୨୪ରେ ରାଜ୍ୟ କ୍ୟାବିନେଟ: ୭ଟି ପ୍ରସ୍ତାବକୁ ମିଳିପାରେ ଅନୁମୋଦନ

ଭୁବନେଶ୍ୱର,୨୩।୧୨(ରବିନାରାୟଣ ଜେନା): ରାଜ୍ୟର ସର୍ବାଙ୍ଗୀନ ବିକାଶକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ଆସନ୍ତା ୨୪ ତାରିଖରେ ରାଜ୍ୟ କ୍ୟାବିନେଟ୍‌ ବୈଠକ ଅନୁଷ୍ଠିତ ହେବାକୁ ରହିଛି। ଲୋକସେବାଭବନର ତୃତୀୟ ମହଲାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅପରାହ୍ନ ୫ଟାରେ ଅନୁଷ୍ଠିତ ହେବାକୁ ଥିବା ରାଜ୍ୟ କ୍ୟାବିନେଟ ବୈଠକରେ ସାଧାରଣ ପ୍ରଶାସନ, ଅର୍ଥ, ସ୍ବାସ୍ଥ୍ୟ, ନଗର ଉନ୍ନୟନ ଓ ଜଳସମ୍ପଦ ଭଳି ବିଭିନ୍ନ ବିଭାଗର ପ୍ରାୟ ୭ଟି ପ୍ରସ୍ତାବ ଅନୁମୋଦନ ଅପେକ୍ଷାରେ ରହିଛି।
ସୂଚନାଯୋଗ୍ୟ, ଓଡ଼ିଶାକୁ ବିକାଶର ଶୀର୍ଷରେ ପହଞ୍ଚାଇବା ପାଇଁ ଭାଜପା ସରକାରଙ୍କ ପକ୍ଷରୁ ଜୋରସୋର ଉଦ୍ୟମ ଆରମ୍ଭ ହୋଇଛି। ଏଥିପାଇଁ ପ୍ରତ୍ୟେକ ବିଭାଗକୁ ସ୍ବତନ୍ତ୍ର ରୋଡ୍‌ମ୍ୟାପ୍‌ ପ୍ରସ୍ତୁତ କରିବାକୁ କୁହାଯିବା ସହିତ ବଜେଟ ବ୍ୟୟ ଅଟକଳକୁ ସମୟ ଭିତରେ ସାରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହାକୁ ନେଇ ରାଜ୍ୟ ସରକାର ମହିଳାଙ୍କୁ ସ୍ବାବଲମ୍ବୀ କରିବାକୁ ଯାଇ ‘ସୁଭଦ୍ରା’ ଯୋଜନା କାର୍ଯ୍ୟକାରୀ କରିଥିବାବେଳେ କୃଷକଙ୍କ ଲାଗି ଇନ୍‌ପୁଟ ସବ୍‌ସିଡି ଏବଂ ୮୦ବର୍ଷରୁ ଊର୍ଦ୍ଧ୍ୱ ବୃଦ୍ଧା/ବୃଦ୍ଧଙ୍କୁ ୩,୫୦୦ଟଙ୍କା ଭତ୍ତା ଭଳି ଯୋଜନା କାର୍ଯ୍ୟକାରୀ କରାଯାଇଛି। ତେବେ ୨୪ରେ ଅନୁଷ୍ଠିତ ହେବାକୁ ଥିବା ରାଜ୍ୟ କ୍ୟାବିନେଟରେ ସରକାର ରାଜ୍ୟବାସୀଙ୍କ ବିକାଶକୁ ଦୃଷ୍ଟିରେ ରଖି କେଉଁଭଳି ପ୍ରସ୍ତାବକୁ ଅନୁମୋଦନ କରାଯାଉଛି, ତାହା ଦେଖିବାକୁ ରହିଛି।

Dharitri – The Largest & Most Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ନେତାଙ୍କୁ ଆକ୍ରମଣ

ଆସିକା,୨୮।୯: ଗଞ୍ଜାମ ଜିଲା ହରିଡ଼ାପଦର ଭାଜପା ମଣ୍ଡଳ ସଭାପତିଙ୍କୁ ସୋମବାର ରାତିରେ ଆକ୍ରମଣ କରାଯାଇଛି। ମଣ୍ଡଳ ସଭାପତି ନିଜ ଗାଁ ଗୌଡ଼ଗୋଠ ଫେରୁଥିବା ବେଳେ କମାଶାସନ ନିକଟରେ…

କଙ୍କଡ଼ା ଧରୁଥିଲେ ମଦନ, ମାଡ଼ିବସିଲା କୁମ୍ଭୀର: ଆଉ ତା’ପରେ…

ରାଜନଗର, ୨୮।୯ (ଭାସ୍କର ରାଉତରାୟ): କଙ୍କଡ଼ା ଧରୁଥିବା ବେଳେ ଜଣେ ବୃଦ୍ଧଙ୍କୁ ମାଡ଼ି ବସିଲା ବିରାଟକାୟ କୁମ୍ଭୀର। କୁମ୍ଭୀର ଆକ୍ରମଣରେ ତାଙ୍କ ଡାହାଣ ଗୋଡ଼ ଗୁରୁତର ଭାବେ…

ଲଜ୍‌ରୁ ମିଳିଲା ଦମ୍ପତିଙ୍କ ମୃତଦେହ

କୋରାପୁଟ,୨୮ା୯(ଅମିତାଭ ବେହେରା): କୋରାପୁଟ ସହରସ୍ଥିତ ଏକ ଲଜ୍‌ରୁ ଦମ୍ପତିଙ୍କ ମୃତଦେହ ଜବତ ହୋଇଛି। ମୃତକମାନେ ଦାମନଯୋଡ଼ି ସେକ୍ଟର-୩ ଅଞ୍ଚଳର ବିଜୟ ଡାକୁଆ ଓ ତାଙ୍କ ସ୍ତ୍ରୀ ବିଜୟଲକ୍ଷ୍ମୀ।…

ହୀରାକୁଦର ୩୦ ଗେଟ୍‌ ଖୋଲିଲା

ସମ୍ବଲପୁର,୨୮ା୯(ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରକୁ ବନ୍ୟାଜଳ ପ୍ରବେଶ ପରିମାଣ ହଠାତ୍‌ ୬ ଲକ୍ଷ ଘନଫୁଟ୍‌ରୁ ଊର୍ଦ୍ଧ୍ୱରେ ପହଞ୍ଚିବା ପରେ ସୋମବାର ପୁଣି ୨ଟି ସ୍ଲୁଇସ୍‌ ଗେଟ୍‌କୁ ଖୋଲି…

କେନ୍ଦୁଝର ବହୁ ଚର୍ଚ୍ଚିତ ଷ୍ଟ୍ରିଟ ଲାଇଟ୍‌ ଦୁର୍ନୀତି ମାମଲା: ବିଦ୍ୟୁତ୍‌ ବିଭାଗର ୩ ଯନ୍ତ୍ରୀ କଲେ ଆତ୍ମସମର୍ପଣ

କେନ୍ଦୁଝର,୨୮।୯(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ବହୁ ଚର୍ଚ୍ଚିତ ଷ୍ଟ୍ରିଟ ଲାଇଟ୍‌ ଦୁର୍ନୀତି ମାମଲାରେ ୩ଜଣ ଯନ୍ତ୍ରୀ ଆତ୍ମସମର୍ପଣ କରିଛନ୍ତି। ସୋମବାର କେନ୍ଦୁଝର ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟରେ ବିଦ୍ୟୁତ୍‌…

ମହାନଦୀ ଜଳ ବିବାଦକୁ ନେଇ AG ପୀତାମ୍ବର ଆଚାର୍ଯ୍ୟଙ୍କ ବଡ଼ ସୂଚନା, କହିଲେ…

ଭୁବନେଶ୍ୱର,୨୮।୯: ମହାନଦୀ ଜଳ ବିବାଦ ସମାଧାନକୁ ନେଇ AG ପୀତାମ୍ବର ଆଚାର୍ଯ୍ୟ ସୋମବାର ଏକ ବଡ଼ ସୂଚନା ଦେଇଛନ୍ତି। ମହାନଦୀ ଜଳ ବିବାଦ ସମାଧାନ ନେଇ ଏକ…

UPI ଚାର୍ଜ ଉପରେ ରୋକ ଲଗାଇବା ନେଇ ସୁପ୍ରିମକୋର୍ଟ ନେଲେ ଏହି ନିଷ୍ପତ୍ତି: RBI, କେନ୍ଦ୍ରକୁ…

ନୂଆଦିଲ୍ଲୀ,୨୮।୯: ୨ ହଜାର ଟଙ୍କାରୁ ଅଧିକ UPI ପେମେଣ୍ଟ ଉପରେ ୦.୪ ପ୍ରତିଶତ MDR (Merchant Discount Rate) ଲାଗୁ କରାଯିବାକୁ ଚ୍ୟାଲେଞ୍ଜ କରି ଦାଏର ହୋଇଥିବା…

ଜନ୍ମ ହେଉ ହେଉ ମିଳିଲା ୨୨ କ୍ୟାରେଟର ସୁନା ମୁଦି; ନିଜ ହାତରେ ପିନ୍ଧାଇଲେ ମୁଖ୍ୟମନ୍ତ୍ରୀ, କିଏ ଏହି..

ଚେନ୍ନାଇ,୨୮ା୯: ତାମିଲନାଡୁ ମୁଖ୍ୟମନ୍ତ୍ରୀ ସି. ଜୋସେଫ ବିଜୟ ନିଜର ଏକ ନିର୍ବାଚନୀ ପ୍ରତିଶ୍ରୁତି ପୂରଣ କରି ନବଜାତ ଶିଶୁଙ୍କ ପାଇଁ ‘ଥାଇମାମନ୍ ଥଙ୍ଗା ମୋଥିରମ୍ ଥିଟ୍ଟମ୍’(Thaimaman Thanga…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?