ଓଡ଼ିଶା ମୁହାଁ ବାତ୍ୟା; ଜୁନିୟର ଆସିଷ୍ଟାଣ୍ଟ-କ୍ଲର୍କ ପରୀକ୍ଷା ସ୍ଥଗିତ

ଭୁବନେଶ୍ୱର,୧୮।୧୧: ଓଡ଼ିଶା  ମୁହାଁ ହେଉଛି ବାତ୍ୟା ‘ଅକ୍ୱାନ’ । ୯ କିମି ବେଗରେ ବଢୁଛି ଭୀଷଣ ବାତ୍ୟା । ଏହାକୁ ଦୃଷ୍ଟିରେ ରଖି ଆସନ୍ତା ୨୧ ଓ ୨୩ ତାରିଖରେ ହେବାକୁ ଥିବା ଜୁନିୟର ଆସିଷ୍ଟାଣ୍ଟ ଓ ଜୁନିୟର କ୍ଲର୍କ ନିଯୁକ୍ତି ପରୀକ୍ଷାକୁ ରାଜ୍ୟ ଚୟନ ବୋର୍ଡ (ଏସ୍‌ଏସ୍‌ବି) ସ୍ଥଗିତ ରଖିଛି। ପରୀକ୍ଷାର୍ଥୀଙ୍କ ସୁରକ୍ଷା ଓ ନିରାପତ୍ତାକୁ ଗୁରୁତ୍ୱ ଦେଇ ବୋର୍ଡ ଏହି ନିଷ୍ପତ୍ତି ନେଇଛି।  ଖବର ଲେଖାଯିବା ସୁଦ୍ଧା ବାତ୍ୟା କଳିଙ୍ଗପଟନମ୍‌ଠାରୁ ୫୪୦ କି.ମି ଦୂରରେ କେନ୍ଦ୍ରୀଭୂତ ରହିଥିବା ବେଳେ ଗୋପାଳପୁରରୁ ୬୩୦ ଓ ପୁରୀରୁ ୬୯୦ କି.ମି ଦୂରରେ ରହିଛି ।

ଏସ୍‌ଏସ୍‌ବିର ବିଜ୍ଞପ୍ତି ଅନୁଯାୟୀ, ସ୍ଥଗିତ ହୋଇଥିବା ଦୁଇଟି ପରୀକ୍ଷାର ସାନି ତାରିଖ ପରବର୍ତ୍ତୀ ସମୟରେ ଘୋଷଣା କରାଯିବ। ତେବେ ନଭେମ୍ବର ୨୫ ଓ ୨୭ ତାରିଖ ସହ ଡିସେମ୍ବର ୧ ଓ ୨ ତାରିଖରେ ହେବାକୁ ଥିବା କମ୍ପ୍ୟୁଟର ବେସ୍‌ଡ ଟେଷ୍ଟ (ସିବିଟି) ପରୀକ୍ଷାଗୁଡ଼ିକ ପୂର୍ବ ନିର୍ଦ୍ଧାରିତ ସୂଚୀ ଅନୁସାରେ ଅନୁଷ୍ଠିତ ହେବ। ପରୀକ୍ଷା ସମ୍ପର୍କିତ ସାନି ସୂଚନା, ନୂଆ ତାରିଖ ଓ ଅନ୍ୟାନ୍ୟ ଘୋଷଣା ପାଇଁ ପ୍ରାର୍ଥୀମାନେ ରାଜ୍ୟ ଚୟନ ବୋର୍ଡର ଅଫିସିଆଲ ୱେବ୍‌ସାଇଟ୍‌ www.ssbodisha.ac.in ନିୟମିତ ଭାବେ ଯାଞ୍ଚ କରିବାକୁ ବୋର୍ଡ ପରାମର୍ଶ ଦେଇଛି ।

 

Dharitri – Odisha’s No.1 Odia Daily

Share