ଧିମେଇଛି ଅପରେଶନ ମୁସ୍କାନ, ପରୀ

ପୁରୀ ଅଫିସ,୧୭।୧୦: ରାଜ୍ୟରେ ଯେପରି କେହି ଶିଶୁ ଶ୍ରମିକ ନ ରହିବେ, ସେଥିପାଇଁ ସରକାରଙ୍କ ପକ୍ଷରୁ ଅପରେଶନ ମୁସ୍କାନ ଓ ପରୀ ଯୋଜନା ହାତକୁ ନିଆଯାଇଛି। ହେଲେ ଏହି ଯୋଜନା ପୁରୀ ଜିଲାରେ ଧିମେଇ ଯାଇଥିବା ନଜରକୁ ଆସିଛି। ପୁରୀ ସହର ସମେତ ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ ଶ୍ରଦ୍ଧାଳୁଙ୍କୁ ନାବାଳକ ଓ ନାବାଳିକାମାନେ ଦୀପ ଓ ବିଭିନ୍ନ ପୂଜା ସାମଗ୍ରୀ ବିକ୍ରି କରୁଛନ୍ତି। ମାତ୍ର ଏଥିପ୍ରତି ଜିଲା ଶିଶୁ ସୁରକ୍ଷା ବିଭାଗ ଧ୍ୟାନ ଦେଉ ନ ଥିବା ଅଭିଯୋଗ ହେଉଛି। ଅନ୍ୟପକ୍ଷରେ ଏ ନେଇ ଜିଲା ଶିଶୁ ସୁରକ୍ଷା ଅଧିକାରୀ ମନୋଜ କୁମାର ତ୍ରିପାଠୀ କହିଛନ୍ତି, ଏଭଳି ଅଭିଯୋଗ ସାମ୍ନାକୁ ଆସିଲେ ତୁରନ୍ତ ଶିଶୁ ସୁରକ୍ଷା ଟିମ୍‌କୁ ପଠାଯାଇ ଆବଶ୍ୟକ ପଦକ୍ଷେପ ନିଆଯାଉଛି।

ଅନେକ ପିଲା ନିଜ ପରିବାର ସଦସ୍ୟଙ୍କ ସହ ଆସି ଶ୍ରୀମନ୍ଦିର ସମ୍ମୁଖରେ ଦୀପ ଓ ବଳିତା ଇତ୍ୟାଦି ବିକ୍ରି କରିଥାନ୍ତି। ଶିଶୁ ସୁରକ୍ଷା ଟିମ୍‌ ସେମାନଙ୍କ ପରିବାର ଲୋକଙ୍କୁ ପଚାରିଲେ ସେମାନେ ଘରେ ପିଲାଙ୍କୁ ଛାଡ଼ି ଆସିପାରିବେ ନାହିଁ ବୋଲି କହିଥାନ୍ତି। ଏପରିକି ତାଙ୍କ ପିଲାମାନେ କୌଣସି ଶ୍ରମ କରୁନାହାନ୍ତି ବୋଲି ଯୁକ୍ତି ଦର୍ଶାଇ ଥାଆନ୍ତି। ଏ ନେଇ ସାମାଜିକ କର୍ମୀ ସ୍ବାଧୀନ ପଣ୍ଡା କହିଛନ୍ତି, ସମ୍ପୃକ୍ତ ପିଲାଙ୍କର ମାତାପିତାଙ୍କ ସହିତ ଶିଶୁ ସୁରକ୍ଷା ଟିମ୍‌ ଆଲୋଚନା କରି ଶିକ୍ଷା, ଖାଦ୍ୟ ଓ ସ୍ବାସ୍ଥ୍ୟ ଦାୟିତ୍ୱ ନେଇପାରିବ। ଏଭଳି ହୋଇପାରିଲେ ଅନେକ ଶିଶୁ ନିଜ ମୌଳିକ ଅଧିକାରରୁ ବଞ୍ଚତ୍ତ ହେବେ ନାହିଁ। ଅନ୍ୟପକ୍ଷେ କରୋନା ପ୍ରଭାବରେ ବଜାର ବନ୍ଦ ହେବା ଯୋଗୁ ଶିଶୁଙ୍କୁ ରାସ୍ତାରେ ଦେଖିବାକୁ ମିଳୁ ନ ଥିଲା। ମାତ୍ର ବଜାର ସ୍ବାଭାବିକ ହେବା ପରେ ପୁଣି ଶିଶୁଶ୍ରମ ଚାଲିଛି। ବିଭିନ୍ନ ହୋଟେଲରେ ପିଲା କାର୍ଯ୍ୟ କରୁଛନ୍ତି। ଏମାନଙ୍କୁ ସୁରକ୍ଷା ଓ ଅଧିକାର ଦେବା ଆବଶ୍ୟକତା ରହିଛି। ସେହିଭଳି ନାବାଳିକାଙ୍କ ବିରୋଧରେ ଅସଦାଚରଣ, ଯୌନ ଶୋଷଣ ଭଳି ଅପରାଧକୁ ରୋକିବା ପାଇଁ ସରକାରଙ୍କ ଯୋଜନାରେ ଜିଲା ଶିଶୁ ସୁରକ୍ଷା ଟିମ୍‌ ବିଭିନ୍ନ ସ୍ଥାନରେ ପହଞ୍ଚି ସ୍ଥିତି ସମୀକ୍ଷା କରିବା କଥା। ସେହିଭଳି କୌଣସି କାର୍ଯ୍ୟକ୍ଷେତ୍ରରେ ନାବାଳକଙ୍କୁ ଶୋଷଣ କିମ୍ବା ଅତ୍ୟାଚାର କରାଯାଉଥିଲେ କାର୍ଯ୍ୟାନୁଷ୍ଠାନ ହେବା ଉଚିତ। ଚଳିତମାସରେ ଶ୍ରୀମନ୍ଦିର ପରିସରରେ ନାବାଳିକାଙ୍କୁ ଅସଦାଚରଣ ଓ ପୁରୀ ସଦର ଅଞ୍ଚଳରେ ନାବାଳିକାଙ୍କ ସହ ବଳାତ୍କାର କରାଯାଇଥିବା ନେଇ ଅଭିଯୋଗ ଦାଖଲ ସତ୍ତ୍ୱେ ଜିଲା ପ୍ରଶାସନ ଚୁପ ବସିଛି। ଏବେ ବି ଶିଶୁଙ୍କ ଅଧିକାରକୁ ନେଇ ଅନେକ ଅଭିଭାବକ ଓ ଜନସାଧାରଣ ସଚେତନ ନୁହଁନ୍ତି। ତେଣୁ ସଚେତନତା ସୃଷ୍ଟି ସହ ଆନୁଷଙ୍ଗିକ ପଦକ୍ଷେପ ନେବାର ଆବଶ୍ୟକତା ରହିଛି ବୋଲି ସାମାଜିକ କର୍ମୀ ଜୟନ୍ତ ଦାଶ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜଳ ନିଷ୍କାସନ ଫେଲ୍‌, ବେହାଲ ବରଗଡ଼ ସହର

ବରଗଡ଼,୨୫।୮(ପ୍ରେମାନନ୍ଦ ଖମାରୀ):ବରଗଡ଼ ସହରରେ ବର୍ଷାଜଳ ନିଷ୍କାସନ ବ୍ୟବସ୍ଥା ଫେଲ୍‌ ମାରିଛି। ସହରର ବିଭିନ୍ନ ସ୍ଥାନରେ ଏପର୍ଯ୍ୟନ୍ତ ଡ୍ରେନ୍‌(ନାଳ) ନିର୍ମାଣ ହୋଇପାରି ନାହିଁ। ସେହିପରି ଯେଉଁଠି ନାଳ ରହିଛି,…

ନାଗାବଳୀ ନଦୀରୁ ଦଶମ ଶ୍ରେଣୀ ଛାତ୍ରଙ୍କ ମୃତଦେହ ଉଦ୍ଧାର, ନିଖୋଜର ୩ ଦିନ ପରେ ମିଳିଲା ପତ୍ତା

କଲ୍ୟାଣସିଂହପୁର,୨୫।୮(ଦୀପକ କୁମାର ପରିଡା ): ବିଦ୍ୟାଳୟରୁ ନିଖୋଜ ଥିବା ଜଣେ ଦଶମ ଶ୍ରେଣୀ ଛାତ୍ରଙ୍କ ମୃତଦେହ ନାଗାବଳୀ ନଦୀରୁ ଉଦ୍ଧାର ହୋଇଛି । ମୃତ ଛାତ୍ରଜଣକ କାଶୀପୁର…

ଆପରାଧିକ ମାନସିକତାରେ ପୋଲିସ ଅଧିକାରୀ: ଲୋକଙ୍କୁ ନ୍ୟାୟ ପରିବର୍ତ୍ତେ କରୁଛନ୍ତି ଶୋଷଣ

ଭୁବନେଶ୍ୱର,୨୫।୮(ତ୍ରିନାଥ ମହାନ୍ତି):ଖାକି ପୋଷାକରେ ଥାଇ ପୋଲିସ ଅଧିକାରୀ ଘଟାଉଛନ୍ତି ଅପରାଧ। କେଉଁଠି ସୁରକ୍ଷା ଆଳରେ ଶୋଷଣ ତ’ ଆଉ କେଉଁଠି ଲଭ୍‌ ସେକ୍ସ ଧୋକାର ସଙ୍ଗିନ ଅଭିଯୋଗ।…

ଗୋଲ୍ଡି ମାନିଲେ

କାନାଡାରେ ଜୁନ୍‌ ୨୦୨୩ରେ ଖଲିସ୍ତାନୀ ବିଚ୍ଛିନ୍ନତାବାଦୀ ନେତା ହରଦୀପ ସିଂ ନିଜ୍ଜାରଙ୍କୁ ହତ୍ୟା କରାଯାଇଥିଲା। ଏହି ଘଟଣା ପାଇଁ କାନାଡାର ତତ୍କାଳୀନ ପ୍ରଧାନମନ୍ତ୍ରୀ ଜଷ୍ଟିନ୍‌ ଟ୍ରୁଡୋ ଭାରତକୁ…

ଟ୍ରମ୍ପଙ୍କ ପୁଅଙ୍କୁ ନେଇ ଇରାନର ଭୟଙ୍କର ଧମକ, ୯୫ କୋଟି ପୁରସ୍କାର…

ୱାଶିଂଟନ୍,୨୫ା୮: ଆମେରିକା ଓ ଇରାନ ମଧ୍ୟରେ ତିକ୍ତତା ବଢ଼ିଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପରିବାରକୁ ନେଇ ଏକ ଚାଞ୍ଚଲ୍ୟକର ଦାବି ସାମ୍ନାକୁ ଆସିଛି । ରିପୋର୍ଟ…

ଛାତ୍ରୀ ଗାଧୋଉଥିବାବେଳେ ସ୍କାଏ ଲାଇଟ୍‌ ପଟେ ଭିଡିଓ ଶୁଟିଂ କରୁଥିଲେ ନାବାଳକ: ଆଉ ତା’ପରେ…

ଭୁବନେଶ୍ୱର,୨୫।୮(ପ୍ରସନଜିତ୍‌ ସାହୁ): ଇନ୍‌ଫୋଭ୍ୟାଲି ଥାନା ଅଞ୍ଚଳର ଏକ ଘରୋଇ ଇଞ୍ଜିନିୟରିଂ କଲେଜର ଜଣେ ଛାତ୍ରୀଙ୍କ ଗାଧୋଇବା ସମୟର ଭିଡିଓ ଶୁଟିଂ କରି ଜଣେ ନାବାଳକ ବନ୍ଧା ହୋଇଛନ୍ତି।…

କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି: ଏହି ୪ ଔଷଧ ବିକ୍ରି ଉପରେ ଲାଗିଲା କଟକଣା

ନୂଆଦିଲ୍ଲୀ,୨୫ା୮: ଭାରତର ସର୍ବୋଚ୍ଚ ଔଷଧ ନିୟନ୍ତ୍ରକ ୪ଟି ଲୋକପ୍ରିୟ କେନ୍ଦ୍ରୀୟ ସ୍ନାୟୁ ପ୍ରଣାଳୀ (ସିଏନ୍‌ଏସ୍‌) ଔଷଧ ବିକ୍ରି ଉପରେ ନିୟନ୍ତ୍ରଣକୁ କଡ଼ାକଡ଼ି କରିଛନ୍ତି । ଏହି ଔଷଧଗୁଡ଼ିକୁ…

ଲଘୁଚାପ ସକ୍ରିୟ: ପ୍ରବଳ ବର୍ଷା ସମ୍ଭାବନା, ଚେତାବନୀ ଜାରି

ଭୁବନେଶ୍ୱର,୨୫ା୮(ବନ୍ଦନା ସେଠୀ):ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଗାଙ୍ଗେଟିକ୍‌ ପଶ୍ଚିମବଙ୍ଗ ଓ ତା’ର ପାଖାପାଖି ଉତ୍ତର ଓଡ଼ିଶା ଏବଂ ଝାଡ଼ଖଣ୍ଡ ଅଞ୍ଚଳରେ ସକ୍ରିୟ ରହିଛି। ଏଥିସହ ସଂଲଗ୍ନ ଘୂର୍ଣ୍ଣିବଳୟ ସମୁଦ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri