ବରିଷ୍ଠ ଆଇଏଏସ୍‌ସ୍ତରରେ ଅଦଳବଦଳ: ଜାଣନ୍ତୁ କାହାକୁ ମିଳିଲା କେଉଁ ନୂଆ ଦାୟିତ୍ୱ

ଭୁବନେଶ୍ୱର,୨୯।୭(ବ୍ୟୁରୋ): ରାଜ୍ୟ ସରକାର ଗୁରୁବାର ବରିଷ୍ଠ ଆଇଏଏସ୍‌ ସ୍ତରରେ ଅଦଳବଦଳ କରିଛନ୍ତି । ଅର୍ଥ ସଚିବ ଥିବା ଅଶୋକ ମୀନାଙ୍କୁ ପଞ୍ଚାୟତିରାଜ ସଚିବ ଭାବେ ନୂତନ ନିଯୁକ୍ତି ମିଳିଛି। ପର୍ଯ୍ୟଟନ ସଚିବ ଥିବା ବିଶାଲ ଦେବଙ୍କୁ ଅର୍ଥ ବିଭାଗ ସଚିବ କରାଯାଇଛି। ପଞ୍ଚାୟତିରାଜ ସଚିବ ଥିବା ଡି. କେ. ସିଂହଙ୍କୁ ଖଣି ଓ ଇସ୍ପାତ ବିଭାଗ ସଚିବ ଦାୟିତ୍ୱ ଦିଆଯାଇଛି। ଖଣି ସଚିବ ଥିବା ସୁରେନ୍ଦ୍ର କୁମାରଙ୍କୁ ସାଧାରଣ ପ୍ରଶାସନ ବିଭାଗ ସଚିବ ଦାୟିତ୍ୱ ମିଳିଛି। ସୁରେନ୍ଦ୍ର କୁମାରଙ୍କୁ ପର୍ଯ୍ୟଟନ ବିଭାଗର ଅତିରିକ୍ତ ଦାୟିତ୍ୱ ମଧ୍ୟ ଦିଆଯାଇଛି। ସେହିଭଳି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ବତନ୍ତ୍ର ସଚିବ ଆର୍‌. ଭିନିଲକ୍ରିଷ୍ଣାଙ୍କୁ କ୍ରୀଡା ଓ ଯୁବସେବାର ଅତିରିକ୍ତ ଦାୟିତ୍ୱ ଦିଆଯାଇଥିବା ସୂଚନା ମିଳିଛି।