ରାଜ୍ୟସ୍ତରୀୟ ଆଥେଲେଟିକ ଚାମ୍ପିୟନଶିପ୍‌: ସୁମତୀ-ଜୁନେସଙ୍କୁ ତୃତୀୟ ସ୍ବର୍ଣ୍ଣ

ଅମରପାଲି,୧୫।୧୧(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ସେରେଗେଡ଼ା ସରକାରୀ ୟୁପି ସ୍କୁଲର ଅଷ୍ଟମ ଶ୍ରେଣୀ ଛାତ୍ରୀ ସୁମତୀ ରାଜହଂସ ଓ ଉଲୁଣ୍ଡା ବ୍ଲକ ଅନ୍ତର୍ଗତ ସିଣ୍ଢୋଲ ହାୟର ସେକେଣ୍ଡାରୀ ସ୍କୁଲର ଜୁନେସ ନନ୍ଦ ରାଜ୍ୟ ସ୍ତରୀୟ ଆଥେଲେଟିକ ଚାମ୍ପିୟନସିପ ରେ ବ୍ୟକ୍ତିଗତ ଭାବେ ତୃତୀୟ ସ୍ବର୍ଣ୍ଣ ପଦକ ହାସଲ କରି ଜିଲା ପାଇଁ ଗୌରବ ଆଣିଛନ୍ତି।
ବାଲେଶ୍ୱରର ଖ୍ରୀଷ୍ଟିଆନ ହାଇସ୍କୁଲରେ ଚଳିତ ୧୧ ତାରିଖରୁ ୧୫ ତାରିଖ ପର୍ଯ୍ୟନ୍ତ ହେଉଛି ରାଜ୍ୟସ୍ତରୀୟ ଆଥେଲେଟିକ ଚାମ୍ପିୟନଶିପ। ଏହି କ୍ରୀଡାର ତୃତୀୟ ଦିବସରେ ସୁମତୀ ୧୪ ବର୍ଷରୁ କମ ବାଳିକା ବର୍ଗର ୪ଶହ ମିଟର ଦୌଡରେ ପ୍ରଥମ ହୋଇ କରି ସର୍ଣ୍ଣ ପଦକ ହାସଲ କରିଛନ୍ତି। ସୁମତୀ ଏହି କ୍ରୀଡାର ପ୍ରଥମ ଦିବସରେ ନିଜ ବର୍ଗର ୬ଶହ ମିଟର ଦୌଡରେ ସ୍ବର୍ଣ୍ଣ ହାସଲ କରିଥିବା ବେଳେ ଦିତୀୟ ଦିବସରେ ୨ଶହ ମିଟର ଦୌଡ ରେ ମଧ୍ୟ ସର୍ଣ୍ଣ ପଦକ ହାସଲ କରିଛନ୍ତି। ସୁବର୍ଣ୍ଣପୁର ଜିଲାର ପ୍ରାୟ ୩୦ ଜଣ ପ୍ରତିଯୋଗୀ ଏହି କ୍ରୀଡାରେ ଅଂଶ ଗ୍ରହଣ କରିଥିବାବେଳେ ସୁମତୀ ତିନୋଟି ଇଭେଣ୍ଟରେ ଅଂଶ ଗ୍ରହଣ କରି ସବୁ ପ୍ରତିଯୋଗିତାରେ ପ୍ରଥମ ହୋଇ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି।
ସୁମତୀଙ୍କ ବାପା ମାନଭଞ୍ଜନ ରାଜହଂସ ଓ ମାଆ କେତକୀ ରାଜହଂସ ଦିନ ମଜୁରିଆ ଅଟନ୍ତି। ସେହିପରି ଜୁନେସ ନନ୍ଦ ଏହି କ୍ରୀଡା ଚାମ୍ପିଅନସିପ ର ତୃତୀୟ ଦିବସରେ ୧୭ ବର୍ଷରୁ କମ ବାଳକ ବର୍ଗର ୧୫ ଶହ ମିଟର ଦୌଡ ପ୍ରତିଯୋଗୀତାରେ ପ୍ରଥମ ହୋଇ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି। ଜୁନେସ ପ୍ରଥମ ଦିବସରେ ନିଜ ବର୍ଗର ୩ ହଜାର ମିଟର ଦୌଡ଼ ରେ ପ୍ରଥମ ହୋଇ ସ୍ବର୍ଣ୍ଣ ପଦକ ହାସଲ କରିଥିବାବେଳେ ଦ୍ୱିତୀୟ ଦିବସରେ ୮ ଶହ ମିଟର ଦୌଡରେ ପ୍ରଥମ ହୋଇ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି। ଏବେ ସୁମତୀ ଓ ଜୁନେସଙ୍କ ଏହି ସଫଳତାରେ ନିଜ ସ୍କୁଲର ସାଙ୍ଗସାଥି, ଶିକ୍ଷୟିତ୍ରୀ ଓ ଶିକ୍ଷକଙ୍କ ସମେତ ଅଞ୍ଚଳର ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟୁଛି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ମହାପ୍ରଭୁଙ୍କ ଜମିର ଧାନବିକ୍ରି ପଞ୍ଜୀକରଣକୁ ନା: ଏବେଠାରୁ ଘାରିଲାଣି ଧାନବିକ୍ରି ଚିନ୍ତା

ବରଗଡ଼,୧୯।୩(ପ୍ରେମାନନ୍ଦ ଖମାରୀ): ରବିଧାନ ସଂଗ୍ରହ ପ୍ରକ୍ରିୟା ପାଇଁ ଚାଷୀଙ୍କ ଧାନବିକ୍ରି ପଞ୍ଜୀକରଣ ଚାଲିଛି। ଶୁକ୍ରବାର ଏଥିପାଇଁ ଆବେଦନ ଅବଧି ସରିଯିବ। ଅନ୍ୟପଟେ ବରଗଡ଼ ଜିଲାର ଅନେକ ଚାଷୀ…

ପୁରାଣ କଥାରେ ସୃଷ୍ଟିତତ୍ତ୍ୱ

ଆମ ଦେଶରେ ଆମେ ଯେତେବେଳେ ସୃଷ୍ଟିର ପୌରାଣିକ କଥା ସମ୍ପର୍କରେ ବିଚାର କରୁ, ସେତେବେଳେ ସଂସ୍କୃତ କାହାଣୀ ଉପସ୍ଥାପନ କରିଥାଉ। ବିଶେଷକରି ବିଷ୍ଣୁ ଅନନ୍ତନାଗ ଉପରେ ଶୟନ…

୫ଦିନ ଝଡ଼ବର୍ଷା, କୁଆପଥର ମାଡ଼: ସତର୍କ ସୂଚନା ଜାରି

ଭୁବନେଶ୍ୱର,୧୯ା୩(ଅନୁରାଧା ମହାରଣା):ରାଜ୍ୟରେ କାଳବୈଶାଖୀ ପ୍ରଭାବରେ ବିଭିନ୍ନ ଜିଲାରେ ବର୍ଷା ସହ ଝଡପବନ ହେଉଥିବା ବେଳେ ଆଗାମୀ ୫ ଦିନ ଯାଏ ଏପରି ସ୍ଥିତି ଜାରି ରହିବ। ଏନେଇ…

‘ଏସ୍‌ଓପି’ ନ ମାନିଲେ ଦରମା ବନ୍ଦ: ସବୁ ବିଭାଗକୁ ତାଗିଦ୍‌, ଛଟେଇ ପ୍ରକ୍ରିୟା ଆରମ୍ଭ…

ଭୁବନେଶ୍ୱର,୧୯ା୩ (ରବିନାରାୟଣ ଜେନା):ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗରେ କାର୍ଯ୍ୟରତ ପରାମର୍ଶଦାତାଙ୍କ ଛଟେଇ ପ୍ରକ୍ରିୟା ଆରମ୍ଭ ହୋଇଛି। ଅର୍ଥ ବିଭାଗ ପକ୍ଷରୁ ଫେବୃଆରୀ ୧୭ରେ ଏନେଇ ଏକ ଉଚ୍ଚସ୍ତରୀୟ…

ପାରାଦୀପରେ ଲାଗିଲା ତୈଳ ଜାହାଜ: ମିଳିଲା ବଡ଼ ଆଶ୍ୱସ୍ତି, ହର୍ମୁଜ ଦେଇ…

ପାରାଦୀପ,୧୯।୩(ଶରତ ରାଉତ):ଯୁଦ୍ଧ ପ୍ରଭାବିତ ଦେଶ ଓମାନ୍‌ରୁ ଏକ ଅଶୋଧିତ ତୈଳ ବୋଝେଇ ଜାହାଜ ମେରାଇନ ଟ୍ୟାଙ୍କର(ଏମ୍‌ଟି)ଫ୍ଲୋରା ପାରାଦୀପ ବନ୍ଦର ସିଙ୍ଗଲ ପଏଣ୍ଟ ମୋରିଂସିଷ୍ଟମ(ଏସ୍‌ପିଏମ୍‌) ୩ରେ ବୁଧବାର ଲାଗିଛି।…

ଇରାନ୍‌ ଗୋଇନ୍ଦା ମନ୍ତ୍ରୀଙ୍କୁ ହତ୍ୟା

ତେଲ୍‌ ଆଭିଭ୍‌ ,୧୯ା୩: ଇରାନ୍‌କୁ ବୁଧବାର ପୁଣି ଶକ୍ତ ଧକ୍କା ଲାଗିଛି। ଇସ୍ରାଏଲ ଆକ୍ରମଣରେ ଇରାନ୍‌ର ଗୋଇନ୍ଦା ବିଭାଗ ମନ୍ତ୍ରୀ ଇସ୍‌ମାଇଲ ଖାତିବ୍‌ ନିହତ ହୋଇଛନ୍ତି। ମଙ୍ଗଳବାର…

ବିଶ୍ୱ ବଜାରରେ ତେଲ ନିଆଁ: ୯୫ ଦେଶରେ ମହଙ୍ଗା ହେଲା ପେଟ୍ରୋଲ, ଭାରତରେ…

ନୂଆଦିଲ୍ଲୀ/ୱାଶିଂଟନ,୧୮।୩: ୨୦୨୬ ଫେବୃଆରୀ ଶେଷ ଭାଗରେ ଇରାନ ଉପରେ ଆମେରିକା ଏବଂ ଇସ୍ରାଏଲର ମିଳିତ ଆକ୍ରମଣ ପରେ ବିଶ୍ୱ ଶକ୍ତି ବଜାର (Global Energy Market) ରେ…

ମା’ ସମଲେଶ୍ୱରୀଙ୍କ ବାସନ୍ତୀକ ନବରାତ୍ର ପୂଜା ଆରମ୍ଭ: ସମ୍ପନ୍ନ ହେଲା ପାରମ୍ପରିକ ‘ଖଣ୍ଡାଧୁଆ’ ନୀତି

ବରଗଡ଼, ୧୮/୩ (ପ୍ରେମାନନ୍ଦ ଖମାରୀ): ବରଗଡ଼ ସହରର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ୱରୀଙ୍କ ପୀଠରେ ପବିତ୍ର ଚୈତ୍ର ନବରାତ୍ର ବା ବାସନ୍ତୀକ ନବରାତ୍ର ପୂଜା ପାଇଁ ଶୁଭାରମ୍ଭ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri