ଶାରୀରିକ ସମ୍ପର୍କ ପାଇଁ ସବୁବେଳେ ରହିବାକୁ ହେବ ପ୍ରସ୍ତୁତ,କମ୍ପାନୀର ସିଇଓ ଦେଲେ ଏପରି କଣ୍ଟ୍ରାକ୍ଟ ପେପର

ସାନ ଫ୍ରାନସିସ୍କୋ,୧୫।୧୨: ଚାକିରିରେ ନିଯୁକ୍ତି ମିଳି ସାରିବା ପରେ କମ୍ପାନୀ ଦ୍ୱାରା ଏକ କଣ୍ଟ୍ରାକ୍ଟ ବା ଚୁକ୍ତିନାମା ସ୍ବାକ୍ଷର କରିବାକୁ ପଡିଥାଏ। ଯେଉଁଥିରେ କମ୍ପାନୀର କିଛି ଟର୍ମସ ଆଣ୍ଡ କଣ୍ଡିସନ(ନିୟମ କାନୁନ) ରହିଥାଏ। ନିକଟରେ ଏକ କମ୍ପାନୀର କଣ୍ଟ୍ରାକ୍ଟ ପେପର ଭାଇରାଲ ହୋଇଛି ଯାହା ଶୁଣିଲେ ଆଶ୍ଚର୍ଯ୍ୟ ହୋଇଯିବେ। କଣ୍ଟ୍ରାକ୍ଟ ପେପରରେ କର୍ମଚାରୀଙ୍କକୁ କମ୍ପାନୀର ସିଇଓଙ୍କ ସହ ଶାରୀରିକ ସମ୍ପର୍କ ରଖିବା ପାଇଁ ଚୁକ୍ତି କରାଯାଇଛି। ଅର୍ଥାତ୍‌ ସିଇଓ ଯେତେବେଳେ ଚାହିଁବେ କର୍ମଚାରୀଙ୍କ ସହ ଶାରୀରିକ ସମ୍ପର୍କ ରଖିପାରିବେ। ଏଥିପାଇଁ କର୍ମଚାରୀଙ୍କୁ ଯେକୌଣସି ସମୟରେ ସିଇଓଙ୍କ ପାଖରେ ଉପସ୍ଥିତ ରହିବାକୁ ପଡିବ।
ଏପରି ଘଟଣା ଦେଖିବାକୁ ମିଳିଛି ଆମେରିକା ସାନ ଫ୍ରାନସିସ୍କୋର ଏକ ସଫ୍ଟଓ୍ବେୟାର କମ୍ପାନୀ ଟ୍ରେଡସିଫ୍ଟ। କମ୍ପାନୀର ସହ ପ୍ରତିଷ୍ଠାତା ଖ୍ରୀଷ୍ଟିୟାନ-ଲାଙ୍ଗ ଜଣେ ମହିଳା କର୍ମଚାରୀଙ୍କୁ ସେକ୍ସ-ସ୍ଲେଭ ରଖିବା ନେଇ ଚୁକ୍ତି ସ୍ବାକ୍ଷର କରେଇଛନ୍ତି। ଯାହାକୁ ନେଇ ମହିଳାଜଣକ ଲାଙ୍ଗଙ୍କ ବିରୋଧରେ ଅଭିଯୋଗ ଆଣିଛନ୍ତି।

ମହିଳାଜଣକ କହିଛନ୍ତି, ଲାଙ୍ଗ ତାଙ୍କୁ ସହକାରୀ କାର୍ଯ୍ୟପାଳିକା ଭାବେ ନିଯୁକ୍ତି ଦେଇଥିଲେ। ନିଯୁକ୍ତି ହେବାର କିଛିମାସ ପରେ ତାଙ୍କୁ ଏକ କଣ୍ଟ୍ରାକ୍ଟ ପେପରରେ ସ୍ବାକ୍ଷର କରିବା ପାଇଁ କୁହାଯାଇଥିଲା। ଯେଉଁଥିରେ ‘୫୦ସେଡସ୍‌ ଅଫ୍‌ ଗ୍ରେ’ ବିଷୟରେ ଉଲ୍ଲେଖ ଥିଲା। ଏହାନୁସାରେ ମହିଳାଙ୍କୁ ମାଲିକକଙ୍କ ଆବଶ୍ୟକତାନୁସାରେ ସବୁବେଳେ ଉପସ୍ଥିତ ରହିବାକୁ ପଡିବ ବୋଲି ଚୁକ୍ତି ରଖାଯାଇଥିଲା। ଏଥିସହ ନିଜ ଶରୀରର ଓଜନକୁ ୫୮ରୁ ୭୦କିଲୋ ପର୍ଯ୍ୟନ୍ତ ସୀମିତ ରଖିବାକୁ ପଡିବ। ଚାକିରୀ ଚାଲିଯିବା ଭୟରେ ମହିଳାଜଣକ କିଛି କହି ପାରୁ ନ ଥିଲେ। ତେଣୁ ଲାଙ୍ଗ ତାଙ୍କୁ ବର୍ଷେ ଧରି ମାନସିକ ଓ ଶାରୀରିକ ଭାବେ ନିର୍ଯ୍ୟାତନା ଦେଉଥିଲେ ବୋଲି ସେ ଅଭିଯୋଗ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଉପକୂଳରେ ଘୂର୍ଣ୍ଣିବଳୟ, ଦୁଇଟି ଟ୍ରଫ୍‌: ଆସନ୍ତା ୫ ଦିନ ଯାଏ ଏସବୁ ଜିଲାରେ ପ୍ରବଳ ବର୍ଷା, ଓ୍ବାର୍ନିଂ ଜାରି କଲା…

ଭୁବନେଶ୍ୱର, ୨୧ା୭ (ବନ୍ଦନା ସେଠୀ)- ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଓ ଏହା ସଂଲଗ୍ନ ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏଥିସହ ଦୁଇଟି ଟ୍ରଫ୍‌…

ଦକ୍ଷିଣମୋଡ଼ ହେଲା ଦର୍ପଦଳନ, ଅଧାରେ ଅଟକିଲା ତାଳଧ୍ୱଜ: ନନ୍ଦିଘୋଷ… 

ପୁରୀ,୨୧ା୭(ଅଜିତ୍‌ କୁମାର ମହାନ୍ତି): ମହାପ୍ରଭୁ ଶ୍ରୀଜଗନ୍ନାଥ ବଡ଼ଭାଇ ବଳଭଦ୍ର ଏବଂ ଭଉଣୀ ସୁଭଦ୍ରାଙ୍କୁ ସାଙ୍ଗରେ ଧରି ରଥାରୂଢ଼ ହୋଇ ଆସି ଶ୍ରୀଗୁଣ୍ଡିଚା ମନ୍ଦିରରେ ଅବସ୍ଥାନ କରିଛନ୍ତି। ରଥଯାତ୍ରାର…

ଛାତ୍ରଙ୍କ ଉପରେ ଲାଠିଚାର୍ଜକୁ ନେଇ କ୍ଷୁବ୍ଧ ଅରିଜିତ, କହିଲେ– ‘ନିଜକୁ ଭଗବାନ ଭାବୁଛନ୍ତି କି?’

ନୂଆଦିଲ୍ଲୀ,୨୧।୭: ଦିଲ୍ଲୀରେ ୨୦ ଜୁଲାଇରେ କକରୋଚ୍ ଜନତା ପାର୍ଟି (CJP)ର ଆହ୍ୱାନରେ ଆୟୋଜିତ ସଂସଦ ମାର୍ଚ୍ଚ ସମୟରେ ଛାତ୍ର ଓ ପୋଲିସ ମଧ୍ୟରେ ଉତ୍ତେଜନା ସୃଷ୍ଟି ହୋଇଥିଲା।…

ରାଜ୍ୟ ରାଜନୀତିରେ ଚହଳ: ଧର୍ମେନ୍ଦ୍ରଙ୍କ ଇସ୍ତଫା ଦାବି କଲେ ନବୀନ

ନୂଆଦିଲ୍ଲୀ/ ଭୁବନେଶ୍ୱର:୨୧।୭: ଓଡ଼ିଶା ତଥା ଜାତୀୟ ରାଜନୀତିରେ ଏକ ବଡ଼ ଧରଣର ହଟଚମଟ ସୃଷ୍ଟି ହୋଇଛି। ପୂର୍ବତନ ମୁଖ୍ୟମନ୍ତ୍ରୀ, ଓଡ଼ିଶା ବିଧାନସଭାର ବିରୋଧୀ ଦଳ ନେତା ନବୀନ…

ପୁଣି ଆନ୍ଦୋଳନ ଡାକରା ଦେଲା CJP! ଆଜି ରାତି ୮ଟାରେ ଦିଲ୍ଲୀରେ ହେବ…

ନୂଆଦିଲ୍ଲୀ,୨୧।୭: ନିଟ୍ (NEET) ପେପର ଲିକ୍, କୃଷକଙ୍କ ଆନ୍ଦୋଳନ ଏବଂ ପୋଲିସର ବଳପ୍ରୟୋଗ ବିରୋଧରେ ଦିଲ୍ଲୀରେ ରାଜନୈତିକ ସରଗରମ ବୃଦ୍ଧି ପାଇବାରେ ଲାଗିଛି। ଏହି କ୍ରମରେ କକରୋଚ…

ଜୀରାନଦୀ ଜଳ ହେବ ସ୍ବଚ୍ଛ: ୧୭୮.୫୦ କୋଟି ଟଙ୍କାର ଏସଟିପି ପ୍ରକଳ୍ପ ପାଇଁ ମିଳିଲା ରାଜ୍ୟ ସରକାରଙ୍କ ମଞ୍ଜୁରୀ

ବରଗଡ଼,୨୧।୭(ପ୍ରେମାନନ୍ଦ ଖମାରୀ)- ବରଗଡ଼ ସହର ମଧ୍ୟ ଦେଇ ପ୍ରବାହିତ ଜୀରାନଦୀକୁ ପ୍ରଦୂଷଣମୁକ୍ତ କରିବା ଏବଂ ସହରର ବ୍ୟବହୃତ ଜଳ ପରିଚାଳନା ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ରାଜ୍ୟ…

ମୋଦିଙ୍କ ଘର ଆଗରେ ଶୋଇଗଲେ ରାହୁଲ; ଉଠାଇ ନେଲା ପୋଲିସ, ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୨୧।୭: ନିଟ୍ (NEET) ପେପର ଲିକ୍ ଏବଂ ଛାତ୍ରଛାତ୍ରୀଙ୍କ ଉପରେ ଦିଲ୍ଲୀ ପୋଲିସର ବଳପ୍ରୟୋଗ ବିରୋଧରେ ମଙ୍ଗଳବାର ଦିନ ପ୍ରଧାନମନ୍ତ୍ରୀଙ୍କ ବାସଭବନ ଆଗରେ କଂଗ୍ରେସ ପକ୍ଷରୁ ଧାରଣା…

୪ ମାସ ହେଲା ମିଳୁନି ଭତ୍ତା: ଅନ୍ଦୋଳନ ପାଇଁ ସଜବାଜ ହିତାଧିକାରୀ

ଭଞ୍ଜନଗର,୨୧।୭(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକର କିଛି ହିତାଧିକାରୀ ବିଗତ ୪ ମାସ ହେଲା ବକେୟା ଭତ୍ତା ଅର୍ଥ ପାଇ ପାରିନାହାନ୍ତି। ଫଳରେ ଉକ୍ତ ହିତାଧିକାରୀ ମାନେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri