Categories: ଖେଳ

ଏସ୍‌ଆର ଅନ୍‌ଲାଇନ୍‌ ଚେସ୍‌: ତନ୍ମୟ ଚାମ୍ପିୟନ

ଭୁବନେଶ୍ୱର, ୧୨।୧(କ୍ରୀଡ଼ା ପ୍ରତିନିଧି):ଏସ୍‌ଆର ଚେସ୍‌ ସେଣ୍ଟର ଆନୁକୂଲ୍ୟରେ ସୋମବାର ଅନୁଷ୍ଠିତ ୨୫ତମ ଅନ୍‌ଲାଇନ୍‌ ଚେସ୍‌ ଚାମ୍ପିୟନଶିପ୍‌ରେ ଭୁବନେଶ୍ୱର ଷ୍ଟିଓ୍ବାର୍ଟ ସ୍କୁଲର ତନ୍ମୟ ତ୍ରିପାଠୀ ଚାମ୍ପିୟନ ହୋଇଛନ୍ତି। ୬ ରାଉଣ୍ଡ ବିଶିଷ୍ଟ ପ୍ରତିଯୋଗିତାରେ ସେ ୫ ପଏଣ୍ଟ ପାଇ ପ୍ରଥମସ୍ଥାନ ଅଧିକାର କରିଥିଲେ। ରବୀନ୍ଦ୍ର କୁମାର ଓଝା (୪.୫) ରନର୍ସଅପ୍‌ ଏବଂ ତେଜାସ ଲୋହାନି (୪.୫) ତୃତୀୟ ସ୍ଥାନ ଅଧିକାର କରିଛନ୍ତି। ଏହା ବ୍ୟତୀତ ବିଭିନ୍ନ ବୟସ ବର୍ଗରେ ଶ୍ରେଷ୍ଠ ପ୍ରଦର୍ଶନ ପାଇଁ ଆରିନ ଅନ୍ବେଷ ସ୍ବାଇଁ, ପ୍ରତୀକ ଚୌରାସିଆ, ସଞ୍ଜୟ ପଟ୍ଟନାୟକ, ଶିବାଂଶ ମିଶ୍ର, ସାଇ ଅମୃତ ପରିଜା, ରିଶିତ ଦେବନାଥ, ଅଦିତି ମହାରଣା ପୁରସ୍କୃତ ହୋଇଛନ୍ତି। ସେଣ୍ଟରର ସମ୍ପାଦକ ସତ୍ୟରଞ୍ଜନ ପଟ୍ଟନାୟକ, ଡ. ମାନସ ରଞ୍ଜନ ମିଶ୍ର ଓ କୋଚ୍‌ ସତ୍ୟଜିତ ପଟ୍ଟନାୟକଙ୍କ ତତ୍ତ୍ୱାବଧାନରେ ପ୍ରତିଯୋଗିତା ପରିଚାଳିତ ହୋଇଥିଲା।
ପ୍ରଶିକ୍ଷଣ ଆରମ୍ଭ
କୋଭିଡ ମହାମାରୀ କାରଣରୁ ବନ୍ଦଥିବା ଚେସ୍‌ ସେଣ୍ଟରରେ ଚଳିତମାସ ୧ ତାରିଖରୁ ପୁଣି ଟ୍ରେନିଂ ଆରମ୍ଭ ହୋଇଛି। ରାଜ୍ୟ ସରକାରଙ୍କ କୋଭିଡ ଗାଉଡଲାଇନ୍‌ ଅନୁସାରେ ଭୁବନେଶ୍ୱରର ସହିଦ ନଗରରେ ଶନିବାର ଓ ରବିବାର, କଟକ ବାଦାମବାଡ଼ିରେ ସୋମବାର ଓ ମଙ୍ଗଳବାର ଏବଂ ସିଡିଏଠାରେ ରବି, ସୋମ ଓ ମଙ୍ଗଳବାର ଚେସ୍‌ର ଗୁଣାତ୍ମକ ଶିକ୍ଷା ପ୍ରଦାନ କରାଯାଉଛି ବୋଲି ସତ୍ୟରଞ୍ଜନ ପ୍ରକାଶ କରିଛନ୍ତି।

Share