Categories: ଖେଳ

ରାଜ୍ୟ ଓପନ ଚେସ୍‌: ସୌମ୍ୟଙ୍କୁ ୬୧ତମ ଟାଇଟଲ

ଭୁବନେଶ୍ୱର, ୨୫।୧(କ୍ରୀଡ଼ା ପ୍ରତିନିଧି)- ଓଡ଼ିଶା ରାଜ୍ୟ ଚେସ୍‌ ଆସୋସିଏଶନ ଆନୁକୂଲ୍ୟରେ ରବିବାର ବାଲିଅନ୍ତାସ୍ଥିତ ଜବାହରଲାଲ ନେହେରୁ ଜୁନିୟର କଲେଜରେ ଅନୁଷ୍ଠିତ ପ୍ରଥମ ସମର ବିଜୟ ମହାନ୍ତି ସ୍ମାରକୀ ରାଜ୍ୟ ଓପନ ଚେସ୍‌ ଚାମ୍ପିୟନଶିପ୍‌ରେ ଫିଡେ ମାଷ୍ଟର ସୌମ୍ୟରଞ୍ଜନ ମିଶ୍ର ଚାମ୍ପିୟନ ହୋଇଛନ୍ତି। ୭ ରାଉଣ୍ଡ ବିଶିଷ୍ଟ ପ୍ରତିଯୋଗିତାରେ ଟପ୍‌ ସିଡ୍‌ ସୌମ୍ୟ ୬ ପଏଣ୍ଟ ପାଇ ପ୍ରଥମସ୍ଥାନ ଅଧିକାର କରିଥିଲେ। ରାଜ୍ୟ ଓପନ ଚେସ୍‌ରେ ସୌମ୍ୟଙ୍କର ଏହା ୬୧ତମ ଟାଇଟଲ। ରାଜେନ୍ଦ୍ର କୁମାର ସାହୁ ଓ ଓମ୍‌ ଆଦିତ୍ୟ ଖାଡ଼ଙ୍ଗା ୫.୫ ପଏଣ୍ଟ ଲେଖାଏ ପାଇ ଯଥାକ୍ରମେ ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ସ୍ବପ୍ନିଳ ପ୍ରିୟଦର୍ଶୀ, ତନ୍ମୟ ତ୍ରିପାଠୀ, ପ୍ରକାଶ ଚନ୍ଦ୍ର ସାହୁ, ରବୀନ୍ଦ୍ର କୁମାର ଓଝା (ସମସ୍ତେ ୫ ପଏଣ୍ଟ), ହର୍ଷିତ ରଞ୍ଜନ ସାହୁ, ଦେବୀ ପ୍ରସାଦ ବିଶ୍ୱାଳ ଓ ଆରିନ ଅନ୍ବେଷ ସ୍ବାଇଁ (ସମସ୍ତେ ୪.୫) ଟପ୍‌-୧୦ ଫିନିଶ୍‌ କରିଛନ୍ତି। ଏହା ବ୍ୟତୀତ ପ୍ରତୀକ କୁମାର ରାଉତ, ଈଶାନୀ ଦାସ, ଅମ୍ଳାନ ସେନାପତି, ବିକାଶ କୁମାର ଲେଙ୍କା, ଲଳିତ ରଞ୍ଜନ ସାହୁ, ମନସିଜ ସାମଲ, ଅବିନାଶ ଆଚାର୍ଯ୍ୟ, ସାହାନା ଲେଙ୍କା ଓ ତମନ୍ନା ତ୍ରିପାଠୀଙ୍କୁ ସ୍ବତନ୍ତ୍ର ପୁରସ୍କାର ଏବଂ ଉଦୟ ପରିଡ଼ା, ସାଇ ଅମୃତ ପରିଜା, ଅଂଶୁମାନ ପତି, ହର୍ଷିତ ସିଂ ଓ ନିୟତି ନିହାରିକା ମହାପାତ୍ରଙ୍କୁ ସାନ୍ତ୍ୱନାମୂଳକ ପୁରସ୍କାରରେ ସମ୍ମାନିତ କରାଯାଇଥିଲା। ପ୍ରଶ୍ମିତା ପାତ୍ରୋ ଶ୍ରେଷ୍ଠ ମହିଳା ଖେଳାଳି ବିବେଚିତ ହୋଇଥିଲେ। କଲେଜର ପ୍ରିନ୍ସିପାଲ ଡ. ଧରଣୀଧର ସ୍ବାଇଁ ମୁଖ୍ୟ ଅତିଥିଭାବେ ଯୋଗଦେଇ ପୁରସ୍କାର ପ୍ରଦାନ କରିଥିଲେ। ଓଡ଼ିଶା ରାଜ୍ୟ ଚେସ୍‌ ଆସୋସିଏଶନ ନିର୍ଦ୍ଦେଶକ ଦେବାଶିଷ ପାଣିଗ୍ରାହୀ, ସମର ବିଜୟ ମହାନ୍ତିଙ୍କ କନ୍ୟା ସୁଚେତା ଭଞ୍ଜ ଓ କଲେଜର ପିଇଟି ପ୍ରଦୀପ କୁମାର ମଙ୍ଗରାଜ ପ୍ରମୁଖ ଉପସ୍ଥିତ ଥିଲେ।

Share