Posted inରାଜ୍ୟ

ସତର୍କ କଲା ପାଣିପାଗ ବିଭାଗ, ଆହୁରି ୫ଦିନ ଘଡ଼ଘଡ଼ି ସହ ବର୍ଷା

ଭୁବନେଶ୍ୱର,୧୭।୩(ବନ୍ଦନା ସେଠୀ): ପୂର୍ବଭାରତ ଉପରେ ରହିଥିବା ଉପ-ଉଷ୍ମକଟୀବନ୍ଧୀୟ (ସବ୍‌ଟ୍ରପିକାଲ୍‌) ପଶ୍ଚିମୀ ଜେଟ୍‌ ଷ୍ଟ୍ରିମ୍‌ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ଅନୁଭୂତ ହେଉଛି। ରାଜ୍ୟରେ ଆସନ୍ତା ୫ଦିନ ଧରି ଘଡ଼ଘଡ଼ି ଓ ବର୍ଷା ପବନ ସହିତ କୁଆପଥର ବର୍ଷା ହେବାର ସମ୍ଭାବନା ରହିଛି। ସେହିପରି ୭ଦିନ ପର୍ଯ୍ୟନ୍ତ କାଁଭାଁ ସ୍ଥାନରେ ବର୍ଷା ଅନୁଭୂତ ହେବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ନିର୍ଦ୍ଦେଶିକା ଡ. ମନୋରମା ମହାନ୍ତି ସୂଚନା ଦେଇଛନ୍ତି।

ସୋମବାର ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହୋଇଛି। ବିଶେଷକରି ମୟୂରଭଞ୍ଜ ଜିଲାର ବିଭିନ୍ନ ସ୍ଥାନରେ ବର୍ଷା ସହ ବିଜୁଳି ଘଡ଼ଘଡ଼ି ଓ କୁଆପଥର ବର୍ଷା ହୋଇଥିବା ଦେଖିବାକୁ ମିଳିଛି। ଅନୁଗୋଳ ଜିଲାର କେତେକ ସ୍ଥାନରେ ବର୍ଷା ସହିତ କୁଆପଥର ବର୍ଷା ହୋଇଛି।
ବିଭାଗ ପକ୍ଷରୁ ମିଳିଥିବା ତଥ୍ୟ ଅନୁଯାୟୀ, ମୟୂରଭଞ୍ଜ ଜିଲାର ମୁରୁଡ଼ାରେ ସର୍ବାଧିକ ୫୫ମି.ମି ବର୍ଷା ହୋଇଥିବା ରେକର୍ଡ କରାଯାଇଛି। ସେହିପରି ମୟୂରଭଞ୍ଜର ବେତନଟିରେ ୫୦ ମି.ମି., ଜି.ବି.ନଗରରେ ୪୪ ମି.ମି., ବାଲିମୁଣ୍ଡଳୀରେ ୪୦.୮ ମି.ମି., ଯଶୀପୁରରେ ୩୭.୫ମି.ମି. ବର୍ଷା ହୋଇଛି।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ବଙ୍ଗଳାରେ ଭାଜପାର ପ୍ରଚଣ୍ଡ ବିଜୟ ପରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ବଡ଼ ଘୋଷଣା: କହିଲେ ଓଡ଼ିଶାରେ …

ଭୁବନେଶ୍ୱର,୫।୫: ରାଜନୀତିରେ ବିଜୟ ଏବଂ ପରାଜୟ କେବଳ କ୍ଷମତା ପରିବର୍ତ୍ତନ ପର୍ଯ୍ୟନ୍ତ ସୀମିତ ନୁହେଁ; ଏହାର ପ୍ରଭାବ ସାଧାରଣ ଲୋକଙ୍କ ଉପରେ ପଡ଼େ। ପଶ୍ଚିମବଙ୍ଗରେ ଭାଜପାର ବିଜୟ…

ପାଖେଇ ଆସୁଛି ମହାପ୍ରଭୁଙ୍କ ରଥଯାତ୍ରା: ସିସିଟିଭି ନଜରରେ ରହିବ ବଡ଼ଦାଣ୍ଡ

ପୁରୀ,୫।୫: ପାଖେଇ ଆସୁଛି ମହାପ୍ରଭୁଙ୍କ ପବିତ୍ର ରଥଯାତ୍ରା। ରଥଯାତ୍ରା ପ୍ରସ୍ତୁତି ନେଇ ପୁରୀ ଏସ୍‌ପି ପ୍ରତୀକ ସିଂହ ମଙ୍ଗଳବାର ଏକ ବଡ଼ ସୂଚନା ଦେଇଛନ୍ତି। ଶୃଙ୍ଖଳିତ ଏବଂ…

୨ ମାଟ୍ରିକ ପଢୁଆ ଛାତ୍ରୀଙ୍କୁ ଅପହରଣ, ଘରେ ପଡ଼ିଛି ଭାଳେଣି: ଖୋଜୁଛି ପୋଲିସ

ଦିଗପହଣ୍ଡି,୫।୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅଧିନ ଏକ ଗାଁର ଜଣେ ମାଟ୍ରିକ ପଢୁଥିବା ଛାତ୍ରୀ(୧୬)ଙ୍କୁ ଅପହରଣ କରାଯାଇଥିବା ଅଭିଯୋଗ ହୋଇଛି। ଏନେଇ ଛାତ୍ରୀଙ୍କ…

ଭଞ୍ଜନଗର ଯାତ୍ରାରେ ଜମୁଛି ଭିଡ: ସରକାରଙ୍କ ଦ୍ୱାରା ହେବ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ

ଭଞ୍ଜନଗର,୫।୫(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଠାକୁରାଣୀ ଯାତ୍ରାରେ ଦିନକୁ ଦିନ ଭିଡ ଜମୁଛି। ମଙ୍ଗଳବାର ଯାତ୍ରା ୧୦ ଦିନରେ ପହଞ୍ଚିଛି। ସହର ଅପେକ୍ଷା ଗ୍ରାମାଞ୍ଚଳ ଲୋକ…

ପଶ୍ଚିମବଙ୍ଗରେ କିଏ ଧରିବ ମଙ୍ଗ? ଶାହାଙ୍କ ସହ ମୋହନଙ୍କୁ ଗୁରୁଦାୟିତ୍ୱ ଦେଲା ଭାଜପା

ନୂଆଦିଲ୍ଲୀ/ଭୁବନେଶ୍ୱର,୫।୫: ଭାରତୀୟ ଜନତା ପାର୍ଟିର ସଂସଦୀୟ ବୋର୍ଡ ମଙ୍ଗଳବାର ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଚୟନ ନେଇ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କୁ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଭାବରେ ନିଯୁକ୍ତ…

ଇରାନୀ ଡ୍ରୋନ ଆକ୍ରମଣରେ ୩ ଭାରତୀୟ ଆହତ ଘଟଣାକୁ ନେଇ ଚେତାବନୀ ଜାରି କଲା ଦେଶ

ନୂଆଦିଲ୍ଲୀ,୫।୫: ପଶ୍ଚିମ ଏସିଆର ପରିସ୍ଥିତି ଏପର୍ଯ୍ୟନ୍ତ ସ୍ବାଭାବିକ ହୋଇନାହିଁ। ସୋମବାର (ମେ ୪) ଦିନ, ୟୁଏଇର ଫୁଜୈରାହ ପେଟ୍ରୋଲିୟମ ଇଣ୍ଡଷ୍ଟ୍ରିଜ ଜୋନ (FOIZ) ରେ ଡ୍ରୋନ ଆକ୍ରମଣ…

ଦାଦନ ଖଟିବାକୁ କେରଳ ଯାଇଥିଲେ ଅଭିମନ୍ୟୁ, ପାଲଟିଲେ ଶବ

ଚିକିଟି,୫।୫(ପ୍ରକାଶ ଚନ୍ଦ୍ର ସାହୁ): କେରଳସ୍ଥିତ ଥିରୁଭାନନ୍ତପୁରମ ଅଞ୍ଚଳରେ ଏକ ଘରୋଇ କମ୍ପାନୀରେ କାମ କରୁଥିବା ଓଡ଼ିଆ ଶ୍ରମିକଙ୍କ ରବିବାର ମୃତ୍ୟୁ ଘଟିଛି l ସେ ହେଲେ ଗଞ୍ଜାମ…

ବୈତରଣୀ ନଦୀ କୂଳରୁ ବୃଦ୍ଧାଙ୍କ ମୃତଦେହ ଉଦ୍ଧାର, ସୋମବାରଠୁ ଥିଲେ ନିଖୋଜ

ପାଟଣା,୫ା୫(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା ଅନ୍ତର୍ଗତ କେନ୍ଦୁଯୋଡା ଗ୍ରାମ ନିକଟସ୍ଥ ବୈତରଣୀ ନଦୀ କୂଳରୁ ମଙ୍ଗଳବାର ଜଣେ ବୃଦ୍ଧାଙ୍କ ମୃତଦେହ ଉଦ୍ଧାର ହୋଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri