ରାଜ୍ୟସ୍ତରୀୟ ପଦକ ପ୍ରଦାନ ଉତ୍ସବ: ମନୋନୀତ ୧୭ ଜଣ ପୋଲିସ ଅଧିକାରୀ,କର୍ମଚାରୀଙ୍କୁ …

ଭୁବନେଶ୍ୱର,୧୫।୮  ଲୋକସେବା ଭବନରେ ରାଜ୍ୟସ୍ତରୀୟ ପଦକ ପ୍ରଦାନ ଉତ୍ସବ ଅନୁଷ୍ଠିତ ହୋଇଛି। ଏହି ଅବସରରେ ମନୋନୀତ ୧୭ ଜଣ ପୋଲିସ ଅଧିକାରୀ ଓ କର୍ମଚାରୀଙ୍କୁ ମୁଖ୍ୟମନ୍ତ୍ରୀ ପଦକ ପ୍ରଦାନ କରିଛନ୍ତି।

ସାହସିକତା ପାଇଁ ୪ ଜଣ ପୋଲିସ ଅଧିକାରୀ ଓ କର୍ମଚାରୀଙ୍କୁ ରାଷ୍ଟ୍ରପତି ପଦକ ପ୍ରଦାନ କରାଯାଇଛି। ଏଥିରେ ଡିଏସ୍‌ପି ଅତୁଲ କ୍ରିଷ୍ଣା ଦାସ ଓ ଏଏସ୍‌ଆଇ ପୂର୍ଣ୍ଣଚନ୍ଦ୍ର ପ୍ରଧାନଙ୍କୁ ସାହସିକତା ପାଇଁ ପଦକ ମିଳିଛି। ସେହିପରି କନଷ୍ଟେବଲ ଘନଶ୍ୟାମ ସାହୁ ଓ ଥବୀର ମାଝୀଙ୍କୁ ମଧ୍ୟ ସାହସିକତା ପାଇଁ ପଦକ ପ୍ରଦାନ କରାଯାଇଛି।

ବିଶିଷ୍ଟ ସେବା ପାଇଁ ୨ ଜଣ ପୋଲିସ ଅଧିକାରୀଙ୍କୁ ରାଷ୍ଟ୍ରପତି ପଦକ ପ୍ରଦାନ କରାଯାଇଛି। ଏଡିଜି ପ୍ରତୀକ ମହାନ୍ତି ଓ ଡିସିପି ପ୍ରଫୁଲ୍ଲ ସିଂଙ୍କୁ ବିଶିଷ୍ଟ ସେବା ପାଇଁ ଏହି ପଦକ ପ୍ରଦାନ କରାଯାଇଛି।

ସେହିପରି ଉଲ୍ଲେଖନୀୟ ସେବା ପାଇଁ ଆଉ ୧୧ ଜଣ ପୋଲିସ ଅଧିକାରୀ ଓ କର୍ମଚାରୀଙ୍କୁ ରାଷ୍ଟ୍ରପତି ପଦକ ପ୍ରଦାନ କରାଯାଇଛି। ଏଥିରେ ଆଇଜି ସାର୍ଥକ ଷଡ଼ଙ୍ଗୀଙ୍କ ସମେତ ୧୧ ଜଣ ସାମିଲ ଅଛନ୍ତି।

ଏହି ପଦକ ପ୍ରଦାନ ଉତ୍ସବରେ ପୋଲିସ ବିଭାଗର ଉତ୍ସର୍ଗୀକୃତ ସେବା, ସାହସିକତା ଓ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ପୁରସ୍କୃତ ଅଧିକାରୀ ଓ କର୍ମଚାରୀମାନଙ୍କୁ ସମ୍ମାନିତ କରାଯାଇଥିଲା।

Dharitri – Odisha’s No.1 Odia Daily

Share