ହଟୁନି ଅଚଳାବସ୍ଥା, ଖାଦ୍ୟରୁ ବଞ୍ଚିତ ପିଲା

ଖଇରା,୬।୬(ଡି.ଏନ.ଏ.) ବାଲେଶ୍ୱର ଜିଲା ଖଇରା ବ୍ଲକ ବର୍ତ୍ତନା ଗ୍ରାମ ପଞ୍ଚାୟତ ଅଧୀନ ପଦୁନା ଅଙ୍ଗନୱାଡି କେନ୍ଦ୍ରରେ କର୍ମୀ ଓ ଲୋକପ୍ରତିନିଧିଙ୍କ ମଧ୍ୟରେ ସମନ୍ବୟ ଅଭାବରୁ ୨୦୧୪ରୁ ଲାଗି ରହିଥିବା ଅଚଳାବସ୍ଥା ଜିଲାପାଳଙ୍କ ହସ୍ତକ୍ଷେପ ପରେ ମଧ୍ୟ ହଟିପାରୁନି। ଯାହାର ପରିଣାମ କେନ୍ଦ୍ରରେ ଗ୍ରାମରୁ ପଢୁଥିବା ଶିଶୁ,ପ୍ରସୂତି ଓ ଗର୍ଭବତୀଙ୍କୁ ଭୋଗିବାକୁ ପଡୁଛି। ସମସ୍ୟାର ସ୍ଥାୟୀ ସମାଧାନ କରି ଅଚଳାବସ୍ଥା ହଟାଇବାକୁ ପଦୁନା ଗ୍ରାମବାସୀ ପ୍ରଶାସନ ନିକଟରେ ଦାବି କରିଛନ୍ତି ା ଜଏଣ୍ଟ ଆକାଉଣ୍ଟରୁ ଅର୍ଥ ଉଠାଣକୁ ନେଇ ୨୦୧୪ରେ କର୍ମୀ ସଂଯୁକ୍ତା ସେଣ୍ଡ ଓ ୱାର୍ଡସଭ୍ୟ ନାରାୟଣ ଚନ୍ଦ୍ର ବେହେରାଙ୍କ ମଧ୍ୟରେ ବିବାଦ ଉଗ୍ରରୁପ ଧାରଣ କରିଥିଲା। ପରେ ତତ୍କାଳୀନ ଜିଲାପାଳ ସୁପରଭାଇଜର ଓ କର୍ମୀଙ୍କ ନାମରେ ଜଏଣ୍ଟ ଆକାଉଣ୍ଟ ଖୋଲିବାକୁ ନିର୍ଦ୍ଦେଶ ଦେଇଥିଲେ। ହେଲେ ପରବର୍ତ୍ତୀ ସମୟରେ ସୁପରଭାଇଜରଙ୍କ ନାମରେ ଏଭଳି ଆକାଉଣ୍ଟ ଖୋଲାକୁ କିଛି ଲୋକପ୍ରତିନିଧି ଓ ଜଣେ ଶିଶୁ ବିକାଶ ପ୍ରକଳ୍ପ ଅଧିକାରିଣୀ ପ୍ରତ୍ୟାହାର କରିନେଇଥିଲେ। କେନ୍ଦ୍ରର ଦାୟିତ୍ୱ ପଡ଼ୋଶୀ ସାନକମାରୀ ଅଙ୍ଗନୱାଡି କେନ୍ଦ୍ରର କର୍ମୀଙ୍କୁ ପ୍ରଦାନ କରାଗଲା, ହେଲେ ୨୦୧୬ରୁ ୨୦୨୨ ମସିହାରେ ୩ବର୍ଷରୁ ୬ବର୍ଷ ପର୍ଯ୍ୟନ୍ତ ପିଲାଙ୍କ ସୁଇଟର ଓ ଜୋତା ପାଇଁ ଆସିଥିବା ଟଙ୍କା ବାଟମାରଣା ହେବା ପରେ ଗ୍ରାମବାସୀଙ୍କ ପକ୍ଷରୁ ଜୋରଦାର ବିରୋଧ ହୋଇଥିଲା ା ପରବର୍ତ୍ତୀ ସମୟରେ ସାନକମାରୀ କେନ୍ଦ୍ରର କର୍ମୀ ଦାୟିତ୍ୱରୁ ଅପସରି ଯାଇଥିଲେ। ପୁନଶ୍ଚ କୋଭିଡ୍‌ ଯୋଗୁଁ ବନ୍ଦ ପଡ଼ିଥିବା ଅଙ୍ଗନୱାଡି ମାର୍ଚ୍ଚ ମାସରେ ଖୋଲିବା ପରେ ମାର୍ଚ୍ଚ ୧୯ତାରିଖରେ ସମନ୍ନିତ ଶିଶୁ ଓ ମହିଳା ବିକାଶ ଅଧିକାରିଣୀଙ୍କ ଅଧ୍ୟକ୍ଷତାରେ ସମସ୍ୟାର ସମାଧାନ ସହ କେନ୍ଦ୍ର ମାର୍ଚ୍ଚ ୨୮ ତାରିଖରୁ ଖୋଲିବା ସଂକ୍ରାନ୍ତରେ ଆଲୋଚନା କରାଯାଇଥିଲା। ମାତୃ କମିଟି ଓ ଯାଞ୍ଚ କମିଟିକୁ ପୁନର୍ଗଠନ ସହ ସରପଞ୍ଚ ଓ କର୍ମୀଙ୍କ ନାମରେ ଜଏଣ୍ଟ ଆକାଉଣ୍ଟ ଖୋଲିବାକୁ ନିଷ୍ପତ୍ତି ନିଆଯାଇଥିଲା ା ତେବେ ପୂର୍ବରୁ ରନ୍ଧାଖାଦ୍ୟ ଓ ଅନ୍ୟାନ୍ୟ ଖର୍ଚ୍ଚ କରାଯିବା ପରେ ଉଠାଯାଇଥିବା ଅର୍ଥକୁ ଫେରାଇବାକୁ ସ୍ଥାନୀୟ ସରପଞ୍ଚ କହିବା ପରେ ଏହାକୁ ନେଇ ପୁଣି ବିବାଦ ଆରମ୍ଭ ହୋଇଛି ା ଯାହା ଫଳରେ ମାର୍ଚ୍ଚ ୨୮ରୁ ଅଦ୍ୟାବଧି ପଢୁଥିବା ପିଲା,ଗର୍ଭବତୀ ଓ ପ୍ରସୂତିଙ୍କୁ ଖାଦ୍ୟ ମିଳି ପାରିନାହିଁ କି ଜନ୍ମିତ ପିଲାଙ୍କର ଅନ୍ନପ୍ରାସନ୍ନ କାର୍ଯ୍ୟକ୍ରମ ହୋଇ ପାରିନାହିଁ। ଏ ସମ୍ପର୍କରେ ଖଇରା ବ୍ଲକ ଶିଶୁ ଓ ମହିଳା ବିକାଶ ଅଧିକାରିଣୀ ରଞ୍ଜୁରାଣୀ ଦାସଙ୍କୁ ଯୋଗାଯୋଗ କରିବାରେ ସମାଧାନ ପାଇଁ ବୈଠକ ଡାକି ସବୁ ପ୍ରକାର ଉଦ୍ୟମ କରିଥିଲେ ହେଁ ଅଚଳାବସ୍ଥା ହଟୁନାହିଁ। ଏ ସମ୍ପର୍କରେ ସେ ଜିଲାପାଳ ଏବଂ ଜିଲାସ୍ତରୀୟ ବିଭାଗୀୟ ଅଧିକାରିଣୀଙ୍କୁ ଜଣାଇସାରିଥିବା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ସରକାର ଆସିବାର ୨ ବର୍ଷ ପରେ ପଦବୀ ପୁରଣ, ଧର୍ମଗଡ଼ ବିଧାୟକ ହେଲେ କଳାହାଣ୍ଡି ଯୋଜନା କମିଟିର ନୂତନ ଅଧ୍ୟକ୍ଷ

ଭବାନୀପାଟଣା,୧।୪(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବୁଧବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ…

ଓଡ଼ିଆ ଭାଷା ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ଉତ୍କଳ ଦିବସ-୨୦୨୬ ପାଳିତ

ଦାରିଙ୍ଗବାଡି,୧।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଜାଗୃତି ସଭାଗୃହ ପରିସରରେ ଉତ୍କଳ ଦିବସ-୨୦୨୬ ପାଳିତ ହୋଇଯାଇଛି । ବରିଷ୍ଠ ଶିକ୍ଷକ ପ୍ରଶାନ୍ତ କୁମାର ସାହୁଙ୍କ ସଂଯୋଜନାରେ ହୋଇଥିବା…

ଡେମିଙ୍ଗିଆ ଗ୍ରାମରେ ମହୁମାଛି ଆତଙ୍କ; ୧୦୦ରୁ ଉର୍ଦ୍ଧ୍ବ ଆହତ, ପ୍ରଶାସନ ନିରବ

ଦାରିଙ୍ଗବାଡି, ୧।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଦୁର୍ଗମ ତିଲୋରୀ ପଞ୍ଚାୟତ ଡେମିଙ୍ଗିଆ ଗ୍ରାମରେ ମହୁମାଛିଙ୍କ ଉପଦ୍ରଵ ବଢିବାରେ ଲାଗିଛି । ଗ୍ରାମବାସୀ ଏନେଇ ବାରମ୍ବାର…

କୋଟିଆ ସୀମାନ୍ତବାସୀଙ୍କୁ ନେଇ ୯୦ ତମ ଓଡ଼ିଶା ଦିବସ ପାଳନ କଲା ଜିଲା ପ୍ରଶାସନ

ପଟ୍ଟାଙ୍ଗି,୧।୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍ ଅଧିନରେ ରହିଥିବା ଦୁଇ ରାଜ୍ୟର ବିବାଦୀୟ କୋଟିଆ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଜିଲା ପ୍ରଶାସନ ପକ୍ଷରୁ ୯୦…

ଚଣ୍ଡିପଦର ରୁଟରେ ଚାଲୁଥିବା ବସକୁ ନେଇ ଚିନ୍ତାରେ ସଂଘ, ସମସ୍ୟା ଭୋଗୁଛନ୍ତି ଗ୍ରାମବାସୀ

ପୁରଷୋତ୍ତମପୁର,୧।୪(ସବିତା ମିଶ୍ର): ଗଞ୍ଜମ ଜିଲା ପୁରୁଷୋତ୍ତମପୁର ମା କନକେଶ୍ବରୀ ଘରୋଇ ବସମାଲିକ ସଂଘ ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଛି । ସଭାପତି ସନ୍ତୋଷକୁମାର ପତିଙ୍କ ପୌରହିତ୍ଯରେ…

ଛେଚିଲା କୁଆପଥର ବର୍ଷା, ପବନରେ ଗଛ ଭାଙ୍ଗି ନଷ୍ଟ ହେଲା ଏକାଧିକ ଗାଡ଼ି

ନନ୍ଦପୁର,୧ା୪(ତୁଷାରକାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ ବୁଧବାର ପବନ ସହ କୁଆପଥର ବର୍ଷା ହୋଇଛି। ଯାହାର ପ୍ରଭାବରେ ନନ୍ଦପୁର ବ୍ଲକ ସଦର ମହକୁମା ସ୍ଥିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri