ତୈମୁରଙ୍କଠାରୁ ବି ଦାମିକିଆ ଡ୍ରେସ୍‌ ପିନ୍ଧନ୍ତି ଏହି ଷ୍ଟାର କିଡ୍ସ

ମୁମ୍ବାଇ: ସବୁ ମାତାପିତା ନିଜ ପିଲାଙ୍କୁ ସବୁଠାରୁ ଭଲ ଜିନିଷ ଦେବାକୁ ଚେଷ୍ଟା କରିଥାନ୍ତି। ଯେପରିକି ଭଲ ଖାଇବା, ପିନ୍ଧିବା, ଖେଳନା ଓ ପାଠପଢ଼ା। ଏହାରି ଭିତରେ କିନ୍ତୁ ଚର୍ଚ୍ଚାକୁ ଆସିଥାଏ ଷ୍ଟାର କିଡ୍ସଙ୍କ ଲାଇଫ୍‌ ଷ୍ଟାଇଲ୍। ଆଉ ସେମାନେ ବ୍ୟବହାର କରୁଥିବା ପ୍ରତିଟି ଜିନିଷ ବିଷୟରେ ଜାଣିବାକୁ ଥାଏ ଅନେକଙ୍କର ଆଗ୍ରହ। ଏବେ ଏହି ରେସ୍‌ରେ ଟିଭି କଳାକାର ଜୟ ଭାନୁଶାଲୀ ଓ ମାହି ବିଜ ମଧ୍ୟ ପଛରେ ନାହାନ୍ତି। ସେମାନଙ୍କ ଏକ ମାତ୍ର କନ୍ୟା ସନ୍ତାନର ନାଁ  ତାରା ଭାନୁଶାଲୀ। ସେ ଦେଖିବାକୁ ବେଶ୍‌ ସୁନ୍ଦର। ଜୟ ଓ ମାହି ତାରାଙ୍କୁ ଦୁନିଆର ସବୁଠାରୁ ଭଲ ଜିନିଷ ଦେବାକୁ ଯାଇ ଟଙ୍କା ବିଷୟରେ ମଧ୍ୟ ଚିନ୍ତା କରନ୍ତି ନାହିଁ। ଆଉ ଏହାର ଉଦାହରଣ ସେତେବେଳେ ଦେଖିବାକୁ ମିଳିଥିଲା ଯେତେବେଳେ ୧୦ ମାସର ତାରା ଓ୍ବାର୍ଲ୍‌ଡ ଫେମସ୍‌ ଲଗ୍‌ଜରୀ ବ୍ରାଣ୍ଡ ଗୁସିର ଡ୍ରେସ୍‌ରେ ନଜର ଆସିଥିଲେ। କିଛି ସମୟ ପୂର୍ବରୁ ଇନ୍‌ଷ୍ଟାଗ୍ରାମରେ ତାରାଙ୍କ ଏକ ଫଟୋ ଶେୟାର କରାଯାଇଛି। ଯେଉଁଥିରେ ସେ ବେବି ଫିଙ୍କ୍‌ ସ୍ଲିପ୍‌ସୁଟରେ ନଜର ଆସୁଛନ୍ତି। ୧୦୦ ପ୍ରତିଶତ ସୂତା କପଡାରେ ତିଆରି ହୋଇଥିବା ଏହି ଡ୍ରେସ୍‌ରେ ଭିଟାଞ୍ଜ ଗୁସି ଲୋଗୋ ଲାଗିଛି। ଯେଉଁଥିରୁ ଡ୍ରେସର ଦାମ୍‌ ଉପରେ ସହଜରେ ଅନୁମେୟ କରିହେବ। ଏହି ବେବି ସ୍ଲିପ୍‌ଶୁଟର ଦାମ୍‌ ଆମେରିକା ଡଲାରରେ ୨୪୦ ହୋଇଥିବା ବେଳେ ଭାରତୀୟ ମୂଲ୍ୟ ହିସାବରେ ୧୯ହଜାର ଟଙ୍କା ସହିତ ସମାନ। ଯାହା କରୀନା କପୁର ଓ ସୈଫ ଅଲ୍ଲୀ ଖାଁଙ୍କ ପୁଅ ତୈମୁର ଅଲ୍ଲୀ ଖାଁ ମଧ୍ୟ ପିନ୍ଧୁ ନ ଥିବା ଜଣାପଡ଼ିଛି। ନିକଟରେ ଏନେଇ କରୀନା ମଧ୍ୟ ସ୍ବୀକାର କରିଥିଲେ ଯେ , ସେ ନିଜ ପୁଅଙ୍କ ପାଇଁ ଗୁସି ଓ ପ୍ରାଡାରୁ ଡ୍ରେସ୍‌ କିଣନ୍ତି ନାହିଁ।


All Right Reserved By Dharitri.Com

କିମ୍ବଦନ୍ତୀ ସଙ୍ଗୀତକାର ଖାୟମ୍‌ଙ୍କ ପରଲୋକ

ମୁମ୍ବାଇ,୨୦ା୮- ଜାତୀୟ ପୁରସ୍କାରପ୍ରାପ୍ତ ବଲିଉଡ ସଙ୍ଗୀତ ନିର୍ଦ୍ଦେଶକ ମହମ୍ମଦ ଜାହିର ହାଶ୍‌ମି ସୋମବାର ଏକ ଘରୋଇ ହସ୍ପିଟାଲ୍‌ରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ତାଙ୍କୁ ୯୨ବର୍ଷ...

‘ସ୍କାଏ ଇଜ୍‌ ପିଙ୍କ୍‌’ ଫିଲ୍ମର ପ୍ରମୋଶନ କରିପାରନ୍ତି ଜାଏରା!

‘ଦଙ୍ଗଲ’ ଓ ‘ସିକ୍ରେଟ ସୁପରଷ୍ଟାର୍‌’ ଭଳି ଫିଲ୍ମରେ ନିଜ ଅଭିନୟର ଦକ୍ଷତା ଦେଖାଇ ସାରିଥିବା ଅଭିନେତ୍ରୀ ଜାଏରା ୱାସିମ ବଲିଉଡଠାରୁ ସବୁଦିନ ପାଇଁ ଦୂରେଇ ଯାଇଛନ୍ତି।...

ରିଲିଜ୍‌କୁ ଅପେକ୍ଷା

ସତରେ ୟାକୁ ହିଁ କହନ୍ତି ହାତୀ ମୁଣ୍ଡରେ ସୁନା କଳସ ଢାଳିବା। ବ୍ଲକବଷ୍ଟର ‘ବାହୁବଲୀ’ପରେ ପ୍ରଭାସ ପୁଣି ଏବେ ଚର୍ଚ୍ଚାରେ। କାରଣ ଆଉ ଏକ ବିଗ୍‌...

ଫଟୋଗ୍ରାଫରଙ୍କୁ ଦେଖି ଏମିତି ପ୍ରତିକ୍ରିୟା ଦେଲେ ଏହି ଷ୍ଟାର୍‌କିଡ୍‌

ଶାହାରୁଖ୍‌ ଖାଁ ଏବଂ ଗୌରୀଙ୍କ ସାନ ପୁଅ ଅବରାମ୍‌ଙ୍କ ଫଟୋ ଏବେ ସୋସିଆଲ ମିଡିଆରେ ବେଶ୍‌ ଭାଇରାଲ ହେବାରେ ଲାଗିଛି। ୬ ବର୍ଷର ଅବରାମ ରାଣୀ...

ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପ୍ରସଙ୍ଗ

ନିକଟରେ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାରରେ ସ୍ବଚ୍ଛତାକୁ ନେଇ ପ୍ରଯୋଜକମାନେ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ପ୍ରକୃତପକ୍ଷେ ବିଗତ ଦିନର ପୁରସ୍କାର ବେଳେ କଳାକାର, ଟେକ୍ନିସିଆନ, ପ୍ରଯୋଜକ,...

ଟ୍ରମ୍ପଙ୍କ ସହ ଡିନର୍‌ କଲେ ଏହି ସେଲିବ୍ରିଟି, ଭାଇରାଲ ହେଉଛି ଫଟୋ

ବମ୍ବେ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଉଦ୍ଦେଶ୍ୟରେ ରାଷ୍ଟ୍ରପତି ଭବନରେ ମଙ୍ଗଳବାର ଡିନର୍‌(ରାତ୍ରଭୋଜନ)ର ଆୟୋଜନ କରାଯାଇଥିଲା। ଏଥିରେ ସାମିଲ ହୋଇଥିଲେ କିଛି ସେଲିବ୍ରିଟି। ସେମାନଙ୍କ ମଧ୍ୟରେ...

ଇଶାନ ଖଟ୍ଟରଙ୍କ ସହ ନଜର ଆସିବେ ଅନନ୍ୟା

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ଅନନ୍ୟା ପାଣ୍ଡେଙ୍କ ହାତରେ ଏବେ ଅଫର୍‌ ଉପରେ ଅଫର୍‌। ‘ପତି ପତ୍ନୀ ଔର ଓ୍ବ’ ପରେ ଏବେ ଅନନ୍ୟା ‘ଖାଲି ପିଲି’ରେ...

ଆଲିଆ-ରଣବୀର କପୁରଙ୍କ ଫେକ୍‌ ବିବାହ କାର୍ଡ ସୋସିଆଲ୍‌ ମିଡ଼ିଆରେ ଭାଇରାଲ

ମୁମ୍ବାଇ,୨୨।୧୦: ରଣବୀର କପୁର ଏବଂ ଆଲିଆ ଭଟ୍ଟଙ୍କ ଫେକ୍‌ ବିବାହ କାର୍ଡ ଏବେ ସୋସିଆଲ୍‌ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ଏହି କାର୍ଡରେ ବିବାହ ୨୦୨୦...

Coronavirus Update



Archives

Model This Week

Why Dharitri

Leave a comment

Your email address will not be published. Required fields are marked *