ଷ୍ଟଲ୍‌ ଖାଁ ଖାଁ, ଚାଷୀ ନ ଥାଇ ପାଠଶାଳା

ନୟାଗଡ଼ ଅଫିସ,୨୪।୨:ଜିଲାସ୍ତରୀୟ କୃଷି ଯନ୍ତ୍ରପାତି ମେଳାରେ ଚାଷୀଙ୍କୁ ଦେଖିବାକୁ ମିଳୁନି । ୩ଦିନ ଧରି ମେଳା ଚାଲିଥିବାବେଳେ ଶୁକ୍ରବାର ମେଳା ଉଦ୍‌ଯାପନ ହେବ । ହେଲେ ଚାଷୀ କାହିଁକି ଆସୁ ନାହାନ୍ତି ପଚାରିଲେ କୃଷି ବିଭାଗ ପକ୍ଷରୁ ଉତ୍ତର ମିଳୁନି । ଷ୍ଟଲଗୁଡିକ ଖଁା ଖଁା ଦେଖା ଯାଉଛି । ପ୍ରତ୍ୟହ ୧୦୦ ଚାଷୀଙ୍କ ପାଇଁ ପାଠଶାଳା ବ୍ୟବସ୍ଥା କରାଯାଉଥିଲେ ହେଁ ହାତ ଗଣତି କେତେଜଣ ଚାଷୀଙ୍କୁ ଛାଡିଦେଲେ ଅଣଚାଷୀଙ୍କୁ ନେଇ ଚାଲିଛି ମେଳା ବୋଲିି ଅଭିଯୋଗ ହେଉଛିି । ମେଳାରେ ୨୦ ଲକ୍ଷ ଟଙ୍କା ଖର୍ଚ୍ଚ ହେବା ପାଇଁ ଅଟକଳ ରହିଥିବାବେଳେ ସଚେତନତା ଅଭାବରୁ ଚାଷୀ ନ ଆସିବାରୁ ୨୦ ଲକ୍ଷ ଟଙ୍କା ପାଣିରେ ପଡିଲା ବୋଲି କୁହାଯାଇଛି ।
ଏହି ଅବସରରେ ଜିଲା କୃଷି ବିଭାଗ ପକ୍ଷରୁ ଏକ ଖବରଦାତା ସମ୍ମିଳନୀ ସୋମବାର ଜିଲାପାଳଙ୍କ ସଦ୍‌ଭାବନା କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଜିଲାସ୍ତରୀୟ କୃଷି ଯନ୍ତ୍ରପାତି ମେଳା ନେଇ ଜିଲାପାଳ ଓ ଜିଲା ମୁଖ୍ୟ କୃଷି ଅଧିକାରୀ ଏକ ଖବରଦାତା ସମ୍ମିଳନୀ କରି କହିଥିଲେ ଫେବୃୟାରୀ ୨୧ରୁ ମେଳା ଆରମ୍ଭ ହୋଇ ୨୪ରେ ଶେଷ ହେବ । ନୟାଗଡ଼ ପୁରୁଣା ସହରରର ଦକ୍ଷିଣକାଳୀ ପଡିଆରେ ଜିଲାସ୍ତରୀୟ କୃଷି ଯନ୍ତ୍ରପାତି ମେଳା ଅନୁଷ୍ଠିତ ହେବ । ତେବେ ମେଳା ନୟାଗଡ଼ ଷ୍ଟାଡିୟମରେ କରାଯାଇଥିଲା । ଗଣମାଧ୍ୟମକୁ ଅଥବା ବିନା ସଚେତନତାରେ ମେଳା କରାଯିବାର ସ୍ଥାନ ବଦଳା ଯାଇଛି । ସେହିପରି ମେଳା ସ୍ଥାନାନ୍ତର ନେଇ ଦକ୍ଷିଣକାଳୀ ପଡିଆରେ ମଧ୍ୟ କିଛି ସୂଚନା ନାହିଁ । ଏଣୁ କେତେଜଣ ଚାଷୀ ଫେରି ଆସୁଥିବା ଦେଖିବାକୁ ମିଳିଥିଲା । ଅନ୍ୟପକ୍ଷେ ମେଳାରେ ପାଠଶାଳା କରାଯାଇ ପ୍ରତ୍ୟହ ୧୦୦ ଚାଷୀଙ୍କୁ ନୂଆ ଟୋକ୍ଟୋଲୋଜି ଓ କୃଷି ଯନ୍ତ୍ରପାତିର ବ୍ୟବହାର ଓ ଆବଶ୍ୟକତା, ରକ୍ଷଣାବେକ୍ଷଣ, ନୂତନ କୃଷି ଯନ୍ତ୍ରପାତି ସମ୍ବଦ୍ଧୀୟ ଜ୍ଞାନ କୌଶଳ ସମ୍ବଦ୍ଧରେ ତାଲିମ, ଯନ୍ତ୍ରପାତିର ସରକାରୀ ମୂଲ୍ୟ ଓ ସବ୍‌ସଡି ଉପରେ ମଧ୍ୟ ସଚେତତନା କରାଯିବ କୁହାଯାଇଥିଲା। ସେହିପରି ଚାଷୀମାନଙ୍କୁ ଓଡ଼ିଶା ମିଲେଟ ମିଶନ, ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା, ଜଳନିଧି, ସୌର ଜଳନିଧି ଯୋଜନା ଉପରେ ଅନୁରୂପ ଭାବେ ସଚେତନତା କରାଯିବ କୁହାଯାଇଥିଲା । ହେଲେ ମେଳା ସମ୍ପର୍କରେ ଚାଷୀ ଜାଣି ନ ଥିବାରୁ ପାଠଶାଳା ବିଫଳ ହୋଇଛି ।
ଜିଲାସ୍ତରୀୟ ମେଳାରୁ କୃଷି ଯନ୍ତ୍ରପାତି ସବ୍‌ସିଡିରେ କିଣିବାକୁ ହେଲେ ଅନ୍‌ଲାଇନରେ ଆବେଦନ କରିବାକୁ ପଡିବ । ଜିଲାର ୮ଟି ବ୍ଲକର ଚାଷୀମାନେ ୧୦ କୋଟି ଟଙ୍କାର କୃଷି ଉପକରଣ କିଣିବାକୁ ଲକ୍ଷ୍ୟ ରଖାଯାଇଥିଲା। ତେବେ ମାତ୍ର ୩ କୋଟି ୬୦ ଲକ୍ଷ ଟଙ୍କାର କାରବାର ହୋଇଥିବା କୁହାଯାଉଛି । କୃଷି ଓ କୃଷକ ସଶକ୍ତୀକରଣ ବିଭାଗ ପକ୍ଷରୁ କରାଯାଉଥିବା ଏହି ମେଳାରୁ ସ୍ବୟଂ ସହାୟିକା ଗୋଷ୍ଠୀ କୃଷି ଉପକରଣ କିଣିଲେ ୭୫ ପ୍ରତିଶତ ସବସିଡି ପାଇ ପାରିବେ। ଅନ୍ୟପକ୍ଷେ ଅନୁସୂଚିତ ଜାତି, ଜନଜାତି, ମହିଳା, କ୍ଷୁଦ୍ର ଓ ନାମମାତ୍ର ଚାଷୀ ୫୦ ପ୍ରତିଶତ ରିହାତି ପାଇ ପାରିବେ । ସେହିଭଳି ସାଧାରଣ ବର୍ଗର ଚାଷୀ ୪୦ ପ୍ରତିଶତ ରହାତିରେ କୃଷି ଯନ୍ତ୍ରପାତି କିଣି ପାରିବେ । ହେଲେ ଚାଷୀ ହାତପାହନ୍ତାରେ ସୁବିଧା ପାଇ ହାତଛଡା କଲା ବୋଲି ଅଭିଯୋଗ ଉଠିଛି । ଏନେଇ ଭାଡିକିଳାର ଚାଷୀ ରବୀନ୍ଦ୍ର ପ୍ରଧାନ କୁହନ୍ତି ମେଳା ସମ୍ପର୍କରେ ଆମେ ଅବଗତ ନୁହଁ। ଏହା ତରବରିଆ ଭାବେ କରିବା ଠିକ ନୁହେଁ । କୃଷି ପ୍ରଧାନ ଜିଲାରେ କୃଷକଙ୍କୁ ଅଣଦେଖା କରି ଲାଭ କ’ଣ । ମୁଁ ଖବର ପାଇ ମେଳାକୁ ଆସି ଦେଖିଲି କେବଳ ଯନ୍ତ୍ର ଥୁଆ ହୋଇଛି, ଚାଷୀଙ୍କ ଦେଖା ନାହିଁ । ଯେଉଁମାନେ ସାଂସ୍କୃତିକ କାର୍ଯ୍ୟକ୍ରମ କରୁଛନ୍ତି ସେମାନଙ୍କ ପରିବାର ଲୋକଙ୍କ ଭିଡ଼ ଜମିଛି ବୋଲି ସେ କ୍ଷୋଭ ପ୍ରକାଶ କରିଥିଲେ । ବାଉତି ଇଞ୍ଜିନିୟରିଂର ବ୍ୟବସାୟୀ ପୀତବାସ କଳସ କୁହନ୍ତି ବେପାର ମାନ୍ଦା । ମୋର ୩ ଦିନରେ ୭୦ ହଜାର ବେପାର ହୋଇଛି । ଆଶା ଥିଲା ୫ ଲକ୍ଷରୁ ଅଧିକ ହେବ । ହେଲେ ହେଲାନି । ଜିଲା ମୁଖ୍ୟ କୃଷି ଅଧିକାରୀ ସୁବାସ ଚନ୍ଦ୍ର ମହାପାତ୍ର ୩ କୋଟି ୬୦ ଲକ୍ଷ ଟଙ୍କାର କୃଷି ଉପକରଣ ବିକ୍ରି ହୋଇଛି । କିଛିଟା ଅବ୍ୟବସ୍ଥା ସତ୍ତ୍ୱେ ସବୁ କିଛି ଠିକ୍‌ଠାକ୍‌ ଚାଲିଛି ବୋଲି ସେ ସଫେଇ ଦେଇଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ରେଳ ଲାଇନ୍‌ ପାରି ହେଉଥିଲେ, ଧକ୍କା ଦେଲା ବାଙ୍ଗିରିପୋଷି-ରୁପ୍ସା ଟ୍ରେନ: ମୁଣ୍ଡରୁ ଗଣ୍ଡି ଅଲଗା…

ବୈଶିଙ୍ଗା, ୧।୪ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମଛପଦା ନିକଟରେ ବୁଧବାର ରାତିରେ ଏକ ମର୍ମନ୍ତୁଦ ରେଳ ଦୁର୍ଘଟଣା ଘଟିଯାଇଛି। ବାଙ୍ଗିରିପୋଷି-ରୁପ୍ସା ଡିଏମୟୁ…

ଗଜପତି ପୋଲିସର ବଡ଼ ସଫଳତା: ୧ କୋଟି ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୩ ମାଫିଆ…

ମୋହନା, ୧।୪(ମନ୍ମଥ ମିଶ୍ର): ରାଜ୍ୟ ସରକାରଙ୍କ ଗଞ୍ଜେଇ ମୁକ୍ତ ଓଡ଼ିଶା ଅଭିଯାନ ମଧ୍ୟରେ ଗଜପତି ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଜିଲାର ଆର୍‌. ଉଦୟଗିରି ଥାନା…

ରାସାୟନିକ ଦୁର୍ଘଟଣା ରୋକିବାରେ ‘ଗ୍ରାସିମ୍‌’ ତୁଲାଉଛି ଗୁରୁଦାୟିତ୍ୱ, ଜନସାଧାରଣଙ୍କ ମଧ୍ୟରେ…

ଗଞ୍ଜାମ,୧ା୪(ଅନାଥ ତରାଇ/ବିଦ୍ୟାଧର ସାହୁ)- ପରିବେଶ ସୁରକ୍ଷା ଏବଂ ଜନସାଧାରଣଙ୍କ ନିରାପତ୍ତା ପ୍ରତି ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରି ପୁଣିଥରେ ଚର୍ଚ୍ଚାରେ ଗ୍ରାସିମ୍‌ ଇଣ୍ଡଷ୍ଟ୍ରିଜ୍‌। ମଙ୍ଗଳବାର ଅପରାହ୍ନ ପ୍ରାୟ…

ଥୁଆମୂଳ ରାମପୁରରେ ମା’ ଠାକୁରାଣୀଙ୍କ ଚୈତ୍ର ଘଣ୍ଟଯାତ୍ରା ସମ୍ପନ୍ନ: ଭକ୍ତିମୟ ପରିବେଶରେ ନିଜ ଆସ୍ଥାନକୁ ଫେରିଲେ ମା’

ଥୁଆମୂଳ ରାମପୁର,୧।୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ମୁଖ୍ୟାଳୟରେ ଅତି ଆଡ଼ମ୍ବର ସହକାରେ ଅନୁଷ୍ଠିତ ହେଉଥିବା ମା’ ଠାକୁରାଣୀଙ୍କ ପବିତ୍ର ଚୈତ୍ର ଘଣ୍ଟଯାତ୍ରା…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

ଛତ୍ରପୁରରେ ୯୧ତମ ପୋଲିିସ ପ୍ରତିଷ୍ଠା ଦିବସ ପାଳିତ: ଗଞ୍ଜାମ ପୋଲିସର ସଫଳତାକୁ ଏସ୍‌ପିଙ୍କ ପ୍ରଶଂସା, ପୁରସ୍କୃତ ହେଲେ…

ଛତ୍ରପୁର,୧।୪(ଦିଲ୍ଲୀପ ସାମଲ): ଛତ୍ରପୁର ପୋଲିସ ପଡ଼ିଆଠାରେ ବୁଧବାର ୯୧ତମ ପୋଲିସ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଗଞ୍ଜାମ ଜିଲା ଏସ୍‌ପି  ଶୁଭେନ୍ଦୁ କୁମାର ପାତ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri