‘ଆରମ୍ଭରୁ ସ୍ମାର୍ଟ ଫିଡ୍‌’

ପ୍ରତିବର୍ଷ ସେପ୍ଟେମ୍ବର ୧ରୁ ୭ ତାରିଖ ଜାତୀୟ ପୁଷ୍ଟି ସପ୍ତାହ ପାଳିତ ହୋଇଥାଏ। କେନ୍ଦ୍ର ସରକାରଙ୍କ ସ୍ବାସ୍ଥ୍ୟ ବିଭାଗ ସହ ଓଡ଼ିଶା ସରକାରଙ୍କ ମହିଳା ଓ ଶିଶୁ ବିକାଶ ବିଭାଗ ଏହି ସପ୍ତାହରେ ବିଭିନ୍ନ ସଚେତନଧର୍ମୀ ଓ ସହାୟତାଭିତ୍ତିକ କାର୍ଯ୍ୟକ୍ରମ ହାତକୁ ନେଇଥାନ୍ତି। କେନ୍ଦ୍ର ସରକାର ୧୯୮୨ରେ ପ୍ରଥମେ ଏହିଭଳି ସପ୍ତାହ ପାଳନ ଆରମ୍ଭ କରିଥିଲେ। ଚଳିତବର୍ଷର ସ୍ଲୋଗାନ୍‌ ରହିଛି : ‘ଆରମ୍ଭରୁ ସ୍ମାର୍ଟ ଫିଡ୍‌’ (ଫିଡିଂ ସ୍ମାର୍ଟ ରାଇଟ ଫ୍ରମ୍‌ ଷ୍ଟାର୍ଟ)। ବିଶେଷକରି ଅଭିଭାବକମାନେ ଏହି ପୁଷ୍ଟି ପ୍ରସଙ୍ଗକୁ ଅଣଦେଖା କରିଥାନ୍ତି। ଏକ ସୁନ୍ଦର ଶିଶୁର ସ୍ବାସ୍ଥ୍ୟ ତା’ର ପରବର୍ତ୍ତୀ ବିକଶିତ ବୟୋବୃଦ୍ଧି ପାଇଁ ଯେ ନିତାନ୍ତ ଅପରିହାର୍ଯ୍ୟ, ଏହାକୁ ସମସ୍ତେ ହୃଦୟଙ୍ଗମ କରିବା ଉଚିତ। କୁହାଯାଏ ଆଜିର ଶିଶୁଟି ଆସନ୍ତାକାଲିର ଭବିଷ୍ୟତ। ହେଲେ ଶିଶୁଟିର ସ୍ବାସ୍ଥ୍ୟାବସ୍ଥା ଯଦି ଅବହେଳାର ଶିକାର ହୁଏ ତାହାଲେ ପିଲାଟି ଅନେକ ରୋଗର ଶିକାର ହେବା ସହ କେବଳ ତା’ର ଶାରୀରିକ ନୁହେଁ, ମାନସିକ ଓ ବୌଦ୍ଧିକ ବିକାଶ ମଧ୍ୟ ବାଧାପ୍ରାପ୍ତ ହୋଇଥାଏ। ତେବେ ଉତ୍ତମ ପୁଷ୍ଟି ପାଇଁ ଜରୁରୀ କଥା ହେଉଛି ନବଜାତ ଶିଶୁ ଲାଗି ମାଆର ପ୍ରଥମ କ୍ଷୀର ବା କଷ କ୍ଷୀର ତା’ ସ୍ବାସ୍ଥ୍ୟ ପାଇଁ ଏକ ଦିବ୍ୟ ସଞ୍ଜୀବନୀ କହିଲେ ଅତ୍ୟୁକ୍ତି ହେବନାହିଁ। ଏଥିରେ ସମସ୍ତ ପ୍ରକାର ପୌଷ୍ଟିକତା ରହିବା ସହ ବିଶେଷକରି ଶିଶୁ ପାଇଁ ଏହା ଏକପ୍ରକାର ଈଶ୍ୱରପ୍ରଦ ରୋଗ ପ୍ରତିରୋଧକ ଶକ୍ତିକାରୀ ଅମୂଲ୍ୟ ଜିନିଷଟି। ନୂଆ ଜନ୍ମ ହୋଇଥିବା ପିଲାକୁ ପ୍ରଥମ ଛଅମାସ କେବଳ ମାଆ କ୍ଷୀର ନିହାତି ଜରୁରୀ। ଶିଶୁଟି ଯେତେଥର ଚାହୁଁଛି ମାଆମାନେ ପିଲାଙ୍କୁ ସ୍ତନ୍ୟପାନ କରାନ୍ତୁ। ଶିଶୁଟିର ବୟସ ଛଅମାସ ପରେ ହେଲେ ଶିଶୁ ବିଶେଷଜ୍ଞଙ୍କ ପରାମର୍ଶ ନେଇ ଘରୋଇ ପ୍ରସ୍ତୁତ ଖାଦ୍ୟ ଦିଅନ୍ତୁ। ତେବେ ଏହାସହିତ ଦୁଇବର୍ଷ ଯାଏ ପିଲାଟି ଯେପରି ମାଆ କ୍ଷୀର ପାଏ ଏ କ୍ଷେତ୍ରରେ ମାଆମାନେ ଯତ୍ନବାନ ହେବା ଜରୁରୀ। କେହି କେହି ମାଆକ୍ଷୀର ଅପେକ୍ଷା ବଜାର ପ୍ରସ୍ତୁତ ଡବା ପାଉଡର, ପ୍ରୋଟିନ୍‌ଯୁକ୍ତ ଖାଦ୍ୟ ଦେବାକୁ ଚାହିଁଥାନ୍ତି କିନ୍ତୁ ମନେରଖିବା କଥା ଯେ, ମାଆ କ୍ଷୀର ପରି କୌଣସି ଖାଦ୍ୟପଦାର୍ଥ ତୁଳନୀୟ ନୁହେଁ। ବିଶେଷକରି ମାଆମାନେ ଯତ୍ନବାନ ହେବା କଥା ଯେ ଶିଶୁଟି ଯେଉଁ ଖାଦ୍ୟ ଖାଉଛି ସେଥିରେ ସବୁଜ ଶାଗ, ତଟକା ପନିପରିବା, ଫଳ, ତେଲ, ଚିନି, ଗୁଡ଼, ବାଦାମ ଓ ଆୟୋଡିନ୍‌ଯୁକ୍ତ ଲୁଣ ଯେପରି ସାମିଲ ହେବ। ଶିଶୁକୁ କ୍ଷୀର ଦେଉଥିବା ମାଆମାନେ ନିର୍ଦ୍ଦିଷ୍ଟ ସମୟରେ ବିଶ୍ରାମ ସହିତ ସେମାନେ ଯେପରି ପୁଷ୍ଟିକର ଖାଦ୍ୟ ଖାଇବେ ସେଥିପ୍ରତି ଯତ୍ନବାନ ହେବା ଜରୁରୀ। କାରଣ ମାଆଟିର ସ୍ବାସ୍ଥ୍ୟ ସୁରକ୍ଷିତ ରହିଲେ ଶିଶୁଟିର ମଧ୍ୟ ସେହିପରି ଭାବରେ ଉତ୍ତମ ଅଭିବୃଦ୍ଧି ଓ ବିକାଶ ସମ୍ଭବ ହୋଇପାରିବ।
ପିଲାମାନେ ବିଶେଷକରି ନବଜାତ ଶିଶୁମାନଙ୍କ ସ୍ବାସ୍ଥ୍ୟ ପ୍ରତି ଯତ୍ନ ନେବାବେଳେ ପାରିପାର୍ଶ୍ୱିକ କ୍ଷେତ୍ରକୁ ଦୃଷ୍ଟିଦେବା ଅତ୍ୟନ୍ତ ଅପରିହାର୍ଯ୍ୟ। କାରଣ ବିଭିନ୍ନ ରୋଗ ସଂକ୍ରମଣ ହେତୁ ଶରୀରରେ ପୁଷ୍ଟିକର ତତ୍ତ୍ୱର କ୍ଷତି ହୋଇଥାଏ, ଯାହାଦ୍ୱାରା ଶିଶୁଟି ବିଭିନ୍ନ ରୋଗର ସହଜ ଶିକାର ହୋଇଥାଏ। ସେହିପରି ବ୍ୟକ୍ତିଗତ ଓ ଭୋଜନଗତ ସ୍ବଚ୍ଛତାକୁ ଧ୍ୟାନଦେଇ ନିଜ ପରିବେଶକୁ ସ୍ବଚ୍ଛ ରଖିପାରିଲେ ରୋଗ ସଂକ୍ରମଣକୁ ରୋକାଯାଇପାରିବ। ଖାଦ୍ୟ ପ୍ରସ୍ତୁତି ସମୟରେ ଭଲ ଭାବରେ ଗରମ ହୋଇଥିବା ଖାଦ୍ୟକୁ ଶୀତଳ କରି ପିଲାମାନଙ୍କୁ ଖାଇବାକୁ ଦିଅନ୍ତୁ। ସହିପରି ପିଲାମାନଙ୍କୁ ତଟକା ଫଳ ଖୋଇବାର ଅଭ୍ୟାସ ରଖନ୍ତୁ କିମ୍ବା ନିଜେ ଘରେ ଜୁସ୍‌ ତିଆରି କରି ପିଇବାକୁ ଦିଅନ୍ତୁ।
ପିଲାବେଳୁ ଶିଶୁଟିକୁ ରକ୍ତହୀନତାର ସମସ୍ୟାରୁ ଦୂରେଇବା ପାଇଁ ଏହାର ପ୍ରତିରୋଧ ନିମନ୍ତେ ଗର୍ଭବତୀ ମହିଳାମାନେ ଓ ପ୍ରସୂତି ମାଆମାନେ ପ୍ରଚୁର ଲୌହସାରଯୁକ୍ତ ଖାଦ୍ୟ ଖାଆନ୍ତୁ ଓ ପିଲାଟିକୁ ମଧ୍ୟ ଦିଅନ୍ତୁ। ସରକାର ଲୌହସାର ଯୁକ୍ତ ବଟିକା ଓ ବିଭିନ୍ନ ପୁଷ୍ଟିକର ଅଭିବୃଦ୍ଧି ପାଇଁ ମାଗଣା ଔଷଧ ପ୍ରଦାନ କରୁଛନ୍ତି, ଏହାର ସୁଯୋଗ ନିଅନ୍ତୁ। ପିଲାଟି ଯେପରି ଆୟୋଡିନଯୁକ୍ତ ଲୁଣ ଖାଉଥାଏ ସେ ଦିଗଟିକୁ ଦେଖନ୍ତୁ। ରୁଗ୍‌ଣ ଓ ଅତିଶୟ ପୁଷ୍ଟିହୀନ ଶିଶୁ ପାଇଁ ଠିକ୍‌ ଓ ନିର୍ଦ୍ଧାରିତ ସମୟର ପୁଷ୍ଟିକର ଖାଦ୍ୟ ଓ ଅଧିକ ଯତ୍ନ ଆବଶ୍ୟକ। ପିଲାକୁ ଯେକୌଣସି ଖାଦ୍ୟ ବା ପାନୀୟ ଦେଉଥାନ୍ତୁ ଶିଶୁରୋଗ ବିଶେଷଜ୍ଞଙ୍କ ମତ ନିଅନ୍ତୁ। ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରଠାରୁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର, ଜିଲାସ୍ତରୀୟ ଡାକ୍ତରଖାନାଠାରୁ ଶିଶୁଭବନ ସବୁଠି ଶିଶୁମାନଙ୍କର ଉତ୍ତମ ପୁଷ୍ଟିଜନିତ ଚିକିତ୍ସା ପାଇଁ ଅଭିଜ୍ଞ ଓ ଅନୁଭବୀ ଶିଶୁରୋଗ ବିଶେଷଜ୍ଞ ରହିଛନ୍ତି। ସେମାନଙ୍କ ପରାମର୍ଶ ନିଅନ୍ତୁ। ଚଳିତବର୍ଷର ଏହି ସପ୍ତାହ ପାଇଁ ରହିଥିବା ସ୍ଲୋଗାନଟି ବେଶ୍‌ ଗୁରୁତ୍ୱପୂର୍ଣ୍ଣ। ସମାଜର ସାମଗ୍ରିକ ଆଗାମୀ ଭବିଷ୍ୟତର ବିକାଶ ପାଇଁ ଆଜିର ଶିଶୁମାନଙ୍କ ସ୍ବାସ୍ଥ୍ୟଗତ ଦିଗ ଓ ପୁଷ୍ଟି ସାଧନ କ୍ଷେତ୍ରକୁ ଗୁରୁତ୍ୱ ଦେଇ ଏହାକୁ ପାଳନ କଲେ ଏହି ଜାତୀୟ ପୁଷ୍ଟି ସପ୍ତାହର ପ୍ରାସଙ୍ଗିକତାର ଗୁରୁତ୍ୱ ବଢ଼ିପାରିବ।
ପ୍ରଫେସର ଓ ବିଭାଗୀୟ ମୁଖ୍ୟ, ଶିଶୁରୋଗ ବିଭାଗ, ଫକୀରମୋହନ
ମେଡିକାଲ କଲେଜ, ବାଲେଶ୍ୱର


Enter your email to get our daily news in your inbox.

All Right Reserved By Dharitri.Com

୫କେଜି LPG ସିଲିଣ୍ଡରକୁ ନେଇ ସରକାରଙ୍କ ବଡ଼ ଘୋଷଣା, ଲକ୍ଷ ଲକ୍ଷ ଲୋକଙ୍କୁ…

ନୂଆଦିଲ୍ଲୀ,୭।୪: ଇରାନରେ ଜାରି ରହିଥିବା ଯୁଦ୍ଧ କାରଣରୁ ସାରା ବିଶ୍ୱରେ LPG ଯୋଗାଣ ପ୍ରଭାବିତ ହୋଇଛି। ଏହାର ପ୍ରଭାବ ଭାରତର ପ୍ରବାସୀ ଶ୍ରମିକ ଓ ଦୁର୍ବଳ ଶ୍ରେଣୀର…

ଯେଉଁଠି ଅଛନ୍ତି ସେଇଠି ଥାନ୍ତୁ, ୪୮ ଘଣ୍ଟା ଯାଏ ଘରୁ ବାହାରନ୍ତୁ ନାହିଁ; ଭାରତୀୟଙ୍କ ପାଇଁ Advisory ଜାରି କଲା…

ତେହେରାନ,୭।୪: ପଶ୍ଚିମ ଏସିଆରେ ଯୁଦ୍ଧ ପରିସ୍ଥିତି ଭୟଙ୍କର ରୂପ ନେବାରେ ଲାଗିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିନାଶକାରୀ ଧମକ ଏବଂ ଇସ୍ରାଏଲର ଆକ୍ରମଣ ମଧ୍ୟରେ ଇରାନରେ…

ଭଡ଼ାଘରେ ଚଲାଇଥିଲେ ଦେହ ବ୍ୟବସାୟ, ଦମ୍ପତିଙ୍କୁ ବାନ୍ଧିଲା ଟାଉନ ଥାନା ପୋଲିସ, ମିଳିଲା ଆପତ୍ତିଜନକ…

ବରଗଡ଼,୭।୪(ପ୍ରେମାନନ୍ଦ ଖମାରୀ)-ବରଗଡ଼ ସହର ଉପକଣ୍ଠ ଶ୍ରୀଧାମ ସୋସାଇଟି ନିକଟ ଏକ ଭଡ଼ାଘରେ ଦେହ ବ୍ୟବସାୟ ଚଲାଉଥିବା ଅଭିଯୋଗରେ ସ୍ଥାନୀୟ ଟାଉନ ଥାନା ପୋଲିସ ଜଣେ ଦମ୍ପତିଙ୍କୁ ଗିରଫ…

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ସାମିଆପଲ୍ଲୀରୁ ବିପୁଳ ପରିମାଣରେ ଶାଗୁଆନ କାଠ ଜବତ

ଛତ୍ରପୁର,୭।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟ ସାମିଆପଲ୍ଲୀ ଗ୍ରାମ ନିକଟରୁ ଭିଜିଲାନ୍ସ, ବନବିଭାଗ ମୋବାଇଲ ଟିମ, ଛତ୍ରପୁର ବନ ବିଭାଗ ବିପୁଳ ପରିମାଣର ଶାଗୁଆନ…

ରାଜ୍ୟସଭା କ୍ରସ୍‌ ଭୋଟିଂ ପରେ ପ୍ରଥମ ଥର ମୋହନା ଆସିଲେ ବିଧାୟକ

ମୋହନା, ୭ା୪(ମନ୍ମଥ ମିଶ୍ର): ରାଜ୍ୟସଭା ନିର୍ବାଚନ ପରେ ଗଜପତି ଜିଲା କଂଗ୍ରେସରେ ହଟଚମଟ ଦେଖିବାକୁ ମିଳିଥିଲା। ମୋହନା ବିଧାୟକ ଦାଶରଥି ଗମାଙ୍ଗ ନିଜ ଦଳର କଥା ଅବମାନନା…

ଆମେରିକା ରେଡ୍‌ ଲାଇନ୍‌ ପାର କଲେ, ଆମର କ୍ଷେପଣାସ୍ତ୍ର ଟ୍ରମ୍ପଙ୍କୁ ଭୟଙ୍କର ଜବାବ ଦେବ; ଇରାନ ଦେଲା ପାଲଟା ଚେତାବନୀ

ତେହେରାନ,୭।୪: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଦିଆଯାଇଥିବା ଡେଡ୍‌ଲାଇନ୍‌ ଶେଷ ହେବା ପୂର୍ବରୁ ଇରାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ‘ଖାର୍ଗ…

ଏକା ବେଳେ ଜଳିଲା ଗୋଟିଏ ପରିବାରର ୪ ଜୁଇ: କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଗାଁ  

କୋରାପୁଟ,୭।୪(ଅମିତାଭ ବେହେରା):ଏକା ବେଳକେ ଜଳିଲା ଗୋଟିଏ ପରିବାରର ୪ ଜୁଇ। ଦୁର୍ଘଟଣାରେ ଗୋଟିଏ ପରିବାରର ୪ ଜଣଙ୍କ  ଘଟିଲା ମୃତ୍ୟୁ। କୋରପୁଟ ଶ୍ମଶାନରେ ଜଳିଲା ଜୁଇ। ନବରଙ୍ଗପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri