Posted inଫୁରସତ

ଏ ହେଉଛନ୍ତି ରିୟା ଚକ୍ରବର୍ତ୍ତୀଙ୍କ ଘରେ ଚଢ଼ାଉ କରିଥିବା ଆଇଆର୍‌ଏସ୍‌ ଅଫିସର: ଅଜୟ ଦେବଗନ୍‌ଙ୍କ ଫିଲ୍ମର ଅଭିନେତ୍ରୀଙ୍କୁ କରିଛନ୍ତି ବିବାହ

ବମ୍ବେ: ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ଅଭିନେତ୍ରୀ ତଥା ପ୍ରେମିକା ରିୟା ଚକ୍ରବର୍ତ୍ତୀଙ୍କୁ ଗିରଫ କରାଯାଇଛି। ଘଟଣାରେ ଡ୍ରଗ୍ସ ମୋଡ଼ ଆସିବା ପରେ ନାରକୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ(ଏନ୍‌ସିବି) ଆକ୍ସନ ମୋଡ୍‌ରେ ଆସିଥିଲା। ପ୍ରଥମେ ରିୟାଙ୍କ ଘରେ ଏନ୍‌ସିବି ପକ୍ଷରୁ ରେଡ୍‌ କରାଯାଇଥିଲା। ପରେ ରିୟାଙ୍କ ଭାଇ ସୌଭିକ ଏବଂ ଅନ୍ୟ ସାଥୀଙ୍କୁ ଗିରଫ କରାଯାଇଥିଲା। ଏସବୁ ମଧ୍ୟରେ ଏନ୍‌ସିବି ଟିମ୍‌କୁ ଲିଡ୍‌ କରୁଥିବା ଆଇଆର୍‌ଏସ୍‌ ଅଫିସର ସମୀର ଓ୍ବାଙ୍ଖଡେ ଚର୍ଚ୍ଚାରେ।

ସମୀର ୨୦୦୮ ବ୍ୟାଚ୍‌ର ଜଣେ ଆଇଆର୍‌ଏସ୍‌ ଅଫିସର। ସେ ପ୍ରଥମେ କଷ୍ଟମ ବିଭାଗରେ କାମ କରୁଥିଲେ। ଭାରତୀୟ ରାଜସ୍ବ ସେବାରେ ଯୋଗ ଦେବା ପରେ ତାଙ୍କର ପ୍ରଥମ ପୋଷ୍ଟିଂ ବମ୍ବେର ଛତ୍ରପତି ଶିବାଜୀ ଇଣ୍ଟରନ୍ୟାଶନାଲ ଏୟାରପୋର୍ଟରେ ଡେପୁଟି କଷ୍ଟମ କମିଶନର ଭାବେ ନିଯୁକ୍ତି ମିଳିଥିଲା। ଏହାପରେ ତାଙ୍କର ବଦଳି ଏନ୍‌ସିବିକୁ ହୋଇଛି। ଦୁଇବର୍ଷ ମଧ୍ୟରେ ସେ ୧୭ହଜାର କୋଟି ଟଙ୍କାର ଡ୍ରଗ୍ସକୁ ଜବତ କରିବାରେ ସଫଳ ହୋଇଛନ୍ତି।

ବଲିଉଡ୍‌ର ଅନେକ ପ୍ରମୁଖ ବ୍ୟକ୍ତି, ଯେପରିକି ଅନୁରାଗ କଶ୍ୟପ, ବିବେକ ଓବରୟ, ରାମଗୋପାଳ ବର୍ମାଙ୍କ ଘରେ ସେ ଚଢ଼ାଉ କରିସାରିଛନ୍ତି। ୨୦୧୩ରେ ସେ ମିକା ସିଂହଙ୍କୁ ଅଘୋଷିତ ବିଦେଶୀ ମୁଦ୍ରା ସହ ଧରିଥିଲେ। ସେ ଅଭିନେତ୍ରୀ କ୍ରାନ୍ତି ରେଡ୍‌କରଙ୍କୁ ବିବାହ କରିଛନ୍ତି। ୨୦୧୭ରେ ଉଭୟଙ୍କ ବିବାହ ହୋଇଥିଲା। କ୍ରାନ୍ତିଜଣେ ମରାଠି ଅଭିନେତ୍ରୀ। ପ୍ରକାଶ ଝାଙ୍କ ଚଳଚ୍ଚିତ୍ର ଗଙ୍ଗାଜଳରେ ସେ ଅଜୟ ଦେବଗନଙ୍କ ସହ ନଜର ଆସିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୫କେଜି LPG ସିଲିଣ୍ଡରକୁ ନେଇ ସରକାରଙ୍କ ବଡ଼ ଘୋଷଣା, ଲକ୍ଷ ଲକ୍ଷ ଲୋକଙ୍କୁ…

ନୂଆଦିଲ୍ଲୀ,୭।୪: ଇରାନରେ ଜାରି ରହିଥିବା ଯୁଦ୍ଧ କାରଣରୁ ସାରା ବିଶ୍ୱରେ LPG ଯୋଗାଣ ପ୍ରଭାବିତ ହୋଇଛି। ଏହାର ପ୍ରଭାବ ଭାରତର ପ୍ରବାସୀ ଶ୍ରମିକ ଓ ଦୁର୍ବଳ ଶ୍ରେଣୀର…

ଯେଉଁଠି ଅଛନ୍ତି ସେଇଠି ଥାନ୍ତୁ, ୪୮ ଘଣ୍ଟା ଯାଏ ଘରୁ ବାହାରନ୍ତୁ ନାହିଁ; ଭାରତୀୟଙ୍କ ପାଇଁ Advisory ଜାରି କଲା…

ତେହେରାନ,୭।୪: ପଶ୍ଚିମ ଏସିଆରେ ଯୁଦ୍ଧ ପରିସ୍ଥିତି ଭୟଙ୍କର ରୂପ ନେବାରେ ଲାଗିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିନାଶକାରୀ ଧମକ ଏବଂ ଇସ୍ରାଏଲର ଆକ୍ରମଣ ମଧ୍ୟରେ ଇରାନରେ…

ଭଡ଼ାଘରେ ଚଲାଇଥିଲେ ଦେହ ବ୍ୟବସାୟ, ଦମ୍ପତିଙ୍କୁ ବାନ୍ଧିଲା ଟାଉନ ଥାନା ପୋଲିସ, ମିଳିଲା ଆପତ୍ତିଜନକ…

ବରଗଡ଼,୭।୪(ପ୍ରେମାନନ୍ଦ ଖମାରୀ)-ବରଗଡ଼ ସହର ଉପକଣ୍ଠ ଶ୍ରୀଧାମ ସୋସାଇଟି ନିକଟ ଏକ ଭଡ଼ାଘରେ ଦେହ ବ୍ୟବସାୟ ଚଲାଉଥିବା ଅଭିଯୋଗରେ ସ୍ଥାନୀୟ ଟାଉନ ଥାନା ପୋଲିସ ଜଣେ ଦମ୍ପତିଙ୍କୁ ଗିରଫ…

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ସାମିଆପଲ୍ଲୀରୁ ବିପୁଳ ପରିମାଣରେ ଶାଗୁଆନ କାଠ ଜବତ

ଛତ୍ରପୁର,୭।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟ ସାମିଆପଲ୍ଲୀ ଗ୍ରାମ ନିକଟରୁ ଭିଜିଲାନ୍ସ, ବନବିଭାଗ ମୋବାଇଲ ଟିମ, ଛତ୍ରପୁର ବନ ବିଭାଗ ବିପୁଳ ପରିମାଣର ଶାଗୁଆନ…

ରାଜ୍ୟସଭା କ୍ରସ୍‌ ଭୋଟିଂ ପରେ ପ୍ରଥମ ଥର ମୋହନା ଆସିଲେ ବିଧାୟକ

ମୋହନା, ୭ା୪(ମନ୍ମଥ ମିଶ୍ର): ରାଜ୍ୟସଭା ନିର୍ବାଚନ ପରେ ଗଜପତି ଜିଲା କଂଗ୍ରେସରେ ହଟଚମଟ ଦେଖିବାକୁ ମିଳିଥିଲା। ମୋହନା ବିଧାୟକ ଦାଶରଥି ଗମାଙ୍ଗ ନିଜ ଦଳର କଥା ଅବମାନନା…

ଆମେରିକା ରେଡ୍‌ ଲାଇନ୍‌ ପାର କଲେ, ଆମର କ୍ଷେପଣାସ୍ତ୍ର ଟ୍ରମ୍ପଙ୍କୁ ଭୟଙ୍କର ଜବାବ ଦେବ; ଇରାନ ଦେଲା ପାଲଟା ଚେତାବନୀ

ତେହେରାନ,୭।୪: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଦିଆଯାଇଥିବା ଡେଡ୍‌ଲାଇନ୍‌ ଶେଷ ହେବା ପୂର୍ବରୁ ଇରାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ‘ଖାର୍ଗ…

ଏକା ବେଳେ ଜଳିଲା ଗୋଟିଏ ପରିବାରର ୪ ଜୁଇ: କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଗାଁ  

କୋରାପୁଟ,୭।୪(ଅମିତାଭ ବେହେରା):ଏକା ବେଳକେ ଜଳିଲା ଗୋଟିଏ ପରିବାରର ୪ ଜୁଇ। ଦୁର୍ଘଟଣାରେ ଗୋଟିଏ ପରିବାରର ୪ ଜଣଙ୍କ  ଘଟିଲା ମୃତ୍ୟୁ। କୋରପୁଟ ଶ୍ମଶାନରେ ଜଳିଲା ଜୁଇ। ନବରଙ୍ଗପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri