ରାଜ୍ୟ କ୍ୟାବିନେଟ୍‌ରେ ୭ ପ୍ରସ୍ତାବକୁ ଅନୁମୋଦନ

ଭୁବନେଶ୍ୱର,୧୪ା୮(ରବିନାରାୟଣ ଜେନା): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ବୁଧବାର ରାଜ୍ୟ କ୍ୟାବିନେଟ ୬ଟି ବିଭାଗର ୭ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ ଅନୁମୋଦନ ଦେଇଛି। ତଦନୁଯାୟୀ ଓଡ଼ିଶାରେ ନର୍ସିଂ ଶିକ୍ଷାକୁ ସୁଦୃଢ଼ କରିବା ଉଦ୍ଦେଶ୍ୟରେ ଓଡ଼ିଶା ନର୍ସିଂ ଏଜୁକେଶନ, ସର୍ଭିସ୍‌ ରୁଲ୍ସ-୨୦୨୫ ଗଠନ ପାଇଁ ନିଷ୍ପତ୍ତି ନିଆଯାଇଛି। ଏହାସହ ରାଜ୍ୟର ୭ ମେଡିକାଲ କଲେଜ ଓ ହସ୍ପିଟାଲରେ ୭ ନୂଆ ନର୍ସିଂ କଲେଜ ଖୋଲାଯିବ। ସେହିପରି ସମ୍ବଲପୁରକୁ ୨୪ ଘଣ୍ଟିଆ ଜଳ ଯୋଗାଣ ବ୍ୟବସ୍ଥା, ଭୁବନେଶ୍ୱରରେ ପୂର୍ବ ଭାରତର ପ୍ରଥମ ବିଶ୍ବସ୍ତରୀୟ ବିମାନ ରକ୍ଷଣାବେକ୍ଷଣ, ମରାମତି ଓ ନବୀକରଣ (ଏମ୍‌ଆର୍‌ଓ) ସୁବିଧା ସ୍ଥାପନ, କୃଷକଙ୍କୁ ଉତ୍ପାଦର ଉଚିତ ମୂଲ୍ୟ ଓ ଉତ୍ତମ ସୁବିଧା ଯୋଗାଇଦେବା ଉଦ୍ଦେଶ୍ୟରେ ପ୍ରଥମ ପର୍ଯ୍ୟାୟରେ ରାଜ୍ୟର ୩୮ଟି ମଣ୍ଡିକୁ ମଡେଲ ମଣ୍ଡି ଭାବରେ ବିକଶିତ କରାଯିବା, ସହରରେ ଏଲ୍‌ଇଡି ଷ୍ଟ୍ରିଟ୍‌ ଲାଇଟ୍‌ର ସୁବ୍ୟବସ୍ଥା କରିବାକୁ ନିଷ୍ପତ୍ତି ନିଆଯାଇଛି।

ବୁଧବାର ଲୋକସେବା ଭବନରେ ମଧ୍ୟାହ୍ନ ୧୨ଟାରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ୍‌ ବୈଠକ ପରେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ଖବରଦାତା ସମ୍ମିଳନୀରେ କହିଛନ୍ତି, ରାଜ୍ୟ କ୍ୟାବିନେଟ୍‌ ଓଡ଼ିଶା ନର୍ସିଂ ଶିକ୍ଷା, ସେବା ନିୟମ-୨୦୨୫ ପ୍ରସ୍ତୁତି ପ୍ରସ୍ତାବକୁ ଅନୁମୋଦନ ଦେଇଛି। ଏହାଦ୍ୱାରା ରାଜ୍ୟରେ ନର୍ସିଂ ସେବା ତ୍ୱରାନ୍ବିତ ହୋଇପାରିବ। ବର୍ତ୍ତମାନ ରାଜ୍ୟରେ ୮ଟି ସରକାରୀ ନର୍ସିଂ କଲେଜ ଓ ୨୧ଟି ଏଏନ୍‌ଏମ୍‌ ପ୍ରଶିକ୍ଷଣ କେନ୍ଦ୍ର ଚାଲୁଛି। ରାଜ୍ୟରେ ଥିବା ୭ ମେଡିକାଲ କଲେଜ ଓ ହସ୍ପିଟାଲ ପରିସରରେ କେନ୍ଦ୍ରୀୟ ପ୍ରାୟୋଜିତ ୭ଟି ନୂତନ ନର୍ସିଂ କଲେଜ ଖୋଲିବା ପ୍ରକ୍ରିୟା ଜାରି ରହିଛି। ଏନେଇ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଆସିଥିବା ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ୍‌ ଅନୁମୋଦନ ଦେଇଛି। ସେ ପୁଣି କହିଛନ୍ତି,୨୦୨୫ ଓଡ଼ିଶା ନର୍ସିଂ ଶିକ୍ଷା ସେବା କ୍ୟାଡର ଗଠନ ହେବା ଦ୍ୱାରା ଖାଲିପଡ଼ିଥିବା ମୂଳ ଟ୍ୟୁଟର ପଦବୀଗୁଡ଼ିକୁ ପୂରଣ କରାଯାଇପାରିବ ଏବଂ ଯୋଗ୍ୟ ଅଧ୍ୟାପକମାନଙ୍କୁ ପରବର୍ତ୍ତୀ ଉଚ୍ଚ ପଦବୀକୁ ପଦୋନ୍ନତି ଦିଆଯାଇପାରିବ। ଏହାଦ୍ୱାରା ଓଡ଼ିଶାରେ ନର୍ସିଂ ଶିକ୍ଷା ଦୃଢ଼ୀଭୂତ ହୋଇପାରିବ।

ସମ୍ବଲପୁର ସହରାଞ୍ଚଳକୁ ଯୋଗାଯିବ ୨୪ ଘଣ୍ଟିଆ ବିଶୁଦ୍ଧ ପାନୀୟଜଳ

ରାଜ୍ୟର ୧୧୦ଟି ସହରାଞ୍ଚଳରେ ଲାଗିଥିବା ସାର୍ବଜନୀନ ଷ୍ଟ୍ରିଟ୍‌ ଲାଇଟ୍‌ (ଏଲ୍‌ଇଡି) ପ୍ରକଳ୍ପକୁ କାର୍ଯ୍ୟାନ୍ବୟନ କରିବା ସହିତ ସମ୍ବଲପୁର ସହରାଞ୍ଚଳବାସୀଙ୍କୁ ୨୪ ଘଣ୍ଟିଆ ବିଶୁଦ୍ଧ ପାନୀୟଜଳ ଯୋଗାଣ ଲାଗି ରାଜ୍ୟ କ୍ୟାବିନେଟ୍‌ ନିଷ୍ପତ୍ତି ନେଇଛି। ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା କହିଛନ୍ତି, ସମ୍ବଲପୁର ମହାନଗର ନିଗମ ଅଞ୍ଚଳର ବର୍ଦ୍ଧିତ ପାନୀୟଜଳ ଚାହିଦା ପୂରଣ କରିବା ପାଇଁ ଜଳ ବିଶୋଧନ କେନ୍ଦ୍ରର କ୍ଷମତାକୁ ଉନ୍ନତ କରିବା ଆବଶ୍ୟକ ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ୍‌ ଅନୁମୋଦନ ଦେଇଛି। ସମ୍ବଲପୁର ମହାନଗର ନିଗମ(ଏସ୍‌ଏମ୍‌ସି)ର ବର୍ତ୍ତମାନ ଜନସଂଖ୍ୟା ପ୍ରାୟ ୪.୭୫ ଲକ୍ଷ ଥିବା ବେଳେ ଆକଳନ ଅନୁଯାୟୀ ୨୦୪୩ ସୁଦ୍ଧା ଏହି ସଂଖ୍ୟା ପ୍ରାୟ ୭ ଲକ୍ଷ ହେବ ବୋଲି ଲକ୍ଷ୍ୟ ରହିଛି। ଏହି ସମସ୍ୟାର ସମାଧାନ ପାଇଁ ୱାଟର କର୍ପୋରେଶନ ଅଫ୍‌ ଓଡ଼ିଶା(ଓ୍ବାଟ୍‌କୋ) ମାଧ୍ୟମରେ ଗୃହ ନିର୍ମାଣ ଏବଂ ନଗର ଉନ୍ନୟନ ବିଭାଗ ଦ୍ୱାରା ପାଞ୍ଚ ବର୍ଷ ପାଇଁ ପରିଚାଳନା ଏବଂ ରକ୍ଷଣାବେକ୍ଷଣ ସହିତ ସମ୍ବଲପୁର ସହରକୁ ୨୪x୭ ଘଣ୍ଟା ଜଳଯୋଗାଣ ବ୍ୟବସ୍ଥା ସହ ପାନୀୟଜଳ ଯୋଗାଣର ଉନ୍ନତି ପ୍ରକଳ୍ପ କାର୍ଯ୍ୟକାରୀ କରାଯିବ। ଏହି ପ୍ରକଳ୍ପ ସମ୍ବଲପୁର, ହୀରାକୁଦ ଏବଂ ବୁର୍ଲା ସହରର ସମସ୍ତ ପରିବାରକୁ ୨୪x୭ ଘଣ୍ଟିଆ ପାନୀୟଜଳ ଯୋଗାଣ ବ୍ୟବସ୍ଥା ସୁନିଶ୍ଚିତ କରିବ। ସମ୍ବଲପୁର ଏବଂ ହୀରାକୁଦ ସହର ପାଇଁ ହୀରାକୁଦ ଡ୍ୟାମ୍‌ସ୍ଥିତ ସମ୍ବଲପୁର ଡିଷ୍ଟ୍ରିବ୍ୟୁଟାରି କେନାଲରେ ୧୧୦ ଏମ୍‌ଏଲ୍‌ଡି କ୍ଷମତାସମ୍ପନ୍ନ ଇନ୍‌ଟେକ୍‌ ୱେଲ୍‌ ନିର୍ମାଣ ହେବ। ମୁଖ୍ୟ ଶାସନ ସଚିବ ଆହୁଜା କହିଛନ୍ତି, ରାଜ୍ୟର ୧୧୦ ସହରାଞ୍ଚଳରେ ଏଲ୍‌ଇଡି ପ୍ରକଳ୍ପ ୨୦୨୩ରୁ କାର୍ଯ୍ୟକାରୀ ହେଉଛି। ଆଗାମୀ ଦିନରେ ଏହି ପ୍ରକଳ୍ପର କାର୍ଯ୍ୟକାରିତା ଲାଗି ୩୫୦ କୋଟି ଟଙ୍କା ଆବଶ୍ୟକ ରହିଛି। ଏହି ପାଣ୍ଠି ଯୋଗାଣ ନିମନ୍ତେ ଓଡ଼ିଶା ସହରାଞ୍ଚଳ ଭିତ୍ତିଭୂମି ବିକାଶ ପାଣ୍ଠି ନିକଟରେ ଉପଲବ୍ଧ ଥିବା ୧୫୦ କୋଟି ଟଙ୍କା ବର୍ତ୍ତମାନ ଉପଯୋଗ କରାଯାଉଛି ଏବଂ ଅବଶିଷ୍ଟ ୨୦୦ କୋଟି ଓଡ଼ିଶା ସହରାଞ୍ଚଳ ଭିତ୍ତିିଭୂମି ବିକାଶ ପାଣ୍ଠିର ନିଜସ୍ବ ପାଣ୍ଠିରେ (ମୂଳଧନ ଏବଂ ସୁଧର ପୁନରୁଦ୍ଧାର) ଉପଲବ୍ଧ ଥିବା ପାଣ୍ଠିରୁ ବ୍ୟବହାର କରିବାକୁ ରାଜ୍ୟ କ୍ୟାବିନେଟ୍‌ ଅନୁମୋଦନ ପ୍ରଦାନ କରିଛି।

ନିର୍ମାଣ ହେବ ୩୮ ମଡେଲ ମଣ୍ଡି

ଚାଷୀଙ୍କ ଧାନ ସଂଗ୍ରହକୁ ସୁବ୍ୟବସ୍ଥିତ କରିବା ଏବଂ ସ୍ବଚ୍ଛ ଉପାୟରେ ଧାନ ସଂଗ୍ରହକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ବୁଧବାର ରାଜ୍ୟ କ୍ୟାବିନେଟରେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏ ସଂକ୍ରାନ୍ତରେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା କହିଛନ୍ତି, ଗୋଟିଏ ଛାତ ତଳେ ଚାଷୀ, ବ୍ୟବସାୟୀ ଓ ଅନ୍ୟାନ୍ୟ ଭାଗୀଦାରିଙ୍କୁ ସମସ୍ତ ପ୍ରକାର ସୁବିଧା ଦେବା ନିମନ୍ତେ ରାଜ୍ୟ ସରକାର ‘ମଡେଲ ମଣ୍ଡି’ ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି। ପ୍ରଥମ ପର୍ଯ୍ୟାୟରେ ଆସନ୍ତା ୨ ବର୍ଷ ମଧ୍ୟରେ ରାଜ୍ୟରେ ୩୮ଟି ମଡେଲ ମଣ୍ଡି ସ୍ଥାପନ ହେବ। ଏଥିପାଇଁ ୩୦୦ କୋଟି ଟଙ୍କା ବ୍ୟୟ ହେବ। ନିୟନ୍ତ୍ରିତ ବଜାର କମିଟି(ଆର୍‌ଏମ୍‌ସି)ଗୁଡ଼ିକ ନିଜସ୍ବ ଅର୍ଥରୁ ୧୫୦ କୋଟି ଭରଣା କରିବାକୁ ରହିଥିବାବେଳେ ରାଜ୍ୟ ସରକାର ଅବଶିଷ୍ଟ ୧୫୦ କୋଟି ଟଙ୍କା ଯୋଗାଇଦେବେ। ଏଥିପାଇଁ ରାଜ୍ୟ ସରକାର ଚଳିତବର୍ଷ ବଜେଟରେ ୫୦ କୋଟି ଟଙ୍କାର ବ୍ୟବସ୍ଥା କରିଛନ୍ତି। ଚାଷୀଙ୍କୁ ଗୋଟିଏ ଛାତ ତଳେ ତାଙ୍କ ଉତ୍ପାଦିତ ଫସଲ ବିକ୍ରି ଓ ଉଚିତ୍‌ ମୂଲ୍ୟ ଦେବା ନିମନ୍ତେ ଡିଜିଟାଲ ପ୍ଲାଟ୍‌ଫର୍ମଠୁ ଆରମ୍ଭ କରି ଶୀତଳଭଣ୍ଡାର, ଓଜନ ସରଞ୍ଜାମ, ବହୁମୁଖୀ ଗୋଦାମ ସୁବିଧା, ବିଶ୍ରାମଗୃହ, ପରିବହନ ସୁବିଧା, ପାର୍କିଂ ଓ ଉଚ୍ଚମାନର ଯନ୍ତ୍ରପାତି ଆଦି ପ୍ରଦାନର ସୁବିଧା ଯୋଗାଇବା ଉଦ୍ଦେଶ୍ୟରେ ‘ମଡେଲ ମଣ୍ଡି’ ସ୍ଥାପନ କରାଯିବ। ରାଜ୍ୟର ସମସ୍ତ ଜିଲାରେ ଗୋଟିଏ ଲେଖାଏ ମଣ୍ଡି ସ୍ଥାପନ ନିମନ୍ତେ ଆବଶ୍ୟକ ସର୍ଭେ ଆଦି କାର୍ଯ୍ୟ ଶେଷ ହୋଇଛି। ପ୍ରଥମ ପର୍ଯ୍ୟାୟରେ ୨୦୨୫-୨୬ ଓ ୨୦୨୬-୨୭ ଆର୍ଥିକ ବର୍ଷରେ ୩୮ଟି ମଣ୍ଡି ବିକଶିତ କରାଯିବାକୁ ରହିଥିବାବେଳେ ସେଥିରେ ୧୪ଟି ବୃହତ୍‌, ୧୭ଟି ମଧ୍ୟମ ଓ ୭ଟି କ୍ଷୁଦ୍ର ମଣ୍ଡି ରହିଛି। ଏହି ମଣ୍ଡିଗୁଡ଼ିକର ନିର୍ମାଣ କାର୍ଯ୍ୟ ଓଡ଼ିଶା ରାଜ୍ୟ ସେତୁ ଓ ନିର୍ମାଣ ନିଗମ(ଓବିସିସି) ମାଧ୍ୟମରେ କରାଯିବ। ଏହି କାର୍ଯ୍ୟର ତଦାରଖ ଲାଗି ଓଡ଼ିଶା ରାଜ୍ୟ କୃଷି ବିପଣନ ପରିଷଦ(ଓସ୍‌ମା ବୋର୍ଡ) ଏକ ସେଲ୍‌ ଗଠନ କରିବ। ପରବର୍ତ୍ତୀ ସମୟରେ ଆଉ ୬୨ଟି ଏଭଳି ମଣ୍ଡି ଖୋଲିବା ଲାଗି ପ୍ରକ୍ରିୟା ଜାରି ରହିଛି ବୋଲି ମୁଖ୍ୟ ଶାସନ ସଚିବ ଆହୁଜା କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସ୍କୁଲରେ ଝିଅମାନଙ୍କ ପାଇଁ ଅଲଗା ଶୌଚାଳୟ, ସାନିଟାରୀ ପ୍ୟାଡ ରହିବା ଜରୁରୀ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୩୦।୧: ସୁପ୍ରିମକୋର୍ଟ ସ୍କୁଲରେ ଝିଅମାନଙ୍କ ପାଇଁ ପୃଥକ ଶୌଚାଳୟ ଏବଂ ସାନିଟାରୀ ପ୍ୟାଡ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଜାରି କରିଛନ୍ତି। ସୁପ୍ରିମକୋର୍ଟ ସମସ୍ତ ସରକାରୀ ଏବଂ…

ବିମାନକୁ ବୋମା ପକାଇ ଉଡ଼ାଇ ଦେବାକୁ ଧମକ,ଟିସ୍ୟୁ ପେପରରେ ଏମିତି ଲେଖା ଦେଖି..

ନୂଆଦିଲ୍ଲୀ,୩୦ା୧: ବିମାନ କମ୍ପାନୀଗୁଡ଼ିକ ବାରମ୍ବାର ବୋମା  ଏବଂ ଅପହରଣ ଧମକ ପାଉଛନ୍ତି। ଏହି ସମୟରେ ଶୁକ୍ରବାର କୁଏତ୍‌ରୁ ଦିଲ୍ଲୀ ଆସୁଥିବା ଏକ ଇଣ୍ଡିଗୋ ବିମାନକୁ ବୋମା ପକାଇ…

ନିମ୍ନ ୧୦% ଲୋକଙ୍କ ବଢ଼ୁଛି ଖର୍ଚ୍ଚ କରିବା ଶକ୍ତି: ଭାରତରେ ହ୍ରାସ ପାଉଛି ଧନୀ-ଦାରିଦ୍ର୍ୟ ଅସମାନତା

ନୂଆଦିଲ୍ଲୀ,୩୦।୧: ଭାରତରେ ଗରିବ ଓ ଧନୀଙ୍କ ମଧ୍ୟରେ ଥିବା ବ୍ୟବଧାନ ଧୀରେ ଧୀରେ ହ୍ରାସ ପାଉଛି। ସଂସଦରେ ଆଗତ ୨୦୨୫-୨୬ ଆର୍ଥିକ ସର୍ଭେ ରିପୋର୍ଟରେ ଏହି ଖୁଲାସା…

ସୁନା ବଜାରରେ ଐତିହାସିକ ହଲଚଲ: ଗୋଟିଏ ଦିନରେ ଭାରତ ଅର୍ଥନୀତିଠାରୁ ଅଧିକ ଟଙ୍କାର କାରବାର

ନୂଆଦିଲ୍ଲୀ,୩୦।୧: ବିଶ୍ୱ ବଜାରରେ ସୁନା ମୂଲ୍ୟ ଚଳିତ ସପ୍ତାହରେ ଅଭୂତପୂର୍ବ ସ୍ଥିତିର ସାମ୍ନା କରିଛି। କ୍ୟାପିଟାଲ ମାର୍କେଟ ପ୍ଲାଟଫର୍ମ ‘ଦି କୋବେସି ଲେଟର’ ବିଶ୍ଳେଷଣ ଅନୁଯାୟୀ, ସୁନାର…

ବଢ଼ୁଛି ବିଶ୍ୱ ତାପମାତ୍ରା: ସବୁଠାରୁ ଅଧିକ ପ୍ରଭାବିତ ହେବ ଭାରତ

ନୂଆଦିଲ୍ଲୀ,୩୦।୧: ଜଳବାୟୁ ପରିବର୍ତ୍ତନ କାରଣରୁ ଗଭୀର ପ୍ରଭାବିତ ହେବ ଭାରତ। ତାପମାତ୍ରା ବୃଦ୍ଧି ଯୋଗୁଁ ଆଗାମୀ ଦଶନ୍ଧିମାନଙ୍କରେ ବିଶ୍ୱର କୋଟି କୋଟି ଲୋକ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହର…

ବିଧାୟକଙ୍କ ଦରମା ବୃଦ୍ଧି ବିଲ୍‌ର ହୋଇପାରେ ପୁନଃବିଚାର

ଭୁବନେଶ୍ୱର,୩୦ା୧: ବିଧାୟକଙ୍କ ଦରମା ବୃଦ୍ଧି ବିଲ୍‌ ଉପରେ ଆସନ୍ତା ଅଧିବେଶନରେ ପୁନଃବିଚାର ହୋଇପାରେ। ଏନେଇ ସୂଚନା ଦେଇଛନ୍ତି କମିଟି ଅଧ୍ୟକ୍ଷ ଭାସ୍କର ମଢ଼େଇ। ସେ କହିଛନ୍ତି, ପୁନଃବିଚାର…

ହଠାତ୍‌ ହଜାର ହଜାର ଟଙ୍କା କମିଗଲା ସୁନା ଦର: ରୁପା ଦର୍‌ରେ ବି ଲାଗିଲା ବ୍ରେକ୍‌

ନୂଆଦିଲ୍ଲୀ,୩୦।୧: କ୍ରମାଗତ ଭାବରେ ବୃଦ୍ଧି ପାଉଥିବା ସୁନା ଏବଂ ରୁପା ମୂଲ୍ୟରେ ବ୍ରେକ୍‌ ଲାଗିଛି। ୧୦ ଗ୍ରାମ ୨୪ କ୍ୟାରେଟ ସୁନାର ମୂଲ୍ୟ ପ୍ରାୟ ୮,୦୦୦ ହ୍ରାସ…

Featured Video Play Icon

ମହାତ୍ମା ଗାନ୍ଧୀ: ସତ୍ୟର ସାହସ ଏବଂ ଅହିଂସାର ଅତୁଟ ଆସ୍ଥା

ସତ୍ୟ ଓ ଅହିଂସାର ଶକ୍ତିରେ ସାରା ଦେଶକୁ ଏକତାର ସୂତ୍ରରେ ବାନ୍ଧିଥିବା ମହାତ୍ମା ଗାନ୍ଧୀଙ୍କ ଜୀବନ ଥିଲା ଅତି ସରଳ। ତାଙ୍କ ହାତରେ ନା ଥିଲା ଅସ୍ତ୍ର,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri