କୋର୍ଟରେ ସମାଧାନ ହେବ ନାହିଁ, ପ୍ରଧାନମନ୍ତ୍ରୀ ନିଜେ ହସ୍ତକ୍ଷେପ କରନ୍ତୁ: ଜୟନ୍ତ

ପୁରୀ ଅଫିସ,୧୦।୫: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ହାଇକୋର୍ଟରେ ଏଏସ୍‌ଆଇ ଦାଖଲ କରିଥିବା ସତ୍ୟପାଠ ଓ ଅନୁଧ୍ୟାନ ରିପୋର୍ଟକୁ ନେଇ ବିବାଦ ବଢିବାରେ ଲାଗିଛି। ଏନେଇ ପୁରୀ ବିଧାୟକ ଜୟନ୍ତ ଷଡଙ୍ଗୀ କହିଛନ୍ତି, ଯାହା କ୍ଷତି ଏଥିଲାଗି ହୋଇଛି ତାହା ଆଉ ଫେରିବ ନାହିଁ। ଆଗକୁ ଯେପରି ଆଉ ଅଧିକ କ୍ଷତି ନ ହେବ ଏବେଠାରୁ ସଜଡା ହେବା ଦରକାର। ତେବେ ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ ସେ ଏଥିରେ ହସ୍ତକ୍ଷେପ କରି ସମାଧାନ ବାଟ କାଢନ୍ତୁ। ଏହା ଆଉ କୋର୍ଟ କଚେରୀରେ ସମାଧାନ ହେବନାହିଁ ବୋଲି ଜୟନ୍ତ ଦାବି କରିଛନ୍ତି।

ପରିକ୍ରମା ପ୍ରକଳ୍ପକୁ ନେଇ ପୁରୀ ବାସିନ୍ଦା ଖୁସି ନୁହନ୍ତି। ସେମାନେ କେବଳ ବାଧ୍ୟବାଧକତାରେ ଜାଗା ଛାଡ଼ି ଦେଇଛନ୍ତି। ନିର୍ମାଣ କାର୍ଯ୍ୟରେ ବାଧା ସୃଷ୍ଟି ନ କରିବା ଲାଗି ପୁରୀ ବାସୀ ରାଜି ହୋଇଯାଇଛନ୍ତି। ହେଲେ ଆନ୍ତରିକତା ସହ ଏହାକୁ ନେଇ ସେବାୟତ, ମଠ ମହନ୍ତ କେହି ବି ଖୁସି ନାହାନ୍ତି ବୋଲି ଜୟନ୍ତ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିପଦ ସଙ୍କେତ ଟପିଲା ବୈତରଣୀ: ଲୋକେ ଆତଙ୍କିତ

ଆନନ୍ଦପୁର,୨୦ା୮(ସ୍ବ.ପ୍ର.): କେନ୍ଦୁଝର ଜିଲାକୁ ରେଡ୍‌ ଓ୍ବାର୍ନିଂ ଜାରି କରାଯାଇଛି। ୨୦ ତାରିଖ ଭୀଷଣ ବର୍ଷା ସମ୍ଭାବନାକୁ ଦୃଷ୍ଟିରେ ରଖାଯାଇ ପ୍ରଶାସନିକ ସ୍ତରରେ ଆଗୁଆ ପଦକ୍ଷେପ ଗ୍ରହଣ...

ମୁସରଙ୍ଗି ଜଙ୍ଗଲରେ ବାଘ ଆତଙ୍କ

ନୂଆପଡ଼ା ଅଫିସ,୮ା୮: ସ୍ଥାନୀୟ ସଦର ଫରେଷ୍ଟ ରେଞ୍ଜ ଅନ୍ତର୍ଗତ ମୁସରଙ୍ଗି ସଂରକ୍ଷିତ ଜଙ୍ଗଲରେ ୨ଟି କଲରାପତରିଆ ବାଘ ବୁଲୁଥିବା ନେଇ ସ୍ଥାନୀୟ ଗ୍ରାମବାସୀ ଆତଙ୍କିତ ହୋଇପଡିଛନ୍ତି...

ଚମ୍ପୁଆକୁ ପଶିଲେ ୪ ଝାଡ଼ଖଣ୍ଡ ହାତୀ

ଚମ୍ପୁଆ,୨ା୬(ଡି.ଏନ.ଏ)- ଦୀର୍ଘଦିନ ବ୍ୟବଧାନ ପରେ କେନ୍ଦୁଝର ଜିଲା ଚମ୍ପୁଆ ସେକ୍ସନକୁ ଝାଡ଼ଖଣ୍ଡ ହାତୀପଲ ଚାଲି ଆସିଛନ୍ତି। ଉକ୍ତ ପଲରେ ଦୁଇ ମାଈ ଓ ୨ ଅଣ୍ଡିିରା...

ଖରସ୍ରୋତାରେ ଡଙ୍ଗା ବୁଡ଼ି, ଅଳ୍ପକେ ବର୍ତ୍ତିଲେ ଛାତ୍ରୀଛାତ୍ର

ସିଂହପୁର,୧୪।୮(ଡି.ଏନ୍‌.ଏ.): ଯାଜପୁର ଜିଲା ବିଞ୍ଝାରପୁର ଥାନା ଅନ୍ତର୍ଗତ ଜରୀଗ୍ରାମ ନଦୀ ଅପରପାର୍ଶ୍ୱ ମଧୁବନଠାରେ ଖରସ୍ରୋତାରେ ବୁଧବାର ଡଙ୍ଗା ବୁଡ଼ିଯାଇଥିଲା। ମାତ୍ର ସ୍ଥାନୀୟ ଲୋକଙ୍କ ଉପସ୍ଥିତି ବୁଦ୍ଧି...

ଅସ୍ତରଙ୍ଗର ୩ ବେଆଇନ କରତକଳ ଉପରେ ବନବିଭାଗର ଚଢ଼ାଉ, ଲକ୍ଷାଧିକ ଟଙ୍କାର ଯନ୍ତ୍ରାଂଶ ଜବତ

କାକଟପୁର,୧୭ା୧୯(ଡି.ଏନ୍‌.ଏ.): ପୁରୀ ଜିଲା ଅସ୍ତରଙ୍ଗଠାରେ ବେଆଇନ ଭାବେ ଚାଲିଥିବା ୩ କରତକଳ ଉପରେ ଗୁରୁବାର ବନବିଭାଗ ପକ୍ଷରୁ ଚଢ଼ାଉ କରାଯାଇ ଲକ୍ଷାଧିକ ଟଙ୍କାର ଯନ୍ତ୍ରାଂଶ ଜବତ...

ଶ୍ରୀଜିଉଙ୍କ ବନକଲାଗି ନୀତି, ସନ୍ଧ୍ୟା ୫ଟାରୁ ରାତି ୧୦ ଯାଏ ଦର୍ଶନ ବନ୍ଦ

ପୁରୀ ଅଫିସ,୨୦।୭: ଆଜି ଶ୍ରୀଜିଉଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ। ଏଥିପାଇଁ ସନ୍ଧ୍ୟା ୫ଟାରୁ ରାତି ୧୦ ଯାଏ ଶ୍ରୀମନ୍ଦିରରେ ସାଧାରଣ ଦର୍ଶନ ବନ୍ଦ ରହିବ।...

ଟଙ୍କା ନ ଦେଲେ ମିଳୁନି କାର୍ଯ୍ୟାଦେଶ

ପରଜଙ୍ଗ, ୨୧।୧୦(ଡି.ଏନ.ଏ.) ପରଜଙ୍ଗ ବ୍ଲକ ପାଟରପଦା ପଞ୍ଚାୟତରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଅର୍ଥ କାରବାର ହେଉଥିବା ଅଭିଯୋଗ ହୋଇଛି। ଟଙ୍କା ନ ଦେଲେ କାର୍ଯ୍ୟାଦେଶ ଦିଆଯାଉନାହିଁ। ଏ...

ମାଗଣା ଚାଉଳ ବନ୍ଦର ପ୍ରତିବାଦ

ଛତ୍ରପୁର,୧୬ା୨(ଡି.ଏନ୍‌.ଏ.): କେନ୍ଦ୍ର ସରକାରଙ୍କ ପକ୍ଷରୁ ମାଗଣା ୫ କେଜି ଚାଉଳ ବନ୍ଦ କରିଥିବା ନେଇ ବିଜେଡି ପକ୍ଷରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଏନେଇ ରାଜ୍ୟ...

Advertisement
Archives

Model This Week