ଅବ୍ୟବସ୍ଥା ଘେରରେ ରାଜ୍ୟ ଅଭିଲେଖାଗାର

ଭୁବନେଶ୍ୱର,୧୩।୩ (ବ୍ୟୁରୋ): ପୂର୍ବ ପିଢ଼ିର ପରିଚୟ ହେଉ ଅବା ଅତୀତର ପୃଷ୍ଠାକୁ ସଂରକ୍ଷିତ କରୁଥିବା ରାଜ୍ୟ ଅଭିଲେଖାଗାର ଆଜି ନାନା ଅବ୍ୟବସ୍ଥା ଘେରରେ ରହିଛି। ସମସ୍ୟାରୁ ମୁକୁଳି ପାରୁ ନ ଥିବା ଏହି ପ୍ରତିଷ୍ଠାନ ବହୁ ବର୍ଷର ଇତିହାସକୁ କିପରି ସାଇତି ରଖିବ ତାହା ସବୁଠାରୁ ବଡ଼ ପ୍ରଶ୍ନ ହୋଇଛି। ଦୀର୍ଘଦିନ ହେବ କର୍ମଚାରୀ ଅଭାବ ଯୋଗୁ ସବୁ କାର୍ଯ୍ୟରେ ବାଧା ଘଟୁଛି। ଯେଉଁ ପରିମାଣରେ କାମ ହେବା କଥା ତାହା ମଧ୍ୟ ହେଉନାହିଁ। ଆବଶ୍ୟକ ନଥିପତ୍ର ବା ତଥ୍ୟ ଖୋଜିଦେବା ପାଇଁ ମଧ୍ୟ କର୍ମଚାରୀ ନାହାନ୍ତି। ରେକର୍ଡ ବ୍ୟବସ୍ଥିତ ତ ହୋଇପାରୁନି, ନଥି ବା ତଥ୍ୟ ସମ୍ପର୍କରେ ଅବଗତ କରାଇବା ମଧ୍ୟ ଅଭିଲେଖାଗାର ପକ୍ଷେ କଷ୍ଟସାଧ୍ୟ ହୋଇପଡୁଛି। ଆଉ କିଛି ଜରୁରୀ କାଗଜ ପତ୍ର ଦରକାର ଥିଲେ, ତାହା ମିଳିବାକୁ ଦିନକ ଜାଗାରେ ୫ଦିନ ଲାଗୁଛି। ଫଳରେ ଅଭିଲେଖାଗାରକୁ ଯାଉଥିବା ଗବେଷକ, ଛାତ୍ରୀଛାତ୍ର ଏଭଳି ଅବ୍ୟବସ୍ଥାକୁ ଦେଖି ଅସନ୍ତୋଷ ପ୍ରକାଶ କରୁଛନ୍ତି। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଅଧୀନରେ ରାଜ୍ୟ ଅଭିଲେଖାଗାର ରହିଛି। କିନ୍ତୁ ଏହାର ଉନ୍ନତି ଦିଗରେ ସେପରି କିଛି ପଦକ୍ଷେପ ବା ବ୍ୟବସ୍ଥା ହେଉନାହିଁ। ରେକର୍ଡ ସୁରକ୍ଷିତ କରି ରଖୁଥିବା ଏହି ପ୍ରତିଷ୍ଠାନ ଏବେ ନିଜେ ସୁରକ୍ଷା ଖୋଜୁଛି।

ବନ୍ଦ ହେବ ଖବରକାଗଜ ସଂଗ୍ରହ, ବନ୍ଦ
ହେଲାଣି ଗ୍ୟାଜେଟ୍‌
ଆଉ ସଂଗ୍ରହ ହେବନି ଖବରକାଗଜ। କର୍ମଚାରୀ ଓ ସ୍ଥାନାଭାବ ଯୋଗୁ ଏଭଳି ଆଶଙ୍କା ଉପୁଜିଛି। ଆଜିର ଖବରକାଗଜ ଆଉ ୩୦ବର୍ଷ ପରେ ଆବଶ୍ୟକ ହୋଇପାରେ। କିନ୍ତୁ ଏହାର ଗୁରୁତ୍ୱ ବୁଝିବାକୁ ରାଜ୍ୟ ଅଭିଲେଖାଗାର ଅସମର୍ଥ ହୋଇପଡ଼ିଛି। ସେପଟେ ଓଡ଼ିଶା ଗ୍ୟାଜେଟ୍‌ ମଧ୍ୟ ଆସିବା ବନ୍ଦ ହୋଇଗଲାଣି। ଅନ୍ୟ ରାଜ୍ୟର ଗ୍ୟାଜେଟ ଆସୁଥିଲେ ମଧ୍ୟ ରାଜ୍ୟର ଗ୍ୟାଜେଟ୍‌ ପ୍ରାୟ ୫ରୁ ୬ବର୍ଷ ଧରି ଅଭିଲେଖାଗାରକୁ ଆସୁ ନ ଥିବା ଜଣାପଡିଛି।
ସ୍ଥାନାଭାବରୁ ନୂଆ ରେକର୍ଡ ଆସିପାରୁ ନାହିଁ
ଅଭିଲେଖାଗାରରେ କେଉଁ ରେକର୍ଡ କେଉଁଠି ରହିଛି, ତାହା ଠିକ୍‌ ଭାବେ କାହାକୁ ଜଣାନାହିଁ। ସ୍ଥାନ ଅଭାବରୁ ରେକର୍ଡ ସବୁ ଏଠିସେଠି ରଖାଯାଉଛି। ଫଳରେ କମ୍‌ସଂଖ୍ୟକ କର୍ମଚାରୀ ରେକର୍ଡ ଖୋଜିବାକୁ ଅଧିକ ସମୟ ନେଉଛନ୍ତି। ପୁଣି ସ୍ଥାନାଭାବରୁ ଏଠାକୁ ବହୁ ରେକର୍ଡ ଅଣାଯାଇପାରୁ ନାହିଁ। ନୂଆ ରେକର୍ଡ ଆସିଲେ ବାରଣ୍ଡାରେ ରହିବାର ସ୍ଥିତି ଉପୁଜିଲାଣି। ସେପଟେ ବହୁ ଅନାବଶ୍ୟକ କାଗଜପତ୍ର ମଧ୍ୟ ରାଜ୍ୟର ବିଭିନ୍ନ ବିଭାଗରୁ ଆସି ରହିଛି। କର୍ମଚାରୀ ଅଭାବରୁ ସେଗୁଡ଼ିକୁ ବାଛି ଅଲଗା କରାଯାଇପାରୁ ନାହିଁ।

କ୍ୟୁରେଟର ନାହାନ୍ତି, ଟେକ୍ନିକାଲ ଆସିଷ୍ଟାଣ୍ଟ ଭରସା
କ୍ୟୁରେଟର ରେକର୍ଡ ସଂଗ୍ରହ କରନ୍ତି। ରାଜ୍ୟ ଅଭିଲେଖାଗାରରେ ନିଯୁକ୍ତ ଥିବା କ୍ୟୁରେଟରଙ୍କୁ ସମ୍ବଲପୁର ପଠାଯାଇଛି। ସେହିଭଳି ୪ଜଣ ଆର୍କାଇଭିଷ୍ଟ ଓ ଜଣେ ଟେକ୍ନିକାଲ ଆସିଷ୍ଟାଣ୍ଟ ତାଙ୍କୁ ରେକର୍ଡ ସଂଗ୍ରହରେ ସହଯୋଗ କରନ୍ତି। ଏମାନଙ୍କ ମଧ୍ୟରୁ ଜଣେ ଟେକ୍ନିକାଲ ଆସିଷ୍ଟାଣ୍ଟଙ୍କୁ ଛାଡ଼ି ଆଉ ଏଠାରେ କେହି ନାହାନ୍ତି। ତେଣୁ ବର୍ତ୍ତମାନ ରେକର୍ଡ ସଂଗ୍ରହ କେମିତି ହେଉଥିବ, ତାହା ସହଜରେ ବାରି ହୋଇପଡୁଛି।
କ’ଣ କୁହନ୍ତି ଅଭିଲେଖାଗାର ପରିଚାଳକ
ରାଜ୍ୟ ଅଭିଲେଖାଗାରରେ ଉପୁଜିଥିବା ଅଚଳାବସ୍ଥା ସମ୍ପର୍କରେ ପରିଚାଳକ ସୋଲେମାନ ଅଲ୍ଲି କହିଛନ୍ତି, ସମସ୍ୟା ଆଜିର ନୁହେଁ। ବହୁତ ଦିନ ଧରି ଲୋକବଳ ଅଭାବ ରହିଛି। ଆବଶ୍ୟକ ଭିତ୍ତିଭୂମି ମଧ୍ୟ ନାହିଁ। ଚାହିଁଲେ ବି ଅଭିଲେଖାଗାର ଯେଉଁ କାର୍ଯ୍ୟ ସମ୍ପାଦନ କରିବା କଥା ତାହା କରି ପାରୁନାହିଁ। ଯେତିକି ଲୋକ ଅଛନ୍ତି, ସେମାନଙ୍କୁ ନେଇ କିଛି କିଛି କାର୍ଯ୍ୟ କରାଯାଉଛି। ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ଅଭିଲେଖାଗାର ସମ୍ପର୍କରେ ସଚେତନ ମଧ୍ୟ କରାଯାଉଛି। ବିଜ୍ଞାପନ ମାଧ୍ୟମରେ ରେକର୍ଡ ସଂଗ୍ରହ କରାଯାଉଛି। କିନ୍ତୁ ଆଗଭଳି ଲୋକମାନେ ଆଉ କିଛି ରେକର୍ଡ ଆଣି ଦେଉନାହାନ୍ତି। ମାଗିଲେ ବି ମନା କରୁଛନ୍ତି। ଆଶା କରୁଛି,
ଶୀଘ୍ର ବିଭାଗର ସହଯୋଗ ସହିତ ସରକାରଙ୍କ ଦୃଷ୍ଟିରେ ଅଭିଲେଖାଗାର ଆଗକୁ ବଢ଼ିବ ବୋଲି ସେ କହିଛନ୍ତି।

କାମଚଳା କର୍ମଚାରୀରେ ଚାଲିଛି ଇତିହାସ ସଂରକ୍ଷଣ

ରାଜ୍ୟରେ ଥିବା ଅଭିଲେଖାଗାରଗୁଡ଼ିକ ପାଇଁ ପୂର୍ବରୁ ଅଧିକାରୀ ଓ କର୍ମଚାରୀ ପଦବୀ ସଂଖ୍ୟା ୫୨ ଥିଲା। ଏବେ ଏହା ୪୯ରେ ପହଞ୍ଚତ୍ଛି। ହେଲେ ବର୍ତ୍ତମାନ ଭୁବନେଶ୍ୱରସ୍ଥିତ ରାଜ୍ୟ ଅଭିଲେଖାଗାରରେ ୧୫ଜଣ ଓ ସମ୍ବଲପୁରସ୍ଥିତ ଆଞ୍ଚଳିକ ଅଭିଲେଖାଗାରରେ ୩ଜଣ କର୍ମଚାରୀ ରହିଛନ୍ତି। ମାତ୍ର ୧୫ଜଣ କର୍ମଚାରୀଙ୍କୁ ନେଇ ରାଜ୍ୟ ଅଭିଲେଖାଗାର କିଭଳି ଚାଲୁଥିବ, ତାହା ସ୍ପଷ୍ଟ ଅନୁମେୟ। ତେଣୁ ବର୍ତ୍ତମାନ କାମ ଚଳାଇବାକୁ ଆଉଟ୍‌ ସୋର୍ସିଂରୁ ୧୭ଜଣଙ୍କୁ ଠିକାରେ ଅଣାଯାଇଛି। ଡିଜିଟାଲାଇଜେଶନ କାର୍ଯ୍ୟରେ ୯ଜଣ ଓ ଅନ୍ୟାନ୍ୟ କାର୍ଯ୍ୟରେ ୮ଜଣ କର୍ମଚାରୀ ନିୟୋଜିତ ଅଛନ୍ତି। ପ୍ରତିବର୍ଷ ଜାନୁୟାରୀରେ ଖାଲିଥିବା ପଦବୀ ପୂରଣ ପାଇଁ ଚିଠି ଆସେ। ଅଭିଲେଖାଗାର ପରିଚାଳକ ଚିଠିର ଉତ୍ତର ମଧ୍ୟ ଦିଅନ୍ତି। କିନ୍ତୁ ଫଳ ଶୂନ।

ଶର୍ମିଷ୍ଠା ପାଣିଗ୍ରାହୀ


Enter your email to get our daily news in your inbox.

All Right Reserved By Dharitri.Com

ଭୁବନେଶ୍ବର ପାଇଁ ନୂଆ ଟିମ୍‌ ନିଯୁକ୍ତ କଲେ ମନମୋହନ, ଜାଣନ୍ତୁ କାହାକୁ ମିଳିଲା ଦାୟିତ୍ୱ

ଭୁବନେଶ୍ୱର,୨୯।୧୨: ଭାଜପା କଲା ବଡ଼ ଘୋଷଣା। ଭୁବନେଶ୍ବର ପାଇଁ ନୂଆ ପଦାଧିକାରୀ ଭାଜପା ନିଯୁକ୍ତି କରିଛି। ୨୧ ପଦାଧିକାରୀଙ୍କୁ ମନମୋହନ ସାମଲ ନିଯୁକ୍ତି ଦେଇଛନ୍ତି। ଭୁବନେଶ୍ବର...

ଲୋକ ସଭା ସାଂସଦଙ୍କ ମହାନତା: ନିଜ ଦରମାରୁ ଜଳଖିଆ ଅନୁଷ୍ଠାନକୁ ଦାନକଲେ ଏକ ଲକ୍ଷ ଟଙ୍କା

ମଥୁରାନଗରୀ,୨୯।୧୨(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ମୁଖ୍ୟ ଡାକ୍ତରଖାନା ନିକରେ ରହିଥିବା ମା ଏକଟଙ୍କିଆ ଜଳଖିଆ ଅନୁଷ୍ଠାନର ବାର୍ଷିକୋତ୍ସବରେ ସୋମବାର ଅନୁଷ୍ଠିତ ହୋଇଛି। ଅନୁଷ୍ଠାନର ମୁଖ୍ୟ ଉମେଶ ପ୍ରଧାନଙ୍କ...

ମଥୁରା ପରିଭ୍ରମଣରେ ବାହାରି ପୂର୍ତ୍ତ ବିଭାଗରେ ପହଞ୍ଚିଲେ କଂସ ମହାରାଜ, କହିଲେ ପି.ସି ଖାଉଛ, ରାସ୍ତାରେ ଚାଲିପାରୁନି…

ମଥୁରାନଗରୀ,୨୯।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବରେ ସୋମବାର ଥିଲା ଷଷ୍ଠ ଦିବସ। ଅନ୍ୟଦିନ ଭଳି ରାଜ ମହଲରୁ ମଥୁରା ପରିଭ୍ରମଣରେ ବାହାରିଥିଲେ...

ଦିଲ୍ଲୀ ସାଧାରଣତନ୍ତ୍ର ପରେଡ୍‌ରେ ଯୋଗଦେବେ ପିପୁଲ୍ସ କଲେଜର ୨ ଛାତ୍ରୀ, ପ୍ରଥମଥର ପାଇଁ ହେଲେ ମନୋନୀତ

ବୁଗୁଡା, ୨୯।୧୨(କାଳିଚରଣଦାଶ): ବୁଗୁଡ଼ା ପିପୁଲ୍ସ କଲେଜର ଅଧ୍ୟାପକ ତଥା ଲେଫ୍ଟନାଣ୍ଟ ଅଜୟ କୁମାର ସାହୁଙ୍କ ନିଷ୍ଠାପର ଉଦ୍ୟମ ଯୋଗୁ ବୁଗୁଡା ପିପୁଲ୍ସ କଲେଜର ଦୁଇଜଣ ଏନସିସି...

ଫୁଲ ତୋଳିବାକୁ ଯାଇଥିବାବେଳେ ଘରେ ପଶିଗଲା ଚୋର, ଧରାପଡିବା ପରେ…

ଭଞ୍ଜନଗର,୨୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାଇପାସ ରୋଡ ଗିରିଧାରୀ ସ୍ବାଇଁଙ୍କ ଘରୁ ସୋମବାର ପ୍ରତ୍ୟୁଷରେ ଜଣେ ଦୁର୍ବୃତ୍ତ ପଶି ସୁନା ଅଳଙ୍କାର ଓ ନଗଦ...

ନୂଆବର୍ଷରେ ତିନି ଘଣ୍ଟା ଶୋଇବେ ମହାପ୍ରଭୁ, ଏତିକି ବେଳେ ଫିଟିବ ଦ୍ୱାର

ପୁରୀ,୨୯।୧୨: ଇଂରାଜୀ ନବବର୍ଷ-୨୦୨୬ରେ ଲକ୍ଷାଧିକ ଭକ୍ତଙ୍କ ଆଗମନକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ପ୍ରଶାସନ ବଡ ନିଷ୍ପତି ନେଇଛି। ଶ୍ରଦ୍ଧାଳୁମାନେ ଯେପରି ଶୃଙ୍ଖଳିତ ଭାବେ ଦର୍ଶନ କରିପାରିବେ,...

ଘରକୁ ଫେରୁଥିବାବେଳେ ଭାରସାମ୍ୟ ହରାଇ ଗଛରେ ପିଟିହେଲା ବାଇକ, ତା’ପରେ…

ଲାଞ୍ଜିଗଡ଼,୨୯।୧୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ଥାନା ଅନ୍ତର୍ଗତ ଲାଞ୍ଜିଗଡ ଆଶ୍ରମପଡା ନିକଟରେ ଏକ ବାଇକ ଗଛରେ ପିଟିହୋଇ ଦୁର୍ଘଟଣା ଘଟିଥିବାବେଳେ ଏଥିରେ ଜଣେ...

ନିର୍ଯାତିତ ମହିଳା ନୂତନ ଜୀବନର ଆଶା ପାଇବେ: ଭଞ୍ଜନଗର ମେଡ଼ିକାଲରେ ମହିଳା ସହାୟତା କେନ୍ଦ୍ର ଉଦ୍‌ଘାଟିତ

ଭଞ୍ଜନଗର,୨୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟରେ ସୋମବାର ଅତିରିକ୍ତ ୱାନ ଷ୍ଟପ ସେଣ୍ଟର ବା ମହିଳା ସହାୟତା କେନ୍ଦ୍ର ଉଦ୍‌ଘାଟିତ ହୋଇଯାଇଛି। ଏହାକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri