Posted inଖେଳ

ରାଜ୍ୟ ଓପନ ଚେସ୍‌: ସୌମ୍ୟରଞ୍ଜନଙ୍କୁ ଆଉ ଏକ ଟାଇଟଲ

ଭୁବନେଶ୍ୱର, ୧ା୨(କ୍ରୀଡ଼ା ପ୍ରତିନିଧି)-ଫିଡେ ମାଷ୍ଟର ସୌମ୍ୟରଞ୍ଜନ ମିଶ୍ର ଆଉ ଏକ ଚେସ୍‌ ଟାଇଟଲ ହାସଲ କରିଛନ୍ତି। ଗତ ସପ୍ତାହରେ କ୍ୟାରିୟରର ୬୧ତମ ରାଜ୍ୟ ଓପନ ଚେସ୍‌ ଟାଇଟଲ ଜିତିଥିବା ସୌମ୍ୟ ଏବେ ଏହି ସଂଖ୍ୟାକୁ ୬୨ରେ ପହଞ୍ଚାଇଛନ୍ତି। ଓଡ଼ିଶା ରାଜ୍ୟ ଚେସ୍‌ ଆସୋସିଏଶନ ଏବଂ ଜଟଣୀ ଚେସ୍‌ ଆସୋସିଏଶନର ମିଳିତ ଆନୁକୂଲ୍ୟରେ ଜଟଣୀରେ ଅନୁଷ୍ଠିତ ୨ୟ ସତ୍ୟସାଇ ରାଜ୍ୟ ଓପନ ଚେସ୍‌ରେ ଚାମ୍ପିୟନ ହୋଇଛନ୍ତି ଟପ୍‌ ସିଡ୍‌ ସୌମ୍ୟରଞ୍ଜନ। ୭ ରାଉଣ୍ଡ ବିଶିଷ୍ଟ ପ୍ରତିଯୋଗିତାରେ ସୌମ୍ୟ ୬.୫ ପଏଣ୍ଟ ପାଇ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ରାଜେନ୍ଦ୍ର କୁମାର ସାହୁ ୬ ପଏଣ୍ଟ ସହ ରନର୍ସ ଅପ୍‌ ହୋଇଛନ୍ତି। ପ୍ରଦର୍ଶନଭିତ୍ତିରେ ହର୍ଷିତ ରଞ୍ଜନ ସାହୁ, ପ୍ରକାଶ ଚନ୍ଦ୍ର ସାହୁ (ଉଭୟେ ୫.୫ ପଏଣ୍ଟ), ଅମରେଶ୍ୱର ନନ୍ଦ, ହୃଦାନନ୍ଦ ସାମନ୍ତରାୟ, ଆରିନ୍‌ ଅନ୍ବେଷ ସ୍ବାଇଁ (ସମସ୍ତେ ୫ ପଏଣ୍ଟ), ରବୀନ୍ଦ୍ର କୁମାର ଓଝା, ମାନସ ରଞ୍ଜନ ପରିଡ଼ା, ପ୍ରବୋଧ କୁମାର ମିଶ୍ର, ଦେବୀ ପ୍ରସାଦ ବିଶ୍ୱାଳ ଓ ଗୁରୁ ପ୍ରସାଦ ଭଟ୍ଟ (ସମସ୍ତେ ୪) ଟପ୍‌-୧୨ ଫିନିଶ୍‌ କରିଛନ୍ତି। ସାଇ ଅଦିତ୍ରୀ, ଅମନ ଅର୍ପିତ ସ୍ବାଇଁ, ଈଶାନ୍ତ ଦାସ, ଅମ୍ଳାନ ସେନାପତି, ଆୟନ ଅଙ୍କିତ ସ୍ବାଇଁ, ଆଦିତ୍ୟ ରଞ୍ଜନ ଦାସ, ସ୍ଥିତିପ୍ରଜ୍ଞ ସାହୁ, ବୈଭବ ମଜୁମଦାର ବିଭିନ୍ନ ବୟସ ବର୍ଗରେ ଏବଂ ସାହାନା ଲେଙ୍କା ଓ ତନିସ୍କା ଅଗ୍ରଓ୍ବାଲଙ୍କୁ ସ୍ବତନ୍ତ୍ର ଭାବେ ପୁରସ୍କୃତ କରାଯାଇଛି। ଅନ୍ୟପକ୍ଷରେ ରୋନିତ ଅଗ୍ରଓ୍ବାଲ, ଅଂଶୁମାନ ସୁବୁଦ୍ଧି, ଡି. ରାହୁଲ, ଆରବ ଅଗ୍ରଓ୍ବାଲ, ସାଇଲି ଅଗ୍ରଓ୍ବାଲ ଏବଂ ବୈଭବ ଅଗ୍ରଓ୍ବାଲଙ୍କୁ ସାନ୍ତ୍ୱନାମୂଳକ ପୁରସ୍କାର ପ୍ରଦାନ କରାଯାଇଥିଲା। ଭାରତୀୟ ଜନତା ଯୁବ ମୋର୍ଚ୍ଚାର ରାଜ୍ୟ ସାଧାରଣ ସମ୍ପାଦକ ସୂରଜ ପାଇକରାୟ ମୁଖ୍ୟ ଅତିଥିଭାବେ ଯୋଗଦେଇ ପୁରସ୍କାର ପ୍ରଦାନ କରିଥିଲେ। ପ୍ରତିଯୋଗିତା ଆୟୋଜନସ୍ଥଳ ଜଟଣୀ ଏଡିଏସ୍‌ ପବ୍ଲିକ୍‌ ସ୍କୁଲର ପ୍ରିନ୍ସିପାଲ ମୁରଲୀ ମୋହନ ପଟ୍ଟନାୟକ, ଓଡ଼ିଶା ରାଜ୍ୟ ଚେସ୍‌ ଆସୋସିଏଶନ ନିର୍ଦ୍ଦେଶକ ଦେବାଶିଷ ପାଣିଗ୍ରାହୀ, ଜଟଣୀ ଚେସ୍‌ ଆସୋସିଏଶନ ସଭାପତି ସୁରେଶ ଚନ୍ଦ୍ର ବଳିୟାରସିଂ, ସମ୍ପାଦକ ଅବିନାଶ ବଳିୟାରସିଂ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଆଇପିଏଲ୍‌ରେ ଧମାଲ୍‌ କରୁଛନ୍ତି ଏହି ୫ ଅନ୍‌କ୍ୟାପ୍‌ଡ୍‌ ଖେଳାଳି: ଟି-୨୦ ବିଶ୍ୱକପ୍‌ରେ ମିଳିପାରେ ସ୍ଥାନ

ନୂଆଦିଲ୍ଲୀ,୧୯।୪:ସନରାଇଜର୍ସ ହାଇଦ୍ରାବାଦ ଓପନର୍‌ ଅଭିଷେକ ଶର୍ମାଙ୍କ ଆଇପିଏଲ୍‌ରେ ଚମତ୍କାର ପ୍ରଦର୍ଶନ କରୁଛନ୍ତି। ଚଳିତ ସିଜନରେ ଏପର୍ଯ୍ୟନ୍ତ ଅଭିଷେକ ୬ଟି ମ୍ୟାଚରେ ୨୧୧ ରନ ସଂଗ୍ରହ କରିଛନ୍ତି।...

ରୋଚକ ହେଉଛି ପର୍ପଲ-ଅରେଞ୍ଜ କ୍ୟାପ୍‌ ରେସ୍‌: ଜାଣନ୍ତୁ ଏବେ କିଏ ଅଛନ୍ତି…

ମୁମ୍ବାଇ,୧୯।୪: ପଞ୍ଜାବ କିଙ୍ଗସ ବିପକ୍ଷରେ ଜସପ୍ରୀତ ବୁମ୍‌ରା ଏକ ଚମତ୍କାର ବୋଲିଂ ପ୍ରଦର୍ଶନ କରିଥିଲେ। ଜସପ୍ରୀତ ବୁମ୍‌ରା ୩ ବ୍ୟାଟ୍ସମ୍ୟାନ ୪ ଓଭରରେ ୨୧ ରନ...

ମୁମ୍ବାଇ ଜିତିବା ସତ୍ତ୍ୱେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଲାଗିଲା ବଡ଼ ଝଟ୍‌କା

ମୁମ୍ବାଇ,୧୯।୪: ମୁମ୍ବାଇ ଇଣ୍ଡିଆନ୍ସ ପଞ୍ଜାବ କିଙ୍ଗସ ବିପକ୍ଷରେ ଏକ ରୋମାଞ୍ଚକର ବିଜୟ ହାସଲ କରିଛି। ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ୱାଧୀନ ମୁମ୍ବାଇ ଇଣ୍ଡିଆନ୍ସ ପଞ୍ଜାବ କିଙ୍ଗସକୁ ୯...

ଧୋନୀଙ୍କୁ ବିଶ୍ୱକପ୍‌ ଲାଗି ରାଜି କରାଇବା ପ୍ରସଙ୍ଗରେ କ’ଣ କହିଲେ ରୋହିତ? ଦଳ ଘୋଷଣା ପୂର୍ବରୁ ଆସିଲା ବଡ଼ ଖବର

ନୂଆଦିଲ୍ଲୀ,୧୮।୪: ଟି୨୦ ବିଶ୍ୱକପ୍‌ ପାଇଁ ଟିମ୍‌ ଇଣ୍ଡିଆ ଘୋଷଣା କରାଯିବା ବାକି ଅଛି। ହେଲେ କେଉଁ ଖେଳାଳିଙ୍କୁ ଚୟନ କରାଯିବ, କାହାକୁ ନୁହେଁ, ତାହାକୁ ନେଇ...

ଚେନ୍ନାଇରେ ସାମିଲ ହେଲେ ଏହି ଘାତକ ବୋଲର୍‌, ୪ ବଲ୍‌ରେ ରୋହିତ-ବିରାଟ-ପନ୍ତଙ୍କ ଉଇକେଟ ନେଇ ଥିଲେ ଚର୍ଚ୍ଚାରେ

ନୂଆଦିଲ୍ଲୀ,୧୮।୪: ଆଇପିଏଲ୍‌ ମଝିରୁ ଚେନ୍ନାଇ ସୁପର କିଙ୍ଗ୍ସ(ସିଏସ୍‌କେ)ରୁ ବାଦ୍‌ ପଡ଼ିଛନ୍ତି ଷ୍ଟାର କ୍ରିକେଟର ଡିଭନ୍‌ କନଓ୍ବେ। ସର୍ବାଧିକ ରନ୍‌ ସ୍କୋର କରିଥିବା ଏହି କ୍ରିକେଟର ପୁରା...

ପଡ଼ିଆକୁ ଓହ୍ଲାଇବା ମାତ୍ରେ ଇତିହାସ ରଚିବେ ରୋହିତ ଶର୍ମା

ରୋହିତ ଶର୍ମା ପ୍ରଥମ ସିଜିନ ଅର୍ଥାତ୍‌ ୨୦୦୮ ଠାରୁ ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ) ର ଏକ ଅଂଶ ରହିଆସିଛନ୍ତି। ରୋହିତ ହେଉଛନ୍ତି ଆଇପିଏଲର ଅନ୍ୟତମ...

ଆଇପିଏଲ୍‌ ମଝିରେ ଚେନ୍ନାଇ ସୁପର କିଙ୍ଗସକୁ ଲାଗିଲା ବଡ଼ ଝଟ୍‌କା

ନୂଆଦିଲ୍ଲୀ,୧୮।୪: ଚେନ୍ନାଇ ସୁପର କିଙ୍ଗସ ଆଇପିଏଲ ୨୦୨୪ରେ ଏପର୍ଯ୍ୟନ୍ତ ଭଲ ପ୍ରଦର୍ଶନ କରୁଛି, କିନ୍ତୁ ଦଳକୁ ଏକ ବଡ଼ ଝଟ୍‌କା ଲାଗିଛି। ଗତ ସିଜନରେ ସିଏସ୍‌କେ...

ଟି -୨୦ ବିଶ୍ୱକପ ଚୟନ ଖବରକୁ ଖଣ୍ଡନ ରୋହିତ ଶର୍ମା, ଦେଲେ ବଡ଼ ବୟାନ

ନୂଆଦିଲ୍ଲୀ,୧୮।୪: ଭାରତୀୟ କ୍ରିକେଟ ଦଳର ଅଧିନାୟକ ରୋହିତ ଶର୍ମା ମିଡିଆ ରିପୋର୍ଟକୁ ଅସ୍ବୀକାର କରିଛନ୍ତି। ଯେଉଁଥିରେ ଦାବି କରାଯାଉଥିଲା ଯେ, ଟି -୨୦ ବିଶ୍ୱକପ ଚୟନକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri