ଛେଦ ୩୪୨ଏରେ ଏକ ନିର୍ଦ୍ଦିଷ୍ଟ ଜାତିକୁ ଏସ୍‌ଇବିସି ମାନ୍ୟତା ନେଇ ଅଧ୍ୟକ୍ଷଙ୍କ ବିଜ୍ଞପ୍ତି ଜାରି କ୍ଷମତା ଏବଂ ତାଲିକା ପରିବର୍ତ୍ତନ ପାଇଁ ପାର୍ଲାମେଣ୍ଟର କ୍ଷମତା ସମ୍ପର୍କରେ ଉଲ୍ଲେଖ କରାଯାଇଛି। ଅନୁଚ୍ଛେଦ ୩୬୬(୨୬ସି)ରେ ଏସ୍‌ଇବିସିର ସଂଜ୍ଞା ପରିଭାଷିତ କରାଯାଇଛି।
ଯେ, ନିଯୁକ୍ତି ଓ ନାମଲେଖା ବେଳେ ସଂରକ୍ଷଣ ଦେବା ନେଇ ରାଜ୍ୟର କ୍ଷମତାକୁ ୧୦୨ତମ ସମ୍ବିଧାନ ସଂଶୋଧନ ହଟାଇଦେଇଥିବା ଦର୍ଶାଇ ମେ’ ୫ରେ ସୁପ୍ରିମକୋର୍ଟ ସଂଖ୍ୟାଗରିଷ୍ଠ ରାୟ ଦେଇଥିଲେ। କେନ୍ଦ୍ର ସରକାର ସୁପ୍ରିମକୋର୍ଟଙ୍କୁ ଉକ୍ତ ରାୟର ସମୀକ୍ଷା ପାଇଁ ଆବେଦନ କରିଥିଲେ। ତେବେ ସୁପ୍ରିମକୋର୍ଟ ଏହାକୁ ଖାରଜ କରିଦେଇଥିଲେ। ଏହି ସମ୍ବିଧାନ ବିଧେୟକକୁ ଅଣାଯାଇ ନ ଥିଲେ ୬୭୧ ଓବିସି ସଂରକ୍ଷଣ ପାଇ ନ ଥାଆନ୍ତେ ବୋଲି ମନ୍ତ୍ରୀ ବୀରେନ୍ଦ୍ର କୁମାର କହିଛନ୍ତି। ଲୋକ ସଭାରେ ବିତର୍କ ଆରମ୍ଭ କରି କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀ ଉକ୍ତ ବିଲ୍‌କୁ ନିଜ ଦଳର ସମର୍ଥନ ଘୋଷଣା କରିଥିଲେ। କିନ୍ତୁ ସେ କେନ୍ଦ୍ରର ୨୦୧୮ ସଂଶୋଧନକୁ ସମାଲୋଚନା କରିଥିଲେ। କହିଥିଲେ, ସରକାର ବିରୋଧୀଙ୍କ ପ୍ରସ୍ତାବକୁ ଏଥିରେ ସ୍ଥାନିତ କରିଥିଲେ ଆଜି ଏଭଳି ସ୍ଥିତି ସୃଷ୍ଟି ହୋଇ ନ ଥାଆନ୍ତା। ୨୦୧୮ରେ ସରକାର ସମ୍ବିଧାନର ୧୦୨ତମ ସଂଶୋଧନ ବିଲ୍‌ ଆଣିଥିଲେ, ଯାହା ଲୋକଙ୍କୁ ଅଦାଲତଙ୍କ ଦ୍ୱାରସ୍ଥ ହେବା ପାଇଁ ସୁଯୋଗ ଦେଇଛି। ଶେଷରେ ସୁପ୍ରିମକୋର୍ଟ ରାଜ୍ୟର କ୍ଷମତାକୁ ହଟାଇଦେଇଥିଲେ। ଆମେ ଏହି ବିଲ୍‌କୁ ସମର୍ଥନ କରୁଛୁ। କିନ୍ତୁ ଆମ ଦାବି ହେଉଛି ସଂରକ୍ଷଣରେ ୫୦% ସୀମାକୁ ହଟାଇବା। ସରକାର ରାଜ୍ୟଗୁଡ଼ିକର କଥା ଶୁଣିବା ଉଚିତ। ୫୦% ସୀମା ଉପରକୁ ଯାଇ ସଂରକ୍ଷଣ ଦେବା ନେଇ ରାଜ୍ୟର ଅଧିକାରକୁ ବୈଧ କରାଯାଉ ବୋଲି ଅଧୀର କହିଥିଲେ। ଡିଏମ୍‌କେର ବାଲୁ ଓ ଏସ୍‌ପିର ଅଖିଳେଶ ମଧ୍ୟ ଏହି ଦାବିକୁ ସମର୍ଥନ କରି ବକ୍ତବ୍ୟ ରଖିଥିଲେ। ଶ୍ରମ ଓ ନିୟୋଜନ ମନ୍ତ୍ରୀ ଭୂପେନ୍ଦ୍ର ଯାଦବ ବିତର୍କରେ ସାମିଲ ହୋଇ କହିଥିଲେ, ଦଳିତ, ଓବିସି ଏବଂ ଗରିବମାନଙ୍କୁ ନ୍ୟାୟ ପ୍ରଦାନକୁ ସୁନିଶ୍ଚିତ କରିବା ପାଇଁ ମୋଦି ସରକାର ସର୍ବାଧିକ ପଦକ୍ଷେପ ନେଇଛନ୍ତି। ସମ୍ବିଧାନ ପ୍ରଣେତାମାନେ ପଛୁଆ ବର୍ଗଙ୍କ ପାଇଁ ସଂରକ୍ଷଣ ବ୍ୟବସ୍ଥା କରିଥିଲେ। ୧୯୫୦ରେ କଂଗ୍ରେସ କ୍ଷମତାକୁ ଆସି ୪୦ ବର୍ଷ ଶାସନ କରିଥିଲା। ହେଲେ ଏହି ୪ ଦଶନ୍ଧି ମଧ୍ୟରେ ପଛୁଆ ବର୍ଗଙ୍କୁ ନ୍ୟାୟ ଦେଲା ନାହିଁ। ଅନ୍ୟପକ୍ଷେ ଜାତୀୟତାବାଦୀ କଂଗ୍ରେସ ପାର୍ଟି (ଏନ୍‌ସିପି) ସଦସ୍ୟ ସୁପ୍ରିୟା ସୁଲେ କହିଥିଲେ, ଏହି ସଂଶୋଧନର ଶ୍ରେୟ ମହାରାଷ୍ଟ୍ର ସରକାରଙ୍କୁ ଦିଆଯିବା ଉଚିତ। କାରଣ ମହାରାଷ୍ଟ୍ର ସରକାର ଓବିସି ସଂରକ୍ଷଣ ପ୍ରସଙ୍ଗରେ ସମାଧାନ ପାଇଁ କେନ୍ଦ୍ରକୁ ଅନୁରୋଧ କରିଥିଲେ। ଓ୍ବାଇଏସ୍‌ଆର୍‌ କଂଗ୍ରେସ ପାର୍ଟି ଏବଂ ଶିବସେନା ମଧ୍ୟ ଉକ୍ତ ବିଧେୟକ ସପକ୍ଷରେ ସ୍ବର ଉତ୍ତୋଳନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସ୍କୁଲ ଚୟନ ଅଧିକାର ଶିକ୍ଷାଧିକାରରେ ନାହିଁ: ହାଇକୋର୍ଟ

ନୂଆଦିଲ୍ଲୀ,୫।୪: ଶିକ୍ଷା ଅଧିକାର ଆଇନ ଅନୁଯାୟୀ ଜଣେ ପିଲାର ଶିକ୍ଷା ଗ୍ରହଣ କରିବାର ଅଧିକାର ରହିଛି, କିନ୍ତୁ ନାମଲେଖା ପାଇଁ ଏକ ନିର୍ଦ୍ଦିଷ୍ଟ ସ୍କୁଲକୁ ଚୟନ କରିବା…

ବିଳମ୍ବିତ ରାତିରେ କୋରାପୁଟରେ ଭୂକମ୍ପ ଝଟ୍‌କା: ଭୟଭୀତ ଅବସ୍ଥାରେ ଘରୁ ବାହାରି ଆସିଲେ ଲୋକେ

କୋରାପୁଟ/ପଟ୍ଟାଙ୍ଗି, ୪।୪(ଅମିତାଭ ବେହେରା/ ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ସଦର ମହକୁମା ସମେତ ଆଖପାଖ ଅଞ୍ଚଳରେ ଶନିବାର ମୃଦୁ ଭୂକମ୍ପ ଅନୁଭୂତ ହୋଇଛି।…

ଉତ୍ସବରେ ଯୋଗଦେଇ ଘରକୁ ଫେରୁଥିଲେ ପରିବାର ଲୋକେ: ରାସ୍ତାପାର୍ଶ୍ୱ କୂଅରେ ଖସିପଡ଼ିଲା କାର୍‌, ଆଉ ତା’ପରେ…

ନାଶିକ୍‌,୪ା୪: ମହାରାଷ୍ଟ୍ରର ନାଶିକ ଜିଲାରେ ଖୋଲା କୂଅକୁ ଏକ କାର୍‌ ଖସିପଡ଼ିବାରୁ ଗୋଟିଏ ପରିବାରର ୯ ସଦସ୍ୟଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ୬ଜଣ ପିଲା ଥିବା…

ରେଷ୍ଟୁରାଣ୍ଟ-ଢାବା ମାଲିକଙ୍କ ପାଇଁ ନିର୍ଦ୍ଦେଶ: କେବଳ ଏମିତି କଲେ ମିଳିବ ବାଣିଜ୍ୟିକ ସିଲିଣ୍ଡର

ନୂଆଦିଲ୍ଲୀ,୪।୪: ଦିଲ୍ଲୀ ସରକାର ବାଣିଜ୍ୟିକ LPG ସିଲିଣ୍ଡର ଯୋଗାଣ ନିୟନ୍ତ୍ରଣ ନିୟମକୁ କଡ଼ାକଡ଼ି କରିଛନ୍ତି। ଏବେ, ଯେଉଁ ଅଞ୍ଚଳରେ ପାଇପ ଯୁକ୍ତ ପ୍ରାକୃତିକ ଗ୍ୟାସ (PNG) ନେଟୱାର୍କ…

ସମ୍ପର୍କରେ ଲାଗିଲା କଳଙ୍କ: ଜ୍ୱାଇଁଙ୍କ ସହ ଶାଶୁ ଫେରାର, ମୋବାଇଲ ଲୋକେସନ ଖୋଲିଦେଲା ସବୁ ଗୁମର

ରାଞ୍ଚି,୪ା୪: ଝାଡ଼ଖଣ୍ଡର ଦୁମକା ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯାହା ଶାଶୁ-ଜ୍ୱାଇଁଙ୍କ ପରି ପବିତ୍ର ସମ୍ପର୍କରେ କଳଙ୍କ ଲଗାଇଛି। ସରିଆହାଟ ଥାନା ଅଞ୍ଚଳର ମଥାକେସୋ…

F-୧୫ ଖସାଇବା ପରେ ବଡ଼ ଘୋଷଣା କଲା ଇରାନ, ଆମେରିକୀୟ ପାଇଲଟଙ୍କୁ ଧରିଲେ ମିଳିବ ୫୫ ଲକ୍ଷ

ତେହରାନ,୪ା୪:: ଶୁକ୍ରବାର ଦିନ ଇରାନ ଏକ ଆମେରିକୀୟ F-15 ଲଢ଼ୁଆ ବିମାନକୁ ଖସାଇ ଦେଇଥିବା ଦାବି କରିଛି । ଏହି ଘଟଣା ପରେ ଜଣେ ଆମେରିକୀୟ ପାଇଲଟ୍…

ଇରାନରୁ ଭାରତ ଆସୁଥିଲା ତେଲ ବୋଝେଇ ଜାହାଜ, ମଝି ସମୁଦ୍ରରୁ ଚାଇନା ଆଡ଼କୁ ମୁହାଁଇଲା, ସରକାର କହିଲେ…

ନୂଆଦିଲ୍ଲୀ/ତେହରାନ,୪ା୪: ଭାରତ ସରକାର ଶନିବାର ମିଥ୍ୟା ରିପୋର୍ଟକୁ ଖାରଜ କରିଦେଇଛନ୍ତି। ଭାରତ ଅଭିମୁଖେ ଆସୁଥିବା ଏକ ଇରାନୀ ଅଶୋଧିତ ତେଲ ବୋଝେଇ ଟ୍ୟାଙ୍କର ମଝି ସମୁଦ୍ରରୁ ଗତିପଥ…

ଭାରତ ପାଇଁ ହେବ ଦ୍ୱିତୀୟ ମଧ୍ୟପ୍ରାଚ୍ୟ! ପ୍ରଚୁର ପରିମାଣରେ ଆସିବ LPG ସହ ପେଟ୍ରୋଲ, ହର୍ମୁଜକୁ ନେଇ ଆଉ ରହିବ ନାହିଁ ଚିନ୍ତା

ଓ୍ବାଶିଂଟନ,୪।୪: ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ, ‘ଷ୍ଟ୍ରେଟ ଅଫ ହର୍ମୁଜ’ ପ୍ରଭାବଶାଳୀ ଭାବରେ ଅବରୋଧିତ ରହିଛି। ଇରାନ ବନ୍ଧୁତ୍ୱପୂର୍ଣ୍ଣ ରାଷ୍ଟ୍ରଗୁଡ଼ିକୁ ଏହି ପ୍ରଣାଳୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri