ମାନପତ୍ର

ସୁନ୍ଦର ନଁାଟିଏ ମାନପତ୍ର। ପତ୍ର ବା ଲେଖାର ଉପଯୁକ୍ତ ମାନ ସମ୍ମାନ ଥାଏ ବୋଲି ତା’ ନଁା ମାନପତ୍ର। ତେଣୁ ମାନପତ୍ର ସବୁବେଳେ ମାନଯୁକ୍ତ ରହିବା ଉଚିତ। ମାନପତ୍ର ଦେଖିଲେ ତା’ର ମାନ ଥାଏ କେତେ ଜଣାପଡ଼େ। ପ୍ରଥମତଃ ମାନପତ୍ର ନିର୍ଭୁଲ ରହିବା ଦରକାର। ବହୁତ ବନାନ ଅଶୁଦ୍ଧି ଥିଲେ ମାନପତ୍ରର ମାନ ବନାନ ଅଶୁଦ୍ଧି ପାଇଁ କ୍ଷୁଣ୍ଣ ହୁଏ। ବନାନ ଶୁଦ୍ଧି ସହ ତହିଁରେ ଉଲ୍ଲେଖିତ ଶବ୍ଦ ସବୁର ଉତ୍ତମ ଚୟନ ଓ ସୁନ୍ଦର ଶବ୍ଦ ବସାଣ ଥିଲେ ସେଇ ଆଳଙ୍କାରିକ ଶବ୍ଦାବଳୀ ମାନପତ୍ରର ମାନ ବୃଦ୍ଧିରେ ବେଶ୍‌ ସହାୟକ ହୋଇଥାଏ। ଉତ୍ତମ ଲେଖା ପାଇଁ ମାନପତ୍ରର ଶ୍ରୀ ସୌନ୍ଦର୍ଯ୍ୟ ବୃଦ୍ଧି ହୁଏ।
ଯେ କୌଣସି ନଁାକରା ଗୀତସଙ୍ଗୀତର ଗୀତିକାର ଅନେକ କ୍ଷେତ୍ରରେ ଯେମିତି ପ୍ରଚ୍ଛଦପଟରେ ରହିଥାନ୍ତି/ ରହିଯାନ୍ତି, ଠିକ୍‌ ସେମିତି ମାନପତ୍ର ଲେଖାଳି କିଏ ସେ ଆଦୌ ସାମ୍ନାକୁ ଆସି ନ ଥାନ୍ତି। ଗୀତିକାରଙ୍କୁ ତ ଅନେକ ଜାଣିବାର ଚିହ୍ନିବାର ସୁଯୋଗ ଥାଏ। ହେଲେ ମାନପତ୍ର ଲେଖାଳିଙ୍କୁ ଜାଣିବାର ସୁଯୋଗ ନ ଥାଏ କହିଲେ ଚଳେ। ଯା’ ହେଉ କାହାକୁ କେଉଁଠି ଯଦି ପୁରସ୍କାର ଦିଆଯାଏ, ତେବେ ତାଙ୍କ ହାତକୁ ଆଗ ମାନପତ୍ରଟେ ବଢ଼େଇ ଦିଆଯାଇଥାଏ। ଆଉ ବେକରେ ତାଙ୍କର ପକେଇ ଦିଆଯାଏ ଗାମୁଛା ଖଣ୍ଡେ। ହାତକୁ ଫୁଲତୋଡ଼ାଟେ।
ଆଜିକାଲି ମାନପତ୍ର ନଁାରେ ଅମାନପତ୍ର(!) ବେଶି ଦିଆଯାଉଥିବା ମନେହୁଏ। ଅନେକ ମାନପତ୍ର ନିର୍ଭୁଲ ନ ଥାଏ I ତହିଁରେ ଭୁଲ୍‌ ଥାଏ। ତେଣୁ ସୁନ୍ଦର ମାନପତ୍ର ପାଇଁ ଉତ୍ସବ ଆୟୋଜନର ନିର୍ଦ୍ଦିଷ୍ଟ ନିର୍ଦ୍ଧାରିତ ତାରିଖ ବା ଦିନର ବହୁତ ଦିନ ଆଗରୁ ମାନପତ୍ର ପ୍ରସ୍ତୁତି କାମ ସରିଥିବା ଦରକାର। ଆଗରୁ ଲେଖାଗଲେ ମାନପତ୍ର, ମାନପତ୍ର ଭଳିଆ ତିଆରି ହୋଇପାରିବ। ଉତ୍ସବର ଠିକ୍‌ ଦିନେ କି ଦି’ ଦିନ ଆଗରୁ ମାନପତ୍ର ପ୍ରସ୍ତୁତ କରାଗଲେ ଲେଖାର ମାନ ଠିକ୍‌ ନ ରହିବା ସହିତ ନିର୍ଭୁଲ ନ ରହିବା ସମ୍ଭାବନା ଯଥେଷ୍ଟ ଅଧିକ ରହେ। ମାନପତ୍ର ପ୍ରସ୍ତୁତି ପାଇଁ ସମୟ ଦେବା ଦରକାର ଯେମିତି ତାହା ସୁନ୍ଦର ଓ ସୁଦୃଶ୍ୟ ଥିବ। ପୁଣି ସୁନ୍ଦର ଓ ସୁଦୃଶ୍ୟ ମାନପତ୍ର ତିଆରି ସମ୍ଭବ ଯଦି ପୁରସ୍କାର ସଂଖ୍ୟା ସୀମିତ ଥିବ I
୫୧, ୭୧, ୧୦୧ ପ୍ରତିଭାସମ୍ପନ୍ନ ବ୍ୟକ୍ତିବିଶେଷଙ୍କୁ ପୁରସ୍କାର ଦିଆଗଲେ ସେଇଠି ନା ମାନପତ୍ରର ମାନ ଠିକ୍‌ ଥିବାର ଆଶା ରହିବ ନା ଉତ୍ତରୀୟର ମାନ ରହିବ। ସେଇଠି ଫୁଲତୋଡ଼ା ନଁାରେ ପତ୍ରତୋଡ଼ା ଦିଆଯିବାରେ ମଧ୍ୟ ଆଶ୍ଚର୍ଯ୍ୟ ହେବାର ପ୍ରଶ୍ନ ନ ଥିବ। ଫୁଲ ନ ଥାଇ କେବଳ ପତ୍ର ମୋଡ଼ି ଦିଆଗଲେ ତାହା ଫୁଲତୋଡ଼ା ନ ହୋଇ ପତ୍ରତୋଡ଼ା ପଦବାଚ୍ୟ ହେବ ନିଶ୍ଚୟ। ଫୁଲତୋଡ଼ା ବଦଳରେ ପତ୍ରତୋଡ଼ା ଦେଲେଣି କେଉଁଠି କେଉଁଠି ଖର୍ଚ୍ଚକାଟ ନୀତି ଧରି। ପତ୍ରତୋଡ଼ା ଦିଆଯାଇଥିବା ଘଟଣା ଏ ଲେଖକ ନିଜେ ଦେଖିଛି ଗୋଟେ ସାହିତ୍ୟ ସଭାରେ। ପୁଣି ୫୧, ୭୧ ଜଣଙ୍କୁ ମାନପତ୍ର କେଉଁଠି ଦିଆଗଲେ ସେଠି କପି ପେଷ୍ଟ ମାନପତ୍ର ଦିଆଯିବ। ଏତେ ପ୍ରତିଭାଧରଙ୍କ ପାଇଁ ଅଲଗା ଅଲଗା ମାନପତ୍ର ତିଆରିକରିବା ଅସମ୍ଭବ କଥା। ସେଇ କ୍ଷେତ୍ରରେ ସବୁ ମାନପତ୍ରର ବିଷୟବସ୍ତୁ ସମାନ ଥାଏ। ସେଠି ପୁଣି ଛପା ନଁା ରହେନି। ହାତଲେଖା ନଁା ଥାଏ। ମୁଦ୍ରିତ ନଁା ନ ଥାଏ।
ଆଗର ହାତଲେଖା ମାନପତ୍ରର ବି ମର୍ଯ୍ୟାଦା ଥିଲା। ସୁନ୍ଦର ଅକ୍ଷରରେ ମାନପତ୍ର ଲେଖାଯାଉଥିଲା। ଏବେ ମୁଦ୍ରିତ ମାନପତ୍ର ମାନରହିତ ରହୁଥିବା ଦେଖାଯାଏ। କମ୍‌ ଲୋକଙ୍କୁ ପୁରସ୍କାର ଦିଆଗଲେ ମୁଦ୍ରିତ ନଁା ରୁହନ୍ତା। ସ୍ଥଳବିଶେଷରେ ଶହ ଶହଙ୍କୁ ପୁରସ୍କାର ଦିଆଯାଉଥିବାରୁ ବିଷୟବସ୍ତୁ ସମାନ ଥାଇ ନଁା ପୂରଣ ହାତରେ କରାଯାଇ ପୁରସ୍କାର ନଁାରେ ସେ ପ୍ରକାର ମାନପତ୍ର ଧରେଇ ଦିଆଯାଉଛି। ତହିଁରେ ବି କୃତକୃତ୍ୟ ଖୁବ୍‌ ହୁଅନ୍ତି ଥୋକାଏ ପୁରସ୍କାର ପାଇଛୁ ବୋଲି। ଉତ୍ତରୀୟ ଆକାରେ ସାଲ ଦିଆଯିବାର ପ୍ରଶ୍ନ ନ ଥାଏ। ଶସ୍ତା ଗାମୁଛା ଖଣ୍ଡେ ଖଣ୍ଡେ ବେକରେ ପକେଇ ଦିଆଯାଏ।
ଇଏ ତ ମାନପତ୍ରର କଥା। ଏବେ ଏବେ କିଏ କେଉଁଠି ଅଂଶଗ୍ରହଣ କରିଥିବାର ପ୍ରମାଣ ସ୍ବରୂପ ପାଇଥିବା ସାର୍ଟିଫିକେଟ ବା ପ୍ରମାଣପତ୍ରକୁ ବୋଧହୁଏ ମାନପତ୍ର ମନେକରନ୍ତି। ଆଉ ତାକୁ ଫେସ୍‌ବୁକରେ ପୋଷ୍ଟ କରି କିଏ କିଏ ଲେଖିଲେଣି ମୁଁ ଏଇଠୁ ସେଇଠୁ ସମ୍ବର୍ଦ୍ଧିତ ହେଲି। ଏ ଘଟଣା ସ୍ପଷ୍ଟ ସୂଚିତ କରେ କାହା କାହାର ନଁା ସାଉଁଟିବାର ବିକଳ ମାନସିକତାକୁ। ସେମାନେ ବୁଝିପାରନ୍ତିନି କେମିତି ପ୍ରମାଣପତ୍ର କ’ଣ, ଆଉ ମାନପତ୍ର କ’ଣ ? କବିତାପାଠରେ କେଉଁଠି ମଧ୍ୟ ଦିଆଯାଏ ପ୍ରଶସ୍ତି ପତ୍ର। ସେଇ ପ୍ରଶସ୍ତିପତ୍ର ବି ପ୍ରମାଣପତ୍ର ପ୍ରାୟ। ତାହା ମାନପତ୍ର ହୋଇ ନ ପାରେ। ଆଜିର ଦିନରେ ପ୍ରମାଣପତ୍ର, ପ୍ରଶସ୍ତିପତ୍ର, ମାନପତ୍ର ଆଦିକୁ ଗୋଟାଇବା/ହାତେଇବା ମାନସିକତା ରଖାଯିବା ସ୍ପୃହଣୀୟ ନୁହେଁ। ଆଜିକାଲି ଏଠି ସେଠି ଯେମିତି ଦିଆଯାଉଛି ବା ଦିଆଗଲାଣି ପୁରସ୍କାର, ତହିଁରେ ମାନପତ୍ରର ମାନ ଆଶା କରିବା ବୃଥା।

ଧ୍ରୁବ ଚରଣ ଘିବେଲା

ବଉଦରାଜ, ବୌଦ୍ଧ
ମୋ:୯୪୩୭୪୭୮୪୬୬


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଚେନ୍ନାଇର ଚିତଲାପକ୍କମ ନିକଟରେ ଥିବା ଚିତଲାପକ୍କମ ହ୍ରଦ ନିକଟବର୍ତ୍ତୀ ଅଞ୍ଚଳରେ ଖରାଦିନେ ନଳକୂପ ଶୁଖିଯାଏ। ବର୍ଷର ଅନ୍ୟ ସମୟରେ ବି ସେଗୁଡ଼ିକରୁ ଆବଶ୍ୟକ ପାଣି ବାହାରେ ନାହିଁ।…

ପ୍ରଶାସନିକ ସ୍ବଚ୍ଛତା ଏକ ପ୍ରଶ୍ନବାଚୀ

ପ୍ରଶାସନିକ ବ୍ୟବସ୍ଥାରେ ସ୍ବଚ୍ଛତା ଓ ନିରପେକ୍ଷତା ଆଣିବା ଲାଗି ସରକାର ଯେତେ ଯାହା ପଦକ୍ଷେପ ଗ୍ରହଣ କଲେ ମଧ୍ୟ ତାହା ସଫଳ ହୋଇପାରୁନି। ବିଭିନ୍ନ କ୍ଷେତ୍ରରେ କିଭଳି…

ସମୟ ବ୍ୟାଙ୍କ୍‌ର ସେବାପୁଞ୍ଜି

ବ୍ୟାଙ୍କ୍‌ରେ ସଞ୍ଚତ୍ତ ସମସ୍ତ ଅର୍ଥ ଉଠାଇ ଆଣି ରାଜଧାନୀର ଏକ ପ୍ରମୁଖ ଇଞ୍ଜିନିୟରିଂ କଲେଜରେ ନିଜ ପୁଅର ନାମ ଲେଖାଉଥିବା ଜଣେ ମଧ୍ୟବର୍ଗୀୟ ପିତା ତାଙ୍କ ବନ୍ଧୁକୁ…

ଗରିବ ହୋଇ ରହିବୁ

ଚଳିତ ସପ୍ତାହରେ ଏକ ବିଦେଶୀ ଗଣମାଧ୍ୟମ ମୋର ସାକ୍ଷାତ୍‌କାର ନେଇଥିଲା। ଏହା ଶେଷ ହେବା ପରେ ସାକ୍ଷାତ୍‌କାର ନେଇଥିବା ଖବରଦାତା କହିଥିଲେ, ଭାରତର ସ୍ଥିତି ଏଭଳି ହୋଇଛି…

ଏଇ ଭାରତରେ

ଚେନ୍ନାଇ ପେରୁଙ୍ଗୁଡ଼ିର ସିରାଜ ଖାନ୍‌ ଜଣେ ଶିକ୍ଷୟିତ୍ରୀ। ସେ ତାଙ୍କ କର୍ମମୟ ଜୀବନରୁ ସମୟ ବଞ୍ଚାଇ ମହିଳାମାନଙ୍କୁ ସ୍ବାବଲମ୍ବୀ କରିବାରେ ଲାଗିଛନ୍ତି। ଏହା କୌଣସି ସରକାରୀ ସହଯୋଗରେ…

ଆଧ୍ୟାତ୍ମିକ ପଥେ

ଏବେ ଚାରିଆଡେ ଆଲୋଚନା ହେଉଛି ଯେ, ଆମ ଯୁବଶକ୍ତି ଭୁଲ ଦିଗର ପଥଯାତ୍ରୀ ହେଉଛନ୍ତି, ସ୍ବାଧୀନତା ନଁାରେ ସ୍ବେଚ୍ଛାଚାରିତା ଏବଂ ଅତ୍ୟାଧୁନିକତାକୁ ଆପଣେଇ ନେଉଛନ୍ତି। ଏହି ପରିପ୍ରେକ୍ଷିରେ…

ବ୍ୟକ୍ତିଗତ ସ୍ବାଧୀନତା ଓ ପୋଲିସ କ୍ଷମତା

ଗୋଟିଏ ଗଣତାନ୍ତ୍ରିକ ଏବଂ ଆଇନ ଅନୁଶାସିତ ରାଷ୍ଟ୍ରରେ ପୋଲିସ ବ୍ୟବସ୍ଥା ହେଉଛି ସମାଜର ସୁରକ୍ଷା ଓ ଶୃଙ୍ଖଳାର ମେରୁଦଣ୍ଡ। ଅପରାଧମୁକ୍ତ ସମାଜ ଗଠନ ଏବଂ ସାଧାରଣ ନାଗରିକଙ୍କ…

ୟୁପିରେ ଅଦଳବଦଳ

ନିକଟରେ ଉତ୍ତର ପ୍ରଦେଶ(ୟୁପି)ରେ ବାବୁ ଅଦଳବଦଳ କରାଯାଇଛି। ଯୋଗୀ ଆଦିତ୍ୟନାଥ ସରକାର ରାଜ୍ୟରେ ୨୦୨୪ ବ୍ୟାଚ୍‌ର ୧୮ ଜଣ ଯୁବ ଆଇଏଏସ୍‌ ଅଧିକାରୀଙ୍କୁ ଆସିଷ୍ଟାଣ୍ଟ ମାଜିଷ୍ଟ୍ରେଟରୁ ଜଏଣ୍ଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri