ଅବ୍ୟବସ୍ଥା ଘେରରେ ରାଜ୍ୟ ଅଭିଲେଖାଗାର

ଭୁବନେଶ୍ୱର,୧୩।୩ (ବ୍ୟୁରୋ): ପୂର୍ବ ପିଢ଼ିର ପରିଚୟ ହେଉ ଅବା ଅତୀତର ପୃଷ୍ଠାକୁ ସଂରକ୍ଷିତ କରୁଥିବା ରାଜ୍ୟ ଅଭିଲେଖାଗାର ଆଜି ନାନା ଅବ୍ୟବସ୍ଥା ଘେରରେ ରହିଛି। ସମସ୍ୟାରୁ ମୁକୁଳି ପାରୁ ନ ଥିବା ଏହି ପ୍ରତିଷ୍ଠାନ ବହୁ ବର୍ଷର ଇତିହାସକୁ କିପରି ସାଇତି ରଖିବ ତାହା ସବୁଠାରୁ ବଡ଼ ପ୍ରଶ୍ନ ହୋଇଛି। ଦୀର୍ଘଦିନ ହେବ କର୍ମଚାରୀ ଅଭାବ ଯୋଗୁ ସବୁ କାର୍ଯ୍ୟରେ ବାଧା ଘଟୁଛି। ଯେଉଁ ପରିମାଣରେ କାମ ହେବା କଥା ତାହା ମଧ୍ୟ ହେଉନାହିଁ। ଆବଶ୍ୟକ ନଥିପତ୍ର ବା ତଥ୍ୟ ଖୋଜିଦେବା ପାଇଁ ମଧ୍ୟ କର୍ମଚାରୀ ନାହାନ୍ତି। ରେକର୍ଡ ବ୍ୟବସ୍ଥିତ ତ ହୋଇପାରୁନି, ନଥି ବା ତଥ୍ୟ ସମ୍ପର୍କରେ ଅବଗତ କରାଇବା ମଧ୍ୟ ଅଭିଲେଖାଗାର ପକ୍ଷେ କଷ୍ଟସାଧ୍ୟ ହୋଇପଡୁଛି। ଆଉ କିଛି ଜରୁରୀ କାଗଜ ପତ୍ର ଦରକାର ଥିଲେ, ତାହା ମିଳିବାକୁ ଦିନକ ଜାଗାରେ ୫ଦିନ ଲାଗୁଛି। ଫଳରେ ଅଭିଲେଖାଗାରକୁ ଯାଉଥିବା ଗବେଷକ, ଛାତ୍ରୀଛାତ୍ର ଏଭଳି ଅବ୍ୟବସ୍ଥାକୁ ଦେଖି ଅସନ୍ତୋଷ ପ୍ରକାଶ କରୁଛନ୍ତି। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଅଧୀନରେ ରାଜ୍ୟ ଅଭିଲେଖାଗାର ରହିଛି। କିନ୍ତୁ ଏହାର ଉନ୍ନତି ଦିଗରେ ସେପରି କିଛି ପଦକ୍ଷେପ ବା ବ୍ୟବସ୍ଥା ହେଉନାହିଁ। ରେକର୍ଡ ସୁରକ୍ଷିତ କରି ରଖୁଥିବା ଏହି ପ୍ରତିଷ୍ଠାନ ଏବେ ନିଜେ ସୁରକ୍ଷା ଖୋଜୁଛି।

ବନ୍ଦ ହେବ ଖବରକାଗଜ ସଂଗ୍ରହ, ବନ୍ଦ
ହେଲାଣି ଗ୍ୟାଜେଟ୍‌
ଆଉ ସଂଗ୍ରହ ହେବନି ଖବରକାଗଜ। କର୍ମଚାରୀ ଓ ସ୍ଥାନାଭାବ ଯୋଗୁ ଏଭଳି ଆଶଙ୍କା ଉପୁଜିଛି। ଆଜିର ଖବରକାଗଜ ଆଉ ୩୦ବର୍ଷ ପରେ ଆବଶ୍ୟକ ହୋଇପାରେ। କିନ୍ତୁ ଏହାର ଗୁରୁତ୍ୱ ବୁଝିବାକୁ ରାଜ୍ୟ ଅଭିଲେଖାଗାର ଅସମର୍ଥ ହୋଇପଡ଼ିଛି। ସେପଟେ ଓଡ଼ିଶା ଗ୍ୟାଜେଟ୍‌ ମଧ୍ୟ ଆସିବା ବନ୍ଦ ହୋଇଗଲାଣି। ଅନ୍ୟ ରାଜ୍ୟର ଗ୍ୟାଜେଟ ଆସୁଥିଲେ ମଧ୍ୟ ରାଜ୍ୟର ଗ୍ୟାଜେଟ୍‌ ପ୍ରାୟ ୫ରୁ ୬ବର୍ଷ ଧରି ଅଭିଲେଖାଗାରକୁ ଆସୁ ନ ଥିବା ଜଣାପଡିଛି।
ସ୍ଥାନାଭାବରୁ ନୂଆ ରେକର୍ଡ ଆସିପାରୁ ନାହିଁ
ଅଭିଲେଖାଗାରରେ କେଉଁ ରେକର୍ଡ କେଉଁଠି ରହିଛି, ତାହା ଠିକ୍‌ ଭାବେ କାହାକୁ ଜଣାନାହିଁ। ସ୍ଥାନ ଅଭାବରୁ ରେକର୍ଡ ସବୁ ଏଠିସେଠି ରଖାଯାଉଛି। ଫଳରେ କମ୍‌ସଂଖ୍ୟକ କର୍ମଚାରୀ ରେକର୍ଡ ଖୋଜିବାକୁ ଅଧିକ ସମୟ ନେଉଛନ୍ତି। ପୁଣି ସ୍ଥାନାଭାବରୁ ଏଠାକୁ ବହୁ ରେକର୍ଡ ଅଣାଯାଇପାରୁ ନାହିଁ। ନୂଆ ରେକର୍ଡ ଆସିଲେ ବାରଣ୍ଡାରେ ରହିବାର ସ୍ଥିତି ଉପୁଜିଲାଣି। ସେପଟେ ବହୁ ଅନାବଶ୍ୟକ କାଗଜପତ୍ର ମଧ୍ୟ ରାଜ୍ୟର ବିଭିନ୍ନ ବିଭାଗରୁ ଆସି ରହିଛି। କର୍ମଚାରୀ ଅଭାବରୁ ସେଗୁଡ଼ିକୁ ବାଛି ଅଲଗା କରାଯାଇପାରୁ ନାହିଁ।

କ୍ୟୁରେଟର ନାହାନ୍ତି, ଟେକ୍ନିକାଲ ଆସିଷ୍ଟାଣ୍ଟ ଭରସା
କ୍ୟୁରେଟର ରେକର୍ଡ ସଂଗ୍ରହ କରନ୍ତି। ରାଜ୍ୟ ଅଭିଲେଖାଗାରରେ ନିଯୁକ୍ତ ଥିବା କ୍ୟୁରେଟରଙ୍କୁ ସମ୍ବଲପୁର ପଠାଯାଇଛି। ସେହିଭଳି ୪ଜଣ ଆର୍କାଇଭିଷ୍ଟ ଓ ଜଣେ ଟେକ୍ନିକାଲ ଆସିଷ୍ଟାଣ୍ଟ ତାଙ୍କୁ ରେକର୍ଡ ସଂଗ୍ରହରେ ସହଯୋଗ କରନ୍ତି। ଏମାନଙ୍କ ମଧ୍ୟରୁ ଜଣେ ଟେକ୍ନିକାଲ ଆସିଷ୍ଟାଣ୍ଟଙ୍କୁ ଛାଡ଼ି ଆଉ ଏଠାରେ କେହି ନାହାନ୍ତି। ତେଣୁ ବର୍ତ୍ତମାନ ରେକର୍ଡ ସଂଗ୍ରହ କେମିତି ହେଉଥିବ, ତାହା ସହଜରେ ବାରି ହୋଇପଡୁଛି।
କ’ଣ କୁହନ୍ତି ଅଭିଲେଖାଗାର ପରିଚାଳକ
ରାଜ୍ୟ ଅଭିଲେଖାଗାରରେ ଉପୁଜିଥିବା ଅଚଳାବସ୍ଥା ସମ୍ପର୍କରେ ପରିଚାଳକ ସୋଲେମାନ ଅଲ୍ଲି କହିଛନ୍ତି, ସମସ୍ୟା ଆଜିର ନୁହେଁ। ବହୁତ ଦିନ ଧରି ଲୋକବଳ ଅଭାବ ରହିଛି। ଆବଶ୍ୟକ ଭିତ୍ତିଭୂମି ମଧ୍ୟ ନାହିଁ। ଚାହିଁଲେ ବି ଅଭିଲେଖାଗାର ଯେଉଁ କାର୍ଯ୍ୟ ସମ୍ପାଦନ କରିବା କଥା ତାହା କରି ପାରୁନାହିଁ। ଯେତିକି ଲୋକ ଅଛନ୍ତି, ସେମାନଙ୍କୁ ନେଇ କିଛି କିଛି କାର୍ଯ୍ୟ କରାଯାଉଛି। ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ଅଭିଲେଖାଗାର ସମ୍ପର୍କରେ ସଚେତନ ମଧ୍ୟ କରାଯାଉଛି। ବିଜ୍ଞାପନ ମାଧ୍ୟମରେ ରେକର୍ଡ ସଂଗ୍ରହ କରାଯାଉଛି। କିନ୍ତୁ ଆଗଭଳି ଲୋକମାନେ ଆଉ କିଛି ରେକର୍ଡ ଆଣି ଦେଉନାହାନ୍ତି। ମାଗିଲେ ବି ମନା କରୁଛନ୍ତି। ଆଶା କରୁଛି,
ଶୀଘ୍ର ବିଭାଗର ସହଯୋଗ ସହିତ ସରକାରଙ୍କ ଦୃଷ୍ଟିରେ ଅଭିଲେଖାଗାର ଆଗକୁ ବଢ଼ିବ ବୋଲି ସେ କହିଛନ୍ତି।

କାମଚଳା କର୍ମଚାରୀରେ ଚାଲିଛି ଇତିହାସ ସଂରକ୍ଷଣ

ରାଜ୍ୟରେ ଥିବା ଅଭିଲେଖାଗାରଗୁଡ଼ିକ ପାଇଁ ପୂର୍ବରୁ ଅଧିକାରୀ ଓ କର୍ମଚାରୀ ପଦବୀ ସଂଖ୍ୟା ୫୨ ଥିଲା। ଏବେ ଏହା ୪୯ରେ ପହଞ୍ଚତ୍ଛି। ହେଲେ ବର୍ତ୍ତମାନ ଭୁବନେଶ୍ୱରସ୍ଥିତ ରାଜ୍ୟ ଅଭିଲେଖାଗାରରେ ୧୫ଜଣ ଓ ସମ୍ବଲପୁରସ୍ଥିତ ଆଞ୍ଚଳିକ ଅଭିଲେଖାଗାରରେ ୩ଜଣ କର୍ମଚାରୀ ରହିଛନ୍ତି। ମାତ୍ର ୧୫ଜଣ କର୍ମଚାରୀଙ୍କୁ ନେଇ ରାଜ୍ୟ ଅଭିଲେଖାଗାର କିଭଳି ଚାଲୁଥିବ, ତାହା ସ୍ପଷ୍ଟ ଅନୁମେୟ। ତେଣୁ ବର୍ତ୍ତମାନ କାମ ଚଳାଇବାକୁ ଆଉଟ୍‌ ସୋର୍ସିଂରୁ ୧୭ଜଣଙ୍କୁ ଠିକାରେ ଅଣାଯାଇଛି। ଡିଜିଟାଲାଇଜେଶନ କାର୍ଯ୍ୟରେ ୯ଜଣ ଓ ଅନ୍ୟାନ୍ୟ କାର୍ଯ୍ୟରେ ୮ଜଣ କର୍ମଚାରୀ ନିୟୋଜିତ ଅଛନ୍ତି। ପ୍ରତିବର୍ଷ ଜାନୁୟାରୀରେ ଖାଲିଥିବା ପଦବୀ ପୂରଣ ପାଇଁ ଚିଠି ଆସେ। ଅଭିଲେଖାଗାର ପରିଚାଳକ ଚିଠିର ଉତ୍ତର ମଧ୍ୟ ଦିଅନ୍ତି। କିନ୍ତୁ ଫଳ ଶୂନ।

ଶର୍ମିଷ୍ଠା ପାଣିଗ୍ରାହୀ


Enter your email to get our daily news in your inbox.

All Right Reserved By Dharitri.Com

ବେଆଇନ ଭାବେ ବିକ୍ରି ହେଉଥିଲା ଗ୍ୟାସ୍‌ ସିଲିଣ୍ଡର, ଜବତ କରି ଉପଜିଲାପାଳ…

ମୋହନା,୯ା୪(ମନ୍ମଥ ମିଶ୍ର): ସାରା ଦେଶରେ ଗ୍ୟାସ୍‌ ସିଲିଣ୍ଡର୍‌କୁ ନେଇ ଲୋକେ ନାନାଦି ପ୍ରକାର ହଇରାଣ ହରକତ ହେଉଛନ୍ତି। ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଚାଲିଥିବା ବେଳେ ଏବେ ସାରା ଦେଶରେ…

ଛେଳି ଚରାଇବାକୁ ଯାଇଥିବାବେଳେ ଅତର୍କିତ ଆକ୍ରମଣ କଲା ଭାଲୁ, ଗୁପ୍ତାଙ୍ଗକୁ ଝୁଣି ପକାଇଲା…

ଆନନ୍ଦପୁର/ବଞ୍ଚୋ(ସୁଶାନ୍ତ କୁମାର ସାହୁ/ ପ୍ରଦୋଷ କୁମାର ବିଶ୍ୱାଳ ): ଛେଳି ଚରାଇ ଯାଇଥିବା ବ୍ୟକ୍ତିଙ୍କ ଗୁପ୍ତାଙ୍ଗକୁ ଝୁଣି ପକାଇଲା ଭାଲୁ । ଗୁରୁତର ବ୍ୟକ୍ତି ଡାକ୍ତରଖାନାରେ ଭର୍ତ୍ତି…

ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ଏହି ଦୁଇ ସହରରେ ହେବ ନାହିଁ ବିଦ୍ୟୁତ୍‌ କାଟ୍‌

ଭୁବନେଶ୍ୱର,୯ା୪: ଆଜି ଅର୍ଥାତ୍‌ ଗୁରୁବାର ଓଡ଼ିଶାର ଶକ୍ତି କ୍ଷେତ୍ରରେ ଏକ ନୂତନ ଅଧ୍ୟାୟ ଯୋଡ଼ି ହୋଇଛି। ଭୁବନେଶ୍ୱର ଓ କଟକରେ ଆଉ ଅଘୋଷିତ ବିଦ୍ୟୁତ୍‌କାଟ୍‌ ହେବ ନାହିଁ…

ଅମ୍ପାୟରଙ୍କ ଗୋଟିଏ ଆଙ୍ଗୁଠ, ଭାଙ୍ଗିଗଲା ଦିଲ୍ଲୀର ସ୍ବପ୍ନ! ଖଳନାୟକ ପାଲଟିଛି କ୍ରିକେଟର ‘ଡେଡ ବଲ’ ନିୟମ

ନୂଆଦିଲ୍ଲୀ,୯।୪: କ୍ରିକେଟ ଅନିଶ୍ଚିତତାର ଖେଳ ଭାବରେ ଜଣାଶୁଣା, କିନ୍ତୁ ଯେତେବେଳେ ଅମ୍ପାୟାର ନିଷ୍ପତ୍ତିରୁ ଅନିଶ୍ଚିତତା ସୃଷ୍ଟି ହୁଏ, ଖେଳର ରୋମାଞ୍ଚ ବିବାଦରେ ପରିଣତ ହୁଏ। ଗତକାଲି ରାତିରେ…

ମେଷ ସଂକ୍ରାନ୍ତିରେ ଅଶୁଭ ଯୋଗ, ଏହି ରାଶିର ହୋଇପାରେ ଅସୁବିଧା

ହିନ୍ଦୁ କ୍ୟାଲେଣ୍ଡର ଅନୁସାରେ, ଏପ୍ରିଲ ୧୪ ତାରିଖ ଏକ ବିଶେଷ ଗୁରୁତ୍ୱପୂର୍ଣ୍ଣ ଦିନ ହେବାକୁ ଯାଉଛି । ଏହି ଦିନ ସୂର୍ଯ୍ୟ ଦେବତା ତାଙ୍କର ଉଚ୍ଚ ରାଶି …

ଶୁଖିଯାଉଛି ନଦୀ-ପୋଖରୀ, ମଣିଷଙ୍କ ସହ ଡହଳବିକଳ ହେଉଛନ୍ତି ଗୃହପାଳିତ ପଶୁ

କେସିଙ୍ଗା,୯ା୪(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର ୨୬ଟି ପଞ୍ଚାୟତରେ ଥିବା ୧୧୦ଟି ଗ୍ରାମରେ ପ୍ରଚଣ୍ଡ ଗ୍ରୀଷ୍ମତାପ ଯୋଗୁ ନଦୀନାଳ, ପୋଖରୀ, ଚେକ୍‌ ଡ୍ୟାମ୍‌, ନଳକୂପ ଶୁଖିଯାଉଛି।…

ପୋଖରୀରେ ବୁଡ଼ି ୩ ନାବାଳିକା ମୃତ, ସ୍କୁଲରୁ ଫେରି ଗାଧୋଇବାକୁ ଯାଇଥିଲେ

ଉମରକୋଟ,୯।୪(ସନ୍ତୋଷ ଶତପଥୀ): ନବରଙ୍ଗପୁର ଜିଲା ଉମରକୋଟ ଥାନା କୁର୍ସୀ ଗ୍ରାମର ଉପରପାରାରେ ଦୁଃଖଦ ଘଟଣା ଦେଖିବାକୁ ମିଳିଛି । ଗୋଟିଏ ଗ୍ରାମର ଦୁଇ ପରିବାରର ତିନି ଜଣଙ୍କ…

୧୦ରେ ରାଜ୍ୟ କ୍ୟାବିନେଟ୍‌: ଆସିବ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ

ଭୁବନେଶ୍ୱର,୯ା୪ (ରବିନାରାୟଣ ଜେନା):ରାଜ୍ୟ ସରକାରଙ୍କ ପକ୍ଷରୁ ଏପ୍ରିଲ ୧୦ରେ କ୍ୟାବିନେଟ୍‌ ବୈଠକ ଅନୁଷ୍ଠିତ ହେବ। ଲୋକସେବା ଭବନର ତୃତୀୟ ମହଲାରେ ପୂର୍ବାହ୍ନ ୧୧ଟାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri