ଭୁବନେଶ୍ବର,୧୨ା୮: ରାଜ୍ୟ କ୍ୟାବିନେଟ୍ରେ ବୁଧବାର ୬ ବିଭାଗର ୧୦ଟି ପ୍ରସ୍ତାବ ଉପରେ ମୋହର ବାଜିଛି । ବୈଠକ ପରେ ସୂଚନା ଦେଲେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ।
ଅଫିସ୍ କାର୍ଯ୍ୟ ପେପରଲେସ୍ କରିବାକୁ ପ୍ରସ୍ତାବ ପାରିତ ହୋଇଛି । ବ୍ଲକ ସ୍ତର ପର୍ଯ୍ୟନ୍ତ ଅଫିସ୍ କାର୍ଯ୍ୟ ପେପରଲେସ୍ କରିବାକୁ ନିଷ୍ପତ୍ତି । ସେମି କଣ୍ଡକ୍ଟର ନୀତିର ତୃତୀୟ ସଂଶୋଧନକୁ ମଞ୍ଜୁରୀ । ସେହିପରି OSWAS-2.O କାର୍ଯ୍ୟକାରିତା ପାଇଁ ନିଷ୍ପତ୍ତି ହୋଇଛି ।
ଅନ୍ୟପଟେ ଅସହାୟ ଶିଶୁଙ୍କ ପାଇଁ ‘ଯଶୋଦା’ ଓ ‘ଆଶୀର୍ବାଦ’ ଯୋଜନା ଜାରି ରହିବ । ଏହି ୨ ଯୋଜନା ପାଇଁ କ୍ୟାବିନେଟ୍ରେ ୨୯୬.୯୯ କୋଟି ଅନୁମୋଦିତ ହୋଇଛି । ପାର୍ବତୀ ଗିରି ମେଗା ଉଠାଜଳସେଚନ ପ୍ରକଳ୍ପକୁ ମଞ୍ଜୁରୀ । ଜଳାଶୟ ଓ କ୍ଷୁଦ୍ର ଉଠା ଜଳସେଚନ ପ୍ରକଳ୍ପ ପାଇଁ ୩୮୯ କୋଟି ମଞ୍ଜୁର ହୋଇଛି । ISM 2.O ସହ ସମନ୍ବୟ ରକ୍ଷା କରି ସେମି କଣ୍ଡକ୍ଟ ନିର୍ମାଣ ନିଷ୍ପତ୍ତି । ଯୋଗ୍ୟ ପୁଞ୍ଜି ଖର୍ଚ୍ଚର ୨୫% ଅତିରିକ୍ତ ସହାୟତା ରାଜ୍ୟ ବହନ କରିବ । ବୈଠକରେ ଶକ୍ତି ବିଭାଗର ୨ଟି ପ୍ରସ୍ତାବ ପାରିତ ହୋଇଛି ।