ଆବାସ ଯୋଜନା ଅଭିଯୋଗ ପାଇଁ ହିତାଧିକାରୀଙ୍କ ଭିଡ଼

ଏରସମା,୨୫ା୧(ସ୍ବ.ପ୍ର.): ଏରସମା ବ୍ଲକ ପରିସରରେ ମଙ୍ଗଳବାର ଜିଲାପାଳଙ୍କ ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ବହୁ ଅଭିଯୋଗକାରୀଙ୍କ ଭିଡ଼ ଜମିଥିଲା। ଶିବିରରେ ଅଧିକାଂଶ ଅଭିଯୋଗ ଆବାସ ଯୋଜନା ସମ୍ପର୍କିତ ଥିଲା। ଏ ବିଷୟରେ ଅଭିଯୋଗ କରିବା ପାଇଁ ହିତାଧିକାରୀମାନେ ଦୀର୍ଘ ସମୟ ଧରି ଲାଇନ୍‌ରେ ଠିଆ ହୋଇଥିଲେ। ଏନେଇ ଠେଲାପେଲା ହେବାରୁ ସମସ୍ତଙ୍କୁ ଫର୍ମ ଯୋଗାଇବା ସମ୍ଭବ ହୋଇ ପାରି ନ ଥିଲା। କିଛି ସମୟ ପାଇଁ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା ା ଏହାଦ୍ୱାରା ଦାୟିତ୍ୱରେ ଥିବା କର୍ମଚାରୀ ହିତାଧିକାରୀଙ୍କ ନାମ ପଞ୍ଜୀକରଣ କରିପାରି ନ ଥିଲେ ା ଏଥିଯୋଗୁ ଅଭିଯୋଗକାରୀଙ୍କ ନିର୍ଦ୍ଦିଷ୍ଟ ସଂଖ୍ୟା ନିରୂପଣ କରାଯାଇ ପାରିନାହିଁ ବୋଲି ବ୍ଲକ ପ୍ରଶାସନ ପକ୍ଷରୁ ସୂଚନା ମିଳିଛି ା
ଗତ ୧୬ ତାରିଖରେ ପ୍ରଧାନମନ୍ତ୍ରୀ ଅବାସ ଯୋଜନାରେ ମନୋନୀତ ହୋଇଥିବା ଯୋଗ୍ୟ ହିତାଧିକାରୀଙ୍କ ନାମ ତାଲିକା ସର୍ବସାଧାରଣଙ୍କ ଅବଗତି ନିମନ୍ତେ ପ୍ରତି ପଞ୍ଚାୟତରେ ଲଗାଯାଇଥିଲା। ଅଭିଯୋଗ ଥିତ୍ଲେ ୨୪ ତାରିଖ ସୁଦ୍ଧା ଦାଖଲ କରିବାକୁ ହିତାଧିକାରୀମାନଙ୍କୁ କୁହାଯାଇଥିଲା। ତାଲିକାରୁ ବାଦ୍‌ ପଡ଼ିଥିବା ହିତାଧିକାରୀମାନେ ଅଭିଯୋଗ କରିବା ପାଇଁ ଜିଲାପାଳଙ୍କ ଜନଶୁଣାଣି ଶିବିରରେ ଭିଡ଼ ଜମାଇଥିଲେ। ଶିବିରରେ ଆମ୍ବିକି ପଞ୍ଚାୟତର କିଆଦା (ନଗରୀ) ଗ୍ରାମର ନିବାସ ଫନ୍ଦାକାର,ତପନ ବେରା,ଝାଡେଶ୍ୱର ଗିରୀ,ନିକୁଞ୍ଜ ଗିରି କମଲ ପ୍ରଧାନ ପ୍ରମୁଖ ଅଭିଯୋଗ କରିଥିଲେ ଯେ, ମହାବାତ୍ୟା ସମୟରେ ଏହି ଗ୍ରାମର ୨୬୫ ଜଣ ପ୍ରାଣ ହରାଇଥିଲେ। ସେତେବେଳେ ଏକ ଘରୋଇ କମ୍ପାନୀ ପକ୍ଷରୁ ଯୋଗାଇ ଦିଆଯାଇଥିବା ଗୃହ ନିମ୍ନମାନର ଥିଲା। ଏସବୁ ଗୃହକୁ ଇତିମଧ୍ୟରେ ୨୨ ବର୍ଷ ବିତିଯାଇଥିବାରୁ ସେଗୁଡ଼ିକ ଅସୁରକ୍ଷିତ ହୋଇପଡ଼ିଛି। ଜିଲା ପ୍ରଶାସନ ଏନେଇ ଦୃଷ୍ଟି ଦେବାକୁ ସେମାନେ ଦାବି କରିଥିଲେ। ସେହିପରି ଗଡବିଶୁନିପୁର ପଞ୍ଚାୟତ ଅନ୍ତର୍ଗତ ନଳଭେଡି ଗ୍ରାମର ମେନକା ମଣ୍ଡଳ(୩୧) ଜଣେ ଭିନ୍ନକ୍ଷମ ହୋଇଥିବାବେଳେ ୧୨ ବର୍ଷ ହେବା ମା’ବାପାଙ୍କୁ ହରାଇ ବହୁ କଷ୍ଟରେ ଜୀବନ ଅତିବାହିତ କରୁଛନ୍ତି। ଏଭଳି ପରିସ୍ଥିତିରେ ତାଙ୍କୁ ଆବାସ ଯୋଜନାରୁ ବଞ୍ଚତ୍ତ କରାଯାଇଛି ବୋଲି ସମ୍ପର୍କୀୟ ଭାଇ କାମଦେବ ପ୍ରଧାନ ଅଭିଯୋଗ କରିଛନ୍ତି ା ଶିବିରରେ ଜିଲାପାଳଙ୍କ ପାରୁଲ ପଟୱାରିଙ୍କ ସହ ବିଡିଓ କୈଳାସ ଚନ୍ଦ୍ର ବେହେରା, ତହସିଲଦାର ନବପ୍ରସାଦ ନାୟକ, ତିର୍ତ୍ତୋଲ ଏସ୍‌ଡିପିଓ ପ୍ରଶାନ୍ତ କୁମାର ମାଝି, ବ୍ଲକ ଅଧ୍ୟକ୍ଷା ଲକ୍ଷ୍ମୀପ୍ରିୟା ମହାପାତ୍ର ଓ ବିଭିନ୍ନ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ ା


Enter your email to get our daily news in your inbox.

All Right Reserved By Dharitri.Com

ଡାକ୍ତରଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ, ଭଞ୍ଜନଗରରେ ରୋଗୀ ସେବା ପ୍ରଭାବିତ, ମୃତଦେହ ବ୍ୟବଚ୍ଛେଦ ହୋଇ ନ ପାରିବାରୁ…

ଭଞ୍ଜନଗର,୧ା୭(ବାବୁଲା ପ୍ରଧାନ): ଓଡ଼ିଶା ମେଡିକାଲ ସର୍ଭିସେସ୍‌ ଆସୋସିଏଶନ (OMSA)ର ଆହ୍ବାନ କ୍ରମେ ବିଭିନ୍ନ ଦାବି ଏବଂ ଡାକ୍ତରମାନଙ୍କ ସୁରକ୍ଷା ପ୍ରସଙ୍ଗକୁ ନେଇ ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟର ଡାକ୍ତରମାନେ…

ପାରିବାରିକ କଳହ ହେଲା କାଳ, ଦିଅରର ଆକ୍ରମଣରେ ଚାଲିଗଲା ଭାଉଜଙ୍କ ଜୀବନ

ବେଲଗୁଣ୍ଠା,୧ା୭( କୃଷ୍ଣ ଚନ୍ଦ୍ର ପଟ୍ଟନାୟକ): ଘରୋଇ ଅଶାନ୍ତିରୁ ଚାଲିଗଲା ମହିଳାଙ୍କ ଜୀବନ। ଏହିଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବେଲଗୁଣ୍ଠା ବ୍ଳକ୍ ତଥା ଗାଙ୍ଗପୁର ଥାନା ଅନ୍ତର୍ଗତ…

ଦୁର୍ଘଟଣାଗ୍ରସ୍ତଙ୍କୁ ଡାକ୍ତରଖାନା ନେଲେ ଭାଜପା ନେତା

ହାଟଡିହୀ,୧ା୭(ଶୁଭକାନ୍ତ ନାୟକ): ସାହାଯ୍ୟ ଏବଂ ମହାନତାର ପ୍ରମାଣ ଦେଖାଇଛନ୍ତି କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡର ଭାଜପା ନେତା ଆଲୋକ ସେଠୀ। ବୁଧବାର ଆଲୋକ ଏକ କାର୍ଯ୍ୟକ୍ରମରେ ଯୋଗ…

ଆଷାଢ଼ରେ ନାହିଁ ବର୍ଷା; ପୋଡ଼ିଗଲାଣି ଧାନ ତଳି, ଘୋଡ଼ାହାଡ଼ ଡ଼୍ୟାମକୁ ଦିଗପହଣ୍ଡି-ସାନଖେମୁଣ୍ଡି ଚାଷୀଙ୍କ ଭରସା  

ଦିଗପହଣ୍ଡି,୧ା୭(ଅଶେଷ ନାଥ ମିଶ୍ର): ଆଷାଢ଼ରେ ଗଞ୍ଜାମ ଜିଲା ଦିଗପହଣ୍ଡି ଓ ସାନଖେମୁଣ୍ଡି ବ୍ଲକ ଅଞ୍ଚଳରେ ବର୍ଷା ନାହିଁ ।ଚାଷୀ ବୃନ୍ଦ ଖରିଫ ଧାନ ଚାଷ ପାଇଁ ବିହନ…

ବିଜେଡିରୁ ଭାଜପା, ପୁଣି ବିଜେଡିକୁ ଆସିବା ପରେ ଏବେ ହରଡ଼ଘଣାରେ ବ୍ଲକ ଅଧ୍ୟକ୍ଷା

ଛତ୍ରପୁର,୧ା୭(ଦିଲ୍ଲୀପ ସାମଲ): ବିଜେଡିରୁ ଭାଜପା ଓ ପୁଣି ବିଜେଡିକୁ ଆସିବା ପରେ ଗଞ୍ଜାମ ଜିଲା ବୁଗୁଡା ବ୍ଲକ ଅଧ୍ୟକ୍ଷା କେ.ପ୍ରିୟଦର୍ଶିନୀ ଆଚାରୀ ଏବେ ହରଡ଼ଘଣାରେ ପଡ଼ିଯାଇଛନ୍ତି। ଅଧ୍ୟକ୍ଷାଙ୍କ…

୧୦ ଦଫା ଦାବି ନେଇ ଡାକ୍ତରଙ୍କ ଧର୍ମଘଟ, ସରକାର ଆମ ଦାବି ପୂରଣ ନ କଲେ…

କେସିଙ୍ଗା,୧ା୭(ତୁମେଶ୍ୱର ସାହୁ): ଜୁଲାଇ ୧ରେ ଡାକ୍ତର ଦିବସରେ ଓଡ଼ିଶା ମେଡିକାଲ ସର୍ଭିସ ଆସୋସିଏଶନର ନିର୍ଦ୍ଦେଶ କ୍ରମେ କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଡାକ୍ତରଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ବୁଧବାରଠାରୁ ଆରମ୍ଭ…

ପାଟପୁର ଥାନା ପକ୍ଷରୁ ନିଆରା ପ୍ରୟାସ, ନିଶା ଦ୍ରବ୍ୟ ସେବନ ବିରୋଧରେ ନେଲେ ଶପଥ 

ଦିଗପହଣ୍ଡି,୧ା୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଆମ ପୋଲିସ ସମିତି ପକ୍ଷରୁ ବୁଧବାର ନିଶାମୁକ୍ତ ଓଡ଼ିଶା ଅଭିଯାନ ଆନୁକୁଲ୍ୟରେ ସଚେତନତା ସଭା…

ସମ୍ପର୍କରେ କଳଙ୍କ: ନାବାଳିକା ଶାଳୀଙ୍କୁ ଗର୍ଭବତୀ କଲେ ଭିଣୋଇ, ଏମିତି ଧରାପଡିଲା…

ପାରଳାଖେମୁଣ୍ଡି,୧ା୭(ଗିରିଧାରୀ ପରିଛା): ଗଜପତି ଜିଲା ଗାରାବନ୍ଧ ଥାନା ଅନ୍ତର୍ଗତ ରାୟଗଡ଼ ବ୍ଲକର ସାନ ଅନତାରସିଂ ଗ୍ରାମରୁ ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି । ଜଣେ ବିବାହିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri